୭୯ ହଜାର ଟଙ୍କାରେ ମହାକାଶ ଯାତ୍ରା

The Sakala Picture
Published On

ମହାକାଶକୁ ଯାତ୍ରା କରିବା ପାଇଁ ଅନେକ ଲୋକ ସ୍ବପ୍ନ ଦେଖନ୍ତି । କିନ୍ତୁ ସମସ୍ତଙ୍କ ସ୍ଵପ୍ନ ପୂରଣ ହୋଇ ନଥାଏ। କାରଣ ଏଥିରେ ପ୍ରତିବନ୍ଧକ ସାଜିଥାଏ ଅର୍ଥ । ଏବେ କିନ୍ତୁ ମହାକାଶକୁ ଯିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ମାତ୍ର ୭୯ ହଜାର ଟଙ୍କାରେ ମହାକାଶକୁ ଯାତ୍ରା କରିହେବ । ୨୦୨୫ରେ କାନାଡ଼ାର ଏକ କମ୍ପାନୀ ମହାକାଶକୁ ଯାତ୍ରା କରିବା ପାଇଁ ଇଚ୍ଛା ରଖିଥିବା ଲୋକଙ୍କର ଏହି ସ୍ବପ୍ନକୁ […]

ମହାକାଶକୁ ଯାତ୍ରା କରିବା ପାଇଁ ଅନେକ ଲୋକ ସ୍ବପ୍ନ ଦେଖନ୍ତି । କିନ୍ତୁ ସମସ୍ତଙ୍କ ସ୍ଵପ୍ନ ପୂରଣ ହୋଇ ନଥାଏ। କାରଣ ଏଥିରେ ପ୍ରତିବନ୍ଧକ ସାଜିଥାଏ ଅର୍ଥ । ଏବେ କିନ୍ତୁ ମହାକାଶକୁ ଯିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ମାତ୍ର ୭୯ ହଜାର ଟଙ୍କାରେ ମହାକାଶକୁ ଯାତ୍ରା କରିହେବ । ୨୦୨୫ରେ କାନାଡ଼ାର ଏକ କମ୍ପାନୀ ମହାକାଶକୁ ଯାତ୍ରା କରିବା ପାଇଁ ଇଚ୍ଛା ରଖିଥିବା ଲୋକଙ୍କର ଏହି ସ୍ବପ୍ନକୁ ପୂରଣ କରିବ । ଏଥିପାଇଁ ଭାରତୀୟ ମୁଦ୍ରାରେ ୭୯ ହଜାର ଟଙ୍କା ଆବଶ୍ୟକ । ଏହି ଯାତ୍ରାର ସମୟ ୬ ଘଣ୍ଟା ହୋଇଥିବାବେଳେ କମ୍ପାନୀର ସାଇଟ୍‌କୁ ଯାଇ ସିଟ୍ ବୁକ୍ କରିହେବ। ‘ସ୍ପେସ୍ ପରସ୍ପେକଟିଭ’ ନାମକ ଏକ କମ୍ପାନି ଏଭଳି ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ଜେଫ୍ ବେଜୋସ୍‌ଙ୍କ କମ୍ପାନୀ ବ୍ଳ ଓରିଜିନ ଏବଂ ରିଚାର୍ଡ ବ୍ରାନସନ୍‌ଙ୍କ କମ୍ପାନୀ ଭର୍ଜିନ୍ ଗାଲାକ୍ସିକ ମହାକାଶ ଯାତ୍ରା ପାଇଁ କୋଟି କୋଟି ଟଙ୍କା ଦାବି କରୁଥିବାବେଳେ ଏତେ ଶସ୍ତାରେ କମ୍ପାନୀ କିପରି ଲୋକଙ୍କୁ ମହାକାଶ ଯାତ୍ରା କରାଇବ ସେନେଇ ପ୍ରଶ୍ନ ଉଠିଛି। ତେବେ ଏହାର ଉତ୍ତରରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ, ସ୍ପେସ୍ ପର୍ସପେକ୍ଟିଭର ‘ସ୍ପେସ୍‌ସିପ୍ ନେପ୍‌ଟ୍ରୋନ୍’ ରେ ଅଧିକ ସିଟ୍ ଥିବାରୁ ଏହା ସମ୍ଭବ । ସେଥୂପାଇଁ କମ୍ପାନୀ ଆଗରୁ ସିଟ୍ ବୁକ୍ କରିବାକୁ ଅଫର ଦେଇଛି। ତେବେ ଏଥିରେ ଯାତ୍ରା କରିବାର ସବୁଠାରୁ ବଡ଼ ଲାଭ ହେଉଛି, ଯାତ୍ରୀ ମାନଙ୍କ ନାମ ପୂର୍ବରୁ ଆଷ୍ଟ୍ରୋନଟ ବ୍ୟବହାର କରାଯିବ। କିନ୍ତୁ ମହାକାଶର କେତେଦୂର ପର୍ଯ୍ୟନ୍ତ ଏହା ଯିବ ତାହା କମ୍ପାନି ପକ୍ଷରୁ କିଛି କୁହାଯାଇନାହିଁ। ‘ସ୍ପେସ୍ ପର୍ସପେକ୍ଟିଭ୍ କମ୍ପାନୀ ବର୍ତ୍ତମାନ ନାସାର କେନେଡି ସ୍ପେସ୍ ସେଣ୍ଟରରୁ କାର୍ଯ୍ୟ କରୁଛି।

ଏହାର ପ୍ରଥମ ପରୀକ୍ଷଣ ଜୁନ୍ ମାସରେ ହୋଇଥିଲା, ଯାହା ସଫଳ ହୋଇଥିଲା। ‘ସ୍ପେସ୍‌ସିପ୍ ନେପ୍‌ଚ୍ୟୁନ୍‌’କୁ ନେଇ ବର୍ତ୍ତମାନ ପରୀକ୍ଷଣ ଚାଲିଛି। ସଫଳ ପରୀକ୍ଷଣ ପରେ ଏହାର ଲଞ୍ଚିଙ୍ଗ୍ ୨୦୨୪ରେ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ୮ ଜଣ ଲୋକଙ୍କୁ ମହାକାଶ ଯାତ୍ରା କରିବାକୁ ସୁଯୋଗ ଦିଆଯିବ। ୭୯ ହଜାର କେବଳ ସିଟ୍ ବୁକିଙ୍ଗ କରିବା ପାଇଁ ଆବଶ୍ୟକ। ପରବର୍ତ୍ତୀ ସମୟରେ ଏଥିରେ ଯାତ୍ରା କରିବା ପାଇଁ ୯୧ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ସେସ୍କସିପ୍ ନେପଚୁନ୍‌କୁ ମହାକାଶକୁ ନେଇ ଯିବାକୁ ଥିବା ବେଲୁନ୍‌ ଗୋଟିଏ ଷ୍ଟାଡିୟମ୍ ଆକୃତିର ହେବ। ଛଅ ଘଣ୍ଟାର ଏହି ଯାତ୍ରାରେ ଦୁଇ ଘଣ୍ଟା ଯିବା ପାଇଁ ଦୁଇ ଘଣ୍ଟା ଆସିବା ପାଇଁ ଓ ବାକି ଦୁଇ ଘଣ୍ଟା ମହାକାଶରେ କାଟିବା ପାଇଁ ଦିଆଯିବ । ଏହି ପ୍ରୋଜେକ୍ଟ ପାଇଁ କମ୍ପାନି ନାସାର ସାହାଯ୍ୟ ନେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର