ମଶାମାନେ କାହିଁକି ରକ୍ତ ଶୋଷି ଥାନ୍ତି, ଜାଣନ୍ତୁ କାରଣ….

The Sakala Picture
Published On

ସାଧାରଣତଃ ଲୋକେ ମଶାମାନଙ୍କ ପାଇଁ ଚିନ୍ତିତ ଥାନ୍ତି। କାରଣ ମଶା କାମୁଡାରେ ମଣିଷ ଅନେକ ରୋଗର ଶିକାର ହୋଇଥାଏ। ମଶାମାନଙ୍କ ଯୋଗୁଁ ମଣିଷ ଅସୁସ୍ଥ ମଧ୍ୟ ହୋଇଯାଆନ୍ତି । ମଶାମାମେ ମଣିଷ କିମ୍ବା ଅନ୍ୟ ପ୍ରାଣୀମାନଙ୍କର ରକ୍ତ ପିଇ ବଞ୍ଚିଥାନ୍ତ। ବିଶ୍ୱାସ କରାଯାଏ ଯେ କେବଳ ମାଈ ମଶାମାନେ ରକ୍ତ ଶୋଷିଥାନ୍ତି। ମାଈ ମଶା ଲୋକମାନଙ୍କୁ କାମୁଡିଥାନ୍ତି କାରଣ ସେମାନେ ମନୁଷ୍ୟ ରକ୍ତରୁ ପ୍ରୋଟିନ୍ ସଂଗ୍ରହ କରି ଅଣ୍ଡା ସୃଷ୍ଟି କରି ସେଥିରୁ ଅଧିକ ମଶା ଛୁଆ […]

ସାଧାରଣତଃ ଲୋକେ ମଶାମାନଙ୍କ ପାଇଁ ଚିନ୍ତିତ ଥାନ୍ତି। କାରଣ ମଶା କାମୁଡାରେ ମଣିଷ ଅନେକ ରୋଗର ଶିକାର ହୋଇଥାଏ। ମଶାମାନଙ୍କ ଯୋଗୁଁ ମଣିଷ ଅସୁସ୍ଥ ମଧ୍ୟ ହୋଇଯାଆନ୍ତି । ମଶାମାମେ ମଣିଷ କିମ୍ବା ଅନ୍ୟ ପ୍ରାଣୀମାନଙ୍କର ରକ୍ତ ପିଇ ବଞ୍ଚିଥାନ୍ତ। ବିଶ୍ୱାସ କରାଯାଏ ଯେ କେବଳ ମାଈ ମଶାମାନେ ରକ୍ତ ଶୋଷିଥାନ୍ତି। ମାଈ ମଶା ଲୋକମାନଙ୍କୁ କାମୁଡିଥାନ୍ତି କାରଣ ସେମାନେ ମନୁଷ୍ୟ ରକ୍ତରୁ ପ୍ରୋଟିନ୍ ସଂଗ୍ରହ କରି ଅଣ୍ଡା ସୃଷ୍ଟି କରି ସେଥିରୁ ଅଧିକ ମଶା ଛୁଆ କରିଥାନ୍ତି । ସାଧାରଣତଃ ମଶାମାନେ ରକ୍ତ ଶୋଷିବା ପରେ ସେଠାରୁ ଉଡ଼ିଯାଆନ୍ତି। ମଶାମାନେ କାହିଁକି ରିକ୍ତ ଶୋଷି ଥାନ୍ତି । କିପରି ଅଭ୍ୟସ୍ତ ହେଲେ? ପୂର୍ବରୁ ବୈଜ୍ଞାନିକମାନେ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଜାଣି ନଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଏହାର ଉତ୍ତର ପାଇଛନ୍ତି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ  ପୂର୍ବରୁ ମଶାମାନେ ରକ୍ତ ପିଉ ନ ଥିଲେ। କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଧିରେଧିରେ ଏହି ପରିବର୍ତ୍ତନ ଆସିଛି।

ଦୁନିଆରେ ଅନେକ ପ୍ରଜାତିର ମଶା ଅଛନ୍ତି। ସେଥିମଧ୍ୟରୁ ଆଫ୍ରିକାର ଏଡିସ୍ ଏଜିପ୍ଟି ମଶା । ଏହି ମଶାର ମଧ୍ଯ ଅନେକ ପ୍ରଜାତି  ଅଛି। ଏହି ମଶାମାନଙ୍କ ଯୋଗୁଁ  ଜିକା ଭୂତାଣୁ ବ୍ଯାପୁଛି। ଏହି ମଶାମାନେ ମଧ୍ଯ ଡେଙ୍ଗୁ ଜ୍ଜରର କାରଣ ଅଟନ୍ତି।

ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ମଶାମାନଙ୍କୁ ଅଧ୍ୟୟନ କରି ଜାଣିବାକୁ ପାଇଥିଲେ ଯେ, ସମସ୍ତ ପ୍ରଜାତିର ମଶାମାନେ ରକ୍ତ ପିଉ ନାହାଁନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ବଞ୍ଚିବା ପାଇଁ ଅନ୍ୟ ଜିନିଷ ଖାଇବା ସହ ରକ୍ତ ମଧ୍ଯ ପିଇଥାନ୍ତି।

ପ୍ରିନ୍ସଟନ୍ ୟୁନିଭରସିଟିର ଅନୁସନ୍ଧାନକାରୀ ନୋହା ରୋଜ୍ କହିଛନ୍ତି ଯେ, ଆମେ ପ୍ରଥମେ ଆଫ୍ରିକାର କେତେକ ସ୍ଥାନରୁ ଏଡିସ୍ ଏଜିପ୍ଟି ମଶାର ଅଣ୍ଡା ନେଇଥିଲୁ ଏବଂ ସେହି ଅଣ୍ଡାରୁ ମଶା ବାହାରିବା ପାଇଁ ଅପେକ୍ଷା କରିଥିଲୁ। ସେମାନଙ୍କ ରକ୍ତ ପିଇବା ପଦ୍ଧତି ଜାଣିବା ପାଇଁ ସେହି ମଶାମାନଙ୍କୁ ମଣିଷ ଏବଂ ଅନ୍ୟ ପ୍ରାଣୀମାନଙ୍କ ଉପରେ ଲାବୋରେଟୋରୀରେ ବନ୍ଦ ବାକ୍ସ ଭିତରେ ଛାଡି ଦିଆଯାଇଥିଲା। ଏହି ସମୟରେ ଜାଣିବାକୁ ମିଳିଥିଲା ଯେ, ବିଭିନ୍ନ ପ୍ରଜାତିର ଏଡିସ୍ ଏଜିପ୍ଟି ମଶାଙ୍କର ଖାଦ୍ୟ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ।

ନୋହା ରୋଜଙ୍କ ବିଶ୍ୱାସ ଯେ, ସବୁ ମଶା ରକ୍ତ ପିଉ ନାହାଁନ୍ତି। ଯେଉଁଠାରେ ଉତ୍ତାପ ଅଧିକ ଥାଏ କିମ୍ବା ସେହି ସ୍ଥାନ ଶୁଖିଲା ରହିଥାଏ, ସାଧାରଣତ  ପାଣିର ଅଭାବ ଦେଖାଯାଇ ଥାଏ ସେମାନେ ରକ୍ତର ଆବଶ୍ଯକତା କରିଥାନ୍ତି। ମଶାମାନେ ପ୍ରଜନନ ପାଇଁ ସନ୍ତସନ୍ତିଆ ଜାଗା ଆବଶ୍ୟକ କରନ୍ତି। ଏହି ଆର୍ଦ୍ରତାର ଆବଶ୍ୟକତାକୁ ପୂରଣ କରିବା ପାଇଁ ମଶାମାନେ ମଣିଷ କିମ୍ବା ଅନ୍ୟ ପଶୁମାନଙ୍କର ରକ୍ତ ପିଇବା ଆରମ୍ଭ କରିଥାନ୍ତି।

ଯେଉଁଠାରେ ଜଳ ଗଚ୍ଛିତ ହୋଇ ରହିଥାଏ ମଶାଙ୍କର ପ୍ରଜନନ କରିବାରେ କୌଣସି ଅସୁବିଧା ହୋଇ ନ ଥାଏ।  କିନ୍ତୁ ଜଳର ଅଭାବ ଅନୁଭବ କରିବା ମାତ୍ରେ ସେମାନେ ମଣିଷ କିମ୍ବା ଅନ୍ୟ ପ୍ରାଣୀମାନଙ୍କର ରକ୍ତ ଶୋଷିବା ଆରମ୍ଭ କରନ୍ତି। ଅର୍ଥାତ୍ ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଜଳ ଅଭାବକୁ ପୂରଣ କରିବା ପାଇଁ ମଶାମାନେ ରକ୍ତ ପିଅନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର