ଭାତରେ ମିଳିବ ମାଂସର ସ୍ବାଦ, ବୈଜ୍ଞାନିକମାନେ ତିଆରି କଲେ ‘ମିଟ୍‌ ରାଇସ୍‌’

The Sakala Picture
Published On

ଭାତର ସ୍ବାଦ ଅଲଗା। ଏଣିକି କିନ୍ତୁ ଭାତରେ ମିଳିବ ମାଂସର ସ୍ବାଦ। ବୈଜ୍ଞାନିକମାନେ ଏଭଳି ଏକ ଚାଉଳ ତିଆରି କରିଛନ୍ତି, ଯେଉଁଥିରୁ ମାଂସର ସ୍ବାଦ ମିଳିପାରିବ। ଏହାକୁ ବିରିଆନୀ ଭାବେ ଖାଇହେବ। ଏଥିପାଇଁ ଅଲଗା ଭାବେ ଚାଉଳ ଓ ମାଂସକୁ ରାନ୍ଧିବାର ଆବଶ୍ୟକତା ନାହିଁ। ବୈଜ୍ଞାନିକମାନେ ଏହି ଚାଉଳର ନାଁ ରଖିଛନ୍ତି ‘ମିଟ୍‌ ରାଇସ୍‌।’ ଦକ୍ଷିଣ କୋରିଆର ୟୋନସେଇ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଗବେଷଣାଗାରରେ ଏହି ହାଇବ୍ରିଡ୍ ଚାଉଳ ତିଆରି କରିଛନ୍ତି। ଏଥିରେ ବିଭିନ୍ନ ପ୍ରକାର ମାଂସକୁ ମିଶା […]

ଭାତର ସ୍ବାଦ ଅଲଗା। ଏଣିକି କିନ୍ତୁ ଭାତରେ ମିଳିବ ମାଂସର ସ୍ବାଦ। ବୈଜ୍ଞାନିକମାନେ ଏଭଳି ଏକ ଚାଉଳ ତିଆରି କରିଛନ୍ତି, ଯେଉଁଥିରୁ ମାଂସର ସ୍ବାଦ ମିଳିପାରିବ। ଏହାକୁ ବିରିଆନୀ ଭାବେ ଖାଇହେବ। ଏଥିପାଇଁ ଅଲଗା ଭାବେ ଚାଉଳ ଓ ମାଂସକୁ ରାନ୍ଧିବାର ଆବଶ୍ୟକତା ନାହିଁ। ବୈଜ୍ଞାନିକମାନେ ଏହି ଚାଉଳର ନାଁ ରଖିଛନ୍ତି ‘ମିଟ୍‌ ରାଇସ୍‌।’

ଆହୁରି ପଢ଼ନ୍ତୁ: ନୂଆ ଭୋଟରଙ୍କ ପାଇଁ ନିର୍ବାଚନ କମିଶନଙ୍କ ବଡ଼ ନିୟମ: ଭୋଟର ତାଲିକାରେ ନାମ ସାମିଲ ପାଇଁ ବାଧ୍ୟତାମୂଳକ ହେଲା ପିତାମାତାଙ୍କ 'ଏସ୍‌ଆଇଆର୍' (SIR) ତଥ୍ୟ

ଦକ୍ଷିଣ କୋରିଆର ୟୋନସେଇ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଗବେଷଣାଗାରରେ ଏହି ହାଇବ୍ରିଡ୍ ଚାଉଳ ତିଆରି କରିଛନ୍ତି। ଏଥିରେ ବିଭିନ୍ନ ପ୍ରକାର ମାଂସକୁ ମିଶା ଯାଇଛି। ଯେଉଁଥିରୁ ମାଂସର ସ୍ବାଦ ମିଳିବ। କେବଳ ସେତିକି ନୁହେଁ, ଏହି ଚାଉଳରୁ ମାଛର ସ୍ବାଦ ମଧ୍ୟ ମିଳିପାରିବ। ସେପଟେ ଏହି ଚାଉଳ ଦେଖିବାକୁ ସାଧାରଣ ଚାଉଳ ସଦୃଶ। ଏହି ଚାଉଳରେ ମାଂସ ଅପେକ୍ଷା ୮ ପ୍ରତିଶତ ଅଧିକ ପ୍ରୋଟିନ୍‌ ଏବଂ ୭ ପ୍ରତିଶତ ଅଧିକ ଫ୍ୟାଟ୍ ରହିଛି।

ଏହାର ଅନ୍ୟତମ ବିଶେଷତ୍ବ ହେଉଛି ଏହା ରନ୍ଧାହେବାର ୧୧ ଦିନ ପର୍ଯ୍ୟନ୍ତ ଖରାପ ହୋଇ ନ ଥାଏ। ଏପରିକି ଏହାକୁ ସାଧାରଣ ତାପମାତ୍ରାରେ ରଖିବା ମଧ୍ୟ ସମ୍ଭବ। ଏହି ଚାଉଳ ମାଂସପେଶୀକୁ ଜରୁରି ପୋଷକ ତତ୍ତ୍ବ ପ୍ରଦାନ କରେ। ତେବେ ଏହା କୁପୋଷଣ ଦୂର କରିବାରେ ସାହାଯ୍ୟ କରିବ। ଅନ୍ୟପଟେ ଏହାର ଉତ୍ପାଦନ ସହଜ ହୋଇଥିବାରୁ ଏଥିପାଇଁ ପଶୁପାଳନ ଓ ଚାଷର ମଧ୍ୟ ଆବଶ୍ୟକ ପଡ଼ିବ ନାହିଁ।

22 Feb 2024 By The Sakala

ଭାତରେ ମିଳିବ ମାଂସର ସ୍ବାଦ, ବୈଜ୍ଞାନିକମାନେ ତିଆରି କଲେ ‘ମିଟ୍‌ ରାଇସ୍‌’

ଭାତର ସ୍ବାଦ ଅଲଗା। ଏଣିକି କିନ୍ତୁ ଭାତରେ ମିଳିବ ମାଂସର ସ୍ବାଦ। ବୈଜ୍ଞାନିକମାନେ ଏଭଳି ଏକ ଚାଉଳ ତିଆରି କରିଛନ୍ତି, ଯେଉଁଥିରୁ ମାଂସର ସ୍ବାଦ ମିଳିପାରିବ। ଏହାକୁ ବିରିଆନୀ ଭାବେ ଖାଇହେବ। ଏଥିପାଇଁ ଅଲଗା ଭାବେ ଚାଉଳ ଓ ମାଂସକୁ ରାନ୍ଧିବାର ଆବଶ୍ୟକତା ନାହିଁ। ବୈଜ୍ଞାନିକମାନେ ଏହି ଚାଉଳର ନାଁ ରଖିଛନ୍ତି ‘ମିଟ୍‌ ରାଇସ୍‌।’

ଦକ୍ଷିଣ କୋରିଆର ୟୋନସେଇ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଗବେଷଣାଗାରରେ ଏହି ହାଇବ୍ରିଡ୍ ଚାଉଳ ତିଆରି କରିଛନ୍ତି। ଏଥିରେ ବିଭିନ୍ନ ପ୍ରକାର ମାଂସକୁ ମିଶା ଯାଇଛି। ଯେଉଁଥିରୁ ମାଂସର ସ୍ବାଦ ମିଳିବ। କେବଳ ସେତିକି ନୁହେଁ, ଏହି ଚାଉଳରୁ ମାଛର ସ୍ବାଦ ମଧ୍ୟ ମିଳିପାରିବ। ସେପଟେ ଏହି ଚାଉଳ ଦେଖିବାକୁ ସାଧାରଣ ଚାଉଳ ସଦୃଶ। ଏହି ଚାଉଳରେ ମାଂସ ଅପେକ୍ଷା ୮ ପ୍ରତିଶତ ଅଧିକ ପ୍ରୋଟିନ୍‌ ଏବଂ ୭ ପ୍ରତିଶତ ଅଧିକ ଫ୍ୟାଟ୍ ରହିଛି।

ଏହାର ଅନ୍ୟତମ ବିଶେଷତ୍ବ ହେଉଛି ଏହା ରନ୍ଧାହେବାର ୧୧ ଦିନ ପର୍ଯ୍ୟନ୍ତ ଖରାପ ହୋଇ ନ ଥାଏ। ଏପରିକି ଏହାକୁ ସାଧାରଣ ତାପମାତ୍ରାରେ ରଖିବା ମଧ୍ୟ ସମ୍ଭବ। ଏହି ଚାଉଳ ମାଂସପେଶୀକୁ ଜରୁରି ପୋଷକ ତତ୍ତ୍ବ ପ୍ରଦାନ କରେ। ତେବେ ଏହା କୁପୋଷଣ ଦୂର କରିବାରେ ସାହାଯ୍ୟ କରିବ। ଅନ୍ୟପଟେ ଏହାର ଉତ୍ପାଦନ ସହଜ ହୋଇଥିବାରୁ ଏଥିପାଇଁ ପଶୁପାଳନ ଓ ଚାଷର ମଧ୍ୟ ଆବଶ୍ୟକ ପଡ଼ିବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp