କେବଳ କରୋନା ନୁହେଁ ଫୁସ୍‌ଫୁସ୍‌ ଜନିତ ରୋଗରୁ ସୁରକ୍ଷା ଦେଉଛି ମାସ୍କ

The Sakala Picture
Published On

ଭୁବନେଶ୍ୱର: ପୂର୍ବରୁ କେବଳ ଅପରେସନ୍ କରୁଥିବା ଡାକ୍ତର, ନର୍ସ କିମ୍ବା ପ୍ରଦୂଷଣ ଜନିତ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାସ୍କ ବ୍ୟବହାର କରୁଥିଲେ। କିନ୍ତୁ କରୋନା ଆସିବା ପରେ ମାସ୍କ ଘରେ ଘରେ ପରିଚୟ ପାଇଛି। କରୋନାରୁ ରକ୍ଷା ପାଇଁ ମାସ୍କ ହିଁ ସର୍ବୋତ୍ତମ ପନ୍ଥା ବୋଲି ଦେଢ଼ ବର୍ଷ ହେଲା ସ୍ବାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। ତେବେ ମାସ୍କ କେବଳ କରୋନାରୁ ସୁରକ୍ଷା ଦେଉ ନାହିଁ ବରଂ ଶ୍ଵାସ ଜନିତ ରୋଗରୁ ସୁରକ୍ଷା ଦେଉଥିବା ବିଶେଷଜ୍ଞ କହିଛନ୍ତି। ଲଲିତ […]

ଭୁବନେଶ୍ୱର: ପୂର୍ବରୁ କେବଳ ଅପରେସନ୍ କରୁଥିବା ଡାକ୍ତର, ନର୍ସ କିମ୍ବା ପ୍ରଦୂଷଣ ଜନିତ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାସ୍କ ବ୍ୟବହାର କରୁଥିଲେ। କିନ୍ତୁ କରୋନା ଆସିବା ପରେ ମାସ୍କ ଘରେ ଘରେ ପରିଚୟ ପାଇଛି। କରୋନାରୁ ରକ୍ଷା ପାଇଁ ମାସ୍କ ହିଁ ସର୍ବୋତ୍ତମ ପନ୍ଥା ବୋଲି ଦେଢ଼ ବର୍ଷ ହେଲା ସ୍ବାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। ତେବେ ମାସ୍କ କେବଳ କରୋନାରୁ ସୁରକ୍ଷା ଦେଉ ନାହିଁ ବରଂ ଶ୍ଵାସ ଜନିତ ରୋଗରୁ ସୁରକ୍ଷା ଦେଉଥିବା ବିଶେଷଜ୍ଞ କହିଛନ୍ତି। ଲଲିତ ଗୁପ୍ତା ନାମକ ଜଣେ ବ୍ୟବସାୟୀ କହନ୍ତି ପିଲା ଦିନରୁ ତାଙ୍କର ଶ୍ଵାସ ରୋଗ ଥିଲା ଏବଂ ଉପଚାର ପାଇଁ ସେ ପ୍ରତି ମାସ ୨ରୁ ୩ ହଜାର ଟଙ୍କା ମଧ୍ୟରେ ଔଷଧ ଖାଉଥିଲେ। ଏହା ସତ୍ତ୍ଵେ ନିଃଶ୍ଵାସ ନେବାରେ ସମସ୍ୟା ହେଉଥିଲା। ତେବେ କରୋନା ସଂକ୍ରମଣ ଆରମ୍ଭ ହେବା ପର ଠାରୁ ସରକାରୀ ଗାଇଡ୍‌ଲାଇନ୍ ପାଳନ କରି ମାସ୍କ ବ୍ୟବହାର କଲେ । ଆଜି ପର୍ଯ୍ୟନ୍ତ ସେ କରୋନାରେ ସଂକ୍ରମିତ ହୋଇ ନାହାନ୍ତି। କିନ୍ତୁ ଏହି ଦେଢ଼ ବର୍ଷ ମଧ୍ୟରେ ତାଙ୍କ ଶ୍ବାସ ଜନିତ ସମସ୍ୟା ଦୂର ହୋଇଯାଇଛି। ପୂର୍ବରୁ ଲାଗି ରହିଥିବା ସମସ୍ୟାରୁ ନିସ୍ତାର ମିଳିଛି। ମାସ୍କ ବ୍ୟବହାର କରିବା ଦ୍ଵାରା ପ୍ରଦୂଷିତ ବାୟୁ ଶରୀର ଭିତରକୁ ଯାଉ ନଥିବାରୁ ବିଶାକ୍ତ କଣିକା ପ୍ରଭାବରୁ ଫୁସ୍‌ଫୁସ୍‌କୁ ସୁରକ୍ଷା ମିଳୁଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ସୋଆ କୁଳପତି ତଥା ଏମ୍ସ, ଭୁବନେଶ୍ବରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ ମହାପାତ୍ର ଏହାକୁ ସ୍ଵିକାର କରି କହିଛନ୍ତି ଯେ ଅନେକ ଦେଶରେ କରୋନା ଆସିବା ପୂର୍ବରୁ ମାସ୍କ ବହୁଳ ବ୍ୟବହାର ହୋଇଥାଏ। ବାୟୁ ପ୍ରଦୂଷଣ ସବୁ ଜାଗାରେ ଥିବା ବେଳେ ଜୀବ ଜଗତ ଉପରେ ଏହାର ଗଭୀର କୁପ୍ରଭାବ ପଡ଼ିଥାଏ । ପ୍ରଦୂଷଣ କର୍କଟ ସମେତ ଅନ୍ୟ ବିପଜ୍ଜନକ ରୋଗର କାରଣ। ତେବେ ମାସ୍କ ବ୍ୟବହାର କଲେ ନାକ ବାଟେ ଯାଉଥିବା ପବନ ଛାଣି ହୋଇଯାଏ ଆଉ କ୍ଷତିକାରକ ଅଦୃଶ୍ୟ କଣିକା ବାହାରେ ରହିଯାଏ | ତେଣୁ ମାସ୍କ କେବଳ କରୋନାରୁ ସୁରକ୍ଷା ଦେଉ ନାହିଁ ବରଂ ଶ୍ଵାସଜନିତ ରୋଗରୁ ସୁରକ୍ଷା ଦେଉଛି। ଭାରତ ଭଳି ଏକ ବହୁଳ ବାୟୁ ପ୍ରଦୂଷିତ ଦେଶରେ ସର୍ବଦା ମାସ୍କ ବ୍ୟବହାର ଏକାନ୍ତ ଆବଶ୍ୟକ । ଏହା ଶ୍ଵାସ ରୋଗୀଙ୍କ ସହ ସାଧାରଣ ବ୍ୟକ୍ତିଙ୍କୁ ଫୁସ୍‌ଫୁସ୍ ଜନିତ ରୋଗରୁ ରକ୍ଷା କରିବ ବୋଲି ଡା ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତି ୫ ବର୍ଷରେ ନୂଆ ସ୍ତ୍ରୀ! ବିନା ଛାଡ଼ପତ୍ରରେ ଚତୁର୍ଥ ବିବାହ ପାଇଁ ସ୍ୱାମୀଙ୍କ ପ୍ରସ୍ତୁତି, ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

14 Oct 2021 By The Sakala

କେବଳ କରୋନା ନୁହେଁ ଫୁସ୍‌ଫୁସ୍‌ ଜନିତ ରୋଗରୁ ସୁରକ୍ଷା ଦେଉଛି ମାସ୍କ

ଭୁବନେଶ୍ୱର: ପୂର୍ବରୁ କେବଳ ଅପରେସନ୍ କରୁଥିବା ଡାକ୍ତର, ନର୍ସ କିମ୍ବା ପ୍ରଦୂଷଣ ଜନିତ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାସ୍କ ବ୍ୟବହାର କରୁଥିଲେ। କିନ୍ତୁ କରୋନା ଆସିବା ପରେ ମାସ୍କ ଘରେ ଘରେ ପରିଚୟ ପାଇଛି। କରୋନାରୁ ରକ୍ଷା ପାଇଁ ମାସ୍କ ହିଁ ସର୍ବୋତ୍ତମ ପନ୍ଥା ବୋଲି ଦେଢ଼ ବର୍ଷ ହେଲା ସ୍ବାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। ତେବେ ମାସ୍କ କେବଳ କରୋନାରୁ ସୁରକ୍ଷା ଦେଉ ନାହିଁ ବରଂ ଶ୍ଵାସ ଜନିତ ରୋଗରୁ ସୁରକ୍ଷା ଦେଉଥିବା ବିଶେଷଜ୍ଞ କହିଛନ୍ତି। ଲଲିତ ଗୁପ୍ତା ନାମକ ଜଣେ ବ୍ୟବସାୟୀ କହନ୍ତି ପିଲା ଦିନରୁ ତାଙ୍କର ଶ୍ଵାସ ରୋଗ ଥିଲା ଏବଂ ଉପଚାର ପାଇଁ ସେ ପ୍ରତି ମାସ ୨ରୁ ୩ ହଜାର ଟଙ୍କା ମଧ୍ୟରେ ଔଷଧ ଖାଉଥିଲେ। ଏହା ସତ୍ତ୍ଵେ ନିଃଶ୍ଵାସ ନେବାରେ ସମସ୍ୟା ହେଉଥିଲା। ତେବେ କରୋନା ସଂକ୍ରମଣ ଆରମ୍ଭ ହେବା ପର ଠାରୁ ସରକାରୀ ଗାଇଡ୍‌ଲାଇନ୍ ପାଳନ କରି ମାସ୍କ ବ୍ୟବହାର କଲେ । ଆଜି ପର୍ଯ୍ୟନ୍ତ ସେ କରୋନାରେ ସଂକ୍ରମିତ ହୋଇ ନାହାନ୍ତି। କିନ୍ତୁ ଏହି ଦେଢ଼ ବର୍ଷ ମଧ୍ୟରେ ତାଙ୍କ ଶ୍ବାସ ଜନିତ ସମସ୍ୟା ଦୂର ହୋଇଯାଇଛି। ପୂର୍ବରୁ ଲାଗି ରହିଥିବା ସମସ୍ୟାରୁ ନିସ୍ତାର ମିଳିଛି। ମାସ୍କ ବ୍ୟବହାର କରିବା ଦ୍ଵାରା ପ୍ରଦୂଷିତ ବାୟୁ ଶରୀର ଭିତରକୁ ଯାଉ ନଥିବାରୁ ବିଶାକ୍ତ କଣିକା ପ୍ରଭାବରୁ ଫୁସ୍‌ଫୁସ୍‌କୁ ସୁରକ୍ଷା ମିଳୁଛି।

ସୋଆ କୁଳପତି ତଥା ଏମ୍ସ, ଭୁବନେଶ୍ବରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ ମହାପାତ୍ର ଏହାକୁ ସ୍ଵିକାର କରି କହିଛନ୍ତି ଯେ ଅନେକ ଦେଶରେ କରୋନା ଆସିବା ପୂର୍ବରୁ ମାସ୍କ ବହୁଳ ବ୍ୟବହାର ହୋଇଥାଏ। ବାୟୁ ପ୍ରଦୂଷଣ ସବୁ ଜାଗାରେ ଥିବା ବେଳେ ଜୀବ ଜଗତ ଉପରେ ଏହାର ଗଭୀର କୁପ୍ରଭାବ ପଡ଼ିଥାଏ । ପ୍ରଦୂଷଣ କର୍କଟ ସମେତ ଅନ୍ୟ ବିପଜ୍ଜନକ ରୋଗର କାରଣ। ତେବେ ମାସ୍କ ବ୍ୟବହାର କଲେ ନାକ ବାଟେ ଯାଉଥିବା ପବନ ଛାଣି ହୋଇଯାଏ ଆଉ କ୍ଷତିକାରକ ଅଦୃଶ୍ୟ କଣିକା ବାହାରେ ରହିଯାଏ | ତେଣୁ ମାସ୍କ କେବଳ କରୋନାରୁ ସୁରକ୍ଷା ଦେଉ ନାହିଁ ବରଂ ଶ୍ଵାସଜନିତ ରୋଗରୁ ସୁରକ୍ଷା ଦେଉଛି। ଭାରତ ଭଳି ଏକ ବହୁଳ ବାୟୁ ପ୍ରଦୂଷିତ ଦେଶରେ ସର୍ବଦା ମାସ୍କ ବ୍ୟବହାର ଏକାନ୍ତ ଆବଶ୍ୟକ । ଏହା ଶ୍ଵାସ ରୋଗୀଙ୍କ ସହ ସାଧାରଣ ବ୍ୟକ୍ତିଙ୍କୁ ଫୁସ୍‌ଫୁସ୍ ଜନିତ ରୋଗରୁ ରକ୍ଷା କରିବ ବୋଲି ଡା ମହାପାତ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର