Viral Video: ପେଟ ପାଇଁ ବୃଦ୍ଧାଙ୍କ ସଂଘର୍ଷ: ସାହାଯ୍ୟର ହାତ ବଢ଼ାଇ ସମସ୍ତଙ୍କ ହୃଦୟ ଜିତିଲେ ହୁସେନ ମନସୁରୀ

Tapas Ranjan Nanda Picture
Published On

ବୟସର ଅପରାହ୍ନରେ ମଧ୍ୟ ପେଟ ପାଇଁ ସଂଘର୍ଷ କରୁଥିବା ଜଣେ ବୃଦ୍ଧାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକୁ ସଫା କରି ନିଜର ଗୁଜରାଣ ମେଣ୍ଟାଉଥିବା ଜଣେ ବୃଦ୍ଧାଙ୍କୁ ପ୍ରତିଷ୍ଠିତ ସମାଜସେବୀ ତଥା କଣ୍ଟେଣ୍ଟ କ୍ରିଏଟର ହୁସେନ ମନସୁରୀ ସାହାଯ୍ୟର ହାତ ବଢ଼ାଇ ସମସ୍ତଙ୍କ ହୃଦୟ ଜିତିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବୃଦ୍ଧା ମହିଳା ଅତ୍ୟନ୍ତ କଷ୍ଟରେ ଗାଡ଼ିଗୁଡ଼ିକୁ କପଡ଼ାରେ ପୋଛି ସଫା କରୁଛନ୍ତି। ବୃଦ୍ଧାବସ୍ଥାରେ ଶାରୀରିକ ଅସୁସ୍ଥତା ସତ୍ତ୍ୱେ କୌଣସି ସାମାଜିକ ସୁରକ୍ଷା କିମ୍ବା ପରିବାରର ସାହାରା ନଥିବାରୁ ସେ ଏହି କାମ କରିବାକୁ ବାଧ୍ୟ ହେଉଛନ୍ତି। ଏହି ଦୃଶ୍ୟ ଦେଖି ହୁସେନ ମନସୁରୀ ତାଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କର ଦୈନନ୍ଦିନ ସଂଘର୍ଷ ବିଷୟରେ ଜାଣିବାକୁ ପାଇଥିଲେ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ବୃଦ୍ଧାଙ୍କ କଥା ଶୁଣି ମନସୁରୀ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ। ସେ ନିଜେ ସେହି ବୃଦ୍ଧାଙ୍କୁ କାର ସଫା କରିବାରେ ସାହାଯ୍ୟ କରିବା ସହ ତାଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ଏଥିସହ ସେ ବୃଦ୍ଧାଙ୍କୁ କିଛି ସମୟ ବିଶ୍ରାମ ନେବାକୁ ଅନୁରୋଧ କରିଥିଲେ। ମନସୁରୀଙ୍କ ଏହି ଦୟାଳୁ ମନୋଭାବ ଦେଖି ବୃଦ୍ଧା ଜଣଙ୍କ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହୁସେନ ମନସୁରୀଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ଏହା କେବଳ ଏକ ସାଧାରଣ ଭିଡିଓ ନୁହେଁ, ବରଂ ସମାଜରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଏବଂ ସେମାନଙ୍କ ପ୍ରତି ଆମର କର୍ତ୍ତବ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାମାନ୍ୟ ସହାନୁଭୂତି ଯେ କାହାର ଦୁଃଖ କମାଇପାରେ, ଏହି ଘଟଣା ତାହାର ଏକ ଜ୍ୱଳନ୍ତ ଉଦାହରଣ।

16 Feb 2026 By Tapas Ranjan Nanda

Viral Video: ପେଟ ପାଇଁ ବୃଦ୍ଧାଙ୍କ ସଂଘର୍ଷ: ସାହାଯ୍ୟର ହାତ ବଢ଼ାଇ ସମସ୍ତଙ୍କ ହୃଦୟ ଜିତିଲେ ହୁସେନ ମନସୁରୀ

ବୟସର ଅପରାହ୍ନରେ ମଧ୍ୟ ପେଟ ପାଇଁ ସଂଘର୍ଷ କରୁଥିବା ଜଣେ ବୃଦ୍ଧାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକୁ ସଫା କରି ନିଜର ଗୁଜରାଣ ମେଣ୍ଟାଉଥିବା ଜଣେ ବୃଦ୍ଧାଙ୍କୁ ପ୍ରତିଷ୍ଠିତ ସମାଜସେବୀ ତଥା କଣ୍ଟେଣ୍ଟ କ୍ରିଏଟର ହୁସେନ ମନସୁରୀ ସାହାଯ୍ୟର ହାତ ବଢ଼ାଇ ସମସ୍ତଙ୍କ ହୃଦୟ ଜିତିଛନ୍ତି।

ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବୃଦ୍ଧା ମହିଳା ଅତ୍ୟନ୍ତ କଷ୍ଟରେ ଗାଡ଼ିଗୁଡ଼ିକୁ କପଡ଼ାରେ ପୋଛି ସଫା କରୁଛନ୍ତି। ବୃଦ୍ଧାବସ୍ଥାରେ ଶାରୀରିକ ଅସୁସ୍ଥତା ସତ୍ତ୍ୱେ କୌଣସି ସାମାଜିକ ସୁରକ୍ଷା କିମ୍ବା ପରିବାରର ସାହାରା ନଥିବାରୁ ସେ ଏହି କାମ କରିବାକୁ ବାଧ୍ୟ ହେଉଛନ୍ତି। ଏହି ଦୃଶ୍ୟ ଦେଖି ହୁସେନ ମନସୁରୀ ତାଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କର ଦୈନନ୍ଦିନ ସଂଘର୍ଷ ବିଷୟରେ ଜାଣିବାକୁ ପାଇଥିଲେ।

View this post on Instagram
 
A post shared by Hussain Mansuri (@iamhussainmansuri)

ବୃଦ୍ଧାଙ୍କ କଥା ଶୁଣି ମନସୁରୀ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ। ସେ ନିଜେ ସେହି ବୃଦ୍ଧାଙ୍କୁ କାର ସଫା କରିବାରେ ସାହାଯ୍ୟ କରିବା ସହ ତାଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ଏଥିସହ ସେ ବୃଦ୍ଧାଙ୍କୁ କିଛି ସମୟ ବିଶ୍ରାମ ନେବାକୁ ଅନୁରୋଧ କରିଥିଲେ। ମନସୁରୀଙ୍କ ଏହି ଦୟାଳୁ ମନୋଭାବ ଦେଖି ବୃଦ୍ଧା ଜଣଙ୍କ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହୁସେନ ମନସୁରୀଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ଏହା କେବଳ ଏକ ସାଧାରଣ ଭିଡିଓ ନୁହେଁ, ବରଂ ସମାଜରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଏବଂ ସେମାନଙ୍କ ପ୍ରତି ଆମର କର୍ତ୍ତବ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାମାନ୍ୟ ସହାନୁଭୂତି ଯେ କାହାର ଦୁଃଖ କମାଇପାରେ, ଏହି ଘଟଣା ତାହାର ଏକ ଜ୍ୱଳନ୍ତ ଉଦାହରଣ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp