ମାଓପ୍ରବଣ ଅଞ୍ଚଳରେ ଜ୍ଞାନର ଦୀପ ଜାଳିବାକୁ ପଣ କରିଛନ୍ତି ଶିକ୍ଷକ ମଙ୍ଗଳରାମ, ନିଜ ଘରକୁ କରିଛନ୍ତି ବିଦ୍ୟାଳୟ

The Sakala Picture
Published On

ଅଜ୍ଞାନର ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି ସେ ହେଉଛନ୍ତି ଗୁରୁ। ଏଭଳି ଜଣେ ଶିକ୍ଷକ ହେଉଛନ୍ତି ଛତିଶଗଡ଼ର କାେଙ୍କର ଜିଲ୍ଲାର ମଙ୍ଗଳ ରାମ ଉସେଣ୍ଡି। ଯିଏକି ଏହି ମାଓପ୍ରବଣ ଅଞ୍ଚଳରେ ଜ୍ଞାନର ଦୀପ ଜାଳିବାକୁ ପଣ କରିଛନ୍ତି। ମଙ୍ଗଳରାମ ହେଉଛନ୍ତି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ। ଯିଏ କି ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ନିଜ ଘରକୁ ବିଦ୍ୟାଳୟରେ ପରିବର୍ତ୍ତନ କରିଦେଇଛନ୍ତି। ଗ୍ରାମବାସୀମାନେ କୁହନ୍ତି ଯେ, ଗତ ଅଢ଼େଇ ବର୍ଷ ଧରି ମଙ୍ଗଳରାମଙ୍କ ଘରେ ପିଲାମାନେ ପାଠ […]

ଅଜ୍ଞାନର ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି ସେ ହେଉଛନ୍ତି ଗୁରୁ। ଏଭଳି ଜଣେ ଶିକ୍ଷକ ହେଉଛନ୍ତି ଛତିଶଗଡ଼ର କାେଙ୍କର ଜିଲ୍ଲାର ମଙ୍ଗଳ ରାମ ଉସେଣ୍ଡି। ଯିଏକି ଏହି ମାଓପ୍ରବଣ ଅଞ୍ଚଳରେ ଜ୍ଞାନର ଦୀପ ଜାଳିବାକୁ ପଣ କରିଛନ୍ତି। ମଙ୍ଗଳରାମ ହେଉଛନ୍ତି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ। ଯିଏ କି ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ନିଜ ଘରକୁ ବିଦ୍ୟାଳୟରେ ପରିବର୍ତ୍ତନ କରିଦେଇଛନ୍ତି। ଗ୍ରାମବାସୀମାନେ କୁହନ୍ତି ଯେ, ଗତ ଅଢ଼େଇ ବର୍ଷ ଧରି ମଙ୍ଗଳରାମଙ୍କ ଘରେ ପିଲାମାନେ ପାଠ ପଢୁଛନ୍ତି। ଘର ଭିତରେ ଏବଂ ଅଗଣାରେ ପିଲାମାନେ ପାଠପଢୁଥିବାବେଳେ ଘର ଚାରିପଟେ ପିଲାମାନେ ଖେଳକୁଦ କରିଥାନ୍ତି। ପିଲାମାନଙ୍କର ଭବିଷ୍ୟତ ସୁରକ୍ଷା ପାଇଁ ମଙ୍ଗଳରାମ ଏହି ପଦକ୍ଷେପ ନେଇଛନ୍ତି। ଏଥିରେ ଗ୍ରାମବାସୀମାନେ ମଧ୍ୟ ତାଙ୍କର ବହୁତ ସହଯୋଗ କରନ୍ତି। ବାସ୍ତବରେ ଗାଁର ପ୍ରାଥମିକ ବିଦ୍ୟାଳୟ ଘରଗୁଡ଼ିକ ସଙ୍କଟାପନ୍ନ ଅବସ୍ଥାରେ ରହିଛି। ଏଥିପାଇଁ ଗ୍ରାମବାସୀମାନେ ଜିଲ୍ଲା ମୁଖ୍ୟାଳୟର ଅଧିକାରୀଙ୍କୁ ବହୁବାର ଜଣାଇଥିଲେ ସୁଦ୍ଧା ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଶେଷରେ ମଙ୍ଗଳରାମ ନିଜ ଘରକୁ ବିଦ୍ୟାଳୟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସମ୍ପର୍କରେ ମଙ୍ଗଳରାମ କୁହନ୍ତି, ଉପରକାମତା ଗ୍ରାମରେ ଏକମାତ୍ର ପ୍ରାଥମିକ ବିଦ୍ୟାଳୟ ଅଛି। ଯାହାର ଅବସ୍ଥା ନ କହିବା ଭଲ। ତେଣୁ ଏଠାରେ ପିଲାମାନେ ପାଠ ପଢ଼ିବା ସୁରକ୍ଷିତ ନୁହେଁ। ଏହାପରେ ସେ ପିଲାମାନଙ୍କୁ ନିଜ ଘରେ ପାଠ ପଢ଼େଇବାକୁ ନିଷ୍ପତ୍ତି ନେଲେ। ଏଠାରେ ଏବେ ୩୦ ଜଣ ପିଲା ଅଧ୍ୟୟନ କରୁଛନ୍ତି। ଏଠାରେ ପ୍ରକାଶ ଥାଉ କି, ଉପରକାମତା ଏକ ମାଓପ୍ରବଣ ଅଞ୍ଚଳ।

ଆହୁରି ପଢ଼ନ୍ତୁ: ଧଳା ପାଉଡରରେ ବ୍ଲେଡ୍ ସାହାଯ୍ୟରେ ଲେଖିଲେ 'Sorry'; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଦ୍ଭୁତ କଳାକୌଶଳ

24 Aug 2021 By The Sakala

ମାଓପ୍ରବଣ ଅଞ୍ଚଳରେ ଜ୍ଞାନର ଦୀପ ଜାଳିବାକୁ ପଣ କରିଛନ୍ତି ଶିକ୍ଷକ ମଙ୍ଗଳରାମ, ନିଜ ଘରକୁ କରିଛନ୍ତି ବିଦ୍ୟାଳୟ

ଅଜ୍ଞାନର ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି ସେ ହେଉଛନ୍ତି ଗୁରୁ। ଏଭଳି ଜଣେ ଶିକ୍ଷକ ହେଉଛନ୍ତି ଛତିଶଗଡ଼ର କାେଙ୍କର ଜିଲ୍ଲାର ମଙ୍ଗଳ ରାମ ଉସେଣ୍ଡି। ଯିଏକି ଏହି ମାଓପ୍ରବଣ ଅଞ୍ଚଳରେ ଜ୍ଞାନର ଦୀପ ଜାଳିବାକୁ ପଣ କରିଛନ୍ତି। ମଙ୍ଗଳରାମ ହେଉଛନ୍ତି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ। ଯିଏ କି ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ନିଜ ଘରକୁ ବିଦ୍ୟାଳୟରେ ପରିବର୍ତ୍ତନ କରିଦେଇଛନ୍ତି। ଗ୍ରାମବାସୀମାନେ କୁହନ୍ତି ଯେ, ଗତ ଅଢ଼େଇ ବର୍ଷ ଧରି ମଙ୍ଗଳରାମଙ୍କ ଘରେ ପିଲାମାନେ ପାଠ ପଢୁଛନ୍ତି। ଘର ଭିତରେ ଏବଂ ଅଗଣାରେ ପିଲାମାନେ ପାଠପଢୁଥିବାବେଳେ ଘର ଚାରିପଟେ ପିଲାମାନେ ଖେଳକୁଦ କରିଥାନ୍ତି। ପିଲାମାନଙ୍କର ଭବିଷ୍ୟତ ସୁରକ୍ଷା ପାଇଁ ମଙ୍ଗଳରାମ ଏହି ପଦକ୍ଷେପ ନେଇଛନ୍ତି। ଏଥିରେ ଗ୍ରାମବାସୀମାନେ ମଧ୍ୟ ତାଙ୍କର ବହୁତ ସହଯୋଗ କରନ୍ତି। ବାସ୍ତବରେ ଗାଁର ପ୍ରାଥମିକ ବିଦ୍ୟାଳୟ ଘରଗୁଡ଼ିକ ସଙ୍କଟାପନ୍ନ ଅବସ୍ଥାରେ ରହିଛି। ଏଥିପାଇଁ ଗ୍ରାମବାସୀମାନେ ଜିଲ୍ଲା ମୁଖ୍ୟାଳୟର ଅଧିକାରୀଙ୍କୁ ବହୁବାର ଜଣାଇଥିଲେ ସୁଦ୍ଧା ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଶେଷରେ ମଙ୍ଗଳରାମ ନିଜ ଘରକୁ ବିଦ୍ୟାଳୟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସମ୍ପର୍କରେ ମଙ୍ଗଳରାମ କୁହନ୍ତି, ଉପରକାମତା ଗ୍ରାମରେ ଏକମାତ୍ର ପ୍ରାଥମିକ ବିଦ୍ୟାଳୟ ଅଛି। ଯାହାର ଅବସ୍ଥା ନ କହିବା ଭଲ। ତେଣୁ ଏଠାରେ ପିଲାମାନେ ପାଠ ପଢ଼ିବା ସୁରକ୍ଷିତ ନୁହେଁ। ଏହାପରେ ସେ ପିଲାମାନଙ୍କୁ ନିଜ ଘରେ ପାଠ ପଢ଼େଇବାକୁ ନିଷ୍ପତ୍ତି ନେଲେ। ଏଠାରେ ଏବେ ୩୦ ଜଣ ପିଲା ଅଧ୍ୟୟନ କରୁଛନ୍ତି। ଏଠାରେ ପ୍ରକାଶ ଥାଉ କି, ଉପରକାମତା ଏକ ମାଓପ୍ରବଣ ଅଞ୍ଚଳ।

https://www.thesakala.in/special/teacher-who-make-his-home-as-school-for-teaching/article-4847
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର