ବିସିସିଆଇ ସଭାପତି ପଦକୁ ନେଇ ଚାଲିଥିବା ରାଜନୀତି ପ୍ରସଙ୍ଗରେ ମୁହଁ ଖୋଲିଲେ ସୌରଭ ଗାଙ୍ଗୁଲି, କହିଲେ ….

The Sakala Picture
Published On

ମୁମ୍ବଇ : ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ହାଇପ୍ରୋଫାଇଲ ସଭାପତି ପଦ ଛାଡ଼ିବା ନିଶ୍ଚିତ ହେବା ପରେ ବିବାଦ ଦେଖା ଦେବା ସହ ଚର୍ଚ୍ଚା ସୃଷ୍ଟି ହୋଇଛି। କ୍ରିକେଟର ହେବା ସହ ବୋର୍ଡ ସଭାପତି ପଦ ଅଳଙ୍କୃତ କରିବାରେ ଗାଙ୍ଗୁଲି ଭାରତର ପ୍ରଥମ ବ୍ୟକ୍ତିଥିଲେ। ସେ ବହୁତ କିଛି ବୈପ୍ଳବିକ ପରିବର୍ତ୍ତନ ଆଣିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ଏବେ ତାଙ୍କ ପଦ ଚାଲିଯାଇଛି। ନିଜ ସ୍ପଷ୍ଟବାଦିତାକୁ ନେଇ ପୂର୍ବରୁ […]

ମୁମ୍ବଇ : ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ହାଇପ୍ରୋଫାଇଲ ସଭାପତି ପଦ ଛାଡ଼ିବା ନିଶ୍ଚିତ ହେବା ପରେ ବିବାଦ ଦେଖା ଦେବା ସହ ଚର୍ଚ୍ଚା ସୃଷ୍ଟି ହୋଇଛି। କ୍ରିକେଟର ହେବା ସହ ବୋର୍ଡ ସଭାପତି ପଦ ଅଳଙ୍କୃତ କରିବାରେ ଗାଙ୍ଗୁଲି ଭାରତର ପ୍ରଥମ ବ୍ୟକ୍ତିଥିଲେ। ସେ ବହୁତ କିଛି ବୈପ୍ଳବିକ ପରିବର୍ତ୍ତନ ଆଣିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ଏବେ ତାଙ୍କ ପଦ ଚାଲିଯାଇଛି। ନିଜ ସ୍ପଷ୍ଟବାଦିତାକୁ ନେଇ ପୂର୍ବରୁ ବେଶ୍‌‌ ଚର୍ଚ୍ଚାରେ ରହିଆସୁଥିବା ଗାଙ୍ଗୁଲି ନିଜର ସ୍ୱଭାବସୁଲଭ ଢଙ୍ଗରେ ବହୁତକିଛି ଶୀଘ୍ର ପରିବର୍ତ୍ତନ କରିବାକୁ ଚାହୁଁଥିଲେ ମଧ୍ୟ ଏହି ସ୍ୱଭାବ ତାଙ୍କ ବିପକ୍ଷରେ ଯାଇଥିଲା। ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ଆଗକୁ ବଢ଼ାଯାଇ ନାହିଁ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହି ମାମଲାରେ ଏବେ ରାଜନୈତିକ ଦଳଗୁଡିକ ମୁଣ୍ଡ ପୁରାଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ଓ ତୃଣମୁଳ କଂଗ୍ରେସ (ଟିଏମ୍‌‌ସି) ଏହି ମାମଲାରେ ପରସ୍ପରକୁ କାଦୁଅ ଫିଙ୍ଗିଛନ୍ତି। ବିଜେପି ଗାଙ୍ଗୁଲିଙ୍କୁ ଅପମାନିତ କରିଛି। ଗାଙ୍ଗୁଲିଙ୍କୁ ପାର୍ଟିରେ ସାମିଲ କରିବାରେ ବିଫଳ ହେବାରୁ ବିଜେପି ଏଭଳି ଷଡ଼ଯନ୍ତ୍ର ରଚିଛି ବୋଲି ଟିଏମ୍‌‌ସି ତରଫରୁ କୁହାଯାଇଛି। ଜୟ ଶାହ ସମ୍ପାଦକ ଓ ରାଜୀବ ଶୁକ୍ଳା ଉପସଭାପତି ପଦରେ ଦ୍ୱିତୀୟଥର ପାଇଁ ସୁଯୋଗ ପାଇବେ। କିନ୍ତୁ ଗାଙ୍ଗୁଲି କାହିଁକି ପାଇବେ ନାହିଁ ସେ ନେଇ ଟିଏମ୍‌‌ସି ପ୍ରଶ୍ନ ଉଠାଇଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଗତ ଦୁଇ ଦିନ ହେବ ବିସିସିଆଇ ସଭାପତି ପଦକୁ ନେଇ ଚାଲିଥିବା ଏପରି ରାଜନୀତି ବୟାନବାଜି ଭିତରେ ଆଜି ମୁହଁ ହୋଇଛନ୍ତି ସୌରଭ ଗାଙ୍ଗୁଲି। ସେ ପରୋକ୍ଷରେ ସ୍ପଷ୍ଟ କରିଛନ୍ତି ଯେ, ସେ ବିସିସିଆଇରେ ଆଉ ଦ୍ୱିତୀୟ ଇନିଂସ ଖେଳିବେ ନାହିଁ । ସେ କହିଛନ୍ତି ଯେ, ଜଣେ ପ୍ରଶାସକ ଭାବେ ସବୁ ଦିନ ରହିବା ସମ୍ଭବପର ନୁହେଁ । କ୍ରିକେଟ ଏବଂ ପ୍ରଶାସକ ଭାବେ ମୁଁ ଏକ ବଡ ଇନିଂସ ଖେଳିଛି । ଏହା ମୋ ଜୀବନର ଏ ପର୍ଯ୍ୟନ୍ତ ସର୍ବୋତ୍ତମ ସମୟ ରହିଥିଲା ବୋଲି ଗାଙ୍ଗୁଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆଗକୁ ଆଉ କିଛି ବଡ କରିବାକୁ ହେବ । ଏଥିପାଇଁ ବହୁତ କିଛି ଦେବାକୁ ପଡିବ । ଏଥପାଇଁ ଆପଣଙ୍କୁ ଦୀର୍ଘ ଦିନ ଧରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡିବ ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିସିସିଆଇ ବୈଠକ ପୂର୍ବରୁ ଗାଙ୍ଗୁଲି ଅଧ୍ୟକ୍ଷ ଭାବେ ବିସିସିଆଇରେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ବୋଲି ଆଶା କରାଯାଉଥିଲା । ମାତ୍ର ବୈଠକରେ ତାଙ୍କ ସପକ୍ଷରେ କେହି ବାହାରିନଥିଲେ । ତାଙ୍କ ସ୍ଥାନରେ ରୋଜର ବିନ୍ନୀଙ୍କୁ ପରବର୍ତ୍ତୀ ଅଧ୍ୟକ୍ଷ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏଥିସହ ଗାଙ୍ଗୁଲି ବିସିସିଆଇରୁ ଏକ ପ୍ରକାର ଛୁଟି ହୋଇ ଯାଇଥିଲା । ଏବେ ବିସିସିଆଇର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ରୋଜର ବିନ୍ନୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ନିର୍ବାଚନରେ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବେ ବୋଲି କୁହାଯାଉଛି।

ଅନ୍ୟପଟେ ଚର୍ଚ୍ଚା ହେଉଛି ଯେ ବିରାଟ କୋହଲିଙ୍କ ସହ ମତପାର୍ଥକ୍ୟ ହେବା ଦ୍ୱାରା ତାଙ୍କ ଛବି ପ୍ରଭାବିତ ହୋଇଥିଲା। ବିସିସିଆଇ ଏହାକୁ ସହଜରେ ଗ୍ରହଣ କରିପାରିନଥିଲା। ସମ୍ପାଦକ ଜୟ ଶାହା ଓ ଏନ୍‌‌ ଶ୍ରୀନିବାସନ ଗୋଷ୍ଠୀର ସହାୟତାରେ ଗାଙ୍ଗୁଲି ସଭାପତି ପଦ ପାଇଥିଲେ। କିନ୍ତୁ ସମୟକ୍ରମେ ଏହି ଗୋଷ୍ଠୀ ସହ ତାଙ୍କର ମତଭେଦ ସୃଷ୍ଟି ହେବା ଫଳରେ ଗାଙ୍ଗୁଲିଙ୍କୁ ଶେଷରେ ପଦ ହରାଇବାକୁ ପଡ଼ିଛି ବୋଲି କୁହାଯାଇଛି।

ଆଇପିଏଲ ଅଧ୍ୟକ୍ଷ ପଦ ଯଚା ଯାଇଥିଲା

ବୋର୍ଡ କାର୍ଯ୍ୟକାରୀ ବୈଠକରେ ପୁରୁଣା ସଭାପତି ନୂଆ ସଭାପତିଙ୍କ ନାମ ସୁପାରିସ କରିବାର ନିୟମ ରହିଆସିଛି। କିନ୍ତୁ ଗାଙ୍ଗୁଲି ଏହା କରି ନଥିଲେ ଓ ପୁଣିଥରେ ନିର୍ବାଚିତ ହେବାକୁ ଚାହିଁଥିଲେ। କିନ୍ତୁ ତାଙ୍କୁ ସମର୍ଥନ ମିଳି ନଥିଲା। ଏ ନେଇ ସେ ନିଜର ଅସନ୍ତୋଷ ଛୁପାଇବାକୁ ପ୍ରୟାସ ବି କରି ନଥିଲେ। ତାଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ) ଚେୟାରମ୍ୟାନ ପଦ ଯଚାଯାଇଥିଲା। ଏହାକୁ ଡିମୋସନ ବିଚାର କରି ସେ ଏହି ପ୍ରସ୍ତାବକୁ ଗ୍ରହଣ କରି ନଥିଲେ।

ଭବିଷ୍ୟତ ନେଇ ପ୍ରଶ୍ନବାଚୀ

ଇତିମଧ୍ୟରେ ଗାଙ୍ଗୁଲିଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେ ଆଇସିସି ଅଧ୍ୟକ୍ଷ ପଦକୁ ନିର୍ବାଚିତ ହେବେ ବୋଲି ଆକଳନ କରାଯାଉଛି। କିନ୍ତୁ ବିସିସିଆଇରେ ଏ ନେଇ କୌଣସି ବିଚାର ଆଲୋଚନା ଚାଲିନାହିଁ ବୋଲି ବିଶ୍ୱସ୍ତସୁତ୍ରରୁ ଜଣାଯାଇଛି। ଆସନ୍ତା ୨୦ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ବିସିସିଆଇ ଗାଙ୍ଗୁଲିଙ୍କୁ ଆଇସିସି ଅଧ୍ୟକ୍ଷ କରାଇବାକୁ ଚାହୁଁନାହିଁ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର