ବାରମ୍ବାର ଫୋନ ରିଂ ହେବା ଭଳି ମନେ ହେଉଛି କି ? ତେବେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ବଡ ରୋଗ

The Sakala Picture
Published On

ସାମ୍ପ୍ରତିକ ସ୍ଥିତିରେ ପ୍ରତ୍ୟେକଙ୍କ ଜୀବନକୁ ସ୍ମାର୍ଟଫୋନ୍ ଅଧିକ ସହଜ ଓ ସରଳ କରିଛି। ବିନା ଫୋନ୍‌ରେ କୌଣସି କାର୍ଯ୍ୟ କରିବା ଯେପରି ଅସମ୍ଭବ ହୋଇଗଲାଣି। ହେଲେ ଆମ ଭିତରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବାରମ୍ବାର ଫୋନ୍ ଚେକ୍ କରନ୍ତି । ଆଉ ଯଦି ଏମାନେ ଫୋନ୍ ଠାରୁ କିଛି ସମୟ ଦୂରେଇ ଯାଇଥାନ୍ତି ତାହେଲେ ସେମାନଙ୍କ ଫୋନ୍ ରିଂ ହେଉଛି କି ବୋଲି ଭାବିଥାନ୍ତି । ଏନବିଟି ରିପୋର୍ଟରେ ମନସ୍ତତ୍ବବିତ୍ ଡ. ଅଜୟ ସିରୋହା […]

ସାମ୍ପ୍ରତିକ ସ୍ଥିତିରେ ପ୍ରତ୍ୟେକଙ୍କ ଜୀବନକୁ ସ୍ମାର୍ଟଫୋନ୍ ଅଧିକ ସହଜ ଓ ସରଳ କରିଛି। ବିନା ଫୋନ୍‌ରେ କୌଣସି କାର୍ଯ୍ୟ କରିବା ଯେପରି ଅସମ୍ଭବ ହୋଇଗଲାଣି। ହେଲେ ଆମ ଭିତରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବାରମ୍ବାର ଫୋନ୍ ଚେକ୍ କରନ୍ତି । ଆଉ ଯଦି ଏମାନେ ଫୋନ୍ ଠାରୁ କିଛି ସମୟ ଦୂରେଇ ଯାଇଥାନ୍ତି ତାହେଲେ ସେମାନଙ୍କ ଫୋନ୍ ରିଂ ହେଉଛି କି ବୋଲି ଭାବିଥାନ୍ତି । ଏନବିଟି ରିପୋର୍ଟରେ ମନସ୍ତତ୍ବବିତ୍ ଡ. ଅଜୟ ସିରୋହା ଏହାକୁ ଏକପ୍ରକାର ରୋଗ ବୋଲି ମତ ଦେଇଛନ୍ତି। ଏହାକୁ ‘ଫାଣ୍ଟମ ଭାଇବ୍ରେସନ୍ ସିଣ୍ଡ୍ରୋମ’ ବୋଲି କୁହାଯାଇଥାଏ। ଏହି ସିଣ୍ଡ୍ରୋମ୍‌ରେ ପୀଡିତ ବ୍ୟକ୍ତିଙ୍କୁ ବାରମ୍ବାର ଫୋନ୍ ରିଂ ହେବା ପରି ଶବ୍ଦ ଶୁଣାଯାଇଥାଏ। ଏହା ଏକ ପ୍ରକାର ମାନସିକ ସମସ୍ୟା ।

ଆହୁରି ପଢ଼ନ୍ତୁ: ଧଳା ପାଉଡରରେ ବ୍ଲେଡ୍ ସାହାଯ୍ୟରେ ଲେଖିଲେ 'Sorry'; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଦ୍ଭୁତ କଳାକୌଶଳ

ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଫୋନ୍ ରିଂ ନହେବା ସତ୍ତ୍ଵେ ବାରମ୍ବାର ରିଂ ହେବା ପରି ମନେ ହୋଇଥାଏ । ଏମାନେ ଗୋଟିଏ କଥାକୁ ବାରମ୍ବାର ଚିନ୍ତା କରିଥାନ୍ତି। ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ଫୋନ୍‌କୁ କଲ୍ କିମ୍ବା ମେସେଜ ନ ଆସିଲେ ସେମାନେ ବିଚଳିତ ହୋଇଯାନ୍ତି। ଏହି ସମୟରେ ସେମାନଙ୍କ ଶରୀରରୁ ଝାଳ ବାହାରୁଥିବାର ମଧ୍ୟ ଦେଖାଯାଏ । ସାଧାରଣତଃ ଏଭଳି ସମସ୍ୟା ୨୫ରୁ ୪୦ବର୍ଷ ବୟସ ବ୍ୟକ୍ତିଙ୍କ ଠାରେ ଅଧିକ ଦେଖିବାକୁ ମିଳେ। ଏପରିକି କରୋନା ସମୟରେ ପିଲାମାନେ ଅନ୍‌ଲାଇନ୍ କ୍ଲାସ୍, ପରୀକ୍ଷା, ମୋବାଇଲ୍‌ରେ ଘଣ୍ଟା ଘଣ୍ଟା ଧରି ଗେମ୍ ଖେଳିବାର ଅଭ୍ୟାସ ସେମାନଙ୍କୁ ଏହି ରୋଗ ଆଡକୁ ଟାଣି ନେଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ଏହି ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଥିଲେ ନିମ୍ନଲିଖିତ ଉପାୟ ଆପଣାନ୍ତୁ

  • ଫୋନର ମେସେଜ ଟୋନ୍ ବା ନୋଟିଫିକେସନ୍‌କୁ ବନ୍ଦ କରିଦିଅନ୍ତୁ। ଏହାଦ୍ଵାରା ବାରମ୍ବାର ଫୋନ୍‌କୁ ଧ୍ୟାନ ଯାଇ ନ ଥାଏ ।
  • କିଛି ସମୟ ପାଇଁ ମୋବାଇଲ ଡାଟା ବନ୍ଦ କରିବା ସବୁଠୁ ସହଜ ଉପାୟ ।
  • ଫୋନ୍ କିମ୍ବା ଭରଚୁଆଲ ଜଗତରୁ ଦୂରେଇ ରହି ଯେତେସମ୍ଭବ ପରିବାର ସହିତ ସମୟ କାଟନ୍ତୁ।
  • କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଫୋନ୍ ନ ରଖି ବାରମ୍ବାର ସ୍ଥାନ ବଦଳାଇ ଫୋନ ରଖିବାକୁ ଚେଷ୍ଟା କରନ୍ତୁ ।
10 Jan 2022 By The Sakala

ବାରମ୍ବାର ଫୋନ ରିଂ ହେବା ଭଳି ମନେ ହେଉଛି କି ? ତେବେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ବଡ ରୋଗ

ସାମ୍ପ୍ରତିକ ସ୍ଥିତିରେ ପ୍ରତ୍ୟେକଙ୍କ ଜୀବନକୁ ସ୍ମାର୍ଟଫୋନ୍ ଅଧିକ ସହଜ ଓ ସରଳ କରିଛି। ବିନା ଫୋନ୍‌ରେ କୌଣସି କାର୍ଯ୍ୟ କରିବା ଯେପରି ଅସମ୍ଭବ ହୋଇଗଲାଣି। ହେଲେ ଆମ ଭିତରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବାରମ୍ବାର ଫୋନ୍ ଚେକ୍ କରନ୍ତି । ଆଉ ଯଦି ଏମାନେ ଫୋନ୍ ଠାରୁ କିଛି ସମୟ ଦୂରେଇ ଯାଇଥାନ୍ତି ତାହେଲେ ସେମାନଙ୍କ ଫୋନ୍ ରିଂ ହେଉଛି କି ବୋଲି ଭାବିଥାନ୍ତି । ଏନବିଟି ରିପୋର୍ଟରେ ମନସ୍ତତ୍ବବିତ୍ ଡ. ଅଜୟ ସିରୋହା ଏହାକୁ ଏକପ୍ରକାର ରୋଗ ବୋଲି ମତ ଦେଇଛନ୍ତି। ଏହାକୁ ‘ଫାଣ୍ଟମ ଭାଇବ୍ରେସନ୍ ସିଣ୍ଡ୍ରୋମ’ ବୋଲି କୁହାଯାଇଥାଏ। ଏହି ସିଣ୍ଡ୍ରୋମ୍‌ରେ ପୀଡିତ ବ୍ୟକ୍ତିଙ୍କୁ ବାରମ୍ବାର ଫୋନ୍ ରିଂ ହେବା ପରି ଶବ୍ଦ ଶୁଣାଯାଇଥାଏ। ଏହା ଏକ ପ୍ରକାର ମାନସିକ ସମସ୍ୟା ।

ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଫୋନ୍ ରିଂ ନହେବା ସତ୍ତ୍ଵେ ବାରମ୍ବାର ରିଂ ହେବା ପରି ମନେ ହୋଇଥାଏ । ଏମାନେ ଗୋଟିଏ କଥାକୁ ବାରମ୍ବାର ଚିନ୍ତା କରିଥାନ୍ତି। ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ଫୋନ୍‌କୁ କଲ୍ କିମ୍ବା ମେସେଜ ନ ଆସିଲେ ସେମାନେ ବିଚଳିତ ହୋଇଯାନ୍ତି। ଏହି ସମୟରେ ସେମାନଙ୍କ ଶରୀରରୁ ଝାଳ ବାହାରୁଥିବାର ମଧ୍ୟ ଦେଖାଯାଏ । ସାଧାରଣତଃ ଏଭଳି ସମସ୍ୟା ୨୫ରୁ ୪୦ବର୍ଷ ବୟସ ବ୍ୟକ୍ତିଙ୍କ ଠାରେ ଅଧିକ ଦେଖିବାକୁ ମିଳେ। ଏପରିକି କରୋନା ସମୟରେ ପିଲାମାନେ ଅନ୍‌ଲାଇନ୍ କ୍ଲାସ୍, ପରୀକ୍ଷା, ମୋବାଇଲ୍‌ରେ ଘଣ୍ଟା ଘଣ୍ଟା ଧରି ଗେମ୍ ଖେଳିବାର ଅଭ୍ୟାସ ସେମାନଙ୍କୁ ଏହି ରୋଗ ଆଡକୁ ଟାଣି ନେଉଛି।

ଏହି ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଥିଲେ ନିମ୍ନଲିଖିତ ଉପାୟ ଆପଣାନ୍ତୁ

  • ଫୋନର ମେସେଜ ଟୋନ୍ ବା ନୋଟିଫିକେସନ୍‌କୁ ବନ୍ଦ କରିଦିଅନ୍ତୁ। ଏହାଦ୍ଵାରା ବାରମ୍ବାର ଫୋନ୍‌କୁ ଧ୍ୟାନ ଯାଇ ନ ଥାଏ ।
  • କିଛି ସମୟ ପାଇଁ ମୋବାଇଲ ଡାଟା ବନ୍ଦ କରିବା ସବୁଠୁ ସହଜ ଉପାୟ ।
  • ଫୋନ୍ କିମ୍ବା ଭରଚୁଆଲ ଜଗତରୁ ଦୂରେଇ ରହି ଯେତେସମ୍ଭବ ପରିବାର ସହିତ ସମୟ କାଟନ୍ତୁ।
  • କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଫୋନ୍ ନ ରଖି ବାରମ୍ବାର ସ୍ଥାନ ବଦଳାଇ ଫୋନ ରଖିବାକୁ ଚେଷ୍ଟା କରନ୍ତୁ ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର