ଭାରତର ବିସ୍ଫୋରକ ବ୍ଯାଟିଂ: ଦ. ଆଫ୍ରିକାକୁ ୨୩୮ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

The Sakala Picture
Published On

ଗୌହାଟି: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସିରିଜ୍‌ର ଦ୍ଵିତୀୟ ଟି-୨୦ ମ୍ୟାଚ୍ ଆଜି ଖେଳାଯାଉଛି। ଆଜିର ମୁକାବିଲାରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରି  ୨୩୭ ରନ କରିିଛି। ଦକ୍ଷିଣ ଆଫ୍ରିକା ଏହି ମ୍ଯାଚକୁ ଜିତିବାକୁ ହେଲେ ୨୩୮ ରନର ଆବଶ୍ୟକତା ରହିଛି। ଭରତ ପକ୍ଷରୁ କେଏଲ ରାହୁଲ ଓ  ଅଧିନାୟକ ରୋହିତ ଶର୍ମା ପାରିକୁ ଆରମ୍ଭ କରିଥିଲେ। ରୋହିତ ଶର୍ମା ୩୭ ବଲରେ ୪୩ […]

ଗୌହାଟି: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସିରିଜ୍‌ର ଦ୍ଵିତୀୟ ଟି-୨୦ ମ୍ୟାଚ୍ ଆଜି ଖେଳାଯାଉଛି। ଆଜିର ମୁକାବିଲାରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରି  ୨୩୭ ରନ କରିିଛି। ଦକ୍ଷିଣ ଆଫ୍ରିକା ଏହି ମ୍ଯାଚକୁ ଜିତିବାକୁ ହେଲେ ୨୩୮ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭରତ ପକ୍ଷରୁ କେଏଲ ରାହୁଲ ଓ  ଅଧିନାୟକ ରୋହିତ ଶର୍ମା ପାରିକୁ ଆରମ୍ଭ କରିଥିଲେ। ରୋହିତ ଶର୍ମା ୩୭ ବଲରେ ୪୩ ରନ କରି ଆଉଟ ହୋଇଥିଲେ। ଏହା ପରେ କେଏଲ ରାହୁଲ ୨୮ ବଲରେ ୫୭ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ସୂର୍ଯ୍ଯକୁମାର ଯାଦବ ସମ୍ଭାଳିଥିଲେ। ସୂର୍ଯ୍ଯକୁମାର ଯାଦବ ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। ମାତ୍ର ୧୮ ବଲ ଖେଳି ଅର୍ଦ୍ଧ ଶତକ ହାସଲ କରିଥିଲ। ଏହି ଅର୍ଦ୍ଧ ଶତକୀୟ ଇଂନିସରେ ସୂର୍ଯ୍ଯକୁମାର ୫ଟି ଚୌକା ଓ ୫ଟି ଛକା ମାରିଥିଲେ।  ସୂର୍ଯ୍ଯକୁମାର ଯାଦବ ୨୨ ବଲରେ ୬୨ ରନ କରି ରନ ଆଉଟ ହୋଇଥିଲେ। ପରେ ଦିନେଶ କାର୍ତ୍ତିକ ଆସି ବିରାଟ କୋହଲିଙ୍କ ସହ ପାରିକୁ ସମ୍ଭାଳିଥିଲେ। ଦିନେଶ କାର୍ତ୍ତିକ ୭ ବଲରେ ୧୭ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ୨୮ ବଲରେ ୪୯ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଦକ୍ଷିଣ ଆଫ୍ରିକା ପକ୍ଷରୁ , କେଶବ ମହାରାଜ ୨ଟି ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp