ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ସାଉଥ ଆଫ୍ରିକାକୁ ୧-୦ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଆର୍ଜେଣ୍ଟିନା

The Sakala Picture
Published On

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଥିବା ହକି ବିଶ୍ଵକପର ପ୍ରଥମ ମ୍ୟାଚ୍ ଶେଷ ହୋଇଛି । ଆଜିର ପ୍ରଥମ ମ୍ୟାଚରେ ଶେଷ ହୋଇଥିଲେ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଟିମ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଜିତିଛି । ଉଭୟ ଦଳ ମଧ୍ୟରେ କଡା ଟକ୍କର ହେଇଥିଲେ ବି ତୃତୀୟ ହାଫରେ ଆର୍ଜେଣ୍ଟିନା ଦଳ ସାଉଥ୍ ଆଫ୍ରିକାକୁ ଗୋଟିଏ ଗୋଲ ଦେଇଥିଲା। ‘ହକି ବିଶ୍ୱକପ ୨୦୨୩’ର ପ୍ରଥମ ମ୍ୟାଚ […]

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଥିବା ହକି ବିଶ୍ଵକପର ପ୍ରଥମ ମ୍ୟାଚ୍ ଶେଷ ହୋଇଛି । ଆଜିର ପ୍ରଥମ ମ୍ୟାଚରେ ଶେଷ ହୋଇଥିଲେ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଟିମ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଜିତିଛି । ଉଭୟ ଦଳ ମଧ୍ୟରେ କଡା ଟକ୍କର ହେଇଥିଲେ ବି ତୃତୀୟ ହାଫରେ ଆର୍ଜେଣ୍ଟିନା ଦଳ ସାଉଥ୍ ଆଫ୍ରିକାକୁ ଗୋଟିଏ ଗୋଲ ଦେଇଥିଲା। ‘ହକି ବିଶ୍ୱକପ ୨୦୨୩’ର ପ୍ରଥମ ମ୍ୟାଚ ଜିତି ଆର୍ଜେଣ୍ଟିନା ତା’ର ବିଜୟ ଅଭିଯାନ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ପରବର୍ତୀ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହେବ। ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ୩ ଥର ବିଶ୍ୱ ବିଜୟୀ ହୋଇସାରିଛି। ହକି ମହାକୁମ୍ଭର ଦମଦାର ଉଦଘାଟନୀ ଉତ୍ସବ ପରେ ଆଜିଠୁ ଆରମ୍ଭ ହୋଇଛି ଏହି ମେଗା ଟୁର୍ଣ୍ଣାମେଣ୍ଟ। ଅନ୍ୟପଟେ ଆଜି ସନ୍ଧ୍ୟା ୭ଟାରେ ରାଉରକେଲାର ନୂଆ ସର୍ବବୃହତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ- ସ୍ପେନ ମ୍ୟାଚ୍‌ ଥିବାରୁ ଖେଳ ଦେଖିବାକୁ ସହରବାସୀଙ୍କ ମଧ୍ୟରେ ରହିଛି ନାହିଁ ନଥିବା ଉତ୍କଣ୍ଠା। ଖେଳକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ‌ହୋଇଛି। ଦର୍ଶକଙ୍କ ସୁରକ୍ଷା, ଟ୍ରାଫିକ୍‌ ନିୟନ୍ତ୍ରଣ ସହ ଅନ୍ୟାନ୍ୟ ବ୍ୟବସ୍ଥାକୁ ଜିଲ୍ଲା ପୁଲିସ ଗୁରୁତ୍ବ ଦେଇଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

13 Jan 2023 By The Sakala

ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ସାଉଥ ଆଫ୍ରିକାକୁ ୧-୦ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଆର୍ଜେଣ୍ଟିନା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଥିବା ହକି ବିଶ୍ଵକପର ପ୍ରଥମ ମ୍ୟାଚ୍ ଶେଷ ହୋଇଛି । ଆଜିର ପ୍ରଥମ ମ୍ୟାଚରେ ଶେଷ ହୋଇଥିଲେ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଟିମ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଜିତିଛି । ଉଭୟ ଦଳ ମଧ୍ୟରେ କଡା ଟକ୍କର ହେଇଥିଲେ ବି ତୃତୀୟ ହାଫରେ ଆର୍ଜେଣ୍ଟିନା ଦଳ ସାଉଥ୍ ଆଫ୍ରିକାକୁ ଗୋଟିଏ ଗୋଲ ଦେଇଥିଲା। ‘ହକି ବିଶ୍ୱକପ ୨୦୨୩’ର ପ୍ରଥମ ମ୍ୟାଚ ଜିତି ଆର୍ଜେଣ୍ଟିନା ତା’ର ବିଜୟ ଅଭିଯାନ ଆରମ୍ଭ କରିଛି ।

ପରବର୍ତୀ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହେବ। ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ୩ ଥର ବିଶ୍ୱ ବିଜୟୀ ହୋଇସାରିଛି। ହକି ମହାକୁମ୍ଭର ଦମଦାର ଉଦଘାଟନୀ ଉତ୍ସବ ପରେ ଆଜିଠୁ ଆରମ୍ଭ ହୋଇଛି ଏହି ମେଗା ଟୁର୍ଣ୍ଣାମେଣ୍ଟ। ଅନ୍ୟପଟେ ଆଜି ସନ୍ଧ୍ୟା ୭ଟାରେ ରାଉରକେଲାର ନୂଆ ସର୍ବବୃହତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ- ସ୍ପେନ ମ୍ୟାଚ୍‌ ଥିବାରୁ ଖେଳ ଦେଖିବାକୁ ସହରବାସୀଙ୍କ ମଧ୍ୟରେ ରହିଛି ନାହିଁ ନଥିବା ଉତ୍କଣ୍ଠା। ଖେଳକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ‌ହୋଇଛି। ଦର୍ଶକଙ୍କ ସୁରକ୍ଷା, ଟ୍ରାଫିକ୍‌ ନିୟନ୍ତ୍ରଣ ସହ ଅନ୍ୟାନ୍ୟ ବ୍ୟବସ୍ଥାକୁ ଜିଲ୍ଲା ପୁଲିସ ଗୁରୁତ୍ବ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର