ଏ ଯୁଗର ଶ୍ରବଣ କୁମାର

The Sakala Picture
Published On

ଶ୍ରବଣ କୁମାର ନିଜର ଦୃଷ୍ଟିହୀନ ବାପା ମାଆଙ୍କୁ କାନ୍ଧରେ ବୋହିବା କଥା ସମସ୍ତେ ଜାଣନ୍ତି। ମାତ୍ର ଆଜିର ଆଧୁନିକ ଯୁଗରେ ମଧ୍ୟ ଶ୍ରବଣ କୁମାରଙ୍କ ଭଳି ପୁଅ ଅଛନ୍ତି, ଯେ କି ନିଜ ମା’ଙ୍କୁ କାନ୍ଧରେ ବୋହି ତୀର୍ଥ ଭ୍ରମଣ କରୁଛନ୍ତି। କୈଳାସ ଗିରି ବ୍ରହ୍ମାଚାରୀ ଦୀର୍ଘ ୨୦ ବର୍ଷ ଧରି ତାଙ୍କର ୮୦ ବର୍ଷୀୟା ଦୃଷ୍ଟିହୀନ ମା’ଙ୍କୁ କାନ୍ଧରେ ବୋହି ଭାରତର ବିଭିନ୍ନ ତୀର୍ଥସ୍ଥାନ ଦର୍ଶନ କରାଉଛନ୍ତି। ସେ ତାଙ୍କ କାନ୍ଧରେ ବାହୁଙ୍ଗାରେ ଦୁଇଟି ଟୋକେଇ […]

ଶ୍ରବଣ କୁମାର ନିଜର ଦୃଷ୍ଟିହୀନ ବାପା ମାଆଙ୍କୁ କାନ୍ଧରେ ବୋହିବା କଥା ସମସ୍ତେ ଜାଣନ୍ତି। ମାତ୍ର ଆଜିର ଆଧୁନିକ ଯୁଗରେ ମଧ୍ୟ ଶ୍ରବଣ କୁମାରଙ୍କ ଭଳି ପୁଅ ଅଛନ୍ତି, ଯେ କି ନିଜ ମା’ଙ୍କୁ କାନ୍ଧରେ ବୋହି ତୀର୍ଥ ଭ୍ରମଣ କରୁଛନ୍ତି। କୈଳାସ ଗିରି ବ୍ରହ୍ମାଚାରୀ ଦୀର୍ଘ ୨୦ ବର୍ଷ ଧରି ତାଙ୍କର ୮୦ ବର୍ଷୀୟା ଦୃଷ୍ଟିହୀନ ମା’ଙ୍କୁ କାନ୍ଧରେ ବୋହି ଭାରତର ବିଭିନ୍ନ ତୀର୍ଥସ୍ଥାନ ଦର୍ଶନ କରାଉଛନ୍ତି। ସେ ତାଙ୍କ କାନ୍ଧରେ ବାହୁଙ୍ଗାରେ ଦୁଇଟି ଟୋକେଇ ଝୁଲାଇଛନ୍ତି। ଗୋଟିଏ ଟୋକେଇରେ ତାଙ୍କ ମା’ ବସିଥିବା ବେଳେ ଅନ୍ୟ ଏକ ଟୋକେଇରେ ସେ ତାଙ୍କର ଆବଶ୍ୟକ ଜିନିଷ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

କୈଳାସଙ୍କ ଅନନ୍ୟ ସେବା ମନୋଭାବ କେବଳ ସାଧାରଣ ଲୋକଙ୍କର ଦୃଷ୍ଟିଆକର୍ଷଣ କରିନାହିଁ, ବରଂ ଅଭିନେତା ଅନୁପମ୍ ଖେର ମଧ୍ୟ କୈଳାସଙ୍କ ଫଟୋକୁ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛନ୍ତି। ଅନୁପମ୍‌, କୈଳାସ ଓ ତାଙ୍କ ମା’ଙ୍କର ତୀର୍ଥଯାତ୍ରା ଖର୍ଚ୍ଚ ଉଠାଇବାକୁ ଚାହୁଁଛନ୍ତି, ଏଥିପାଇଁ ସେ ତାଙ୍କ ଠିକଣା ଖୋଜୁଛନ୍ତି। ଏପରିକି କେହି କୈଳାସଙ୍କ ଠିକଣା ଜାଣିଲେ ତାଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ଅନୁପମ।

11 Jul 2022 By The Sakala

ଏ ଯୁଗର ଶ୍ରବଣ କୁମାର

ଶ୍ରବଣ କୁମାର ନିଜର ଦୃଷ୍ଟିହୀନ ବାପା ମାଆଙ୍କୁ କାନ୍ଧରେ ବୋହିବା କଥା ସମସ୍ତେ ଜାଣନ୍ତି। ମାତ୍ର ଆଜିର ଆଧୁନିକ ଯୁଗରେ ମଧ୍ୟ ଶ୍ରବଣ କୁମାରଙ୍କ ଭଳି ପୁଅ ଅଛନ୍ତି, ଯେ କି ନିଜ ମା’ଙ୍କୁ କାନ୍ଧରେ ବୋହି ତୀର୍ଥ ଭ୍ରମଣ କରୁଛନ୍ତି। କୈଳାସ ଗିରି ବ୍ରହ୍ମାଚାରୀ ଦୀର୍ଘ ୨୦ ବର୍ଷ ଧରି ତାଙ୍କର ୮୦ ବର୍ଷୀୟା ଦୃଷ୍ଟିହୀନ ମା’ଙ୍କୁ କାନ୍ଧରେ ବୋହି ଭାରତର ବିଭିନ୍ନ ତୀର୍ଥସ୍ଥାନ ଦର୍ଶନ କରାଉଛନ୍ତି। ସେ ତାଙ୍କ କାନ୍ଧରେ ବାହୁଙ୍ଗାରେ ଦୁଇଟି ଟୋକେଇ ଝୁଲାଇଛନ୍ତି। ଗୋଟିଏ ଟୋକେଇରେ ତାଙ୍କ ମା’ ବସିଥିବା ବେଳେ ଅନ୍ୟ ଏକ ଟୋକେଇରେ ସେ ତାଙ୍କର ଆବଶ୍ୟକ ଜିନିଷ ରଖିଛନ୍ତି।

କୈଳାସଙ୍କ ଅନନ୍ୟ ସେବା ମନୋଭାବ କେବଳ ସାଧାରଣ ଲୋକଙ୍କର ଦୃଷ୍ଟିଆକର୍ଷଣ କରିନାହିଁ, ବରଂ ଅଭିନେତା ଅନୁପମ୍ ଖେର ମଧ୍ୟ କୈଳାସଙ୍କ ଫଟୋକୁ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛନ୍ତି। ଅନୁପମ୍‌, କୈଳାସ ଓ ତାଙ୍କ ମା’ଙ୍କର ତୀର୍ଥଯାତ୍ରା ଖର୍ଚ୍ଚ ଉଠାଇବାକୁ ଚାହୁଁଛନ୍ତି, ଏଥିପାଇଁ ସେ ତାଙ୍କ ଠିକଣା ଖୋଜୁଛନ୍ତି। ଏପରିକି କେହି କୈଳାସଙ୍କ ଠିକଣା ଜାଣିଲେ ତାଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ଅନୁପମ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp