ବର୍ଷା ଯୋଗୁ ବାତିଲ୍ ହେଲା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍

The Sakala Picture
Published On

ଓ୍ୱେଲିଂଟନ: ବର୍ଷା ଧୋଇନେଲା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ । ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ । ଏହି ସିରିଜର ପ୍ରଥମ ମ୍ୟାଚ ଆଜି ଓ୍ୱେଲିଂଟନରେ ଖେଳାଯିବାର ଥିଲା । କିନ୍ତୁ ଏହି ମ୍ୟାଚରେ ବାଧକ ସାଜିଛି ବର୍ଷା । ବର୍ଷା ଲାଗି ରହିଥିବାରୁ ପ୍ରଥମ ଟି-୨୦ ମ୍ୟାଚଟି ଗୋଟିଏ ବି ବଲ୍ ପଡ଼ିବା ବିନା ବାତିଲ ହୋଇଛି । ଭାରତୀୟ ସମୟ ଅନୁସାରେ ଦିନ ୧୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର ଥିଲା […]

ଓ୍ୱେଲିଂଟନ: ବର୍ଷା ଧୋଇନେଲା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ । ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ । ଏହି ସିରିଜର ପ୍ରଥମ ମ୍ୟାଚ ଆଜି ଓ୍ୱେଲିଂଟନରେ ଖେଳାଯିବାର ଥିଲା । କିନ୍ତୁ ଏହି ମ୍ୟାଚରେ ବାଧକ ସାଜିଛି ବର୍ଷା । ବର୍ଷା ଲାଗି ରହିଥିବାରୁ ପ୍ରଥମ ଟି-୨୦ ମ୍ୟାଚଟି ଗୋଟିଏ ବି ବଲ୍ ପଡ଼ିବା ବିନା ବାତିଲ ହୋଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତୀୟ ସମୟ ଅନୁସାରେ ଦିନ ୧୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର ଥିଲା । ହେଲେ ବର୍ଷା ନଛାଡିବା ଯୋଗୁଁ ୧ଟା ୪୫ ମିନିଟରେ ମ୍ୟାଚ ବାତିଲ ଘୋଷଣା କରାଯାଇଥିଲା । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚ ୨୦ ତାରିଖରେ ହେବାର ଅଛି । ଏହି ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି । ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କୁ ଏହି ଗସ୍ତରୁ ବିଶ୍ରାମ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଆଜିର ମ୍ୟାଚ୍‌ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ବିଶ୍ୱକପ୍‌ରୁ ଉଭୟ ଦଳ ସେମି ଫାଇନାଲରେ ପରାସ୍ତ ହେବା ପରେ ଆଜି ଦୁଇ ଟିମ୍ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥାନ୍ତେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡାୟଙ୍କ ନେତୃତ୍ୱରେ ମୌଦାନକୁ ଓହ୍ଲାଇଥାନ୍ତା ଟିମ୍ ଇଣ୍ଡିଆ। ହେଲେ ବର୍ଷା ସବୁ ବିଗାଡ଼ି ଦେଇଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର