ମହଙ୍ଗା ପଡ଼ିଲା ମାସ୍କ ନ ପିନ୍ଧିବା: ମିଳିଲା ଅଜବ ଦଣ୍ଡ

The Sakala Picture
Published On

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାରକୁ ଗୁରୁତ୍ବ ଦିଆଯାଇଛି। କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବିଭିନ୍ନ ବାହାନା କରି ମାସ୍କ ପିନ୍ଧନ୍ତି ନାହିଁ। ଯେଉଁମାନେ ମାସ୍କ ବ୍ୟବହାର କରୁନାହାଁନ୍ତି ସେମାନଙ୍କୁ ଅନେକ ସମୟରେ ଦଣ୍ଡିତ ମଧ୍ୟ କରାଯାଏ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ସିଙ୍ଗାପୁରରେ। ଏଠାରେ ଜଣେ ବ୍ୟକ୍ତି ମାସ୍କ ପିନ୍ଧିବାକୁ ମନା କରିବାରୁ ତାଙ୍କୁ ମାନସିକ ବ୍ୟାଧି ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ସିଙ୍ଗାପୁରରେ ବର୍ତ୍ତମାନ କୋଭିଡ୍‌ କଟକଣା କଡ଼ାକଡ଼ି […]

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାରକୁ ଗୁରୁତ୍ବ ଦିଆଯାଇଛି। କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବିଭିନ୍ନ ବାହାନା କରି ମାସ୍କ ପିନ୍ଧନ୍ତି ନାହିଁ। ଯେଉଁମାନେ ମାସ୍କ ବ୍ୟବହାର କରୁନାହାଁନ୍ତି ସେମାନଙ୍କୁ ଅନେକ ସମୟରେ ଦଣ୍ଡିତ ମଧ୍ୟ କରାଯାଏ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ସିଙ୍ଗାପୁରରେ। ଏଠାରେ ଜଣେ ବ୍ୟକ୍ତି ମାସ୍କ ପିନ୍ଧିବାକୁ ମନା କରିବାରୁ ତାଙ୍କୁ ମାନସିକ ବ୍ୟାଧି ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ସିଙ୍ଗାପୁରରେ ବର୍ତ୍ତମାନ କୋଭିଡ୍‌ କଟକଣା କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏଠାରେ ମାସ୍କ ପିନ୍ଧିବାକୁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏହାକୁ ନ ମାନୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଘଟଣାନୁସାରେ, ବ୍ରିଟିଶ ନାଗରିକ ତଥା ଦୁଇ ସନ୍ତାନର ପିତା ବେଞ୍ଜାମିନ୍ ଗ୍ଲିନ୍‌ ସିଙ୍ଗାପୁରରେ ଟ୍ରେନ୍ ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ମନା କରିଦେଇଥିଲେ। ଏଥିସହ ସେ ଯୁକ୍ତି କରିଥିଲେ ଯେ, ମାସ୍କଟି କରୋନାଭାଇରସ୍ ରୋକିବାରେ କିମ୍ବା ପ୍ରତିରୋଧ କରିବାରେ ସମ୍ପୂର୍ଣ୍ଣ ବିଫଳ। ଏଣୁ ସେ ସିଙ୍ଗାପୁରରେ ଥିବା ତାଙ୍କ କାର୍ଯ୍ୟାଳୟକୁ ଯିବାବେଳେ ଟ୍ରେନ୍‌ରେ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ଭାବୁନଥିବା ଯୁକ୍ତି ବାଢିଥିଲେ। ତେବେ ଗ୍ଲିନ୍‌ ଟ୍ରେନ୍‌ରେ ମାସ୍କ ପିନ୍ଧିନଥିବା ଦୃଶ୍ୟକୁ କେହିଜଣେ ଭିଡ଼ିଓ କରି ଭାଇରାଲ କରିଥିଲେ। ଭିଡ଼ିଓଟି ଅନ୍‌ଲାଇନ୍‌ରେ ସେୟାର ହେବାର କିଛି ଘଣ୍ଟା ପରେ ଗ୍ଲିନଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନାମରେ ଚାରିଟି ଅପରାଧିକ ମାମଲା ରୁଜୁ କରାଯାଇଛି। ମାମଲାର ଶୁଣାଣି କରି କୋର୍ଟ ଗ୍ଲିନ୍‌ଙ୍କୁ ମାନସିକ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇ ଦେଇଛନ୍ତି। କୋର୍ଟରେ ହାଜର ହେବା ପରେ ଗ୍ଲିନ୍‌ କହିଥିଲେ ଯେ, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ । ସେ କହିଛନ୍ତି ଯେ, ସିଙ୍ଗାପୁରର ନ୍ୟାୟିକ ବ୍ୟବସ୍ଥା ମୋତେ ଏବଂ ମୋ ପରିବାରକୁ ଯେପରି ବ୍ୟବହାର କରିଛି ସେଥିରେ ମୁଁ ବ୍ୟଥିତ ଓ ମର୍ମାହତ।

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

13 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp