ଘରର ଏହି କୋଣରେ ଲଗାନ୍ତୁ ମନିପ୍ଲାଣ୍ଟ, ଆର୍ଥିକସ୍ତରରେ ଉନ୍ନତି ଆସିବା ସହିତ ଦୂର ହୋଇଯିବ ସମସ୍ତ ନକାରାତ୍ମକ ଶକ୍ତି

The Sakala Picture
Published On

ମନିପ୍ଲାଣ୍ଟ ଘରର ସୁନ୍ଦରତା ବୃଦ୍ଧି କରିବା ସହିତ ଆର୍ଥିକସ୍ତରରେ ଉନ୍ନତି ଆଣିଥାଏ ବୋଲି ବିଶ୍ବାସ ରହିଛି । ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ମନିପ୍ଲାଣ୍ଟ ସମ୍ପର୍କିତ କିଛି ନୀତିନିୟମ ରହିଛି, ଯାହାକୁ ଅନୁସରଣ କରିବା ଦ୍ବାରା ଘରେ ନକାରାତ୍ମକ ଶକ୍ତି ଦୂର ହେବା ସହିତ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ସେଭଳି କିଛି ନୀତିନିୟମ ହେଉଛି- ବାସ୍ତୁଶାସ୍ତ୍ର ଅନୁଯାୟୀ, ମନିପ୍ଲାଣ୍ଟକୁ ଘରର ଆଗ୍ନେୟ କୋଣରେ ଲଗାଇବା ଭଲ। ଏହି ଦିଗରେ ମନିପ୍ଲାଣ୍ଟ ଲଗାଇବା ଦ୍ବାରା ଘରକୁ ସକାରାତ୍ମକ […]

ମନିପ୍ଲାଣ୍ଟ ଘରର ସୁନ୍ଦରତା ବୃଦ୍ଧି କରିବା ସହିତ ଆର୍ଥିକସ୍ତରରେ ଉନ୍ନତି ଆଣିଥାଏ ବୋଲି ବିଶ୍ବାସ ରହିଛି । ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ମନିପ୍ଲାଣ୍ଟ ସମ୍ପର୍କିତ କିଛି ନୀତିନିୟମ ରହିଛି, ଯାହାକୁ ଅନୁସରଣ କରିବା ଦ୍ବାରା ଘରେ ନକାରାତ୍ମକ ଶକ୍ତି ଦୂର ହେବା ସହିତ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ସେଭଳି କିଛି ନୀତିନିୟମ ହେଉଛି-

  • ବାସ୍ତୁଶାସ୍ତ୍ର ଅନୁଯାୟୀ, ମନିପ୍ଲାଣ୍ଟକୁ ଘରର ଆଗ୍ନେୟ କୋଣରେ ଲଗାଇବା ଭଲ। ଏହି ଦିଗରେ ମନିପ୍ଲାଣ୍ଟ ଲଗାଇବା ଦ୍ବାରା ଘରକୁ ସକାରାତ୍ମକ ଶକ୍ତି ଆସିବା ସହିତ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।

  • ମନିପ୍ଲାଣ୍ଟକୁ ସବୁବେଳେ ଦକ୍ଷିଣ-ପୂର୍ବ ଦିଗରେ ରଖିବା ଶୁଭ ହୋଇଥାଏ। ଏହି ଦିଗରେ ଭଗବାନ ଶ୍ରୀଗଣେଶ ବାସ କରିଥାନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଏହିଦିଗରେ ମନିପ୍ଲାଣ୍ଟ ରଖିବା ଦ୍ଵାରା ଭାଗ୍ୟରେ ଉନ୍ନତି ହୋଇଥାଏ।

  • ଉତ୍ତର –ପୂର୍ବ ଦିଗରେ କେବେ ମଧ୍ୟ ମନିପ୍ଲାଣ୍ଟ ଲଗାନ୍ତୁ ନାହିଁ । ନଚେତ୍ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ବାସ୍ତୁ ଅନୁଯାୟୀ ଦେବଗୁରୁ ବୃହସ୍ପତି ଏହି ଦିଗର ପ୍ରତିନିଧିତ୍ବ କରିଥାନ୍ତି । ଶୁକ୍ର ଓ ବୃହସ୍ପତି ପରସ୍ପରର ବିରୋଧୀ ହୋଇଥିବାରୁ ଏହି ଦିଗରେ ମନିପ୍ଲାଣ୍ଟ ରଖିବ ହାନିକାରକ।

  • ଘରର ପୂର୍ବ ତଥା ପଶ୍ଚିମ ଦିଗରେ କେବେ ମଧ୍ୟ ମନିପ୍ଲାଣ୍ଟ ଲଗାନ୍ତୁ ନାହିଁ। ଏଭଳି କରିବା ଦ୍ବାରା ମାନସିକ ଅବସାଦ ଓ ମତଭେଦ ସୃଷ୍ଟି ହୋଇଥାଏ।

  • ମନିପ୍ଲାଣ୍ଟର ଚେରଗୁଡ଼ିକ ମାଟିକୁ ଲାଗିବା ଅଶୁଭ ବୋଲି ବିଚାର କରାଯାଏ। ତେଣୁ ଚେରଗୁଡ଼ିକ ଯେପରି ମାଟିକୁ ନ ଲାଗେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଘରେ ସୁଖଶାନ୍ତି ପାଇଁ ଏହାକୁ କୌଣସି ଦଉଡ଼ି ବା ବାଡ଼ି ସାହାଯ୍ୟରେ ଉପରକୁ ଉଠାଇ ରଖନ୍ତୁ । ଏହାଦ୍ବାରା ମାନସମ୍ମାନ ବୃଦ୍ଧି ପାଏ ।

  • ଦକ୍ଷିଣ-ପୂର୍ବ ଦିଗରେ ମନିପ୍ଲାଣ୍ଟ ଲଗାଇବା ଅତ୍ୟନ୍ତ ଶୁଭ । ଏହାଦ୍ବାରା ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ |

  • ମନିପ୍ଲାଣ୍ଟରେ ଶୁଖୁଲା ପତ୍ରଗୁଡ଼ିକୁ ହଟାଇ ଦିଅନ୍ତୁ ।

  • ରବିବାର ଦିନ ଏଥିରେ ପାଣି ଦିଅନ୍ତୁ ନାହିଁ। ଅନ୍ୟଦିନରେ ପାଣି ଦେବା ସମୟରେ ହାଲକା କ୍ଷୀର ସେହି ପାଣିରେ ମିଶାନ୍ତୁ।

  • ମନିପ୍ଲାଣ୍ଟକୁ କଦାପି ଘର ବାହାରେ ଲଗାନ୍ତୁ ନାହିଁ, ସର୍ବଦା ଘର ଭିତରେ ଲଗାନ୍ତୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp