ଘରର କେନ୍ଦ୍ରସ୍ଥଳ ବା ବ୍ରହ୍ମସ୍ଥାନ ପାଇଁ କ’ଣ ରହିଛି ବାସ୍ତୁ ନିୟମ, ଆସନ୍ତୁ ଜାଣିବା…

The Sakala Picture
Published On

ବାସ୍ତୁ ଅନୁସାରେ, କୌଣସି ଘର କିମ୍ବା ଭୂଖଣ୍ଡର ମଧ୍ୟଭାଗକୁ ବ୍ରହ୍ମସ୍ଥାନ କୁହାଯାଏ। ଏହି ସ୍ଥାନରୁ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ତେଣୁ ଏହି ସ୍ଥାନ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଈଶାନ କୋଣ ଭଳି ବ୍ରହ୍ମସ୍ଥାନ ପାଇଁ ମଧ୍ୟ କିଛି ବାସ୍ତୁ ନିୟମ ରହିଛି, ଯାହାକୁ ମାନିବା ଉଚିତ। ତେବେ ଆସନ୍ତୁ ଜାଣିବା ଘରର ବ୍ରହ୍ମସ୍ଥାନ ପାଇଁ ଥିବା ବାସ୍ତୁନିୟମ ସମ୍ପର୍କରେ… ଘରର ବ୍ରହ୍ମସ୍ଥାନରେ ନିୟମିତ ଭଜନ, କୀର୍ତ୍ତନ, ଭାଗବତ କିମ୍ବା ଗୀତା ପାଠ କରିବା […]

ବାସ୍ତୁ ଅନୁସାରେ, କୌଣସି ଘର କିମ୍ବା ଭୂଖଣ୍ଡର ମଧ୍ୟଭାଗକୁ ବ୍ରହ୍ମସ୍ଥାନ କୁହାଯାଏ। ଏହି ସ୍ଥାନରୁ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ତେଣୁ ଏହି ସ୍ଥାନ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଈଶାନ କୋଣ ଭଳି ବ୍ରହ୍ମସ୍ଥାନ ପାଇଁ ମଧ୍ୟ କିଛି ବାସ୍ତୁ ନିୟମ ରହିଛି, ଯାହାକୁ ମାନିବା ଉଚିତ। ତେବେ ଆସନ୍ତୁ ଜାଣିବା ଘରର ବ୍ରହ୍ମସ୍ଥାନ ପାଇଁ ଥିବା ବାସ୍ତୁନିୟମ ସମ୍ପର୍କରେ…

  • ଘରର ବ୍ରହ୍ମସ୍ଥାନରେ ନିୟମିତ ଭଜନ, କୀର୍ତ୍ତନ, ଭାଗବତ କିମ୍ବା ଗୀତା ପାଠ କରିବା ଦ୍ବାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ।
  • ଯଦି ସମ୍ଭବ ହୁଏ, ତେବେ ବ୍ରହ୍ମସ୍ଥାନରେ ତୁଳସୀ ଗଛ ରଖନ୍ତୁ।
  • ଏହି ସ୍ଥାନରେ ବଡ଼ ଗର୍ତ୍ତ, ପାଣି କିମ୍ବା ଅଳିଆ ଜମାକରି ରଖନ୍ତୁ ନାହିଁ। ଈଶାନ କୋଣ ଭଳି ବ୍ରହ୍ମସ୍ଥାନକୁ ନିୟମିତ ସଫାସୁତରା ରଖନ୍ତୁ।
  • ଘର ନିର୍ମାଣ କରିବା ସମୟରେ ଏହି ସ୍ଥାନକୁ ସାମାନ୍ୟ ଉଚ୍ଚା କରିବା ଆବଶ୍ୟକ।
  • ଘରର ଏହି ସ୍ଥାନରେ ଭାରୀ ଜିନିଷ, ଝାଡ଼ୁ କିମ୍ବା ଆସବାବପତ୍ର ରଖନ୍ତୁ ନାହିଁ। ଏହି ସ୍ଥାନକୁ ସବୁବେଳେ ସଫା ଓ ଖୋଲା ରଖନ୍ତୁ।
  • ଘର ନିର୍ମାଣ ସମୟରେ ଏହି ସ୍ଥାନରେ କୌଣସି ଶିଡ଼ି, ବିମ୍‌, ଖମ୍ବ, ଭୂମିଗତ ପାଣିଟାଙ୍କି, ବୋରିଙ୍ଗ୍‌, ସେଫ୍ଟି ଟ୍ୟାଙ୍କ୍‌ କିମ୍ବା ଶୌଚାଳୟ ନିର୍ମାଣ କରନ୍ତୁ ନାହିଁ।
  • ବ୍ରହ୍ମସ୍ଥାନରେ ଅଇଁଠା ପକାଇବା ବି ଅନୁଚିତ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp