ଚୈତ୍ର ନବରାତ୍ରିରେ କେଉଁ ଜିନିଷ କିଣିବା ମନା…

The Sakala Picture
Published On

ଚୈତ୍ର ନବରାତ୍ରିକୁ ହିନ୍ଦୁ ଧର୍ମରେ ଖୁବ୍ ପବିତ୍ର ବୋଲି ବିବେଚନା କରାଯାଏ। ମା’ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ଉପବାସ ରଖନ୍ତି। ତା’ସହ ଏହି ନବରାତ୍ରିରେ କିଛି ବିଶେଷ ଜିନିଷ କିଣିବାକୁ ଶାସ୍ତ୍ରରେ ବାରଣ କରାଯାଇଛି। ତେବେ କ’ଣ ସେସବୁ ଜିନିଷ, ସେ ସମ୍ପର୍କରେ ଜାଣିବା। -ଚୈତ୍ର ନବରାତ୍ରିରେ ଚାଉଳ କିଣିବା ମନା। ଏହି ପର୍ବ ପୂର୍ବରୁ ନଚେତ ପରେ ଏହାକୁ କିଣିପାରିବେ। ତେବେ ନବରାତ୍ରିରେ ଚାଉଳ କିଣିବା ଦ୍ବାରା ନବରାତ୍ରିରେ ମିଳୁଥିବା ପୁଣ୍ୟ କ୍ଷୟ ଘଟେ। […]

ଚୈତ୍ର ନବରାତ୍ରିକୁ ହିନ୍ଦୁ ଧର୍ମରେ ଖୁବ୍ ପବିତ୍ର ବୋଲି ବିବେଚନା କରାଯାଏ। ମା’ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ଉପବାସ ରଖନ୍ତି। ତା’ସହ ଏହି ନବରାତ୍ରିରେ କିଛି ବିଶେଷ ଜିନିଷ କିଣିବାକୁ ଶାସ୍ତ୍ରରେ ବାରଣ କରାଯାଇଛି। ତେବେ କ’ଣ ସେସବୁ ଜିନିଷ, ସେ ସମ୍ପର୍କରେ ଜାଣିବା।

-ଚୈତ୍ର ନବରାତ୍ରିରେ ଚାଉଳ କିଣିବା ମନା। ଏହି ପର୍ବ ପୂର୍ବରୁ ନଚେତ ପରେ ଏହାକୁ କିଣିପାରିବେ। ତେବେ ନବରାତ୍ରିରେ ଚାଉଳ କିଣିବା ଦ୍ବାରା ନବରାତ୍ରିରେ ମିଳୁଥିବା ପୁଣ୍ୟ କ୍ଷୟ ଘଟେ।

-କୌଣସି ପ୍ରକାର ବୈଦ୍ୟୁତିକ ଉପକରଣ ଏହି ପର୍ବରେ କିଣିବା ଅଶୁଭ। ଏଭଳି କରିବା ଦ୍ବାରା କୁଣ୍ଡଳିରେ ଗ୍ରହଦୋଷ ଲାଗିଥାଏ। ତା’ସହ ସେହି ଜିନିଷର ଖରାପ ଓ ନଷ୍ଟ ହେବାର ସମ୍ଭାବନା ଅଧିକ ଥାଏ।

-ନବରାତ୍ରି ଚାଲିଥିବା ବେଳେ ଲୁହା ଜିନିଷ କିଣିବା ବିଧିସମ୍ମତ ନୁହେଁ। ଏଥିରୁ ଘରେ ଧନ-ସମ୍ପତ୍ତି ହାନି ଘଟେ।

-ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚୈତ୍ର ନବରାତ୍ରିରେ କଳା ରଙ୍ଗ କପଡ଼ା କିଣିବା ମନା। ଏହା ଦ୍ବାରା ନକାରାତ୍ମକ ଶକ୍ତି ଆକର୍ଷିତ ହୋଇଥାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର