ଏମିତି ଏକ ମନ୍ଦିର ଯେଉଁଠି ଭୋଗ ଖାଇବା ମନା

The Sakala Picture
Published On

ଆମେ ସମସ୍ତେ ଭଗବାନଙ୍କୁ ପୂଜାର୍ଚ୍ଚନା କରି ଭୋଗ ଲଗାଉ। ଠାକୁରଙ୍କୁ ଅର୍ପଣ କରାଯାଇଥିବା ଭୋଗକୁ ଭଗବାନଙ୍କ ଆଶୀର୍ବାଦ ରୂପେ ଭକ୍ତମାନେ ଗ୍ରହଣ କରିଥାନ୍ତି। କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ରାଜସ୍ଥାନରେ। ରାଜସ୍ଥାନର ଦୌସା ସହରର ମେହନ୍ଦିପୁରର ବାଲାଜୀ ମନ୍ଦିର, ଭଗବାନ ମହାବୀର ହନୁମାନଙ୍କର ଏକ ପ୍ରସିଦ୍ଧ ମନ୍ଦିର ଭାବେ ପରିଗଣିତ ହୋଇଥାଏ। ଏଠାରେ ବର୍ଷତମାମ୍ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। ଅନେକ ଲୋକ ରୋଗକଷ୍ଟରୁ ମକ୍ତି ପାଇଁ ଏହି ମନ୍ଦିରକୁ ଆସିଥାନ୍ତି । ଏହି ମନ୍ଦିରରେ […]

ଆମେ ସମସ୍ତେ ଭଗବାନଙ୍କୁ ପୂଜାର୍ଚ୍ଚନା କରି ଭୋଗ ଲଗାଉ। ଠାକୁରଙ୍କୁ ଅର୍ପଣ କରାଯାଇଥିବା ଭୋଗକୁ ଭଗବାନଙ୍କ ଆଶୀର୍ବାଦ ରୂପେ ଭକ୍ତମାନେ ଗ୍ରହଣ କରିଥାନ୍ତି। କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ରାଜସ୍ଥାନରେ। ରାଜସ୍ଥାନର ଦୌସା ସହରର ମେହନ୍ଦିପୁରର ବାଲାଜୀ ମନ୍ଦିର, ଭଗବାନ ମହାବୀର ହନୁମାନଙ୍କର ଏକ ପ୍ରସିଦ୍ଧ ମନ୍ଦିର ଭାବେ ପରିଗଣିତ ହୋଇଥାଏ। ଏଠାରେ ବର୍ଷତମାମ୍ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। ଅନେକ ଲୋକ ରୋଗକଷ୍ଟରୁ ମକ୍ତି ପାଇଁ ଏହି ମନ୍ଦିରକୁ ଆସିଥାନ୍ତି । ଏହି ମନ୍ଦିରରେ ଲାଗିଥିବା ଭୋଗକୁ ଭକ୍ତମାନେ ସେବନ ନ କରିବା ନିୟମ ରହିଛି। ଏଠାରେ ମହାବୀରଙ୍କ ମୂର୍ତ୍ତି ସହିତ ଭଗବାନ ଶ୍ରୀରାମ ଓ ମାତା ସୀତାଙ୍କ ମୂର୍ତ୍ତି ରହିଛି। ଏଠାରେ ଥିବା ପ୍ରେତରାଜ ସରାକର ଓ ଭୈରବ ବାବାଙ୍କ ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଏ।

ଆହୁରି ପଢ଼ନ୍ତୁ: ୟୁପିଆଇ ଏମଡିଆର (UPI MDR) ଶୁଳ୍କ ଲାଗୁ ନେଇ ବଡ଼ ଖବର: ଅକ୍ଟୋବର ୧୫ ବଦଳରେ ଜାନୁଆରୀକୁ ଘୁଞ୍ଚିପାରେ ନିୟମ

ଏହି ମନ୍ଦିରରେ ଏକ ବିଚିତ୍ର ନିୟମ ରହିଛି। ଏଠାରେ ଭକ୍ତମାନଙ୍କୁ ମନ୍ଦିରର ପ୍ରସାଦ ସେବନ କରିବାକୁ ଦିଆଯାଏ ନାହିଁ । ମନ୍ଦିରରୁ ଭକ୍ତମାନେ ପ୍ରସାଦ କିମ୍ବା କୌଣସି ସୁଗନ୍ଧିତ ଜିନିଷ ଘରକୁ ମଧ୍ୟ ନେଇପାରିବେ ନାହିଁ । କେହି ଏହାର ବିରୋଧରେ କାମ କଲେ ସେମାନଙ୍କ ଉପରେ ଭୂତ ପ୍ରେତଙ୍କ ନଜର ପଡିଥାଏ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ବାସ ରହିଛି। ଏଠାରେ ହନୁମାନ ବାଲ୍ୟରୂପରେ ପୂଜା ପାଉଛନ୍ତି ଏବଂ ଏଠାକୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ସପ୍ତାହେ ପୂର୍ବରୁ ପିଆଜ, ରସୁଣ, ଆମିଷ ଓ ମଦ୍ୟପାନ ପାଇଁ ବାରଣ ଥାଏ । ବର୍ଷ ବର୍ଷ ଧରି ଏହି ପରମ୍ପରା ଚାଲିଆସୁଛି ଏବଂ ସ୍ଥାନୀୟ ଅଞ୍ଚଳରେ ବିଶ୍ବାସ ରହିଛି ଯେ, ମାତ୍ର ଥରେ ଏହି ମନ୍ଦିରକୁ ଆସିବା ପରେ ଯେ କୌଣସି ରୋଗ ବା ଗୁଣିଗାରେଡ଼ି ସମସ୍ୟା ଦୂର ହୋଇଯାଏ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp