ପ୍ରେମିକ ପାଇଁ ପହଁରି ପହଁରି ବାଂଲାଦେଶରୁ ଭାରତ ଆସିଲେ ଯୁବତୀ

The Sakala Picture
Published On

ପ୍ରେମ ମାନେନା ସୀମା ସରହଦ। ଏହାକୁ ସତ କରି ଦେଖାଇଛନ୍ତି ବାଂଲାଦେଶର ଜଣେ ଯୁବତୀ। ସେ ତାଙ୍କର ପ୍ରେମିକକୁ ବିବାହ କରିବା ପାଇଁ ବାଂଲାଦେଶରୁ ପହଁରି ପହଁରି ଭାରତରେ ପହଞ୍ଚିଛନ୍ତି। ଏଭଳି ଏକ ଖବର ଆଶ୍ଚର୍ଯ୍ୟଜନକ ହୋଇଥିଲେ ମଧ୍ୟ ସତ। ଏହି ଯୁବତୀଙ୍କ ନାମ କ୍ରୀଷ୍ଣା ମଣ୍ଡଳ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼କଥା ହେଉଛି, କ୍ରୀଷ୍ଣା ବିପଦପୂର୍ଣ୍ଣ ସୁନ୍ଦରବନ ଅଞ୍ଚଳକୁ ଅତିକ୍ରମ କରି ଭାରତକୁ ଅବୈଧ ରୂପରେ ପ୍ରବେଶ କରି ନିୟମ ଭାଙ୍ଗିଛନ୍ତି। କୃଷ୍ଣାଙ୍କ ପ୍ରେମିକଙ୍କ ନାମ […]

ପ୍ରେମ ମାନେନା ସୀମା ସରହଦ। ଏହାକୁ ସତ କରି ଦେଖାଇଛନ୍ତି ବାଂଲାଦେଶର ଜଣେ ଯୁବତୀ। ସେ ତାଙ୍କର ପ୍ରେମିକକୁ ବିବାହ କରିବା ପାଇଁ ବାଂଲାଦେଶରୁ ପହଁରି ପହଁରି ଭାରତରେ ପହଞ୍ଚିଛନ୍ତି। ଏଭଳି ଏକ ଖବର ଆଶ୍ଚର୍ଯ୍ୟଜନକ ହୋଇଥିଲେ ମଧ୍ୟ ସତ। ଏହି ଯୁବତୀଙ୍କ ନାମ କ୍ରୀଷ୍ଣା ମଣ୍ଡଳ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼କଥା ହେଉଛି, କ୍ରୀଷ୍ଣା ବିପଦପୂର୍ଣ୍ଣ ସୁନ୍ଦରବନ ଅଞ୍ଚଳକୁ ଅତିକ୍ରମ କରି ଭାରତକୁ ଅବୈଧ ରୂପରେ ପ୍ରବେଶ କରି ନିୟମ ଭାଙ୍ଗିଛନ୍ତି। କୃଷ୍ଣାଙ୍କ ପ୍ରେମିକଙ୍କ ନାମ ଅଭିକ୍‌ ମଣ୍ଡଳ।

ଆହୁରି ପଢ଼ନ୍ତୁ: ଇପିଏଫଓର ବଡ଼ ନିଷ୍ପତ୍ତି: ଏଣିକି ଅଟୋମେଟିକ୍ ହେବ ଫାଇନାଲ୍ ପିଏଫ୍ ଉଠାଣ ଓ ଆକାଉଣ୍ଟ ଟ୍ରାନ୍ସଫର ପ୍ରକ୍ରିୟା

କ୍ରୀଷ୍ଣା -ଅଭିକ୍‌ଙ୍କର ସାକ୍ଷାତ ପ୍ରଥମେ ଫେସ୍‌ବୁକ୍‌ରେ ହୋଇଥିଲା। ପରେ ତାହା ପ୍ରେମରେ ପରିଣତ ହୋଇଯାଇଥିଲା। ତେଣୁ କ୍ରୀଷ୍ଣା ଅଭିକ୍‌ଙ୍କ ସହିତ ସାକ୍ଷାତ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କ ପାଖରେ ପାସ୍‌ପୋର୍ଟ ନ ଥିବାରୁ ସେ ପହଁରିକି ଭାରତ ଆସିବେ ବୋଲି ସ୍ଥିର କଲେ। ତାଙ୍କର ଏହି ଦୁଃସାହସିକ ଲକ୍ଷ୍ୟ ପୂରଣ ହେଲା ଏବଂ ସେ ତାଙ୍କ ପ୍ରେମିକ ଅଭିକ୍‌ଙ୍କୁ ଦେଖାକଲେ। ଶେଷରେ କୋଲକାତାର କାଲିଘାଟ ମନ୍ଦିରରେ ଅଭିକ୍‌ଙ୍କ ସହିତ କ୍ରୀଷ୍ଣା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଭାରତରେ ଅବୈଧ ପ୍ରବେଶ ପାଇଁ କ୍ରୀଷ୍ଣାଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି ଏବଂ ଏହି ମାମଲା ‘ବାଂଲାଦେଶ ହାଇ କମିସନ୍‌’କୁ ହସ୍ତାନ୍ତର କରାଯିବ।

ଆହୁରି ପଢ଼ନ୍ତୁ: ଚାଣକ୍ୟ ନୀତି: ନିଜର ଆତ୍ମସମ୍ମାନ ଓ ସୁରକ୍ଷା ପାଇଁ କାହିଁକି ଆବଶ୍ୟକ କଠୋରତା? ଜାଣନ୍ତୁ ଆଚାର୍ଯ୍ୟଙ୍କ ମତ

04 Jun 2022 By The Sakala

ପ୍ରେମିକ ପାଇଁ ପହଁରି ପହଁରି ବାଂଲାଦେଶରୁ ଭାରତ ଆସିଲେ ଯୁବତୀ

ପ୍ରେମ ମାନେନା ସୀମା ସରହଦ। ଏହାକୁ ସତ କରି ଦେଖାଇଛନ୍ତି ବାଂଲାଦେଶର ଜଣେ ଯୁବତୀ। ସେ ତାଙ୍କର ପ୍ରେମିକକୁ ବିବାହ କରିବା ପାଇଁ ବାଂଲାଦେଶରୁ ପହଁରି ପହଁରି ଭାରତରେ ପହଞ୍ଚିଛନ୍ତି। ଏଭଳି ଏକ ଖବର ଆଶ୍ଚର୍ଯ୍ୟଜନକ ହୋଇଥିଲେ ମଧ୍ୟ ସତ। ଏହି ଯୁବତୀଙ୍କ ନାମ କ୍ରୀଷ୍ଣା ମଣ୍ଡଳ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼କଥା ହେଉଛି, କ୍ରୀଷ୍ଣା ବିପଦପୂର୍ଣ୍ଣ ସୁନ୍ଦରବନ ଅଞ୍ଚଳକୁ ଅତିକ୍ରମ କରି ଭାରତକୁ ଅବୈଧ ରୂପରେ ପ୍ରବେଶ କରି ନିୟମ ଭାଙ୍ଗିଛନ୍ତି। କୃଷ୍ଣାଙ୍କ ପ୍ରେମିକଙ୍କ ନାମ ଅଭିକ୍‌ ମଣ୍ଡଳ।

କ୍ରୀଷ୍ଣା -ଅଭିକ୍‌ଙ୍କର ସାକ୍ଷାତ ପ୍ରଥମେ ଫେସ୍‌ବୁକ୍‌ରେ ହୋଇଥିଲା। ପରେ ତାହା ପ୍ରେମରେ ପରିଣତ ହୋଇଯାଇଥିଲା। ତେଣୁ କ୍ରୀଷ୍ଣା ଅଭିକ୍‌ଙ୍କ ସହିତ ସାକ୍ଷାତ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କ ପାଖରେ ପାସ୍‌ପୋର୍ଟ ନ ଥିବାରୁ ସେ ପହଁରିକି ଭାରତ ଆସିବେ ବୋଲି ସ୍ଥିର କଲେ। ତାଙ୍କର ଏହି ଦୁଃସାହସିକ ଲକ୍ଷ୍ୟ ପୂରଣ ହେଲା ଏବଂ ସେ ତାଙ୍କ ପ୍ରେମିକ ଅଭିକ୍‌ଙ୍କୁ ଦେଖାକଲେ। ଶେଷରେ କୋଲକାତାର କାଲିଘାଟ ମନ୍ଦିରରେ ଅଭିକ୍‌ଙ୍କ ସହିତ କ୍ରୀଷ୍ଣା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଭାରତରେ ଅବୈଧ ପ୍ରବେଶ ପାଇଁ କ୍ରୀଷ୍ଣାଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି ଏବଂ ଏହି ମାମଲା ‘ବାଂଲାଦେଶ ହାଇ କମିସନ୍‌’କୁ ହସ୍ତାନ୍ତର କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp