ଜାଣନ୍ତୁ କେଉଁଠାରେ ଅଛି ଗ୍ରେଟ୍ ୱାଲ୍ ଅଫ୍ ଇଣ୍ଡିଆ

The Sakala Picture
Published On

ଚୀନ୍‌ର ‘ଗ୍ରେଟ୍ ୱାଲ୍ ଅଫ୍ ଚାଇନା’ ବିଶ୍ୱର ସବୁଠୁ ବଡ଼ ପ୍ରାଚୀର ହେବା ଗୌରବ ଅର୍ଜନ କରିଛି। ଏପରିକି ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଏହି ପ୍ରାଚୀର ସ୍ଥାନ ପାଇଛି। ତେବେ ବିଶ୍ବର ଦ୍ବିତୀୟ ବଡ଼ ପ୍ରାଚୀର ଭାରତରେ ଅଛି। ରାଜସ୍ଥାନର ରାଜସମନ୍ଦ ଜିଲ୍ଲାସ୍ଥିତ କୁମ୍ବଲଗଡ଼ ଦୁର୍ଗ ପ୍ରାଚୀରର ନିର୍ମାଣ ଶୈଳୀ ଓ ଏହାର ଲମ୍ବ କାରଣରୁ ଏହାକୁ ‘ଗ୍ରେଟ୍‌ ୱାଲ୍‌ ଅଫ୍‌ ଇଣ୍ଡିଆ’ କୁହାଯାଏ। ଏହା ବିଶ୍ବ ଐତିହ୍ୟରେ ସ୍ଥାନ ପାଇଥିବାବେଳେ ଏହା କୁମ୍ବଲଗଡର ପାଚେରିଭାବେ ମଧ୍ୟ […]

ଚୀନ୍‌ର ‘ଗ୍ରେଟ୍ ୱାଲ୍ ଅଫ୍ ଚାଇନା’ ବିଶ୍ୱର ସବୁଠୁ ବଡ଼ ପ୍ରାଚୀର ହେବା ଗୌରବ ଅର୍ଜନ କରିଛି। ଏପରିକି ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଏହି ପ୍ରାଚୀର ସ୍ଥାନ ପାଇଛି। ତେବେ ବିଶ୍ବର ଦ୍ବିତୀୟ ବଡ଼ ପ୍ରାଚୀର ଭାରତରେ ଅଛି। ରାଜସ୍ଥାନର ରାଜସମନ୍ଦ ଜିଲ୍ଲାସ୍ଥିତ କୁମ୍ବଲଗଡ଼ ଦୁର୍ଗ ପ୍ରାଚୀରର ନିର୍ମାଣ ଶୈଳୀ ଓ ଏହାର ଲମ୍ବ କାରଣରୁ ଏହାକୁ ‘ଗ୍ରେଟ୍‌ ୱାଲ୍‌ ଅଫ୍‌ ଇଣ୍ଡିଆ’ କୁହାଯାଏ। ଏହା ବିଶ୍ବ ଐତିହ୍ୟରେ ସ୍ଥାନ ପାଇଥିବାବେଳେ ଏହା କୁମ୍ବଲଗଡର ପାଚେରିଭାବେ ମଧ୍ୟ ଜଣାଶୁଣା। କୁମ୍ବଲଗଡ଼ ଦୁର୍ଗ ଉପରେ ବିଜୟପ୍ରାପ୍ତ କରିବା ଏତେ ମୁସ୍କିଲ ଥିଲା ଯେ, ଏହାକୁ ଅଜେୟଗଡ଼ ମଧ୍ୟ କୁହାଯାଏ। ଏହାର ପ୍ରାଚୀରକୁ ଅନେକ ଶାସକ ଭାଙ୍ଗିବାପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହୋଇଥିଲେ। ଏହି ପ୍ରାଚୀରର ଲମ୍ବ ୩୬ କିଲୋମିଟର ହୋଇଥିବା ବେଳେ ଚଉଡ଼ା ୧୫ରୁ ୨୫ ଫୁଟ। କୁହାଯାଏ କି ଏହି ପ୍ରାଚୀର ଉପରେ ଏକ ସାଙ୍ଗରେ ୭ଟି ଘୋଡ଼ା ଦୌଡ଼ି ପାରିବେ, ଯେତେବେଳେ କି ଚୀନର ପ୍ରାଚୀର ଉପରେ ୫ ଟି ଘୋଡ଼ା ଦୌଡ଼ି ପାରିବେ। ଏହି କାନ୍ଥଟିକୁ ୧୩ ଟି ପର୍ବତ ଘେରି ରହିଛି। କୁମ୍ବଲଗଡ ଦୁର୍ଗ ସମୁଦ୍ର ପତ୍ତନ ଠାରୁ ୧.୯୧୪ ଉଚ୍ଚରେ ଅବସ୍ଥିତ। ଏହାକୁ ନିର୍ମାଣ କରିବା ପାଇଁ ୧୫ ବର୍ଷ ସମୟ ଲାଗିଥିଲା। କୁମ୍ବଲଗଡ ଦୁର୍ଗ ଭିତରେ ସମୁଦାୟ ୩୬୦ଟି ମନ୍ଦିର ଅଛି, ଯେଉଁଥିରେ ୩୦୦ ଜୈନ ମନ୍ଦିର ଏବଂ ୬୦ଟି ହିନ୍ଦୁ ମନ୍ଦିର ଅଛି। ଦୁର୍ଗ ଭିତରେ ସାତୋଟି ପ୍ରବେଶ ଦ୍ୱାର ଅଛି। କୁହାଯାଏ ୧୪୪୩ରେ ରାଣା କୁମ୍ଭା ଏହାର ନିର୍ମାଣ ଆରମ୍ଭ କରିଥିଲେ। କିନ୍ତୁ ସତଚେଷ୍ଟା ସତ୍ତ୍ବେ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିପାରିଲା ନାହିଁ। ନିର୍ମାଣ କାର୍ଯ୍ୟରେ ବହୁତ ବାଧାବିଘ୍ନ ଦେଖାଗଲା। ରାଜା ଏଥିରେ ଚିନ୍ତିତ ହୋଇ ଜଣେ ସନ୍ଥକୁ ଏହାର ସମାଧାନ ପାଇଁ ଡକାଇଲେ। ସନ୍ଥ ରାଜାଙ୍କୁ କହିଲେ ଯଦି କେହି ସ୍ୱଇଚ୍ଛାରେ ଆତ୍ମବଳି ଦେବାକୁ ରାଜି ହୁଏ ତେବେ ଯାଇ କାମ ଆରମ୍ଭ ହୋଇପାରିବ। ରାଜା ଏକଥା ଶୁଣି ଅଧିକ ଚିନ୍ତିତ ହୋଇଗଲେ। ସେତେବେଳେ ସନ୍ଥ କହିଲେ ସେ ନିଜେ ଆତ୍ମବଳି ପାଇଁ ପ୍ରସ୍ତୁତ ଅଛନ୍ତି। ସନ୍ଥ କହିଲେ ସେ ପାହାଡ଼ ଉପରେ ଚାଲିବା ଆରମ୍ଭ କରିବେ ଓ ଯେତେବେଳେ ସେ ଯେଉଁଠିି ରହିଯିବେ, ସେହିଠାରେ ହିଁ ତାଙ୍କୁ ମାରି ଦିଆଯିବ ଏବଂ ସେଠାରେ ଏକ ଦେବୀ ମା’ଙ୍କ ମନ୍ଦିର ତିଆର କରାଯିବ। ସନ୍ଥଙ୍କ ପରାମର୍ଶ କ୍ରମରେ ହିଁ ସବୁ କାମ ହେଲା ଏବଂ ତା’ପରେ ପ୍ରାଚୀର କାମ ଆରମ୍ଭ କରାଗଲା। ଯାହା ଆଜି ବିଶ୍ୱରେ ଦ୍ୱିତୀୟ ସବୁଠାରୁ ବଡ଼ ପ୍ରାଚୀର ରୂପେ ପରିଚିତ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

30 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp