ବିବାହ ପାଇଁ ଅଜବ ସର୍ତ୍ତ

The Sakala Picture
Published On

ପୂର୍ବରୁ ବର ପାଇଁ କନ୍ୟାଟିଏ କି କନ୍ୟା ପାଇଁ ବରପାତ୍ରଟିଏ ଖୋଜିବା ନିମନ୍ତେ ମଧ୍ୟସ୍ଥିଙ୍କ ସାହାଯ୍ୟ ନିଆଯାଉଥିଲା । ଏହି ବ୍ୟବସ୍ଥା ଏବେ ସମାଜରୁ ସଂପୂର୍ଣ୍ଣ ଭାବେ ଲୋପ ପାଇ ଯାଇ ନଥିଲେ ସୁଦ୍ଧା ଇତିମଧ୍ୟରେ ମାଟ୍ରିମୋନି ସାଇଟ୍‌ଗୁଡ଼ିକର ଲୋକପ୍ରିୟତା ବେଶ୍ ବଢିଛି । ଏହି ସାଇଟ୍‌ଗୁଡ଼ିକରେ ଅନେକ ବିବାହ ପ୍ରସ୍ତାବ ଆସିଥାଏ । କିନ୍ତୁ ନିକଟରେ ଏକ ଖବରକାଗଜରେ ପ୍ରକାଶ ପାଇଥିବା ଏକ ମ୍ୟାଟ୍ରିମୋନି ବିଜ୍ଞାପନ ସମସ୍ତଙ୍କୁ ଚକିତ କରି ଦେଇଛି। ଜଣେ ବିବାହଯୋଗ୍ୟା ଯୁବତୀ […]

ପୂର୍ବରୁ ବର ପାଇଁ କନ୍ୟାଟିଏ କି କନ୍ୟା ପାଇଁ ବରପାତ୍ରଟିଏ ଖୋଜିବା ନିମନ୍ତେ ମଧ୍ୟସ୍ଥିଙ୍କ ସାହାଯ୍ୟ ନିଆଯାଉଥିଲା । ଏହି ବ୍ୟବସ୍ଥା ଏବେ ସମାଜରୁ ସଂପୂର୍ଣ୍ଣ ଭାବେ ଲୋପ ପାଇ ଯାଇ ନଥିଲେ ସୁଦ୍ଧା ଇତିମଧ୍ୟରେ ମାଟ୍ରିମୋନି ସାଇଟ୍‌ଗୁଡ଼ିକର ଲୋକପ୍ରିୟତା ବେଶ୍ ବଢିଛି । ଏହି ସାଇଟ୍‌ଗୁଡ଼ିକରେ ଅନେକ ବିବାହ ପ୍ରସ୍ତାବ ଆସିଥାଏ । କିନ୍ତୁ ନିକଟରେ ଏକ ଖବରକାଗଜରେ ପ୍ରକାଶ ପାଇଥିବା ଏକ ମ୍ୟାଟ୍ରିମୋନି ବିଜ୍ଞାପନ ସମସ୍ତଙ୍କୁ ଚକିତ କରି ଦେଇଛି। ଜଣେ ବିବାହଯୋଗ୍ୟା ଯୁବତୀ ନିଜ ପାଇଁ ଖୋଜୁଥିବା ବରପାତ୍ରଙ୍କ ସମ୍ମୁଖରେ ଏକ ଅଜବ ସର୍ତ୍ତ ରଖିଛନ୍ତି।

ଯେଉଁ ଯୁବକ କୋଭିଡ୍ ଟିକାର ଦୁଇଟି ଡୋଜ୍ ନେଇଥିବେ ସେ ସେଭଳି ବରପାତ୍ର ସନ୍ଧାନରେ ଥିବା କଥା ଯୁବତୀ ଜଣକ କହିଛନ୍ତି। ଖବରକାଗଜରେ ଛପା ଯାଇଥିବା ଏହି ଖବରଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି । ଏହି ବିଜ୍ଞାପନଟି ୪ ଜୁନ ୨୦୨୧ର । ବିଜ୍ଞାପନରେ ଜଣେ କର୍ମଜୀବୀ ରୋମାନ କ୍ୟାଥୋଲିକ ମହିଳା ବିବାଦ ଲାଗି ନିଜ ଧର୍ମର ବ୍ୟକ୍ତି ଖୋଳୁଥିବା ବିଜ୍ଞାପନ ଦେଇଥିଲେ । ସେଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, କୋଭିସିଲ୍‌ଡ୍ ଟିକାର ଦୁଇଟି ଯାକ ଡୋଜ ନେଇଥିବା ପୁରୁଷଙ୍କୁ ବିବାହ କରିବେ ।

କାରଣ ଉକ୍ତ ମହିଳା ଜଣକ କୋଭିସିଡ୍ ଟିକାର ଦୁଇଟି ଡୋଜ୍ ନେଇ ସାରିଛନ୍ତି । ମହିଳାଙ୍କ ଏପରି ଚିନ୍ତାଧାରାକୁ ଲୋକେ ଏତେ ପସନ୍ଦ କରିଛନ୍ତି ଯେ, କଂଗ୍ରେସ ସାଂସଦ ଶଶି ଥରୁର ଏହାକୁ ଟ୍ଵିଟ୍ ମଧ୍ୟ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର