ମହାଦେବଙ୍କ ପୂଜା କରୁଥିଲେ ଏହି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ….

The Sakala Picture
Published On

ଦେବ ଦେବ ମହାଦେବଙ୍କ ଆରାଧନା ପାଇଁ ସୋମବାର ଉତ୍ତମ ବୋଲି ବିବେଚନା କରାଯାଏ । ସୋମବାର ବ୍ରତ କଲେ, ଭଗବାନ ଭୋଳାଶଙ୍କର ଭକ୍ତଙ୍କ ମନୋକାମନା ପୂର୍ଣ୍ଣ କରିଥାନ୍ତି। ମହାଦେବଙ୍କ ନାମ ସ୍ମରଣମାତ୍ରକେ ସମସ୍ତ ଦୁଃଖ, ଶୋକ, ରୋଗ ଆଦି ଦୂର ହୋଇଯାଏ । ଏହିଦିନ ସର୍ବପ୍ରଥମେ ଦେବୀ ପାର୍ବତୀ ଏବଂ ନନ୍ଦୀଙ୍କୁ ଭଗବାନ ଶିବଙ୍କ ସହିତ ଗଙ୍ଗା ଜଳ ଏବଂ କ୍ଷୀରରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ […]

ଦେବ ଦେବ ମହାଦେବଙ୍କ ଆରାଧନା ପାଇଁ ସୋମବାର ଉତ୍ତମ ବୋଲି ବିବେଚନା କରାଯାଏ । ସୋମବାର ବ୍ରତ କଲେ, ଭଗବାନ ଭୋଳାଶଙ୍କର ଭକ୍ତଙ୍କ ମନୋକାମନା ପୂର୍ଣ୍ଣ କରିଥାନ୍ତି। ମହାଦେବଙ୍କ ନାମ ସ୍ମରଣମାତ୍ରକେ ସମସ୍ତ ଦୁଃଖ, ଶୋକ, ରୋଗ ଆଦି ଦୂର ହୋଇଯାଏ । ଏହିଦିନ ସର୍ବପ୍ରଥମେ ଦେବୀ ପାର୍ବତୀ ଏବଂ ନନ୍ଦୀଙ୍କୁ ଭଗବାନ ଶିବଙ୍କ ସହିତ ଗଙ୍ଗା ଜଳ ଏବଂ କ୍ଷୀରରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ମହାଦେବଙ୍କ ଆରାଧନା କରୁଥିଲେ କିଛିଟା ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

କ’ଣ କରିବେ ଅର୍ପଣ

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ସୋମବାର ଦିନ ମହାଦେବଙ୍କୁ ବେଲପତ୍ର, ନଡ଼ିଆ, ଅକ୍ଷତ ଆଦି ଅର୍ପଣ କରାଯାଏ। ଏ ସମସ୍ତ ଜିନିଷ ଭଗବାନ ଶିବଙ୍କ ପ୍ରିୟ। ଏହିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଶିବଙ୍କ ବିଶେଷ ଅନୁଗ୍ରହ ପ୍ରାପ୍ତ ହୋଇଥାଏ।

ବର୍ଜିତ ସାମଗ୍ରୀ

-ଶାସ୍ତ୍ର ଅନୁସାରେ ଶିବଲିଙ୍ଗକୁ ପୁରୁଷତ୍ବର ପ୍ରତୀକ ବୋଲି ବିବେଚନା କରାଯାଏ। ତେଣୁ ମହାଦେବଙ୍କୁ ହଳଦୀ ଅର୍ପଣ କରାଯାଏ ନାହିଁ ।

-ନାଲି ରଙ୍ଗର ଫୁଲ କିମ୍ବା କେତକୀ ଫୁଲ ଶିବ ଲିଙ୍ଗ ଉପରେ ଚଢ଼ାଯାଏ ନାହିଁ। ତେବେ ଏହି ଫୁଲ ବର୍ଷରେ ଥରୁଟିଏ ମାତ୍ର ଶିବରାତ୍ରୀ ଦିନ ଶିବଙ୍କୁ ଅର୍ପଣ କରାଯାଏ।

-ସିନ୍ଦୂର କିମ୍ବା ରକ୍ଷାସୂତ୍ର ମହଦେବଙ୍କ ନିକଟରେ ଅର୍ପଣ କରାଯାଏ ନାହିଁ

-ଶଙ୍ଖଚୂଡ଼ ରାକ୍ଷସକୁ ବଧ କରିଥିବା କାରଣରୁ, ଭଗବାନ ଭୋଳାଶଙ୍କରଙ୍କ ପୂଜାରେ ଶଙ୍ଖ ଧ୍ବନି କରାଯାଏ ନାହିଁ ।

-ତୁଳସୀ ବିନା ଭଗବାନ ବିଷ୍ଣୁଙ୍କ ପୂଜା ଅସମ୍ପୂର୍ଣ୍ଣ ରହୁଥିବା ବେଳେ, ଶିବ ଶଙ୍କରଙ୍କୁ ତୁଳସୀ ଚଢ଼ାଯାଏ ନାହିଁ। ଦେବୀ ତୁଳସୀଙ୍କ ସ୍ବାମୀ ଜଳନ୍ଧରକୁ ମହାଦେବ ବଧ କରିଥିବା କାରଣରୁ ଏଭଳି ନିୟମ ରହିଛି।

-ଭୋଳାନାଥଙ୍କ ପୂଜାରେ ରାଶିର ବ୍ୟବହାରକୁ ବାରଣ କରଯାଇଛି।

-ଭଗ୍ନ ଅକ୍ଷତ ମହାଦେବଙ୍କୁ ଅର୍ପଣ କରାଯାଏ ନାହିଁ ।

– ଶିବଙ୍କ ଉପାସନା କରିବା ସମୟରେ କଳା ପୋଷାକ ପିନ୍ଧିବା ଅନୁଚିତ।

20 Dec 2021 By The Sakala

ମହାଦେବଙ୍କ ପୂଜା କରୁଥିଲେ ଏହି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ….

ଦେବ ଦେବ ମହାଦେବଙ୍କ ଆରାଧନା ପାଇଁ ସୋମବାର ଉତ୍ତମ ବୋଲି ବିବେଚନା କରାଯାଏ । ସୋମବାର ବ୍ରତ କଲେ, ଭଗବାନ ଭୋଳାଶଙ୍କର ଭକ୍ତଙ୍କ ମନୋକାମନା ପୂର୍ଣ୍ଣ କରିଥାନ୍ତି। ମହାଦେବଙ୍କ ନାମ ସ୍ମରଣମାତ୍ରକେ ସମସ୍ତ ଦୁଃଖ, ଶୋକ, ରୋଗ ଆଦି ଦୂର ହୋଇଯାଏ । ଏହିଦିନ ସର୍ବପ୍ରଥମେ ଦେବୀ ପାର୍ବତୀ ଏବଂ ନନ୍ଦୀଙ୍କୁ ଭଗବାନ ଶିବଙ୍କ ସହିତ ଗଙ୍ଗା ଜଳ ଏବଂ କ୍ଷୀରରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ମହାଦେବଙ୍କ ଆରାଧନା କରୁଥିଲେ କିଛିଟା ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

କ’ଣ କରିବେ ଅର୍ପଣ

ସୋମବାର ଦିନ ମହାଦେବଙ୍କୁ ବେଲପତ୍ର, ନଡ଼ିଆ, ଅକ୍ଷତ ଆଦି ଅର୍ପଣ କରାଯାଏ। ଏ ସମସ୍ତ ଜିନିଷ ଭଗବାନ ଶିବଙ୍କ ପ୍ରିୟ। ଏହିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଶିବଙ୍କ ବିଶେଷ ଅନୁଗ୍ରହ ପ୍ରାପ୍ତ ହୋଇଥାଏ।

ବର୍ଜିତ ସାମଗ୍ରୀ

-ଶାସ୍ତ୍ର ଅନୁସାରେ ଶିବଲିଙ୍ଗକୁ ପୁରୁଷତ୍ବର ପ୍ରତୀକ ବୋଲି ବିବେଚନା କରାଯାଏ। ତେଣୁ ମହାଦେବଙ୍କୁ ହଳଦୀ ଅର୍ପଣ କରାଯାଏ ନାହିଁ ।

-ନାଲି ରଙ୍ଗର ଫୁଲ କିମ୍ବା କେତକୀ ଫୁଲ ଶିବ ଲିଙ୍ଗ ଉପରେ ଚଢ଼ାଯାଏ ନାହିଁ। ତେବେ ଏହି ଫୁଲ ବର୍ଷରେ ଥରୁଟିଏ ମାତ୍ର ଶିବରାତ୍ରୀ ଦିନ ଶିବଙ୍କୁ ଅର୍ପଣ କରାଯାଏ।

-ସିନ୍ଦୂର କିମ୍ବା ରକ୍ଷାସୂତ୍ର ମହଦେବଙ୍କ ନିକଟରେ ଅର୍ପଣ କରାଯାଏ ନାହିଁ

-ଶଙ୍ଖଚୂଡ଼ ରାକ୍ଷସକୁ ବଧ କରିଥିବା କାରଣରୁ, ଭଗବାନ ଭୋଳାଶଙ୍କରଙ୍କ ପୂଜାରେ ଶଙ୍ଖ ଧ୍ବନି କରାଯାଏ ନାହିଁ ।

-ତୁଳସୀ ବିନା ଭଗବାନ ବିଷ୍ଣୁଙ୍କ ପୂଜା ଅସମ୍ପୂର୍ଣ୍ଣ ରହୁଥିବା ବେଳେ, ଶିବ ଶଙ୍କରଙ୍କୁ ତୁଳସୀ ଚଢ଼ାଯାଏ ନାହିଁ। ଦେବୀ ତୁଳସୀଙ୍କ ସ୍ବାମୀ ଜଳନ୍ଧରକୁ ମହାଦେବ ବଧ କରିଥିବା କାରଣରୁ ଏଭଳି ନିୟମ ରହିଛି।

-ଭୋଳାନାଥଙ୍କ ପୂଜାରେ ରାଶିର ବ୍ୟବହାରକୁ ବାରଣ କରଯାଇଛି।

-ଭଗ୍ନ ଅକ୍ଷତ ମହାଦେବଙ୍କୁ ଅର୍ପଣ କରାଯାଏ ନାହିଁ ।

– ଶିବଙ୍କ ଉପାସନା କରିବା ସମୟରେ କଳା ପୋଷାକ ପିନ୍ଧିବା ଅନୁଚିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp