ଜାଣନ୍ତୁ ବାସ୍ତୁ ନିୟମ ଅନୁସାରେ ଘରର କେଉଁ କାନ୍ଥରେ ଲଗାଇବେ କାହାର ଫଟୋ….

The Sakala Picture
Published On

ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ବସ୍ତୁ ପାଇଁ ବିଶେଷ ଦିଗ ନିର୍ଦ୍ଧାରିତ କରାଯାଇଛି। ଏହି ଧାରାରେ ଫଟୋଫ୍ରେମ୍‌ ଲଗାଇବା ପାଇଁ ମଧ୍ୟ ବାସ୍ତୁ ନିୟମ ଅଛି। ଫଟୋ ଫ୍ରେମ୍‌ ଘରର ଶୋଭା ବୃଦ୍ଧି କରିଥାଏ। ତେବେ କେଉଁ କାନ୍ଥରେ କାହାର ଫଟୋ ଫ୍ରେମ୍‌ ଲଗାଇବେ, ସେ ସମ୍ପର୍କିତ କିଛି ନିୟମ ହେଉଛି … ପରିବାର ସଦସ୍ୟଙ୍କ ଫଟୋ ଲଗାଇବା ପାଇଁ ଘରର ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ ଦିଗ ସବୁଠାରୁ ଉତ୍କୃଷ୍ଟ। ଏଭଳି କରିବା ଦ୍ବାରା ସଦସ୍ୟଙ୍କ ଭିତରେ ସ୍ନେହଶ୍ରଦ୍ଧା […]

ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ବସ୍ତୁ ପାଇଁ ବିଶେଷ ଦିଗ ନିର୍ଦ୍ଧାରିତ କରାଯାଇଛି। ଏହି ଧାରାରେ ଫଟୋଫ୍ରେମ୍‌ ଲଗାଇବା ପାଇଁ ମଧ୍ୟ ବାସ୍ତୁ ନିୟମ ଅଛି। ଫଟୋ ଫ୍ରେମ୍‌ ଘରର ଶୋଭା ବୃଦ୍ଧି କରିଥାଏ। ତେବେ କେଉଁ କାନ୍ଥରେ କାହାର ଫଟୋ ଫ୍ରେମ୍‌ ଲଗାଇବେ, ସେ ସମ୍ପର୍କିତ କିଛି ନିୟମ ହେଉଛି …

  • ପରିବାର ସଦସ୍ୟଙ୍କ ଫଟୋ ଲଗାଇବା ପାଇଁ ଘରର ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ ଦିଗ ସବୁଠାରୁ ଉତ୍କୃଷ୍ଟ। ଏଭଳି କରିବା ଦ୍ବାରା ସଦସ୍ୟଙ୍କ ଭିତରେ ସ୍ନେହଶ୍ରଦ୍ଧା ବୃଦ୍ଧି ପାଇଥାଏ।

  • ଉତ୍ତର, ପୂର୍ବ ଓ ଉତ୍ତର ପୂର୍ବ ଦିଗରେ ବନ୍ଧୁବାନ୍ଧବଙ୍କ ଫଟୋ ମଧ୍ୟ ରଖିପାରିବେ।

  • ଯଦି ପରିବାର ମଧ୍ୟରେ ସବୁବେଳେ କଳହ କିମ୍ବା ଅଶାନ୍ତି ଲାଗି ରହୁଛି, ତେବେ ପ୍ରତ୍ୟେକ ସଦସ୍ୟଙ୍କର ଏକ ଫ୍ୟାମିଲି ଫଟୋ ପୂର୍ବ ଦିଗ କାନ୍ଥରେ ଲଗାନ୍ତୁ।

  • ଦମ୍ପତି ନିଜର ଫଟୋକୁ ଗୋଟିଏ ଫ୍ରେମ୍‌ରେ ଲଗାନ୍ତୁ। ଭିନ୍ନ ଭିନ୍ନ ଫ୍ରେମ୍‌ରେ ଲଗାଇବା ଅଶୁଭ ହୋଇଥାଏ।

  • ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଘରେ ରାଧାକୃଷ୍ଣଙ୍କ ଫଟୋ ଲଗାନ୍ତୁ।

  • ଘରର ଦକ୍ଷିଣ, ପଶ୍ଚିମ, ଓ ଦକ୍ଷିଣ-ପଶ୍ଚିମ ଦିଗରେ ମୃତ ପରିଜନଙ୍କ ଫଟୋ ଲଗାନ୍ତୁ।

  • ରୋଷେଇ ଘରେ ମା’ ଅନ୍ନପୂର୍ଣ୍ଣାଙ୍କ ଫଟୋ ରଖିବା ଉଚିତ। କିନ୍ତୁ ଯଦି ରୋଷେଇ ଘର ଆଗ୍ନେୟ କୋଣରେ ନାହିଁ, ତେବେ ଋଷିମୁନିଙ୍କ କୌଣସି ଫଟୋ ଲଗାନ୍ତୁ।

  • ଘରର ଯେ କୌଣସି କୋଠରି ହେଉନା କାହିଁକି, ସେଠାରେ ଯୁଦ୍ଧ ପ୍ରସଙ୍ଗ, ମହାଭାରତ, ରାମାୟଣ, କ୍ରୋଧ, ବୈରାଗ୍ୟ, ଭୟାନକ, ବୀଭତ୍ସ, ଅକାଳ, ଶୁଖି ଯାଇଥିବା ଗଛ ଓ କାନ୍ଦୁଥିବା ଶିଶୁର ଫଟୋ ଲଗାନ୍ତୁ ନାହିଁ।

  • ଧନଲାଭ ପାଇଁ ଉତ୍ତର ଦିଗରେ ମା’ ଲକ୍ଷ୍ମୀ ଓ କୁବେରଙ୍କ ଫଟୋ ଲଗାନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp