ଚା’ ପିଇବାବେଳେ ଏହିସବୁ ଦିଗପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ହୋଇପାରନ୍ତି ରୋଗାକ୍ରାନ୍ତ…

The Sakala Picture
Published On

ଅଧିକାଂଶ ଲୋକଙ୍କ ଦିନର ଆରମ୍ଭ କପେ ଚା’ରୁ ହୋଇଥାଏ। ଏଭଳି ମଧ୍ୟ କିଛି ଚା’ପ୍ରେମୀ ରହିଛନ୍ତି, ଯେଉଁମାନେ ପ୍ରତି ଦୁଇ ଘଣ୍ଟାରେ ଚା’ ପିଇଥାଆନ୍ତି। ଅନେକ ଚା’ ସହ ବିସ୍କୁଟ୍‌‌ କିମ୍ବା ତେଲଭାଜି ଜିନିଷ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଚା’ ପିଇବା ସମୟରେ ଆପଣଙ୍କୁ କିଛି କଥା ପ୍ରତି ଧ୍ୟାନଦେବାକୁ ପଡିବ, ନଚେତ୍ ଏଥିଯୋଗୁ ଜଣେ ରୋଗାକ୍ରାନ୍ତ ହୋଇପାରନ୍ତି। ସକାଳୁ ଉଠି ଖାଲି ପେଟରେ ଚା’ ପିଇବା ଅନୁଚିତ। ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। […]

ଅଧିକାଂଶ ଲୋକଙ୍କ ଦିନର ଆରମ୍ଭ କପେ ଚା’ରୁ ହୋଇଥାଏ। ଏଭଳି ମଧ୍ୟ କିଛି ଚା’ପ୍ରେମୀ ରହିଛନ୍ତି, ଯେଉଁମାନେ ପ୍ରତି ଦୁଇ ଘଣ୍ଟାରେ ଚା’ ପିଇଥାଆନ୍ତି। ଅନେକ ଚା’ ସହ ବିସ୍କୁଟ୍‌‌ କିମ୍ବା ତେଲଭାଜି ଜିନିଷ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଚା’ ପିଇବା ସମୟରେ ଆପଣଙ୍କୁ କିଛି କଥା ପ୍ରତି ଧ୍ୟାନଦେବାକୁ ପଡିବ, ନଚେତ୍ ଏଥିଯୋଗୁ ଜଣେ ରୋଗାକ୍ରାନ୍ତ ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

  • ସକାଳୁ ଉଠି ଖାଲି ପେଟରେ ଚା’ ପିଇବା ଅନୁଚିତ। ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ଏପରି କରୁଥିବା ବ୍ୟକ୍ତି ପେଟରେ ଜଳାପୋଡ଼ା ଓ ଏସିଡିଟିର ଶିକାର ହୋଇଥାନ୍ତି।
  • ସେହିଭଳି ଚା’ ସହ କିଛି ଖାଦ୍ୟ ଖାଇବା ଅନୁଚିତ। ଚା’ ପିଇବା ପୂର୍ବରୁ ଖାଦ୍ୟ ଖାଇ ନିଅନ୍ତୁ କିମ୍ବା ଚା’ ପିଇ ସାରିବା ପରେ ଖାଦ୍ୟ ଖାଆନ୍ତୁ। ଏଥିପ୍ରତି ଧ୍ୟାନ ନ ଦେଲେ ମୁଣ୍ଡବିନ୍ଧା ସମସ୍ୟା ଦେଖାଯାଇପାରେ।
  • ଅଧିକାଂଶ ଲୋକେ ଚା’ ସହ ବିସ୍କୁଟ୍‌‌ ଖାଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ଏହି ଖାଦ୍ୟକୁ ଏକାଠି ଖାଇବା ପେଟ ପାଇଁ କ୍ଷତିକାରକ। ବିସ୍କୁଟ୍‌‌ରେ ମଇଦା ଓ ଚିନି ମିଶି ପ୍ରସ୍ତୁତ ହୋଇଥାଏ। ଚା’ରେ ମଧ୍ୟ ଚିନି ଥାଏ। ଫଳରେ ଶରୀରକୁ ଏକାସହ ଅଧିକ ଚିନି ଯାଇଥାଏ। ଏହା ପେଟ ପାଇଁ କ୍ଷତିକାରକ ହେବା ସହ ପାଚନ ଜନିତ ସମସ୍ୟା କୋଷ୍ଠକାଠିନ୍ୟ ତଥା ଏସିଡିଟି ସମସ୍ୟା ସୃଷ୍ଟି କରିଥାଏ।
  • ସେହିଭଳି ଚା’କୁ ପ୍ଲାଷ୍ଟିକ୍‌ କପ୍‌ରେ ପିଇବା ଅନୁଚିତ। ଏହା ଶରୀର ପାଇଁ ବେଶ୍‌ କ୍ଷତିକାରକ ହୋଇଥାଏ।
  • ଚା’ ସହିତ ଲେମ୍ବୁରସ ମିଶ୍ରିତ ଖାଦ୍ୟ କିମ୍ବା ପାନୀୟ ପିଅନ୍ତୁ ନାହିଁ। ଏହାଦ୍ବାରା ଏସିଡିଟି ସମସ୍ୟା ଦେଖାଯାଇପାରେ।
  • ଚା’ ପିଇବାର ତୁରନ୍ତ ପରେ ପାଣି କଦାପି ପିଇବା ଉଚିତ ନୁହେଁ। ଏହାସହ ଆଇସକ୍ରିମ୍‌ କିମ୍ବା ଅନ୍ୟ କୌଣସି ଥଣ୍ଡାପାନୀୟ ପିଇବା ଉଚିତ ନୁହେଁ। ଏହାଦ୍ୱାରା ପାଚନ ତନ୍ତ୍ର ଭଲ ଭାବେ କାର୍ଯ୍ୟ କରି ନ ଥାଏ। ଖାଦ୍ୟ ଭଲରେ ହଜମ ନ ହେବା ସହ ପେଟଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
19 Dec 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp