ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଅଲିମ୍ପିକ୍‍ ବିଜେତା ଲଭଲିନା, ଟ୍ରେନିଂ ପୂର୍ବରୁ ତାଙ୍କ କୋଚ୍‍ଙ୍କୁ ବାରମ୍ବାର ପରିବର୍ତ୍ତନକୁ ନେଇ ଅସନ୍ତୋଷ

The Sakala Picture
Published On

ନୂଆଦିଲ୍ଲୀ: ଅଲିମ୍ପିକ୍‍ କାଂସ୍ୟ ପଦକ ବିଜେତା ବକ୍ସର ଲଭଲିନା ବୋରୋଗୋହାଇଁ କର୍ମକର୍ତ୍ତାଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମରେ ପହଞ୍ଚିବା ପରେ ଆଣିଛନ୍ତି। ଏହାକୁ ନେଇ ଭାରତୀୟ କ୍ରୀଡ଼ା ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି। କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଘଟଣା ସମ୍ପର୍କରେ ଜାଣିବା ପରେ ଲଭଲିନାଙ୍କ ବ୍ୟକ୍ତିଗତ କୋଚ୍‍ଙ୍କ ଲାଗି ତୁରନ୍ତ ସ୍ୱୀକୃତିପତ୍ର ଯୋଗାଡ କରି ବର୍ମିଂହାମ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲଭଲିନାଙ୍କ ଅଭିଯୋଗ ହେଲା, ଟ୍ରେନିଂ […]

ନୂଆଦିଲ୍ଲୀ: ଅଲିମ୍ପିକ୍‍ କାଂସ୍ୟ ପଦକ ବିଜେତା ବକ୍ସର ଲଭଲିନା ବୋରୋଗୋହାଇଁ କର୍ମକର୍ତ୍ତାଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମରେ ପହଞ୍ଚିବା ପରେ ଆଣିଛନ୍ତି। ଏହାକୁ ନେଇ ଭାରତୀୟ କ୍ରୀଡ଼ା ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି। କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଘଟଣା ସମ୍ପର୍କରେ ଜାଣିବା ପରେ ଲଭଲିନାଙ୍କ ବ୍ୟକ୍ତିଗତ କୋଚ୍‍ଙ୍କ ଲାଗି ତୁରନ୍ତ ସ୍ୱୀକୃତିପତ୍ର ଯୋଗାଡ କରି ବର୍ମିଂହାମ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଲଭଲିନାଙ୍କ ଅଭିଯୋଗ ହେଲା, ଟ୍ରେନିଂ ଆରମ୍ଭ କରିବା ପୂର୍ବରୁ ତାଙ୍କ କୋଚ୍‍ଙ୍କୁ ବାରମ୍ବାର ପରିବର୍ତ୍ତନ କରାଯାଉଛି। ଯେଉଁ କୋଚ୍‍ ଦୁଇଜଣ ମୋତେ ଅଲିମ୍ପିକ୍ସରେ ମେଡାଲ ଜିତିବାରେ ସହାୟତା କରିଥିଲେ, ସେମାନଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ପ୍ରସ୍ତୁତିରୁ ବାହାର କରିଦିଆଯାଇଛି। ଅଲିମ୍ପିକ୍ସ ପରେ ଏଭଳି ଦ୍ୱିତୀୟଥର ହୋଇଛି ଓ ଏହା ଯୋଗୁଁ ବିଶ୍ୱ ଚାମ୍ପିଅନ୍‍ସିପ୍‍ରେ ଏହାର ପ୍ରଭାବ ପଡ଼ିଥିଲା। ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଜୋରଦାର ପ୍ରସ୍ତୁତି ଚାଲିଥିଲାବେଳେ ତାଙ୍କର ଦୁଇଜଣ ଯାକ ନିୟମିତ କୋଚ୍‍ଙ୍କୁ ସ୍ୱଦେଶ ପଠାଇ ଦିଆଯାଇଛି। ଯାହା ଫଳରେ ତାଙ୍କ ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଛି। ମୋର ଦୁଇ କୋଚ୍‍ ତଥା ସନ୍ଧ୍ୟା ଗୁରୁଙ୍ଗ ଓ ରାଫାଏଲ ବେର୍ଗାମସ୍କୋଙ୍କୁ ଟ୍ରେନିଂ ବେଳେ କ୍ୟାମ୍ପ୍‍କୁ ଡକାଯାଇ ନଥିଲା। ସେମାନଙ୍କୁ ମୋର ପ୍ରସ୍ତୁତିରେ ସହାୟତା କରିବାକୁ ସୁଯୋଗ ଦେବା ସକାଶେ ବାରମ୍ବାର ହାତଯୋଡ଼ି ନିବେଦନ କରିଥିଲେ ମଧ୍ୟ ତାହାକୁ କେହି କର୍ଣ୍ଣପାତ କରି ନଥିଲେ। ଏଭଳି ମାନସିକ ନିର୍ଯାତନା ଫଳରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଶ୍ଚିତ ପ୍ରଭାବ ପକାଇବ ବୋଲି ଏହି ବକ୍ସର କହିଛନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp