ପ୍ରକୃତି ପ୍ରେମରେ କର୍ଲାଯୋରୀ ଓ ଅନ୍ତପାଲିବାସୀ: ବିଦେଶୀ ପକ୍ଷୀଙ୍କ କଳରବ
ଭଟଲି (ସରୋଜ କୁମାର ଷଡ଼ଙ୍ଗୀ): ପକ୍ଷୀ ଗବେଷକ, ପକ୍ଷୀ ବିଶାରଦ, ପରିବେଶବିତ୍ଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଭଟଲି ବ୍ଲକ୍ ଅନ୍ତର୍ଗତ କର୍ଲାଯୋରୀ ଓ ଅନ୍ତପାଲି ଗାଁ। ବାରପାହାଡ଼ର ପାଦଦେଶରେ ଅବସ୍ଥିତ ଗ୍ରାମ ଦ୍ୱୟ କେଉଁ ଆବହମାନ କାଳରୁ ନିଜ କୋଳରେ ଅନେକ ବୃକ୍ଷଲତାକୁ ସ୍ଥାନ ଦେବା ସହ ବିଦେଶୀ ପକ୍ଷୀମାନଙ୍କ ପାଇଁ ଆବାସସ୍ଥଳୀ ପାଲଟିଛି । ଭାରତୀୟ ଉପମହାଦେଶ ତଥା ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡିକରୁ ଆସି ଅକ୍ଷୟ ତୃତୀୟା ଦିନଠାରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ […]
ଭଟଲି (ସରୋଜ କୁମାର ଷଡ଼ଙ୍ଗୀ): ପକ୍ଷୀ ଗବେଷକ, ପକ୍ଷୀ ବିଶାରଦ, ପରିବେଶବିତ୍ଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଭଟଲି ବ୍ଲକ୍ ଅନ୍ତର୍ଗତ କର୍ଲାଯୋରୀ ଓ ଅନ୍ତପାଲି ଗାଁ। ବାରପାହାଡ଼ର ପାଦଦେଶରେ ଅବସ୍ଥିତ ଗ୍ରାମ ଦ୍ୱୟ କେଉଁ ଆବହମାନ କାଳରୁ ନିଜ କୋଳରେ ଅନେକ ବୃକ୍ଷଲତାକୁ ସ୍ଥାନ ଦେବା ସହ ବିଦେଶୀ ପକ୍ଷୀମାନଙ୍କ ପାଇଁ ଆବାସସ୍ଥଳୀ ପାଲଟିଛି । ଭାରତୀୟ ଉପମହାଦେଶ ତଥା ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡିକରୁ ଆସି ଅକ୍ଷୟ ତୃତୀୟା ଦିନଠାରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଆସ୍ଥାନ ଜମାଇଥିବା ବିଭିନ୍ନ ପ୍ରଜାତିର ପକ୍ଷୀ। ପ୍ରାୟତଃ ଅକ୍ଷୟ ତୃତୀୟା ବେଳକୁ କେତେକ ମୁଖିଆ ପରିବ୍ରାଜକ ପକ୍ଷୀ ଗ୍ରାମର ପାରିପାର୍ଶ୍ବିକ ବାତାବରଣକୁ ଅନୁଧ୍ୟାନ କରିବା ପରେ ଠିକ୍ ମୌସୁମୀର ଆଗମନ ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଅଗଣିତ ପକ୍ଷୀ ଆସି ଶୀତ ମାସ ଆରମ୍ଭ ହେବା ଯାଏ ରୁହନ୍ତି।
ଜୈବବିବିଧତା ସହିତ ଉପଯୁକ୍ତ ଜଳବାୟୁ ତଥା ଆବଶ୍ୟକ ମାତ୍ରାରେ ପ୍ରାକୃତିକ ଖାଦ୍ୟ ମିଳୁଥିବା ଯୋଗୁଁ ପକ୍ଷୀ ସମାଜ ନିଜ ପାଇଁ ଅନୁକୂଳ ପରିବେଶ ମନେ କରି ପ୍ରତ୍ୟେକ ବର୍ଷ କର୍ଲାଯୋରୀ ଓ ଅନ୍ତପାଲି ଗାଁକୁ ଆଗମନ କରିଥାନ୍ତି। କିଙ୍ଗ ଫିସର୍, ବ୍ଲେକ୍ ହେଡେଡ ମୁନିଆ, ଏସିଆନ ପାରାଡାଇଜ୍ ଫ୍ଲାଇକେଚର୍, ଏସିଆନ ଓପନ ବିଲ ଷ୍ଟୋର୍କ, ନାଇଟ୍ ହେରନ, ବ୍ଲେକ୍ ହେଡେଡ ଆଇବିସ୍, ଇଗ୍ରିଟ, କର୍ମୋରେଣ୍ଟ, ବୁଲବୁଲ, ୱାଟର କକ୍, ହ୍ୱାଇଟ ବ୍ରେଷ୍ଟେଡ ୱାଟର ହେନ୍ ଆଦି ଅନେକ ପ୍ରଜାତିର ପକ୍ଷୀ ଦେଖାଯାଉଥିଲେ ହେଁ କେବଳ କେତେକ ନିର୍ଦ୍ଦିଷ୍ଟ ଯଥା ଷ୍ଟୋର୍କ, ହେରନ୍, କର୍ମୋରେଣ୍ଟ, ଇଗ୍ରିଟ, ଆଇବିସ ଆଦି ସାରସ ପ୍ରଜାତିର ପକ୍ଷୀ ନୀଡ଼ ତିଆରି କରି ଆସ୍ଥାନ ଜମାଇଥାନ୍ତି। ସାଧାରଣତଃ ଗଛ କୋରଡକୁ ପସନ୍ଦ ନ କରି ଅଣ୍ଡା ଦେବା ପାଇଁ ଚିର ସବୁଜ ଥିବା ଗଛକୁ ବାଛନ୍ତି। ବସା ନିର୍ମାଣ ପାଇଁ ତେନ୍ତୁଳି, ଶିରିଶ, ଶିଶୁ, ନିମ୍ୱ ଆଦି ଗଛରୁ ଡାଳ ସଂଗ୍ରହ କରୁଥିବା ବେଳେ ବରକୋଳି ଆଦି କଣ୍ଟା ଜାତୀୟ ଗଛରୁ ଡାଳକୁ ବ୍ୟବହାର କରି ବସା ଚାରିପଟେ ସୁରକ୍ଷା ବଳୟ ସୃଷ୍ଟି କରିଥାନ୍ତି। ନିଜ ସୁଦୃଢ଼ ଥଣ୍ଟ ଦ୍ୱାରା ଗଛ ଡାଳକୁ କାଟି ବସା ନିର୍ମାଣ କରିବାର ଶୈଳୀ ସମସ୍ତଙ୍କୁ ଆକର୍ଷିତ କରିଥାଏ। ପକ୍ଷୀଙ୍କ କାକଳିରେ ମୁଖରିତ ହୁଏ ଚତୁଃପାଶ୍ୱର୍ ଦର୍ଶନ ସମୟରେ ନୈସର୍ଗିକ ସୋନ୍ଦର୍ଯ୍ୟ ଅନୁଭୂତି ମିଳିଥାଏ।ଖାଦ୍ୟ ସଂଗ୍ରହ ସମୟରେ ଏମାନେ, କୃଷିକ୍ଷେତ୍ର, ଆର୍ଦ୍ରଭୂମି ନିକଟରେ ଉଡ଼ି ବୁଲନ୍ତି। ଗେଣ୍ଡା, ଶାମୁକା ପରି କବଚୀ ପ୍ରାଣୀ, ଝିଣ୍ଟିକା, ଝିଙ୍କାରି, ବୁଢିଆଣୀ, ମାଛ, ଚିଙ୍ଗୁଡ଼ି ଆଦି ଜୀବ, ଜିଆ, ବେଙ୍ଗ ଆଦିକୁ ଖାଦ୍ୟ ଭାବରେ ଗ୍ରହଣ କରନ୍ତି।
ପ୍ରାୟ ଦୀର୍ଘ ଛଅ ମାସ ଯାଏ ପରିବ୍ରାଜକ ପକ୍ଷୀମାନଙ୍କର ଯେପରି କୌଣସି କ୍ଷତି ନ ହୁଏ ସେ ନେଇ ସମସ୍ତ ଗ୍ରାମବାସୀ ସର୍ବଦା ନୀରିକ୍ଷଣ କରନ୍ତି। ଗ୍ରାମବାସୀଙ୍କ ପ୍ରକୃତିପ୍ରେମ ଓ ପକ୍ଷୀଙ୍କ ପ୍ରତି ସକାରାତ୍ମକ ମନୋଭାବକୁ ଲକ୍ଷ୍ୟ କରି ଗ୍ରାମରେ ଗଠନ କରାଯାଇଥିଲା ଇଡିସି। ଓଡ଼ିଶା ସରକାରଙ୍କ ବନ ବିଭାଗର ତକ୍ରାଳୀନ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସରୋଜ କୁମାର ପଣ୍ଡା ସ୍ଥାନୀୟ ଲୋକଙ୍କ ସହ ଉତ୍ତମ ଜନ ସମ୍ପର୍କ ସ୍ଥାପନ କରି ଇଡିସିକୁ କିଛି ଆସବାବପତ୍ର ସହ ପକ୍ଷୀଙ୍କ ଗତିବିଧି ଅନୁଧ୍ୟାନ କରିବା ପାଇଁ ବାଇନାକୁଲାର ପ୍ରଦାନ କରିଥିଲେ। ଭବିଷ୍ୟତରେ ଅନେକ କିଛି ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ତାଙ୍କ ପଦୋନ୍ନତି ହେଲା ପରେ ବନ ବିଭାଗ ତରଫରୁ ଆଉ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ପରିବେଶ ତଥା ଜଳବାୟୁର ପରିବର୍ତ୍ତନ ସହ ଖାପ ଖୁଆଇ ନ ପାରି ବ୍ଲେକ ହେଡେଡ୍ ଆଇବିସ୍ ପରି ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ଆଖିରେ ରଖି ଜୈବ ଉନ୍ନୟନ କମିଟିର ଅଧ୍ୟକ୍ଷ ତଥା ପରିବେଶବିତ୍ ସଂଜୟ ଖମାରୀଙ୍କ ନେତୃତ୍ୱରେ ଗ୍ରାମର ପରିବେଶକର୍ମୀ ଗଣେଶ ମହାକୁଡ, ସୁରେନ୍ଦ୍ର ପୋଢ଼, ମନବୋଧ ନାଏକ, ଲଛମନ ସାହୁ, ପ୍ରଦୀପ ପ୍ରଧାନ, କରୁଣା ପ୍ରଧାନ ପ୍ରମୁଖ ଗ୍ରାମବାସୀ ବର୍ଷର ବିଭିନ୍ନ ସମୟରେ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରି ଜୈବ ବିବିଧତାର ସଂରକ୍ଷଣ ଦିଗରେ କାର୍ଯ୍ୟ କରିଆସିଛନ୍ତି।
10 Nov 2024
By The Sakala

https://www.thesakala.in/special/karlajori-and-anthapali-villages-in-bhatli-block-have-become-the-center-of-attraction-for-birds-and-environmentalists/article-36464