ବିଶ୍ବ ମଧୁମେହ ଦିବସ, ନିରବ ଘାତକକୁ ସାବଧାନ!

The Sakala Picture
Published On

ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ୱାର୍ଲଡ୍‌ ଡାଇବେଟିସ୍‌ ଡେ’ ବା ‘ବିଶ୍ବ ମଧୁମେହ ଦିବସ’ ଭାବେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ସ୍ବାସ୍ଥ୍ୟ ଶିବିର, ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା, ସଭା ସମିତି ତଥା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମଧୁମେହ ରୋଗ ପ୍ରତି ଜନସଚେତନା ସୃଷ୍ଟି କରିବା। ସାରା ବିଶ୍ୱରେ ମଧୁମେହ ରୋଗ ଏକ ମହାମାରୀର ରୂପ ନେବାକୁ ବସିଲାଣି। ଏହାକୁ ସ୍ଲୋ ପଏଜନ୍(ନିରବ ଘାତକ) ବୋଲି ମଧ୍ୟ କୁହାଯାଏ। ଘଣ୍ଟା ଘଣ୍ଟା ଧରି […]

ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ୱାର୍ଲଡ୍‌ ଡାଇବେଟିସ୍‌ ଡେ’ ବା ‘ବିଶ୍ବ ମଧୁମେହ ଦିବସ’ ଭାବେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ସ୍ବାସ୍ଥ୍ୟ ଶିବିର, ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା, ସଭା ସମିତି ତଥା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମଧୁମେହ ରୋଗ ପ୍ରତି ଜନସଚେତନା ସୃଷ୍ଟି କରିବା। ସାରା ବିଶ୍ୱରେ ମଧୁମେହ ରୋଗ ଏକ ମହାମାରୀର ରୂପ ନେବାକୁ ବସିଲାଣି। ଏହାକୁ ସ୍ଲୋ ପଏଜନ୍(ନିରବ ଘାତକ) ବୋଲି ମଧ୍ୟ କୁହାଯାଏ। ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର, ମୋବାଇଲ ଆଗରେ ବସି ରହିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା, ଦିନରେ ବିଳମ୍ବରେ ଉଠିବା, ବ୍ୟାୟାମ ନ କରିବା, ଅତ୍ୟଧିକ ତେଲ, ମସଲା ଖାଇବା ଦ୍ୱାରା ମଣିଷକୁ ଗ୍ରାସ କରୁଛି ଅନେକ ରୋଗ । ସେଥିମଧ୍ୟରୁ ସର୍ବାଧିକ ଲୋକଙ୍କୁ ଆକ୍ରାନ୍ତ କରୁଥିବା ରୋଗ ଭାବେ ପରିଚିତ ମଧୁମେହ ।

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ଏପରିକି କମ୍‌ ବୟସର ପିଲା ବି ଏହି ରୋଗରେ କବଳିତ ହେଉଛନ୍ତି। ସେହିପରି ୧୮୯୧ ଅାଜିର ଦିନ ହେଉଛି ଇନ୍‌ସୁଲିନ୍‌ର ସନ୍ଧାନ କରିଥିବା ସାର୍ ଫ୍ରେଡରିକ୍ ବାଣ୍ଟିଙ୍ଗଙ୍କ ଜନ୍ମଦିନ। ମଣିଷ ଶରୀରରେ ଇନ୍‌ସୁଲିନ୍ ପ୍ରୟୋଗ କରିଥିବା ପ୍ରଥମ ବୈଜ୍ଞାନିକ ହେଲେ ବାଣ୍ଟିଙ୍ଗ୍। ଶରୀରରେ ସୁଗାର୍‌ ମାତ୍ରାକୁ ଠିକ୍‌ ରଖୀବା ପାଇଁ ଇନ୍‌ସୁଲିନ୍‌ର ଭୂମିକା ଢେର୍‌ ଅଧିକ। ତେବେ ୧୯୯୧ରେ ଅନ୍ତର୍ଜାତୀୟ ମଧୁମେହ ସଂଘ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମିଶି ଏହି ଦିବସ ପାଳନ ଆରମ୍ଭ କରିଥିଲେ। ରକ୍ତରେ ଶର୍କରା ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିଲେ ମଧୁମେହ ରୋଗ ହୋଇଥାଏ।

ଆହୁରି ପଢ଼ନ୍ତୁ: ସନାତନ ଧର୍ମରେ ଡାହାଣ ହାତରେ କାହିଁକି ଦିଆଯାଏ ଆଶୀର୍ବାଦ? ଜାଣନ୍ତୁ ଏହା ପଛର ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ କାରଣ

ମଧୁମେହ ସାଧାରଣତଃ ୨ ପ୍ରକାରର। ଟାଇପ୍‌ -୧ ଓ ଟାଇପ୍‌-୨ ଡାଇବେଟିସ୍‌ । ଟାଇପ୍‌ -୧ ଡାଇବେଟିସ୍‌ ଶୈଶବ, କିଶୋର ଓ ଆଦ୍ୟ ଯୌବନରେ ମୁଖ୍ୟତଃ ୨୫ ବର୍ଷରେ ହୋଇଥାଏ । ଏ କ୍ଷେତ୍ରରେ ହଠାତ୍‌ ରୋଗର ଲକ୍ଷଣ ଦେଖାଯାଏ। ସେହିଭଳି ଟାଇପ୍‌-୨ ଡାଇବେଟିସ୍‌ ସାଧାରଣତଃ ୪୦ ବର୍ଷ ପରେ ହୋଇଥାଏ। ଏମାନଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କର ଡାଇବେଟିସ୍‌ ରୋଗର ଇତିହାସ ଥାଏ। ରକ୍ତ ଶର୍କରା ଅଧିକ ରହିଲେ, ଭୋକ, ଶୋଷ ଓ ପରିସ୍ରା ଅଧିକ ହୁଏ । ମଧୁମେହ ବଂଶଗତ ରୋଗ ହୋଇଥିଲେ ହେଁ ଅନିୟମିତ ଜୀବନଶୈଳୀ ଏହି ରୋଗର ମୂଳ କାରଣ। ବଦଳୁଥିବା ଜୀବନ ଶୈଳୀ ଯୋଗୁଁ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ପ୍ରତିବର୍ଷ ୪୦ ଲକ୍ଷ ଲୋକ ଏଥିରେ ପ୍ରାଣ ହରାନ୍ତି।

ଆହୁରି ପଢ଼ନ୍ତୁ: ବୁଦ୍ଧ ପୂର୍ଣ୍ଣିମା ୨୦୨୬: ନିଜର ମୂଲ୍ୟ କିପରି ବୁଝିବେ? ଗୌତମ ବୁଦ୍ଧଙ୍କ ଏହି ପ୍ରେରଣାଦାୟକ କାହାଣୀରେ ଲୁଚି ରହିଛି ଉତ୍ତର

ମଧୁମେହ ଯୋଗୁ ହୃଦ୍‌ଘାତ, ଉଚ୍ଚ ରକ୍ତଚାପ, ବୃକ୍‌କ, ଯକୃତ୍‌ ଜନିତ ରୋଗ, ଚକ୍ଷୁ ଓ ସ୍ନାୟୁଜନିତ ସମସ୍ୟା ଦେଖାଯିବାର ଆଶଙ୍କା ଥାଏ। ନିୟମିତ ଡାକ୍ତରଙ୍କ ପରାମର୍ଶ ନେବା ସହ ଉପଯୁକ୍ତ ଚିକିତ୍ସା ମଧୁମେହ ନିୟନ୍ତ୍ରଣରେ ସହାୟକ ହୋଇଥାଏ। ସେହିପରି ମଧୁମେହ ରୋଗୀଙ୍କୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ବିଶେଷକରି ଖାଦ୍ୟପେୟ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ଯଥେଷ୍ଟ ବେଶି। ଖାଦ୍ୟପାନୀୟ ପ୍ରତି ଟିକେ ବି ଅସାବଧନତା ତଥା ଅବହେଳା ସେମାନଙ୍କ ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ହାନିକାରକ। ମଧୁମେହକୁ ନିୟନ୍ତ୍ରଣରେ ନ ରଖୀଲେ ଏହାଦ୍ବାରା ଶରୀରରେ ଅନ୍ୟ ଗୁରୁତର ରୋଗ ଦେଖା ଦିଏ। ତେବେ ସନ୍ତୁଳିତ ଆହାର ସହ ନିୟମିତ ବ୍ୟାୟାମ, ଯୋଗ, ଚଲାବୁଲା ଆଦି ଉପରେ ଦୃଷ୍ଟି ଦେଲେ, ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ଅଛି ‘Access to Diabetes Care.’

14 Nov 2023 By The Sakala

ବିଶ୍ବ ମଧୁମେହ ଦିବସ, ନିରବ ଘାତକକୁ ସାବଧାନ!

ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ୱାର୍ଲଡ୍‌ ଡାଇବେଟିସ୍‌ ଡେ’ ବା ‘ବିଶ୍ବ ମଧୁମେହ ଦିବସ’ ଭାବେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ସ୍ବାସ୍ଥ୍ୟ ଶିବିର, ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା, ସଭା ସମିତି ତଥା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମଧୁମେହ ରୋଗ ପ୍ରତି ଜନସଚେତନା ସୃଷ୍ଟି କରିବା। ସାରା ବିଶ୍ୱରେ ମଧୁମେହ ରୋଗ ଏକ ମହାମାରୀର ରୂପ ନେବାକୁ ବସିଲାଣି। ଏହାକୁ ସ୍ଲୋ ପଏଜନ୍(ନିରବ ଘାତକ) ବୋଲି ମଧ୍ୟ କୁହାଯାଏ। ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର, ମୋବାଇଲ ଆଗରେ ବସି ରହିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା, ଦିନରେ ବିଳମ୍ବରେ ଉଠିବା, ବ୍ୟାୟାମ ନ କରିବା, ଅତ୍ୟଧିକ ତେଲ, ମସଲା ଖାଇବା ଦ୍ୱାରା ମଣିଷକୁ ଗ୍ରାସ କରୁଛି ଅନେକ ରୋଗ । ସେଥିମଧ୍ୟରୁ ସର୍ବାଧିକ ଲୋକଙ୍କୁ ଆକ୍ରାନ୍ତ କରୁଥିବା ରୋଗ ଭାବେ ପରିଚିତ ମଧୁମେହ ।

କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ଏପରିକି କମ୍‌ ବୟସର ପିଲା ବି ଏହି ରୋଗରେ କବଳିତ ହେଉଛନ୍ତି। ସେହିପରି ୧୮୯୧ ଅାଜିର ଦିନ ହେଉଛି ଇନ୍‌ସୁଲିନ୍‌ର ସନ୍ଧାନ କରିଥିବା ସାର୍ ଫ୍ରେଡରିକ୍ ବାଣ୍ଟିଙ୍ଗଙ୍କ ଜନ୍ମଦିନ। ମଣିଷ ଶରୀରରେ ଇନ୍‌ସୁଲିନ୍ ପ୍ରୟୋଗ କରିଥିବା ପ୍ରଥମ ବୈଜ୍ଞାନିକ ହେଲେ ବାଣ୍ଟିଙ୍ଗ୍। ଶରୀରରେ ସୁଗାର୍‌ ମାତ୍ରାକୁ ଠିକ୍‌ ରଖୀବା ପାଇଁ ଇନ୍‌ସୁଲିନ୍‌ର ଭୂମିକା ଢେର୍‌ ଅଧିକ। ତେବେ ୧୯୯୧ରେ ଅନ୍ତର୍ଜାତୀୟ ମଧୁମେହ ସଂଘ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମିଶି ଏହି ଦିବସ ପାଳନ ଆରମ୍ଭ କରିଥିଲେ। ରକ୍ତରେ ଶର୍କରା ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିଲେ ମଧୁମେହ ରୋଗ ହୋଇଥାଏ।

ମଧୁମେହ ସାଧାରଣତଃ ୨ ପ୍ରକାରର। ଟାଇପ୍‌ -୧ ଓ ଟାଇପ୍‌-୨ ଡାଇବେଟିସ୍‌ । ଟାଇପ୍‌ -୧ ଡାଇବେଟିସ୍‌ ଶୈଶବ, କିଶୋର ଓ ଆଦ୍ୟ ଯୌବନରେ ମୁଖ୍ୟତଃ ୨୫ ବର୍ଷରେ ହୋଇଥାଏ । ଏ କ୍ଷେତ୍ରରେ ହଠାତ୍‌ ରୋଗର ଲକ୍ଷଣ ଦେଖାଯାଏ। ସେହିଭଳି ଟାଇପ୍‌-୨ ଡାଇବେଟିସ୍‌ ସାଧାରଣତଃ ୪୦ ବର୍ଷ ପରେ ହୋଇଥାଏ। ଏମାନଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କର ଡାଇବେଟିସ୍‌ ରୋଗର ଇତିହାସ ଥାଏ। ରକ୍ତ ଶର୍କରା ଅଧିକ ରହିଲେ, ଭୋକ, ଶୋଷ ଓ ପରିସ୍ରା ଅଧିକ ହୁଏ । ମଧୁମେହ ବଂଶଗତ ରୋଗ ହୋଇଥିଲେ ହେଁ ଅନିୟମିତ ଜୀବନଶୈଳୀ ଏହି ରୋଗର ମୂଳ କାରଣ। ବଦଳୁଥିବା ଜୀବନ ଶୈଳୀ ଯୋଗୁଁ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ପ୍ରତିବର୍ଷ ୪୦ ଲକ୍ଷ ଲୋକ ଏଥିରେ ପ୍ରାଣ ହରାନ୍ତି।

ମଧୁମେହ ଯୋଗୁ ହୃଦ୍‌ଘାତ, ଉଚ୍ଚ ରକ୍ତଚାପ, ବୃକ୍‌କ, ଯକୃତ୍‌ ଜନିତ ରୋଗ, ଚକ୍ଷୁ ଓ ସ୍ନାୟୁଜନିତ ସମସ୍ୟା ଦେଖାଯିବାର ଆଶଙ୍କା ଥାଏ। ନିୟମିତ ଡାକ୍ତରଙ୍କ ପରାମର୍ଶ ନେବା ସହ ଉପଯୁକ୍ତ ଚିକିତ୍ସା ମଧୁମେହ ନିୟନ୍ତ୍ରଣରେ ସହାୟକ ହୋଇଥାଏ। ସେହିପରି ମଧୁମେହ ରୋଗୀଙ୍କୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ବିଶେଷକରି ଖାଦ୍ୟପେୟ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ଯଥେଷ୍ଟ ବେଶି। ଖାଦ୍ୟପାନୀୟ ପ୍ରତି ଟିକେ ବି ଅସାବଧନତା ତଥା ଅବହେଳା ସେମାନଙ୍କ ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ହାନିକାରକ। ମଧୁମେହକୁ ନିୟନ୍ତ୍ରଣରେ ନ ରଖୀଲେ ଏହାଦ୍ବାରା ଶରୀରରେ ଅନ୍ୟ ଗୁରୁତର ରୋଗ ଦେଖା ଦିଏ। ତେବେ ସନ୍ତୁଳିତ ଆହାର ସହ ନିୟମିତ ବ୍ୟାୟାମ, ଯୋଗ, ଚଲାବୁଲା ଆଦି ଉପରେ ଦୃଷ୍ଟି ଦେଲେ, ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ଅଛି ‘Access to Diabetes Care.’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp