ଗୁପ୍ତ ଦାନ କ’ଣ ? ଗୁପ୍ତ ଭାବରେ ଦାନ କରନ୍ତୁ ଏହିସବୁ ଦ୍ରବ୍ୟ, ବଦଳିଯିବ ଭାଗ୍ୟ…

The Sakala Picture
Published On

ହିନ୍ଦୁ ଧର୍ମ ସହିତ ଜ୍ୟୋତିଷ ଶାସ୍ତ୍ରରେ ଗୁପ୍ତଦାନକୁ ମହତ୍ତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଗୁପ୍ତ ଦାନକୁ ମହାଦାନ ବୋଲି କୁହାଯାଏ। ତେବେ ଏହିଦାନକୁ ସର୍ବଶ୍ରେଷ୍ଠ କୁହାଯିବା ପଛରେ ଅନେକ କାରଣ ଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁପ୍ତ ଦାନ କରିବା ଦ୍ବାରା ଆର୍ଥିକ ସ୍ଥିତିରେ ଶୀଘ୍ର ସୁଧାର ଆସିଥାଏ। ଗୁପ୍ତ ଦାନ କ’ଣ: କାହାକୁ କିଛି ନ କୁହାଯାଇ କରାଯାଉଥିବା ଦାନକୁ ଗୁପ୍ତଦାନ ବୋଲି କୁହାଯାଏ। ଏହି ଦାନରେ ଦାନ ପୂର୍ବରୁ କିମ୍ବା ଦାନ କରିବା ପରେ କିଛି […]

ହିନ୍ଦୁ ଧର୍ମ ସହିତ ଜ୍ୟୋତିଷ ଶାସ୍ତ୍ରରେ ଗୁପ୍ତଦାନକୁ ମହତ୍ତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଗୁପ୍ତ ଦାନକୁ ମହାଦାନ ବୋଲି କୁହାଯାଏ। ତେବେ ଏହିଦାନକୁ ସର୍ବଶ୍ରେଷ୍ଠ କୁହାଯିବା ପଛରେ ଅନେକ କାରଣ ଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁପ୍ତ ଦାନ କରିବା ଦ୍ବାରା ଆର୍ଥିକ ସ୍ଥିତିରେ ଶୀଘ୍ର ସୁଧାର ଆସିଥାଏ।

ଗୁପ୍ତ ଦାନ କ’ଣ: କାହାକୁ କିଛି ନ କୁହାଯାଇ କରାଯାଉଥିବା ଦାନକୁ ଗୁପ୍ତଦାନ ବୋଲି କୁହାଯାଏ। ଏହି ଦାନରେ ଦାନ ପୂର୍ବରୁ କିମ୍ବା ଦାନ କରିବା ପରେ କିଛି କାହାକୁ କୁହାଯାଏ ନାହିଁ। ଗୁପ୍ତ ଦାନ ନିଜ ଭିତରେ ସୀମିତ ରହିବା ଜରୁରି।

କ’ଣ କରିବେ ଦାନ: ହିନ୍ଦୁ ଧର୍ମରେ ପୂଜାପାଠ କରିବା ବେଳେ ଆସନରେ ବସିବା ଜରୁରି। ମନ୍ଦିରକୁ ଆସନ ଗୁପ୍ତ ଦାନ ଦେବା ଦ୍ବାରା ଯେତେ ବି ଲୋକ ଏହା ଉପରେ ବସି ପୂଜାପାଠ କରିବେ, ସେହି ପୂଜାର କିଛି ପୁଣ୍ୟ ଫଳ ଦାନ କରିଥିବା ବ୍ୟକ୍ତିକୁ ପ୍ରାପ୍ତ ହୁଏ। କୌଣସି ଭୋଜିଭାତରେ ଲୁଣ ଦାନ ଦେବା ଦ୍ବାରା ମହାପୁଣ୍ୟ ପ୍ରାପ୍ତ ହୁଏ। ଏହାଦ୍ବାରା ଧନ, ସମୃଦ୍ଧି ବୃଦ୍ଧି ପାଏ। ଜୀବନରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ଦିଆସିଲି ଗୁପ୍ତ ଦାନ କରନ୍ତୁ। ଏ ଲାଗି ମଙ୍ଗଳବାର ମନ୍ଦିରରେ ଦିଆସିଲି ରଖିପାରିବେ। ସେହିପରି ଶିବମନ୍ଦିରରେ ଗୁପ୍ତ ଦାନ ଲୋଟା ଦେଲେ ଦୀର୍ଘ ଦିନ ପାଇଁ ଦାନର ଫଳ ମିଳେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର