ମହିଳାଙ୍କ କେଶର ଲମ୍ବ ସାଢେ ୬ ଫୁଟ୍

The Sakala Picture
Published On

ପୂର୍ବରୁ ମହିଳାମାନେ ନିଜ କେଶ କାଟୁ ନଥିଲେ। କାରଣ ଲମ୍ବା ଓ ଘନ କଳା କେଶ ନାରୀ ସୌନ୍ଦର୍ଯ୍ୟର ଅଂଶବିଶେଷ। କିନ୍ତୁ ଆଧୁନିକ ଚଳଣିର ପ୍ରଭାବରେ ଅନେକ ମହିଳା କେଶକୁ କାଟି ନୂଆ ଲୁକ୍‌ ଦେଉଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଜଣେ ମହିଳାଙ୍କର ସାଢେ ଛଅଫୁଟିଆ କେଶ ଥିବା କଥା ଜାଣିବା ପରେ ମନରେ ଉତ୍ସୁକତା ଭରିଦିଏ। ଏହି ଚର୍ଚ୍ଚିତ ମହିଳା ଜଣକ ହେଉଛନ୍ତି ୟୁକ୍ରେନ୍‌ର ଏଲୋନା କାର୍ଭଚେଙ୍କୋ । ଏଲୋନା ଯେତେବେଳେ ୫ବର୍ଷର ହୋଇଥିଲେ ସେତେବେଳେ […]

ପୂର୍ବରୁ ମହିଳାମାନେ ନିଜ କେଶ କାଟୁ ନଥିଲେ। କାରଣ ଲମ୍ବା ଓ ଘନ କଳା କେଶ ନାରୀ ସୌନ୍ଦର୍ଯ୍ୟର ଅଂଶବିଶେଷ। କିନ୍ତୁ ଆଧୁନିକ ଚଳଣିର ପ୍ରଭାବରେ ଅନେକ ମହିଳା କେଶକୁ କାଟି ନୂଆ ଲୁକ୍‌ ଦେଉଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଜଣେ ମହିଳାଙ୍କର ସାଢେ ଛଅଫୁଟିଆ କେଶ ଥିବା କଥା ଜାଣିବା ପରେ ମନରେ ଉତ୍ସୁକତା ଭରିଦିଏ। ଏହି ଚର୍ଚ୍ଚିତ ମହିଳା ଜଣକ ହେଉଛନ୍ତି ୟୁକ୍ରେନ୍‌ର ଏଲୋନା କାର୍ଭଚେଙ୍କୋ । ଏଲୋନା ଯେତେବେଳେ ୫ବର୍ଷର ହୋଇଥିଲେ ସେତେବେଳେ ତାଙ୍କୁ ତାଙ୍କ ମା’ କହିଥିଲେ ଯେ, ଝିଅମାନେ କେଶକୁ ବାରମ୍ବାର ନ କାଟି ଲମ୍ବା ରଖିବା ଉଚିତ । ଏହାପରଠାରୁ ଏଲୋନା କେବେ କେଶ କାଟିବା ପାଇଁ ଚିନ୍ତା କରି ନ ଥିଲେ। ଏବେ ଏଲୋନାଙ୍କୁ ଦେଖିଲେ ଜଣେ ଡିଜ୍‌ନିର ପରୀକୁ ଦେଖିଲା ପରି ମନେ ହୋଇଥାଏ। ୩୫ବର୍ଷୀୟା ଏଲୋନାଙ୍କ ପୂରା ଶରୀର ଏହି କେଶ ଦ୍ବାରା ଢାଙ୍କି ହୋଇଯାଇଥାଏ। ଏଲୋନାଙ୍କର ଫଟୋଗୁଡ଼ିକ ସାମାଜିକ ଗଣମାଧ୍ୟମରେ ମଧ୍ୟ ବେଶ୍‌ ଭାଇରାଲ ହୋଇଛି। ଏଲୋନା ଜଣେ ବ୍ୟବସାୟୀ। ଏଲୋନା ୩୦ ବର୍ଷ ହେଲାଣି ଥରେ ବି କେଶ କାଟିନାହାନ୍ତି। ବରଂ କେବେ କେବେ କେଶର ଟ୍ରିମିଂ କରାଇଥାନ୍ତି। ସପ୍ତାହରେ ଥରେ ମାତ୍ର କେଶ ଧୋଇବାକୁ ତାଙ୍କୁ ପାଖାପାଖି ୩୦ ମିନିଟ୍‌ ସମୟ ଲାଗିଥାଏ। ତେବେ କେଶ କାଟିବା ପାଇଁ ତାଙ୍କୁ ବେଶ୍‌ ମୋଟା ଅଙ୍କର ଅଫର ମିଳିଥିଲେ ବି ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ‘ତାଙ୍କ କେଶର ପ୍ରଶଂସା ଶୁଣିବାକୁ ତାଙ୍କୁ ଭଲଲାଗେ, ସେଥିପାଇଁ ସେ କେଶକୁ ଯତ୍ନର ସହିତ ରଖିଛନ୍ତି’ ବୋଲି ଏଲୋନା କହିଛନ୍ତି।

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

28 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp