ଅଜବ ବିଶ୍ୱାସ: ବିବାହ ପାଇଁ ଅଶୁଭ ନଭେମ୍ବର

The Sakala Picture
Published On

ଜାତି-ବର୍ଣ୍ଣ-ଧର୍ମକୁ ନେଇ ବିବାହ ପରମ୍ପରାରେ ଭିନ୍ନତା ଦେଖିବାକୁ ମିଳିଥାଏ । ପୁଣି ଅନେକ ବିଶ୍ୱାସ-ଅନ୍ଧବିଶ୍ବାସ କଥା ମଧ୍ୟ ରହିଛି। କିନ୍ତୁ ଜିମ୍ବାୱେରେ ଏହାକୁ ନେଇ ଏକ ଅଜବ ବିଶ୍ବାସ ରହିଛି। ଏଠାରେ ନଭେମ୍ବର ମାସରେ କେହି ମଧ୍ୟ ବିବାହ କରନ୍ତି ନାହିଁ । ନଭେମ୍ବର ମାସରେ ବିବାହ କଲେ ବିବାହ ବିଚ୍ଛେଦ ସହ ଗର୍ଭଧାରଣ କ୍ଷେତ୍ରରେ ନାନା ସମସ୍ୟା ଦେଖାଯାଇଥାଏ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ଵାସ ରହିଛି। ତେଣୁ ଜିମ୍ବାୱେରେ ନଭେମ୍ବର ମାସରେ ବିବାହ କାର୍ଯ୍ୟ ଅନୁଷ୍ଠିତ […]

ଜାତି-ବର୍ଣ୍ଣ-ଧର୍ମକୁ ନେଇ ବିବାହ ପରମ୍ପରାରେ ଭିନ୍ନତା ଦେଖିବାକୁ ମିଳିଥାଏ । ପୁଣି ଅନେକ ବିଶ୍ୱାସ-ଅନ୍ଧବିଶ୍ବାସ କଥା ମଧ୍ୟ ରହିଛି। କିନ୍ତୁ ଜିମ୍ବାୱେରେ ଏହାକୁ ନେଇ ଏକ ଅଜବ ବିଶ୍ବାସ ରହିଛି। ଏଠାରେ ନଭେମ୍ବର ମାସରେ କେହି ମଧ୍ୟ ବିବାହ କରନ୍ତି ନାହିଁ । ନଭେମ୍ବର ମାସରେ ବିବାହ କଲେ ବିବାହ ବିଚ୍ଛେଦ ସହ ଗର୍ଭଧାରଣ କ୍ଷେତ୍ରରେ ନାନା ସମସ୍ୟା ଦେଖାଯାଇଥାଏ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ଵାସ ରହିଛି। ତେଣୁ ଜିମ୍ବାୱେରେ ନଭେମ୍ବର ମାସରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇନଥାଏ। ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକାରେ ରହୁଥିବା ସୋନା ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ କାହିଁ କେତେକାଳରୁ ଏଭଳି ଏକ ବିଶ୍ବାସ ପ୍ରଚଳିତ । କିଛି ଲୋକଙ୍କର ମତାନୁସାରେ, ନଭେମ୍ବର ମାସରେ ଏଠାରେ ଅଧିକ ବର୍ଷା ହୋଇଥାଏ, ଯାହାକି ଜୀବଜନ୍ତୁ ଓ ବନସ୍ପତିର ବିକାଶ ଦିଗରେ ସହାୟକ ହୋଇଥାଏ । ତେଣୁ ଏହି ମାସ ଅତ୍ୟନ୍ତ ପବିତ୍ର ମାସ । ଏହି ସମୟରେ ହୋହାଲ୍ଲା କଲା ଭଳି କିଛି ସାମାଜିକ ସମାରୋହର ଆୟୋଜନ କରାଯିବା ଅନୁଚିତ। କିଛି ବ୍ୟକ୍ତି ଏହି ପ୍ରତିବନ୍ଧକକୁ ମାନୁ ନଥିବାବେଳେ ଏଠାକାର ଋଢ଼ିବାଦୀ ଲୋକେ ଏହାକୁ ‘କଳା ନଭେମ୍ବର’ର ଆଖ୍ୟା ଦେଇ ପରମ୍ପରାକୁ ଜାବୁଡ଼ି ଧରିଛନ୍ତି। ପ୍ରକୃତି ବିରୋଧରେ ଯାଇ ବିବାହ କଲେ ଅନିଷ୍ଟ ଘଟେ ବୋଲି ସେମାନେ ବିଶ୍ବାସ କରନ୍ତି ।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର