ଭୋଟ ପ୍ରକ୍ରିୟାରେ ‘ନୋଟା’ର ଗୁରୁତ୍ୱ ରହୁ
୨୦୧୩ ମସିହାରେ ସୁପ୍ରିମକୋର୍ଟ ପିୟୁସିଏଲ୍ ବନାମ ନିର୍ବାଚନ କମିଶନ୍ ମାମଲାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଜନପ୍ରତିନିଧି ଆଇନର ତର୍ଜମା କରିଥିଲେ ଯେ ଯେହେତୁ ନାଗରିକମାନଙ୍କର ଭୋଟ ଦେବାର ଅଧିକାର ଅଛି, ସେ ହେତୁ ସେମାନଙ୍କର ଭୋଟ ପ୍ରାର୍ଥୀମାନଙ୍କୁ ପ୍ରତ୍ୟାଖ୍ୟାନ କରିବାର ମଧ୍ୟ ଆଇନଗତ ଅଧିକାର ଅଛି। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜନପ୍ରତିନିଧି ଆଇନରେ ସଂଶୋଧନ ହେଲା ଏବଂ ତା’ପରଠାରୁ ଲୋକସଭା, ବିଧାନସଭା, ପଞ୍ଚାୟତ ଓ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ନିର୍ବାଚନରେ ‘ନୋଟା’ ର ବ୍ୟବସ୍ଥା କରାଗଲା। […]
୨୦୧୩ ମସିହାରେ ସୁପ୍ରିମକୋର୍ଟ ପିୟୁସିଏଲ୍ ବନାମ ନିର୍ବାଚନ କମିଶନ୍ ମାମଲାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଜନପ୍ରତିନିଧି ଆଇନର ତର୍ଜମା କରିଥିଲେ ଯେ ଯେହେତୁ ନାଗରିକମାନଙ୍କର ଭୋଟ ଦେବାର ଅଧିକାର ଅଛି, ସେ ହେତୁ ସେମାନଙ୍କର ଭୋଟ ପ୍ରାର୍ଥୀମାନଙ୍କୁ ପ୍ରତ୍ୟାଖ୍ୟାନ କରିବାର ମଧ୍ୟ ଆଇନଗତ ଅଧିକାର ଅଛି। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜନପ୍ରତିନିଧି ଆଇନରେ ସଂଶୋଧନ ହେଲା ଏବଂ ତା’ପରଠାରୁ ଲୋକସଭା, ବିଧାନସଭା, ପଞ୍ଚାୟତ ଓ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ନିର୍ବାଚନରେ ‘ନୋଟା’ ର ବ୍ୟବସ୍ଥା କରାଗଲା। ଏହାର ଅର୍ଥ ହେଲା ଯେ ମତଦାତା ଯଦି ସମସ୍ତ ପ୍ରାର୍ଥୀଙ୍କୁ ପସନ୍ଦ ନ କରନ୍ତି ସେଥିପାଇଁ ମଧ୍ୟ ବଟନ୍ ଚିପି ନିଜର ବିରୋଧ ପଞ୍ଜୀକୃତ କରିପାରିବେ। ‘ନନ୍ ଅଫ୍ ଦି ଏବୋଭ’(ସଂକ୍ଷିପ୍ତରେ ନୋଟା) ସେହିଦିନଠାରୁ ଭାରତର ନିର୍ବାଚନରେ ଏକ ଉଲ୍ଲେଖନୀୟ ବ୍ୟବସ୍ଥା ହୋଇ ଉଭା ହୋଇଛି। ନିକଟରେ ଏହି ‘ନୋଟା’ ବ୍ୟବସ୍ଥା ସମ୍ପର୍କୀୟ ମାମଲା ପୁଣି ସୁପ୍ରିମକୋର୍ଟରେ ଦାୟର କରାଯାଇଛି। ଗତ ପ୍ରାୟ ଦଶବର୍ଷରେ ବିଭିନ୍ନ ନିର୍ବାଚନରେ ‘ନୋଟା’ ବ୍ୟବସ୍ଥାକୁ ନେଇ ଯେଉଁ କେତେକ ବିବାଦୀୟ ସ୍ଥିତି ସାମ୍ନାକୁ ଆସିଛି ତାହାର ତର୍ଜମା କରି ସମାଧାନ କରିବା ପାଇଁ ଖ୍ୟାତନାମା ବାଗ୍ମୀ ଶିବ ଖେରା ଉଚ୍ଚତମ ଅଦାଲତରେ ଏହି ପ୍ରାର୍ଥନା କରିଛନ୍ତି।
ଶ୍ରୀ ଖେରା ତାଙ୍କ ଆବେଦନରେ କିଛିଦିନ ତଳେ ସୁରଟ୍ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମୁକେଶକୁମାର ଚନ୍ଦ୍ରକାନ୍ତ ଦଲାଲ୍ଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବାର ଘୋଷଣା ବିରୁଦ୍ଧରେ ଏହି ସ୍ୱର ଉଠାଇଛନ୍ତି। ତାଙ୍କ ଅଭିଯୋଗ ଯେ ଯଦିବା ଶ୍ରୀଦଲାଲ୍ଙ୍କ ବିରୁଦ୍ଧରେ ଆଉ କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି, ତେବେ ମଧ୍ୟ ଭୋଟଦାନରେ ‘ନୋଟା’ ବ୍ୟବସ୍ଥା ରଖାଯାଇଥିବାରୁ ‘ନୋଟା’ ହିଁ ଶ୍ରୀଦଲାଲ୍ଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି ଗଣାଯିବା ଉଚିତ। ତେଣୁ ସେଠାରେ ଭୋଟ ଗ୍ରହଣ ଆବଶ୍ୟକ। କାରଣ ସମ୍ପ୍ରତି ଲୋକପ୍ରତିନିଧି ଆଇନ ଅନୁସାରେ ‘ନୋଟା’କୁ ଏକ ପ୍ରତୀକାତ୍ମକ ପ୍ରାର୍ଥୀ ରୂପେ ଗ୍ରହଣ କରାଯାଇଛି। ତେଣୁ ‘ନୋଟା’ଠାରୁ ଅଧିକ ଭୋଟ ମିଳିଲେ ଯାଇ ଶ୍ରୀଦଲାଲ୍ଙ୍କୁ ବିଜୟୀ ଘୋଷଣା କରାଯାଇପାରିବ। ଏହି ମାମଲାରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନରଙ୍କୁ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ନୋଟା ବ୍ୟବସ୍ଥାକୁ ପୃଥିବୀର ଅନ୍ୟ ୧୩ଟି ଦେଶ ସହିତ ଭାରତୀୟ ଗଣତନ୍ତ୍ରରେ ଏକ ସମ୍ମାନସୂଚକ ସ୍ଥାନ ଦିଆଯାଇଥିବାରୁ ଭୋଟ ପ୍ରକ୍ରିୟାକୁ ଅବିବାଦିତ ରଖିବା ପାଇଁ ନୋଟା ବ୍ୟବସ୍ଥାର ସବୁଦିଗର ପୁଙ୍ଖାନୁପୁଙ୍ଖ ଅନୁଶୀଳନ ହେବା ଆବଶ୍ୟକ। ତେଣୁ ସୁପ୍ରିମକୋର୍ଟଙ୍କର ଏହି ପଦକ୍ଷେପ ନିଶ୍ଚୟ ସମୟୋପଯୋଗୀ ଏବଂ ଆଇନସମ୍ମତ।
ଗତକିଛି ବର୍ଷ ମଧ୍ୟରେ ଭାରତରେ ବିଭିନ୍ନ ନିର୍ବାଚନରେ ‘ନୋଟା’ ଅନ୍ତର୍ଗତ କେତେକ ବିଲକ୍ଷଣ ସ୍ଥିତି ତଥା ବ୍ୟତିକ୍ରମ ସାମ୍ନାକୁ ଆସିଛି। ସୁରଟର ଘଟଣା ଏ ଶୃଙ୍ଖଳାରେ ଏକ ସଦ୍ୟତମ କଡ଼ି। ସେହିଭଳି ରାଜ୍ୟସଭା ନିର୍ବାଚନରେ ମଧ୍ୟ ‘ନୋଟା’ ବ୍ୟବସ୍ଥା ରଖାଯାଇଥିଲା, କିନ୍ତୁ ପରେ ବାତିଲ୍ କରାଗଲା। ମହାରାଷ୍ଟ୍ର, ହରିଆଣା, ଦିଲ୍ଲୀ, ପୁଡୁଚେରୀ ବିଧାନସଭା ନିର୍ବାଚନରେ ଦେଖାଯାଇଥିଲା ଯେ ବିଜୟୀ ପ୍ରାର୍ଥୀ ଯେତିକି ଭୋଟ ବ୍ୟବଧାନରେ ଜିଣିଥିଲେ, ‘ନୋଟା’ରେ ତା’ଠାରୁ ଅଧିକ ଭୋଟ ପଡ଼ିଥିଲା। ତା’ ମାନେ ‘ନୋଟା’ରେ ପଡ଼ିଥିବା ଭୋଟ ଯେହେତୁ ବିଜୟୀ ପ୍ରାର୍ଥୀଙ୍କ ବିରୋଧରେ ବୋଲି ଗଣାଯିବ ତେଣୁ ସେ କ୍ଷେତ୍ରରେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ବିଜୟୀ ବୋଲି କିପରି ଘୋଷଣା କରାଯିବ? ଏମିତି ବି ସ୍ଥିତି ଆସିଛି ଯେ ‘ନୋଟା’ରେ ପଡ଼ିଥିବା ମୋଟ ଭୋଟ୍ ସଂଖ୍ୟା ସବୁପ୍ରାର୍ଥୀଙ୍କ ଭୋଟଠାରୁ ଅଧିକ। ଏଭଳି ପରିସ୍ଥିତିରେ ନିର୍ବାଚନ ବାତିଲ୍ କରାଯାଇ ସାନି ମତଦାନର ଆୟୋଜନ କରାଯାଇଛି ଏବଂ ପୂର୍ବର ପ୍ରାର୍ଥୀଙ୍କୁ ନିର୍ବାଚନରେ ଭାଗ ନେବା ପାଇଁ ଅନୁମତି ମିଳିନାହିଁ। ତେଣୁ ଯଦିବା ଆଦର୍ଶଗତ ଦୃଷ୍ଟିରୁ ତଥା ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ମତଦାନର ପବିତ୍ରତା ବଜାୟ ରଖିବା ପାଇଁ ‘ନୋଟା’ ଅତି ଆବଶ୍ୟକ, ତେବେ ବାସ୍ତବିକ କ୍ଷେତ୍ରରେ ‘ନୋଟା’ ଜଣେ ବ୍ୟକ୍ତିବିଶେଷ ହୋଇ ନଥିବାରୁ ଯେଉଁଭଳି ବିସଙ୍ଗତି ଦେଖାଯାଉଛି ତାହାର ସମାଧାନ ତ ଖୋଜିବାକୁ ପଡ଼ିବ। ନଚେତ୍ ‘ନୋଟା’ ଏକ ଅର୍ଥହୀନ ପ୍ରତୀକାତ୍ମକ ବ୍ୟବସ୍ଥା ହୋଇ ରହିଯିବ। କାରଣ ‘ନୋଟା’ ପ୍ରଚଳନର ପ୍ରଧାନ ଉଦ୍ଦେଶ୍ୟ ଥିଲା, ମତଦାତାମାନଙ୍କର ପ୍ରାର୍ଥୀ ଓ ଦଳୀୟ ବ୍ୟବସ୍ଥାକୁ ବିରୋଧ କରିବାର ମୌଳିକ ଅଧିକାରର ସ୍ୱୀକୃତି। ଯଦି ସବୁତକ ପ୍ରାର୍ଥୀଙ୍କ ଆପରାଧିକ ପୃଷ୍ଠଭୂମି ଥାଏ କିମ୍ବା ସ୍ଥାନୀୟ ସମସ୍ୟାର ସମାଧାନ ପ୍ରତି କାହାରି ନିଷ୍ଠା ଓ ଆନ୍ତରିକତା ନଥାଏ ତେବେ ମତଦାତାମାନଙ୍କର ଅସହମତି ପ୍ରକାଶ କରିବାର ଏକ ନିଶ୍ଚିତ ମାର୍ଗ ହେଲା ‘ନୋଟା’। ଏଠାରେ ଉଲ୍ଲେଖନୀୟ ଯେ ଭୋଟ କେନ୍ଦ୍ରକୁ ନ ଯିବା ତଥା ଭୋଟ ଦେବାରୁ ବିରତ ରହିବା ଏବଂ ଭୋଟ କେନ୍ଦ୍ରକୁ ଯାଇ ‘ନୋଟା’ରେ ମତଦାନ ଦେଇ ସମସ୍ତ ପ୍ରାର୍ଥୀଙ୍କ ବିରୋଧରେ ଅସନ୍ତୋଷ ଜାହିର କରିବା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ଅବଶ୍ୟ ଭୋଟଦାନ ତଥ୍ୟରୁ ଯାହା ଦେଖାଯାଉଛି ଯେ ମୋଟ ମତଦାତା ସଂଖ୍ୟାର ପ୍ରାୟ ଏକ-ତୃତୀୟାଂଶ ମତଦାତା ଭୋଟ ଦେବାକୁ ଯାଉନାହାନ୍ତି। ସହରାଞ୍ଚଳରେ ଏହା ବେଶି ଦେଖାଯାଉଛି।
ସମ୍ପ୍ରତି ନିର୍ବାଚନ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ପ୍ରଥମ ଦୁଇ ଭୋଟଦାନ ପର୍ଯ୍ୟାୟରେ ମତଦାନ ଗତ ଲୋକସଭା ନିର୍ବାଚନଠାରୁ କମିଛି। ପର୍ଯ୍ୟବେକ୍ଷକଙ୍କ ମତ ଯେ ଶିକ୍ଷିତ ଓ ସମ୍ପନ୍ନ ବର୍ଗଙ୍କ ଉଦାସୀନତା, ଅସହ୍ୟ ଗ୍ରୀଷ୍ମ ତାତି, ଦଳୀୟ ସଂକଳ୍ପ ପତ୍ରରେ ସ୍ଥାନୀୟ ସମସ୍ୟାକୁ ଉପେକ୍ଷା ଏବଂ ପ୍ରାର୍ଥୀ ମନୋୟନରେ ଅଭିଜ୍ଞତା ଓ ଦକ୍ଷତା ଆଦିର ଅଭାବ ଆଦି ମତଦାତାଙ୍କ ଅନୁପସ୍ଥିତିର କାରଣ। ଯଦି ଶତପ୍ରତିଶତ ମତଦାନ ବାଧ୍ୟତାମୂଳକ ହୋଇଥା’ନ୍ତା ଏହି ଅନୁପସ୍ଥିତ ଭୋଟରମାନେ ନିଶ୍ଚୟ ‘ନୋଟା’ରେ ଭୋଟ ଦେଇଥା’ନ୍ତେ। ଏ ପର୍ଯ୍ୟନ୍ତ ‘ନୋଟା’ ଭୋଟର ପରିମାଣ ଦେଢ଼ରୁ ଦୁଇ ପ୍ରତିଶତ ଭିତରେ ରହିଛି। ବାଧ୍ୟତାମୂଳକ ଭୋଟ ହେଲେ ଏହା କେତେ ପ୍ରତିଶତ ହେବ ତାହା ସହଜରେ ଅନୁମେୟ। ତେଣୁ ‘ନୋଟା’ର ବ୍ୟାବହାରିକ ପକ୍ଷକୁ ଆଇନତଃ ସୁରକ୍ଷିତ କଲେ ପ୍ରତିନିଧିମୂଳକ ଗଣତନ୍ତ୍ର ଯେ ଆହୁରି ସୁଦୃଢ଼ ହେବ ଏଥିରେ ସନ୍ଦେହ ନାହିଁ।
‘ନୋଟା’ ବ୍ୟବସ୍ଥା ଯେତେବେଳେ ଲାଗୁ ହେଲା, ସେତେବେଳେ କେହି ଭାବି ନଥିଲେ ଯେ ‘ନୋଟା’କୁ ଆଇନତଃ, ଏକ ଭୋଟ ପ୍ରାର୍ଥୀ ବୋଲି ଧରାଯିବ ଆବଶ୍ୟକ ହେବ। ସତରେ ଯଦି ‘ନୋଟା’ର ଭୋଟ ସବୁପ୍ରାର୍ଥୀଙ୍କ ଭୋଟରୁ ଅଧିକ ହୁଏ, ଏହା କଣ ସେହି ନିର୍ବାଚନ ମଣ୍ଡଳୀର ସାମୂହିକ ଜନାଦେଶ ନୁହେଁ? ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ଯେ ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ନାକଚ କଲା, ତେଣୁ ଏହାପରେ ‘ପରାଜିତ’ ପ୍ରାର୍ଥୀମାନଙ୍କୁ ସାନି ନିର୍ବାଚନରେ ପ୍ରାର୍ଥୀ ରୂପେ ପୁଣି ଥରେ ଭାଗ ନେବା ପାଇଁ ଅଯୋଗ୍ୟ ଘୋଷଣା କରାଯିବା ଉଚିତ ନୁହେଁ କି? ଏହାଛଡ଼ା ସାନି ନିର୍ବାଚନରେ ମଧ୍ୟ ଯଦି ‘ନୋଟା’ ସର୍ବାଧିକ୍ ଭୋଟ ପାଇଲା, ତେବେ ଏହିଭଳି ନିର୍ବାଚନ କେତେଥର ପର୍ଯ୍ୟନ୍ତ କରାଯିବ? ବିଜୟୀ ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନରୁ ‘ନୋଟା’ରେ ପଡ଼ିଥିବା ଭୋଟ କଟାଯିବା ଉଚିତ କି ନୁହେଁ? ବର୍ତ୍ତମାନର ବ୍ୟବସ୍ଥାରେ ‘ନୋଟା’କୁ ଯଦି ସର୍ବାଧିକ ଭୋଟ ମିଳେ ତେବେ ତା’ପଛକୁ ଯେଉଁ ପ୍ର୍ରାର୍ଥୀ ରହିବେ, ତାଙ୍କୁ ବିଜୟୀ ଘୋଷଣା କରାଯିବା କେତେଦୂର ଆଇନସଙ୍ଗତ? ପଞ୍ଚାୟତ ସ୍ତରର ନିର୍ବାଚନରେ ଭୋଟଦାତାଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ରହୁଥିବାରୁ ଏଭଳି ଅନେକ ପରିସ୍ଥିତି। ସାମ୍ନାକୁ ଆସିଛି ଏବଂ ସମ୍ପୃକ୍ତ ନିର୍ବାଚନ ଅଧିକାରୀ ଆଇନ ପରିଧିରେ ରହି ବିବେକାନୁମୋଦିତ ପଦକ୍ଷେପ ନେଇଛନ୍ତି। ତେବେ ଏ ବ୍ୟବସ୍ଥାକୁ ସ୍ପଷ୍ଟ ଭାବେ ଆଇନସମ୍ମତ କରିବା ଉଚିତ ନୁହେଁ କି? ଏହିଭଳି ଅନେକ ଯୁକ୍ତିଯୁକ୍ତ ପ୍ରଶ୍ନ ଓ ପ୍ରସଙ୍ଗରେ ଉଚ୍ଚତମ ଅଦାଲତ ଦ୍ୱାରା ଶିବ ଖେରା ମାମଲାରେ ସ୍ପଷ୍ଟ ନିର୍ଣ୍ଣୟ ମିଳିବ ବୋଲି ଆମେ ଆଶା କରୁ।