ଆସନ୍ତୁ ଜାଣିବା ‘ଶୂନ ନୋଟ୍‌’ ବିଷୟରେ କିଛି ରୋଚକ ତଥ୍ୟ

The Sakala Picture
Published On

ଆମ ଦେଶରେ ବିଭିନ୍ନ ପ୍ରକାର ନୋଟ୍‌ ପ୍ରଚଳିତ। ଟଙ୍କିକିଆ, ୫ଟଙ୍କିଆ, ୨୦୦ ଟଙ୍କା, ୨୦୦୦ ଟଙ୍କା ନୋଟ୍‌ ସହ ଦେଶବାସୀ ଖୁବ୍‌ ପରିଚିତ। କିନ୍ତୁ ଦେଶରେ ଏକ ସମୟରେ ଶୂନ ଟଙ୍କାର ନୋଟ୍‌ ମଧ୍ୟ ଛପା ଯାଇଥିଲା। ଏହି ଘଟଣା ଘଟିଥିଲା ୨୦୦୭ ମସିହାରେ। ଏହି ନୋଟଗୁଡ଼ିକ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଛପା ହୋଇନଥିଲା। ଏହାକୁ ଦକ୍ଷିଣ ଭାରତର ଏକ ଅଣସ୍ବୀକୃତ ସଂସ୍ଥା ଛାପିଥିଲା। ତାମିଲନାଡୁସ୍ଥିତ ଏହି ସଂସ୍ଥା ଲକ୍ଷ ଲକ୍ଷ ଶୂନ ନୋଟ୍‌ ଛାପିଥିଲା। […]

ଆମ ଦେଶରେ ବିଭିନ୍ନ ପ୍ରକାର ନୋଟ୍‌ ପ୍ରଚଳିତ। ଟଙ୍କିକିଆ, ୫ଟଙ୍କିଆ, ୨୦୦ ଟଙ୍କା, ୨୦୦୦ ଟଙ୍କା ନୋଟ୍‌ ସହ ଦେଶବାସୀ ଖୁବ୍‌ ପରିଚିତ। କିନ୍ତୁ ଦେଶରେ ଏକ ସମୟରେ ଶୂନ ଟଙ୍କାର ନୋଟ୍‌ ମଧ୍ୟ ଛପା ଯାଇଥିଲା। ଏହି ଘଟଣା ଘଟିଥିଲା ୨୦୦୭ ମସିହାରେ। ଏହି ନୋଟଗୁଡ଼ିକ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଛପା ହୋଇନଥିଲା। ଏହାକୁ ଦକ୍ଷିଣ ଭାରତର ଏକ ଅଣସ୍ବୀକୃତ ସଂସ୍ଥା ଛାପିଥିଲା। ତାମିଲନାଡୁସ୍ଥିତ ଏହି ସଂସ୍ଥା ଲକ୍ଷ ଲକ୍ଷ ଶୂନ ନୋଟ୍‌ ଛାପିଥିଲା। ଏହି ନୋଟ୍‌ ଛାପିବା ପଛର ଉଦ୍ଦେଶ୍ୟ ଥିଲା ଦୁର୍ନୀତି ଏବଂ କଳାଟଙ୍କା ବିରୋଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଶୂନ ନୋଟ୍‌କୁ ଅସ୍ତ୍ର ଭାବରେ ବ୍ୟବହୃତ କରାଯାଇଥିଲା। ନୋଟ୍‌ଗୁଡିକ ବିଭିନ୍ନ ଭାଷାରେ ଲେଖାଯାଇଥିଲା ଓ ସେଥିରେ ବାର୍ତ୍ତା ଥିଲା -ଯଦି କେହି ଲାଞ୍ଚ ମାଗନ୍ତି, ତେବେ ଏହି ନୋଟ୍ ଦିଅନ୍ତୁ ଏବଂ ଆମକୁ ଜଣାନ୍ତୁ। କେବଳ ତାମିଲନାଡୁରେ ୨୫ ଲକ୍ଷରୁ ଅଧିକ ନୋଟ୍ ବଣ୍ଟା ଯାଇଥିଲା ଏବଂ ସାରା ଦେଶରେ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ବ ନୋଟ୍ ବଣ୍ଟା ଯାଇଥିଲା। ଏହି ଅଭିଯାନ ଏହି ସଂସ୍ଥାର ପ୍ରତିଷ୍ଠାତା ବିଜୟ ଆନନ୍ଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଏହି ନୋଟ୍ ସହିତ, ଲୋକଙ୍କୁ ଏକ ଫର୍ମ ମଧ୍ୟ ଦିଆଯାଇଥିଲା ଯେଉଁଥିରେ ସେମାନଙ୍କ ଅଧିକାର ସମ୍ବନ୍ଧୀୟ ସୂଚନା ଲେଖାଯାଇଥିଲା। ଏହି ସଂସ୍ଥା ଦୀର୍ଘ ଦିନ ଧରି ଲୋକଙ୍କୁ ଦୁର୍ନୀତି ବିରୋଧରେ ସଚେତନ କରାଉଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର