ପ୍ରଦୂଷଣ ସମୟରେ ସୂର୍ଯ୍ୟାସ୍ତ ପୂର୍ବରୁ ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ହିତକର

Madhusudan Das Picture
Published On

ବାୟୁ ପ୍ରଦୂଷଣ ଏବେ ଚିନ୍ତାର କାରଣ ପାଲଟିଛି। ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଗୁଡଗାଓଁ ଆଦି ସ୍ଥାନର ଲୋକେ ପ୍ରଦୂଷଣକୁ ନେଇ ବେଶ୍‌ ଚିନ୍ତିତ। ପ୍ରଦୂଷଣ ଯୋଗୁ ଶ୍ବାସକ୍ରିୟାରେ ସମସ୍ୟା, ଆଖି ଜଳାପୋଡ଼ା, କାଶ, ଆଲର୍ଜି ଭଳି ସମସ୍ୟା ବୃଦ୍ଧି ପାଉଛି। ପ୍ରଦୂଷିତ ପରିବେଶରେ ଜଣେ କେଉଁ ସମୟରେ ବାହାରେ ଚଲାବୁଲା କରିପାରିବେ ସେନେଇ ଏବେ  ସ୍ବାସ୍ଥ୍ୟ ବିଶେଷଜ୍ଞ ଲୋକଙ୍କୁ ସଚେତନ କରିଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଭୋର ଏବଂ ସନ୍ଧ୍ୟା ସମୟରେ ପ୍ରଦୂଷଣ ମାତ୍ରା ଅଧିକ ଥାଏ। ତେଣୁ ଏହି ସମୟରେ ଚାଲିବା ହିତକର ନୁହେଁ। ସେହିପରି ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ମାସରେ ଦିଲ୍ଲୀ ଏନ୍‌ସିଆରର ସକାଳ ବାୟୁ ଅଧିକ ପ୍ରଦୂଷିତ ଥାଏ। ଶୀତଦିନେ ଅଧିକ ଥଣ୍ଡା କାରଣରୁ ବାୟୁର ଗୁଣବତ୍ତା ମଧ୍ୟ ଅଧିକ ଖରାପ ଥାଏ । 

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ବିଶେଷକରି କୁହୁଡ଼ି ଏବଂ ବିଷାକ୍ତ ଧୂଆଁର ପ୍ରଭାବ  ସକାଳ ସମୟରେ ଅଧିକ ରହିଥାଏ। ଏପରି ସ୍ଥଳରେ ସୂର୍ଯ୍ୟାସ୍ତ ପୂର୍ବରୁ ଚାଲିବା ଉଚିତ। କାରଣ ଦିନରେ ଖରା ପଡ଼ୁଥିବାରୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇଥାଏ। ତେଣୁ ସୂଯ୍ୟାସ୍ତ ପୂର୍ବରୁ ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ହିତକର। ସୂର୍ଯ୍ୟାସ୍ତ ପରେ ତାପମାତ୍ରା ହ୍ରାସ ପାଇ ପ୍ରଦୂଷଣ ମାତ୍ରା  ପୁଣି ବଢ଼ିଥାଏ। ଏ ଦୃଷ୍ଟିରୁ ସୂର୍ଯ୍ୟାସ୍ତ ପରେ ଚାଲିବା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି,  ଦୂଷିତ ବାୟୁରେ ଚାଲିବାକୁ ଯିବା  ପୂର୍ବରୁ ପ୍ରଥମେ ବାୟୁର ଗୁଣବତ୍ତା ତଥା ଏୟାର ଇଣ୍ଡେକ୍ସ କ୍ବାଲିଟି ପରୀକ୍ଷା କରି ଯିବା ଆବଶ୍ୟକ। ଯଦି ଏକ୍ୟୁଆଇସ୍ତର ୨୦୦ରୁ ଉପରକୁ ଥାଏ, ତେବେ ବାହାରେ  ଚଲାବୁଲା ନ କରି ଘରେ ବ୍ୟାୟାମ କରିବା ଭଲ। ଅନ୍ୟପଟେ ପ୍ରଦୂଷିତ ବାୟୁରେ ଚାଲିବାକୁ  ଯାଉଥିଲେ, ଉନ୍ନତମାନର ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

02 Nov 2025 By Madhusudan Das

ପ୍ରଦୂଷଣ ସମୟରେ ସୂର୍ଯ୍ୟାସ୍ତ ପୂର୍ବରୁ ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ହିତକର

ବାୟୁ ପ୍ରଦୂଷଣ ଏବେ ଚିନ୍ତାର କାରଣ ପାଲଟିଛି। ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଗୁଡଗାଓଁ ଆଦି ସ୍ଥାନର ଲୋକେ ପ୍ରଦୂଷଣକୁ ନେଇ ବେଶ୍‌ ଚିନ୍ତିତ। ପ୍ରଦୂଷଣ ଯୋଗୁ ଶ୍ବାସକ୍ରିୟାରେ ସମସ୍ୟା, ଆଖି ଜଳାପୋଡ଼ା, କାଶ, ଆଲର୍ଜି ଭଳି ସମସ୍ୟା ବୃଦ୍ଧି ପାଉଛି। ପ୍ରଦୂଷିତ ପରିବେଶରେ ଜଣେ କେଉଁ ସମୟରେ ବାହାରେ ଚଲାବୁଲା କରିପାରିବେ ସେନେଇ ଏବେ  ସ୍ବାସ୍ଥ୍ୟ ବିଶେଷଜ୍ଞ ଲୋକଙ୍କୁ ସଚେତନ କରିଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଭୋର ଏବଂ ସନ୍ଧ୍ୟା ସମୟରେ ପ୍ରଦୂଷଣ ମାତ୍ରା ଅଧିକ ଥାଏ। ତେଣୁ ଏହି ସମୟରେ ଚାଲିବା ହିତକର ନୁହେଁ। ସେହିପରି ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ମାସରେ ଦିଲ୍ଲୀ ଏନ୍‌ସିଆରର ସକାଳ ବାୟୁ ଅଧିକ ପ୍ରଦୂଷିତ ଥାଏ। ଶୀତଦିନେ ଅଧିକ ଥଣ୍ଡା କାରଣରୁ ବାୟୁର ଗୁଣବତ୍ତା ମଧ୍ୟ ଅଧିକ ଖରାପ ଥାଏ । 

ବିଶେଷକରି କୁହୁଡ଼ି ଏବଂ ବିଷାକ୍ତ ଧୂଆଁର ପ୍ରଭାବ  ସକାଳ ସମୟରେ ଅଧିକ ରହିଥାଏ। ଏପରି ସ୍ଥଳରେ ସୂର୍ଯ୍ୟାସ୍ତ ପୂର୍ବରୁ ଚାଲିବା ଉଚିତ। କାରଣ ଦିନରେ ଖରା ପଡ଼ୁଥିବାରୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇଥାଏ। ତେଣୁ ସୂଯ୍ୟାସ୍ତ ପୂର୍ବରୁ ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ହିତକର। ସୂର୍ଯ୍ୟାସ୍ତ ପରେ ତାପମାତ୍ରା ହ୍ରାସ ପାଇ ପ୍ରଦୂଷଣ ମାତ୍ରା  ପୁଣି ବଢ଼ିଥାଏ। ଏ ଦୃଷ୍ଟିରୁ ସୂର୍ଯ୍ୟାସ୍ତ ପରେ ଚାଲିବା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି,  ଦୂଷିତ ବାୟୁରେ ଚାଲିବାକୁ ଯିବା  ପୂର୍ବରୁ ପ୍ରଥମେ ବାୟୁର ଗୁଣବତ୍ତା ତଥା ଏୟାର ଇଣ୍ଡେକ୍ସ କ୍ବାଲିଟି ପରୀକ୍ଷା କରି ଯିବା ଆବଶ୍ୟକ। ଯଦି ଏକ୍ୟୁଆଇସ୍ତର ୨୦୦ରୁ ଉପରକୁ ଥାଏ, ତେବେ ବାହାରେ  ଚଲାବୁଲା ନ କରି ଘରେ ବ୍ୟାୟାମ କରିବା ଭଲ। ଅନ୍ୟପଟେ ପ୍ରଦୂଷିତ ବାୟୁରେ ଚାଲିବାକୁ  ଯାଉଥିଲେ, ଉନ୍ନତମାନର ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp