ଚର୍ଚ୍ଚାରେ ଓକିଲଙ୍କ ନିଆରା ବିବାହ ନିମନ୍ତ୍ରଣ ପତ୍ର

The Sakala Picture
Published On

ସମସ୍ତେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ କିଛି ଅଲଗା କରିଥାନ୍ତି। ଅନେକ ଲୋକ ନିଜ ବିବାହ ନିମନ୍ତ୍ରଣ ପତ୍ରରେ ସୃଜନଶୀଳତା ପ୍ରଦର୍ଶନ କରୁଥିବା ଅନନ୍ୟ ବାର୍ତ୍ତା ମଧ୍ୟ ଲେଖନ୍ତି । ଏଭଳି କିଛି ନିଆରା ନିମନ୍ତ୍ରଣ ପତ୍ର ଛାପିଛନ୍ତି ଆସାମର ଗୌହାଟି ଅଞ୍ଚଳର ଜଣେ ଓକିଲ। ସେ ନିଜ ବିବାହ ନିମନ୍ତ୍ରଣ ପତ୍ରକୁ ସମ୍ବିଧାନ ଥିମ୍‌ରେ ଛାପିଛନ୍ତି । ଭାରତୀୟ ସମ୍ବିଧାନର ଧାରାଗୁଡ଼ିକ ସହିତ ଏବଂ ବିବାହ ସମ୍ପର୍କିତ ଆଇନଗୁଡ଼ିକ ସେ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ […]

ସମସ୍ତେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ କିଛି ଅଲଗା କରିଥାନ୍ତି। ଅନେକ ଲୋକ ନିଜ ବିବାହ ନିମନ୍ତ୍ରଣ ପତ୍ରରେ ସୃଜନଶୀଳତା ପ୍ରଦର୍ଶନ କରୁଥିବା ଅନନ୍ୟ ବାର୍ତ୍ତା ମଧ୍ୟ ଲେଖନ୍ତି । ଏଭଳି କିଛି ନିଆରା ନିମନ୍ତ୍ରଣ ପତ୍ର ଛାପିଛନ୍ତି ଆସାମର ଗୌହାଟି ଅଞ୍ଚଳର ଜଣେ ଓକିଲ। ସେ ନିଜ ବିବାହ ନିମନ୍ତ୍ରଣ ପତ୍ରକୁ ସମ୍ବିଧାନ ଥିମ୍‌ରେ ଛାପିଛନ୍ତି । ଭାରତୀୟ ସମ୍ବିଧାନର ଧାରାଗୁଡ଼ିକ ସହିତ ଏବଂ ବିବାହ ସମ୍ପର୍କିତ ଆଇନଗୁଡ଼ିକ ସେ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି କାର୍ଡରେ ସମାନତାକୁ ପ୍ରତିପାଦିତ କରି ନ୍ୟାୟର ତରାଜୁର ଉଭୟ ପାର୍ଶ୍ଵରେ ବର ଏବଂ କନିଆଁଙ୍କ ନାମ ମୁଦ୍ରଣ କରାଯାଇଛି। ଏହି ଅନନ୍ୟ ନିମନ୍ତ୍ରଣ ପତ୍ରରେ ଭାରତୀୟ ସମ୍ବିଧାନର ଧାରା ୨୧ ବିଷୟରେ ଉଲ୍ଲେଖ କରାଯାଇଛି । ଏହି ନିଆରା ବିବାହ କାର୍ଡ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ଏବଂ ୟୁଜର୍ସମାନେ ଏଥିରେ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର