ପିତାମାତାଙ୍କ ସେବାରେ ଶ୍ରବଣ କୁମାର, କାନ୍ଧ ମିଳାଇଛନ୍ତି ପତ୍ନୀ

The Sakala Picture
Published On

ବୃଦ୍ଧ ପିତାମାତାଙ୍କ ସେବା କରିବା ପାଇଁ ଆଜିକାଲିର ପୁଅ ବୋହୂମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି, କାରଣ ସେମାନଙ୍କୁ ବୋଝ ବୋଲି ଭାବୁଛନ୍ତି। ମାତ୍ର ଆଜିର ଆଧୁନିକ ଯୁଗରେ ମଧ୍ୟ ଶ୍ରବଣ କୁମାରଙ୍କ ଭଳି ପୁଅ ଅଛନ୍ତି, ଯେ କି ନିଜ ବାପା ମା’ଙ୍କୁ କାନ୍ଧରେ ବୋହି ତୀର୍ଥ ଭ୍ରମଣ କରୁଛନ୍ତି। ବିହାରର ଜହାନାବାଦ ବାସିନ୍ଦା ଚନ୍ଦନ କୁମାର, ଶ୍ରବଣ କୁମାରଙ୍କ ଭଳି ତାଙ୍କ ବାପା ମା’ଙ୍କୁ କାନ୍ଧରେ ବୋହି ଦେଓଘରର ବାବା ବୈଦ୍ୟନାଥ ଧାମକୁ ଯାତ୍ରା କରିଛନ୍ତି। […]

ବୃଦ୍ଧ ପିତାମାତାଙ୍କ ସେବା କରିବା ପାଇଁ ଆଜିକାଲିର ପୁଅ ବୋହୂମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି, କାରଣ ସେମାନଙ୍କୁ ବୋଝ ବୋଲି ଭାବୁଛନ୍ତି। ମାତ୍ର ଆଜିର ଆଧୁନିକ ଯୁଗରେ ମଧ୍ୟ ଶ୍ରବଣ କୁମାରଙ୍କ ଭଳି ପୁଅ ଅଛନ୍ତି, ଯେ କି ନିଜ ବାପା ମା’ଙ୍କୁ କାନ୍ଧରେ ବୋହି ତୀର୍ଥ ଭ୍ରମଣ କରୁଛନ୍ତି। ବିହାରର ଜହାନାବାଦ ବାସିନ୍ଦା ଚନ୍ଦନ କୁମାର, ଶ୍ରବଣ କୁମାରଙ୍କ ଭଳି ତାଙ୍କ ବାପା ମା’ଙ୍କୁ କାନ୍ଧରେ ବୋହି ଦେଓଘରର ବାବା ବୈଦ୍ୟନାଥ ଧାମକୁ ଯାତ୍ରା କରିଛନ୍ତି। ଏଥିରେ ତାଙ୍କୁ ସହଯୋଗ କରିଛନ୍ତି ତାଙ୍କ ପତ୍ନୀ ରାଣୀ ଦେବୀ। ଚନ୍ଦନ ତାଙ୍କ କାନ୍ଧରେ ବାହୁଙ୍ଗୀରେ ଦୁଇଟି ଟୋକେଇ ଝୁଲାଇଛନ୍ତି। ଗୋଟିଏ ଟୋକେଇରେ ତାଙ୍କ ମା’ ବସିଥିବା ବେଳେ ଅନ୍ୟ ଏକ ଟୋକେଇରେ ବାପା ବସିଛନ୍ତି। ରାଣୀ ଦେବୀ ପଛପଟୁ ଭାର ବୋହିବାରେ ତାଙ୍କୁ ସହଯୋଗ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆନ୍ଥ୍ରୋପିକ୍‌ ଗବେଷକଙ୍କ ଭୟଙ୍କର ଚେତାବନୀ: ମଣିଷକୁ ଧ୍ୱଂସ କରିଦେବ ଏଆଇ

ସୁଲତାନଗଞ୍ଜରୁ ପାଣି ଉଠାଇ ଏହି ଦମ୍ପତି ବାବା ବୈଦ୍ୟନାଥ ପୀଠରେ ଜଳାଭିଷେକ କରିବା ପାଇଁ ବାହାରିଛନ୍ତି। ଚନ୍ଦନ କୁହନ୍ତି ଯେ, ‘ଆମେ ପ୍ରତି ମାସରେ ସତ୍ୟନାରାୟଣ ପୂଜା କରୁ। ଏହି ସମୟରେ ବାପା ମା’ଙ୍କୁ ବାବାଧାମକୁ ବୁଲାଇନେବା ଭାବନା ମୋ’ ମନକୁ ଆସିଲା। କିନ୍ତୁ ବାପା ମା’ ବୃଦ୍ଧ ହୋଇଯାଇଥିବା କାରଣରୁ ପାଦରେ ୧୦୫ କିଲୋମିଟର ଦୂର ଯାତ୍ରା କରିବା ତାଙ୍କ ପକ୍ଷେ ଅସମ୍ଭବ। ତେଣୁ ବାହୁଙ୍ଗୀ ଭାରରେ ବାପା ମା’କୁ ନେବା କଥା ଚିନ୍ତା କଲି। ଏହି କଥା ମୁଁ ମୋ’ ପତ୍ନୀଙ୍କୁ ଜଣାଇଲି। ସେ ମଧ୍ୟ ଏଥିରେ ସହମତି ପ୍ରକାଶ କଲେ। ଏଥÒପାଇଁ ବାପା ମା’ ମଧ୍ୟ ଅନୁମତି ଦେଲେ।’ ଆଜିର ସମୟରେ ଚନ୍ଦନ ଓ ରାଣୀଙ୍କ ବୃଦ୍ଧ ପିତାମାତାଙ୍କ ପାଇଁ ସେବାଭାବ ଅନ୍ୟମାନଙ୍କ ନିମନ୍ତେ ନିଶ୍ଚିତ ରୂପେ ଏକ ଉଦାହରଣ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp