ହାତରେ ପିନ୍ଧି ହେବ ସାନିଟାଇଜର

The Sakala Picture
Published On

ସମ୍ପ୍ରତି କରୋନା କାଳରେ ସାନିଟାଇଜରର ଚାହିଦା ବୃଦ୍ଧି ପାଇଛି। ତେବେ ଏବେ ସାନିଟାଇଜରକୁ ପକେଟ୍ କିମ୍ବା ବ୍ୟାଗ୍‌ରେ ରଖିବାକୁ ପଡ଼ିବ ନାହିଁ। ଏଣିକି ହାତରେ ବି ଘଣ୍ଟା ଭଳି ସାନିଟାଇଜରକୁ ପିନ୍ଧା ଯାଇପାରିବ। ଯଦିଓ ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି, ତଥାପି ଏହା ସତ। ରାଜସ୍ଥାନ ଝାଲାୱାର ଜିଲ୍ଲାର ଇଞ୍ଜିନିୟରିଂ ଛାତ୍ର ଅୟାଜ୍ ଶେଖ୍ ଏଭଳି ଏକ କାରନାମା କରି ଦେଖାଇଛନ୍ତି। ୨୫ ବର୍ଷୀୟ ଅୟାଜ୍‌ ଏହାର ନାଁ ରଖିଛନ୍ତି ‘କୋ-ରକ୍ଷକ ବ୍ୟାଣ୍ଡ୍’। ଅୟାଜ୍‌ଙ୍କ ମାଆ […]

ସମ୍ପ୍ରତି କରୋନା କାଳରେ ସାନିଟାଇଜରର ଚାହିଦା ବୃଦ୍ଧି ପାଇଛି। ତେବେ ଏବେ ସାନିଟାଇଜରକୁ ପକେଟ୍ କିମ୍ବା ବ୍ୟାଗ୍‌ରେ ରଖିବାକୁ ପଡ଼ିବ ନାହିଁ। ଏଣିକି ହାତରେ ବି ଘଣ୍ଟା ଭଳି ସାନିଟାଇଜରକୁ ପିନ୍ଧା ଯାଇପାରିବ। ଯଦିଓ ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି, ତଥାପି ଏହା ସତ। ରାଜସ୍ଥାନ ଝାଲାୱାର ଜିଲ୍ଲାର ଇଞ୍ଜିନିୟରିଂ ଛାତ୍ର ଅୟାଜ୍ ଶେଖ୍ ଏଭଳି ଏକ କାରନାମା କରି ଦେଖାଇଛନ୍ତି। ୨୫ ବର୍ଷୀୟ ଅୟାଜ୍‌ ଏହାର ନାଁ ରଖିଛନ୍ତି ‘କୋ-ରକ୍ଷକ ବ୍ୟାଣ୍ଡ୍’। ଅୟାଜ୍‌ଙ୍କ ମାଆ ଜଣେ ସ୍ବାସ୍ଥ୍ୟକର୍ମୀ। ତାଙ୍କ ମାଆ ଯେପରି ଭୂତାଣୁ ଦ୍ବାରା ସଂକ୍ରମିତ ନ ହେବେ ତଥା ସଂକ୍ରମଣରୁ ସୁରକ୍ଷିତ ରହିବେ, ତାହାକୁ ଦୃଷ୍ଟିରେ ରଖି ଏଇ ଗ୍ୟାଜେଟ୍ ବିକଶିତ କରିଥିବା କଥା କହିଛନ୍ତି ଅୟାଜ୍। ଝାଲାୱାରର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ମତରେ, ତାଙ୍କ ବିଭାଗ ୬୦୦ ୟୁନିଟ୍ କୋ-ରକ୍ଷକ ବ୍ୟାଣ୍ଡ୍ କିଣିଛି। ଏହା ସହ ସରକାରୀ ହସ୍‌ପିଟାଲରେ କାମ କରୁଥିବା ନର୍ସମାନେ ମଧ୍ୟ ଏହାକୁ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଉକ୍ତ ସାନିଟାଇଜରରେ ୧୫ ଏମଏଲ ପର୍ଯ୍ୟନ୍ତ ସାନିଟାଇଜର ଭର୍ତ୍ତି କରାଯାଇପାରିବ। ତେବେ ସାନିଟାଇଜର ଭର୍ତ୍ତି ହେବା ପରେ ଏହାର ଓଜନ ହୋଇଯାଏ ୩୦ ଗ୍ରାମ୍‌। ସେହିପରି ବ୍ୟାଣ୍ଡ୍‌ଟିର ଚଉଡ଼ା ଦୁଇ ଇଞ୍ଚ ଓ ଲମ୍ବ ଗୋଟିଏ ଇଞ୍ଚ୍‌। ଷ୍ଟାଟଅପ୍‌ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେଉଥିବା ‘ଆଇ ଷ୍ଟାର୍ଟଅପ୍’ ଅଧୀନରେ ଏହାକୁ ପଞ୍ଜୀକୃତ କରାଯାଇଛି। ଏପରିକି ଡିଭାଇସର ପେଟେଣ୍ଟ ଲାଗି ଆବେଦନ କରିଥିବା କହିଛନ୍ତି ଅୟାଜ୍। ଅବଶ୍ୟ ଏହାକୁ ଏବେ ଇ-କମର୍ସରେ ବିକ୍ରି କରାଯାଉଛି। ଚାରିଥର ଏହି ଡିଭାଇସ୍‌କୁ ବିକଶିତ କରିବାରେ ବିଫଳ ହେବା ପରେ ଜାନୁୟାରୀରେ ସେ ଏଥିରେ ସଫଳ ହୋଇଥିବା କହିଛନ୍ତି ଅୟାଜ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

30 Jul 2021 By The Sakala

ହାତରେ ପିନ୍ଧି ହେବ ସାନିଟାଇଜର

ସମ୍ପ୍ରତି କରୋନା କାଳରେ ସାନିଟାଇଜରର ଚାହିଦା ବୃଦ୍ଧି ପାଇଛି। ତେବେ ଏବେ ସାନିଟାଇଜରକୁ ପକେଟ୍ କିମ୍ବା ବ୍ୟାଗ୍‌ରେ ରଖିବାକୁ ପଡ଼ିବ ନାହିଁ। ଏଣିକି ହାତରେ ବି ଘଣ୍ଟା ଭଳି ସାନିଟାଇଜରକୁ ପିନ୍ଧା ଯାଇପାରିବ। ଯଦିଓ ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି, ତଥାପି ଏହା ସତ। ରାଜସ୍ଥାନ ଝାଲାୱାର ଜିଲ୍ଲାର ଇଞ୍ଜିନିୟରିଂ ଛାତ୍ର ଅୟାଜ୍ ଶେଖ୍ ଏଭଳି ଏକ କାରନାମା କରି ଦେଖାଇଛନ୍ତି। ୨୫ ବର୍ଷୀୟ ଅୟାଜ୍‌ ଏହାର ନାଁ ରଖିଛନ୍ତି ‘କୋ-ରକ୍ଷକ ବ୍ୟାଣ୍ଡ୍’। ଅୟାଜ୍‌ଙ୍କ ମାଆ ଜଣେ ସ୍ବାସ୍ଥ୍ୟକର୍ମୀ। ତାଙ୍କ ମାଆ ଯେପରି ଭୂତାଣୁ ଦ୍ବାରା ସଂକ୍ରମିତ ନ ହେବେ ତଥା ସଂକ୍ରମଣରୁ ସୁରକ୍ଷିତ ରହିବେ, ତାହାକୁ ଦୃଷ୍ଟିରେ ରଖି ଏଇ ଗ୍ୟାଜେଟ୍ ବିକଶିତ କରିଥିବା କଥା କହିଛନ୍ତି ଅୟାଜ୍। ଝାଲାୱାରର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ମତରେ, ତାଙ୍କ ବିଭାଗ ୬୦୦ ୟୁନିଟ୍ କୋ-ରକ୍ଷକ ବ୍ୟାଣ୍ଡ୍ କିଣିଛି। ଏହା ସହ ସରକାରୀ ହସ୍‌ପିଟାଲରେ କାମ କରୁଥିବା ନର୍ସମାନେ ମଧ୍ୟ ଏହାକୁ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଉକ୍ତ ସାନିଟାଇଜରରେ ୧୫ ଏମଏଲ ପର୍ଯ୍ୟନ୍ତ ସାନିଟାଇଜର ଭର୍ତ୍ତି କରାଯାଇପାରିବ। ତେବେ ସାନିଟାଇଜର ଭର୍ତ୍ତି ହେବା ପରେ ଏହାର ଓଜନ ହୋଇଯାଏ ୩୦ ଗ୍ରାମ୍‌। ସେହିପରି ବ୍ୟାଣ୍ଡ୍‌ଟିର ଚଉଡ଼ା ଦୁଇ ଇଞ୍ଚ ଓ ଲମ୍ବ ଗୋଟିଏ ଇଞ୍ଚ୍‌। ଷ୍ଟାଟଅପ୍‌ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେଉଥିବା ‘ଆଇ ଷ୍ଟାର୍ଟଅପ୍’ ଅଧୀନରେ ଏହାକୁ ପଞ୍ଜୀକୃତ କରାଯାଇଛି। ଏପରିକି ଡିଭାଇସର ପେଟେଣ୍ଟ ଲାଗି ଆବେଦନ କରିଥିବା କହିଛନ୍ତି ଅୟାଜ୍। ଅବଶ୍ୟ ଏହାକୁ ଏବେ ଇ-କମର୍ସରେ ବିକ୍ରି କରାଯାଉଛି। ଚାରିଥର ଏହି ଡିଭାଇସ୍‌କୁ ବିକଶିତ କରିବାରେ ବିଫଳ ହେବା ପରେ ଜାନୁୟାରୀରେ ସେ ଏଥିରେ ସଫଳ ହୋଇଥିବା କହିଛନ୍ତି ଅୟାଜ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର