ଆଜି ବାହୁଡ଼ିଥିଲେ ବିଶ୍ବବିଜୟୀ ବିବେକାନନ୍ଦ
ସ୍ବାମୀ ବିବେକାନନ୍ଦ ଆଧୁନିକ ଭାରତର ଆଧ୍ୟାତ୍ମିକ ଜାଗରଣର ଜନକ ତଥା ଯୁବ ଶକ୍ତିର ଚିରନ୍ତନ ପ୍ରତୀକ। ସନାତନ ଧର୍ମକୁ ବିଶ୍ବ ସ୍ତରରେ ପରିଚିତ କରାଇଥିବା ବିବେକାନନ୍ଦ ତ୍ୟାଗ, ତେଜ ଓ ନିର୍ଭୀକତାର ପ୍ରତୀକ ଥିଲେ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ବେଦାନ୍ତ ଓ ଯୋଗ ଦର୍ଶନ ପାଇଁ ସମଗ୍ର ବିଶ୍ବରେ ଲୋକପ୍ରିୟ ହୋଇଥିଲେ। ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଯୁବକମାନଙ୍କ ଭୂମିକାକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ। ୧୮୬୩ ଜାନୁଆରୀ ୧୨ରେ ବିବେକାନନ୍ଦ କଲିକତାର […]
ସ୍ବାମୀ ବିବେକାନନ୍ଦ ଆଧୁନିକ ଭାରତର ଆଧ୍ୟାତ୍ମିକ ଜାଗରଣର ଜନକ ତଥା ଯୁବ ଶକ୍ତିର ଚିରନ୍ତନ ପ୍ରତୀକ। ସନାତନ ଧର୍ମକୁ ବିଶ୍ବ ସ୍ତରରେ ପରିଚିତ କରାଇଥିବା ବିବେକାନନ୍ଦ ତ୍ୟାଗ, ତେଜ ଓ ନିର୍ଭୀକତାର ପ୍ରତୀକ ଥିଲେ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ବେଦାନ୍ତ ଓ ଯୋଗ ଦର୍ଶନ ପାଇଁ ସମଗ୍ର ବିଶ୍ବରେ ଲୋକପ୍ରିୟ ହୋଇଥିଲେ। ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଯୁବକମାନଙ୍କ ଭୂମିକାକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ।
୧୮୬୩ ଜାନୁଆରୀ ୧୨ରେ ବିବେକାନନ୍ଦ କଲିକତାର ସିମିଳାପଲ୍ଲୀରେ ଏକ ରୂଢ଼ିବାଦୀ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବିେବକାନନ୍ଦଙ୍କ ପିତା ବିଶ୍ବନାଥ ଦତ୍ତ କଲିକତା ହାଇକୋର୍ଟର ଓକିଲ ଥିେଲ। ତାଙ୍କ ମା’ ଭୁବେନଶ୍ବରୀ ଦେବୀ ଆଧ୍ୟାତ୍ମିକତାରେ ରୁଚି ରଖୁଥିେଲ। ପିଲାବେଳେ ସେ ନରେନ୍ଦ୍ର ଦତ୍ତ ନାଁରେ ପରିଚିତ ଥିଲେ। ପିଲାଟି ବେଳୁ ତାଙ୍କର ଦର୍ଶନ, ଧର୍ମ, ସାହିତ୍ୟ, ସାମାଜିକ ବିଜ୍ଞାନ, କଳା ଆଦି ବିଷୟରେ ରୁଚି ଥିଲା। ଗୁରୁ ରାମକୃଷ୍ଣ ପରମହଂସଙ୍କ ସଂସ୍ପର୍ଶରେ ଆସି ସେ ଆଧ୍ୟାତ୍ମିକ ଦିଗରେ ଅନୁପ୍ରାଣିତ ହୋଇଥିଲେ।
୧୮୯୩ ସେପ୍ଟେମ୍ବର ୧୧ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକୋଗୋେର ଅନୁଷ୍ଠିତ ବିଶ୍ବ ଧର୍ମ ମହାସଭାେର ତାଙ୍କର ଓଜସ୍ବିନୀ ବକ୍ତୃତା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ୧୮୯୭ ମସିହାରେ ସ୍ୱାମୀ ବିବେକାନନ୍ଦ ଧର୍ମ ସଂସଦରୁ ଫେରିବା ପରେ ତାଙ୍କ ଗୁରୁ ସନ୍ଥ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ନାମରେ ସାମାଜିକ ସେବା ପାଇଁ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ସେ ହେଉଛନ୍ତି ଅଗଣିତ ଯୁବ ସମାଜର ମାର୍ଗ ପ୍ରବର୍ତ୍ତକ। ଭାରତୀୟ ଯୁବପିଢ଼ିଙ୍କ ପାଇଁ ତାଙ୍କଠାରୁ ବଡ଼ ନେତା ଆଉ କେହି ହୋଇ ନ ପାରନ୍ତି। ବିଶ୍ୱର ସମସ୍ତ ଅଧିବାସୀଙ୍କୁ ସେ ଏକ ପରିବାର ମନେ କରି ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ପ୍ରଦାନ କରୁଥିଲେ। ଏହି ମନୀଷୀଙ୍କର ୧୯୦୨ ମସିହା ଆଜିର ଦିନରେ ମାତ୍ର ୩୯ ବର୍ଷ ବୟସରେ କଲିକତାର ବେଲୁର ମଠରେ ଦେହାବସାନ ଘଟିଥିଲା। ସମଗ୍ର ବିଶ୍ବକୁ ଆଧ୍ୟାତ୍ମିକ ଶକ୍ତି ବଳରେ ଜୟ କରିିଥିବାରୁ ସେ ବିଶ୍ବବିଜୟୀ ବିବେକାନନ୍ଦ ଭାବେ ପରିଚିତ ହେଲେ।