ଆପଣ ଜାଣନ୍ତି କି ରେଳ ଷ୍ଟେସନ୍‌ରେ କାହିଁକି ରଖାଯାଇଥାଏ ଏକ ନିର୍ଦ୍ଦିଷ୍ଟ କଳା ରଙ୍ଗର ବାକ୍ସ, ଆସନ୍ତୁ ଜାଣିବା…..

The Sakala Picture
Published On

ଅଧିକାଂଶ ରେଳ ଷ୍ଟେସନ୍‌ରେ ଏକ କଳା ରଙ୍ଗର ବାକ୍ସ ଦେଖିବାକୁ ମିଳିଥାଏ। ତେବେ ଏହା କାହିଁକି ରଖା ଯାଇଥାଏ ? ଏହା ଭିତରେ ଏପରି କ’ଣ ଅଛି ଯାହାକୁ ଏକ ସର୍ବସାଧାରଣ ସ୍ଥାନରେ ରଖାଯାଉଛି? ବାକ୍ସ ପଛରେ କାହାଣୀ କ’ଣ? ଏହି କଳା ରଙ୍ଗର ବାକ୍ସକୁ ଦେଖି,ଏପରି ଅନେକ ପ୍ରଶ୍ନ ମନକୁ ଆସିବା ସ୍ବାଭାବିକ। ତେବେ ଏହି ବାକ୍ସକୁ ‘ଲାଇନ୍‌-ବକ୍ସ’ କୁହାଯାଏ। ଯେପରି ସୈନିକମାନଙ୍କୁ ସୀମାରେ ଲଢ଼ିବା ପାଇଁ ଅସ୍ତ୍ରଶସ୍ତ୍ର, ଗୁଳି ଓ ବାରୁଦ ଆଦି ଆବଶ୍ୟକ […]

ଅଧିକାଂଶ ରେଳ ଷ୍ଟେସନ୍‌ରେ ଏକ କଳା ରଙ୍ଗର ବାକ୍ସ ଦେଖିବାକୁ ମିଳିଥାଏ। ତେବେ ଏହା କାହିଁକି ରଖା ଯାଇଥାଏ ? ଏହା ଭିତରେ ଏପରି କ’ଣ ଅଛି ଯାହାକୁ ଏକ ସର୍ବସାଧାରଣ ସ୍ଥାନରେ ରଖାଯାଉଛି? ବାକ୍ସ ପଛରେ କାହାଣୀ କ’ଣ? ଏହି କଳା ରଙ୍ଗର ବାକ୍ସକୁ ଦେଖି,ଏପରି ଅନେକ ପ୍ରଶ୍ନ ମନକୁ ଆସିବା ସ୍ବାଭାବିକ। ତେବେ ଏହି ବାକ୍ସକୁ ‘ଲାଇନ୍‌-ବକ୍ସ’ କୁହାଯାଏ। ଯେପରି ସୈନିକମାନଙ୍କୁ ସୀମାରେ ଲଢ଼ିବା ପାଇଁ ଅସ୍ତ୍ରଶସ୍ତ୍ର, ଗୁଳି ଓ ବାରୁଦ ଆଦି ଆବଶ୍ୟକ ପଡ଼ିଥାଏ, ସେହିଭଳି ଟ୍ରେନକୁ ସୁରୁଖୁରୁରେ ଏବଂ ନିରାପଦରେ ଚଳାଇବା ପାଇଁ ଟ୍ରେନ୍ ଗାର୍ଡ ଏବଂ ଲୋକୋ ପାଇଲଟ୍ ମଧ୍ୟ କିଛି ଯନ୍ତ୍ରପାତି ଆବଶ୍ୟକ କରନ୍ତି। ବାକ୍ସଟିରେ ଥିବା ସମସ୍ତ ସାମଗ୍ରୀକୁ ବ୍ୟକ୍ତିଗତ ଭଣ୍ଡାର କୁହାଯାଏ ଏବଂ ଏହାକୁ ରେଲୱେ ପକ୍ଷରୁ ଯୋଗାଇ ଦିଆଯାଇଥାଏ।

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

ଏ ସମସ୍ତ ସାମଗ୍ରୀକୁ ସୁରକ୍ଷିତ ରଖିବା ପାଇଁ ତାଲାର ବ୍ୟବହାର କରାଯାଇଥାଏ। ଏହି କଳାରଙ୍ଗର ବାକ୍ସକୁ ବଡ଼ ବଡ଼ ଷ୍ଟେସନ୍‌ ଏବଂ ଜଙ୍କସନ୍‌ ଆଦିରେ ରଖାଯାଇଥାଏ। ଏହାକୁ ଟ୍ରେନ୍‌ରେ ଲୋଡ୍‌ କରିବା ପାଇଁ ବକ୍ସ-ବୟ ନିଯୁକ୍ତି ହୋଇଥାନ୍ତି। ଏହି ବାକ୍ସଗୁଡ଼ିକ ସମ୍ପର୍କରେ ଜାଣିବା ପାଇଁ ଗାର୍ଡ ତଥା ଲୋକୋ ପାଇଲଟ୍‌ଙ୍କ ସମ୍ପୂର୍ଣ୍ଣ ନାମ, ପଦବୀ ଏବଂ ମୁଖ୍ୟାଳୟର ନାମ କ୍ୟାପିଟାଲ୍ ଅକ୍ଷରରେ ଧଳା ରଙ୍ଗରେ ଲେଖାଯାଇଥାଏ। ଫଳରେ ସଠିକ୍‌ ଟ୍ରେନ୍‌ରେ, ସଠିକ୍‌ ବାକ୍ସକୁ ଲୋଡ୍‌ କରାଯାଇଥାଏ। ଏହି ବାକ୍ସରେ ଦୁର୍ଘଟଣା ନିୟମାବଳୀ ପୁସ୍ତକ, ସହାୟକ ନିୟମ ପୁସ୍ତକ, ଦୁଇଟି ଲାଲ୍ ଏବଂ ଗୋଟିଏ ସବୁଜ ପତାକା, ପ୍ୟାଡ୍‌ ଲକ୍‌ ଏବଂ ଚାବି, ଏମ୍‌ ୟୁ ପାଇପ୍ ପାଇଁ ରବର୍‌ ୱାସର-୩, ପାର୍ସଲ୍ ଲୋଡିଙ୍ଗ୍ ମାନୁଆଲ୍, ଏଲଇଡି ଟେଲ୍ ଲ୍ୟାମ୍ପ୍‌ ଏବଂ ଟେଲ୍ ବୋର୍ଡ, ତିନି ପ୍ରକାରର ଯଥା ସବୁଜ, ନାଲି ଏବଂ ଧଳା ଜଳୁଥିବା ଏଲ୍‌ଇଡି ଟର୍ଚ୍ଚ ଆଦି ଥାଏ। ଏହାବ୍ୟତୀତ ଏହି ବାକ୍ସରେ ଆହୁରି ଅନେକ ସାମଗ୍ରୀ ଥାଏ।

08 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp