ମାସ୍କରୁ ତିଆରି ହେବ ସଡ଼କ !

The Sakala Picture
Published On

କରୋନା ମହାମାରୀରୁ ବର୍ତ୍ତିବା ପାଇଁ ମାସ୍କ ଅତ୍ଯାବଶ୍ଯକ ହୋଇପଡ଼ିଛି। ମାସ୍କଗୁଡ଼ିକୁ ବ୍ୟବହାର କରି ଲୋକମାନେ ତାହାକୁ ଏଣେତେଣେ ଫୋପାଡ଼ି ଦେଉଛନ୍ତି। ତେଣୁ ଏହି ମାସ୍କ ଏବେ ପରିବେଶ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହି ସମସ୍ୟାର ସମାଧାନ ପାଇଁ ପରିବେଶ ବିଜ୍ଞାନୀମାନେ ଏକ ସୁନ୍ଦର ଉପାୟ ବାହାର କରିଛନ୍ତି। ଏହି ମାସ୍କଗୁଡ଼ିକୁ ପୁନଃ ବିନିଯୋଗ କରାଯାଇ ସଡ଼କ ନିର୍ମାଣ କରାଯିବା ପାଇଁ ପରିବେଶ ବିଜ୍ଞାନୀମାନେ ଲକ୍ଷ୍ୟ ରଖିଛନ୍ତି । ଏହାଦ୍ବାରା ଦୁଇଟି ଲାଭ ହେବ। ଆବର୍ଜନା ଦୂର […]

କରୋନା ମହାମାରୀରୁ ବର୍ତ୍ତିବା ପାଇଁ ମାସ୍କ ଅତ୍ଯାବଶ୍ଯକ ହୋଇପଡ଼ିଛି। ମାସ୍କଗୁଡ଼ିକୁ ବ୍ୟବହାର କରି ଲୋକମାନେ ତାହାକୁ ଏଣେତେଣେ ଫୋପାଡ଼ି ଦେଉଛନ୍ତି। ତେଣୁ ଏହି ମାସ୍କ ଏବେ ପରିବେଶ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହି ସମସ୍ୟାର ସମାଧାନ ପାଇଁ ପରିବେଶ ବିଜ୍ଞାନୀମାନେ ଏକ ସୁନ୍ଦର ଉପାୟ ବାହାର କରିଛନ୍ତି। ଏହି ମାସ୍କଗୁଡ଼ିକୁ ପୁନଃ ବିନିଯୋଗ କରାଯାଇ ସଡ଼କ ନିର୍ମାଣ କରାଯିବା ପାଇଁ ପରିବେଶ ବିଜ୍ଞାନୀମାନେ ଲକ୍ଷ୍ୟ ରଖିଛନ୍ତି । ଏହାଦ୍ବାରା ଦୁଇଟି ଲାଭ ହେବ। ଆବର୍ଜନା ଦୂର ହେବା ସହିତ ସଡ଼କ ନିର୍ମାଣରେ ଏହାକୁ କଞ୍ଚାମାଲ୍ ଭଳି ଉପଯୋଗ କରିହେବ। ସୂଚନା ଅନୁଯାୟୀ ଦୁଇ ଲେନ୍ ରାସ୍ତା ତିଆରିର କେବଳ ୧ କିଲୋମିଟର ପାଇଁ ରିସାଇକେଲ୍ ହେଉଥିବା କଞ୍ଚାମାଲ୍ ମଧ୍ୟରେ ୩୦ ଲକ୍ଷ ମାସ୍କ ରହିବ। ଏହାଦ୍ବାରା ୯୩ ଟନ୍ ମାସ୍କ ଆବର୍ଜନାକୁ ଲ୍ୟାଣ୍ଡଫିଲ୍ ହେବା ସମସ୍ୟାକୁ ଦୂର କରାଯାଇପାରିବ। ଅଷ୍ଟ୍ରେଲିଆସ୍ଥିତ ମେଲବର୍ଣ୍ଣର ଆର୍‌ଏମ୍ଆଇଟି ବିଶ୍ବବିଦ୍ୟାଳୟର ଗବେଷକମାନେ ଫେସ୍‌ମାସ୍କକୁ ବ୍ୟବହାର କରି ସଡ଼କ ନିର୍ମାଣ କରିବାର ପ୍ରକ୍ରିୟାକୁ ବିକଶିତ କରିଛନ୍ତି। ବିଶ୍ବରେ ପ୍ରତ୍ୟେକ ଦିନ ୬୮୦ କୋଟି ଡିସ୍ପୋଜିବଲ୍ ମାସ୍କର ବ୍ୟବହାର କରାଯାଉଛି । ମାସ୍କଗୁଡ଼ିକୁ ସମ୍ପୂର୍ଣ ଭାବେ ଷ୍ଟେରଲାଇଜଡ ଓ କୀଟାଣୁମୁକ୍ତ କରିବା ପରେ ରିସାଇକଲ୍ ପ୍ରକ୍ରିୟା ପାଇଁ ପଠାଯିବ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

08 Oct 2021 By The Sakala

ମାସ୍କରୁ ତିଆରି ହେବ ସଡ଼କ !

କରୋନା ମହାମାରୀରୁ ବର୍ତ୍ତିବା ପାଇଁ ମାସ୍କ ଅତ୍ଯାବଶ୍ଯକ ହୋଇପଡ଼ିଛି। ମାସ୍କଗୁଡ଼ିକୁ ବ୍ୟବହାର କରି ଲୋକମାନେ ତାହାକୁ ଏଣେତେଣେ ଫୋପାଡ଼ି ଦେଉଛନ୍ତି। ତେଣୁ ଏହି ମାସ୍କ ଏବେ ପରିବେଶ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହି ସମସ୍ୟାର ସମାଧାନ ପାଇଁ ପରିବେଶ ବିଜ୍ଞାନୀମାନେ ଏକ ସୁନ୍ଦର ଉପାୟ ବାହାର କରିଛନ୍ତି। ଏହି ମାସ୍କଗୁଡ଼ିକୁ ପୁନଃ ବିନିଯୋଗ କରାଯାଇ ସଡ଼କ ନିର୍ମାଣ କରାଯିବା ପାଇଁ ପରିବେଶ ବିଜ୍ଞାନୀମାନେ ଲକ୍ଷ୍ୟ ରଖିଛନ୍ତି । ଏହାଦ୍ବାରା ଦୁଇଟି ଲାଭ ହେବ। ଆବର୍ଜନା ଦୂର ହେବା ସହିତ ସଡ଼କ ନିର୍ମାଣରେ ଏହାକୁ କଞ୍ଚାମାଲ୍ ଭଳି ଉପଯୋଗ କରିହେବ। ସୂଚନା ଅନୁଯାୟୀ ଦୁଇ ଲେନ୍ ରାସ୍ତା ତିଆରିର କେବଳ ୧ କିଲୋମିଟର ପାଇଁ ରିସାଇକେଲ୍ ହେଉଥିବା କଞ୍ଚାମାଲ୍ ମଧ୍ୟରେ ୩୦ ଲକ୍ଷ ମାସ୍କ ରହିବ। ଏହାଦ୍ବାରା ୯୩ ଟନ୍ ମାସ୍କ ଆବର୍ଜନାକୁ ଲ୍ୟାଣ୍ଡଫିଲ୍ ହେବା ସମସ୍ୟାକୁ ଦୂର କରାଯାଇପାରିବ। ଅଷ୍ଟ୍ରେଲିଆସ୍ଥିତ ମେଲବର୍ଣ୍ଣର ଆର୍‌ଏମ୍ଆଇଟି ବିଶ୍ବବିଦ୍ୟାଳୟର ଗବେଷକମାନେ ଫେସ୍‌ମାସ୍କକୁ ବ୍ୟବହାର କରି ସଡ଼କ ନିର୍ମାଣ କରିବାର ପ୍ରକ୍ରିୟାକୁ ବିକଶିତ କରିଛନ୍ତି। ବିଶ୍ବରେ ପ୍ରତ୍ୟେକ ଦିନ ୬୮୦ କୋଟି ଡିସ୍ପୋଜିବଲ୍ ମାସ୍କର ବ୍ୟବହାର କରାଯାଉଛି । ମାସ୍କଗୁଡ଼ିକୁ ସମ୍ପୂର୍ଣ ଭାବେ ଷ୍ଟେରଲାଇଜଡ ଓ କୀଟାଣୁମୁକ୍ତ କରିବା ପରେ ରିସାଇକଲ୍ ପ୍ରକ୍ରିୟା ପାଇଁ ପଠାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp