ଟେନିସ୍ ତାରକା ସାନିଆ ମିର୍ଜାଙ୍କ ବଡ ଘୋଷଣା: ଫେବ୍ରୁଆରୀ ୧୯ରେ ଖେଳିବେ ଶେଷ ମ୍ୟାଚ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ବଡ ଘୋଷଣା କରିଛନ୍ତି।  ଟେନିସ୍‌ରୁ ସନ୍ନ୍ୟାସ ନେବାକୁ ସେ ଘୋଷଣା କରିଛନ୍ତି। ୬ଥର ଗ୍ରାଣ୍ଡ ସ୍ଲାମ ଜିତିଥିବା ସାନିଆ ଆସନ୍ତା ଫେବ୍ରୁଆରୀ ୧୯ ତାରିଖରେ ନିଜ ଶେଷ ମ୍ୟାଚ୍ ଖେଳିବେ। ଏନେଇ ସେ ଖୋଦ୍ ସୂଚନା ଦେଇଛନ୍ତି।  ଆଣ୍ଠୁରେ ସମସ୍ୟା ଯୋଗୁଁ ସେ ଆଉ ଖେଳିବେ ନାହିଁ ବରଂ ଖେଳରୁ ପୁରା ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି। ତେବେ ଫେବ୍ରୁଆରୀ ୧୯ ରେ ଦୁବାଇରେ ଅନୁଷ୍ଠିତ ହେବାକୁ […]

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ବଡ ଘୋଷଣା କରିଛନ୍ତି।  ଟେନିସ୍‌ରୁ ସନ୍ନ୍ୟାସ ନେବାକୁ ସେ ଘୋଷଣା କରିଛନ୍ତି। ୬ଥର ଗ୍ରାଣ୍ଡ ସ୍ଲାମ ଜିତିଥିବା ସାନିଆ ଆସନ୍ତା ଫେବ୍ରୁଆରୀ ୧୯ ତାରିଖରେ ନିଜ ଶେଷ ମ୍ୟାଚ୍ ଖେଳିବେ। ଏନେଇ ସେ ଖୋଦ୍ ସୂଚନା ଦେଇଛନ୍ତି।  ଆଣ୍ଠୁରେ ସମସ୍ୟା ଯୋଗୁଁ ସେ ଆଉ ଖେଳିବେ ନାହିଁ ବରଂ ଖେଳରୁ ପୁରା ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି। ତେବେ ଫେବ୍ରୁଆରୀ ୧୯ ରେ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଡବ୍ଲୁଟିଏ ୧୦୦୦ ଇଭେଣ୍ଟରେ ଶେଷ ଥର ପାଇଁ ଖେଳିବେ ବୋଲି ସାନିଆ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

୩୬ ବର୍ଷିୟା ସାନିଆ ଡବଲ୍ସରେ ବିଶ୍ୱର ୧ ନମ୍ବର ମାନ୍ୟତା ପାଇସାରିଛନ୍ତି। କୁହାଯାଉଛି ଯେ, ଗତବର୍ଷ ସାନିଆ ଘୋଷଣା କରିଥିଲେ ଯେ, ସେ ୨୦୨୨ ର ଶେଷରେ ଅବସର ନେବେ । ତେବେ ତାଙ୍କ ଆଣ୍ଠୁରେ ଆଘତ ଲାଗିବା ଯୋଗୁ ସେ ୟୁଏସ୍ ଓପନ୍ ଖେଳିପରିନଥିଲେ। ତେବେ ଏଭଳି ସ୍ଥିତିରେ ସାନିଆ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବେ। ଏହାପରେ ଦୁବାଇରେ ଡବ୍ଲୁଟିଏ ୧୦୦୦ ଇଭେଣ୍ଟ ଚାମ୍ପିଅନ୍‌ସିପ୍ ଖେଳି ଟେନିସ୍‌ରୁ ବିଦାୟ ନେବେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଟେନିସ୍‌ କ୍ଷେତ୍ରରେ ଅଗ୍ରଣୀ ପାଇଁ ସାନିଆଙ୍କୁ ୨୦୦୪ରେ ଅର୍ଜୁନ ପୁରସ୍କାର, ୨୦୦୬ରେ ପଦ୍ମ ଶ୍ରୀ, ୨୦୧୫ରେ ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ନାନ ଏବଂ ୨୦୧୬ରେ ପଦ୍ମ ବିଭୁଷଣରେ ସମ୍ନାନୀତ କରାଯାଇଥିଲା। ସାନିଆ ବର୍ତ୍ତମାନ ସୁଦ୍ଧା ୬ଟି ବଡ଼ ଚାମ୍ପିୟନସିପ୍‌ରେ ମେଡାଲ ଜିତି ସାରିଛନ୍ତି। ଡବଲ୍ସରେ ୨୦୧୬ ଅଷ୍ଟ୍ରେଲିଅନ୍‌ ଓପନ୍‌, ୨୦୧୫ରେ ବିମ୍ବଏଡନ୍‌ ଏବଂ ୟୁଏସ ଓପନ୍‌ ଜିତିଥିଲେ। ଏହା ସହିତ ମିକ୍ସ ଡବଲ୍ସରେ ତିନୋଟି ମେଡାଲ ଯଥା: ୨୦୦୯ର ଅଷ୍ଟ୍ରେଲିଆ ଓପନ୍, ୨୦୧୨ ଫ୍ରେଞ୍ଚ ଓପନ୍‌ ଏବଂ ୨୦୧୪ରେ ୟୁଏସ୍‌ ଓପନ୍‌ ଜିତିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର