ଇଭିଏମ୍‌‌ର ବିଶ୍ୱସନୀୟତାକୁ ନେଇ ବିବାଦର ଅନ୍ତ

The Sakala Picture
Published On

ଦେଶରେ ସାଧାରଣ ନିର୍ବାଚନ ସମୟରେ ଇଲେକ୍‌‌ଟ୍ରୋନିକ୍ସ ଭୋଟିଂ ମେସିନ୍‌‌ (ଇଭିଏମ୍‌‌) ଓ ଭିଭିପାଟ୍‌‌କୁ ନେଇ ଯେଉଁ ଆଇନଗତ ବିବାଦ ଦେଖାଦେଇଥିଲା ଦେଶର ସର୍ବୋଚ୍ଚ ଅଦାଲତ ତାହାର ଅବସାନ ଘଟାଇଛନ୍ତି। ବିଶ୍ୱର ସର୍ବବୃହତ୍‌‌ ଗଣତାନ୍ତ୍ରିକ ଉତ୍ସବ ସାଧାରଣ ନିର୍ବାଚନ ଋତୁ ଆସିଲେ କେତେକ ସଂଶୟବାଦୀ ଏହି ଭୋଟିଂ ମେସିନ୍‌‌ର ବିଶ୍ୱସନୀୟତା ଏବଂ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ନ୍ୟାୟପାଳିକାର କବାଟ ବାଡ଼ାନ୍ତି। ଅଳ୍ପଦିନ ତଳେ ସୁପ୍ରିମକୋର୍ଟ ଇଭିଏମ୍‌‌ର ବିଶ୍ୱସନୀୟତା ଓ ନିରପେକ୍ଷତାକୁ କାଏମ ରଖିବା ସହିତ ସ୍ପଷ୍ଟ କରିଦେଇଥିଲେ […]

ଦେଶରେ ସାଧାରଣ ନିର୍ବାଚନ ସମୟରେ ଇଲେକ୍‌‌ଟ୍ରୋନିକ୍ସ ଭୋଟିଂ ମେସିନ୍‌‌ (ଇଭିଏମ୍‌‌) ଓ ଭିଭିପାଟ୍‌‌କୁ ନେଇ ଯେଉଁ ଆଇନଗତ ବିବାଦ ଦେଖାଦେଇଥିଲା ଦେଶର ସର୍ବୋଚ୍ଚ ଅଦାଲତ ତାହାର ଅବସାନ ଘଟାଇଛନ୍ତି। ବିଶ୍ୱର ସର୍ବବୃହତ୍‌‌ ଗଣତାନ୍ତ୍ରିକ ଉତ୍ସବ ସାଧାରଣ ନିର୍ବାଚନ ଋତୁ ଆସିଲେ କେତେକ ସଂଶୟବାଦୀ ଏହି ଭୋଟିଂ ମେସିନ୍‌‌ର ବିଶ୍ୱସନୀୟତା ଏବଂ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ନ୍ୟାୟପାଳିକାର କବାଟ ବାଡ଼ାନ୍ତି। ଅଳ୍ପଦିନ ତଳେ ସୁପ୍ରିମକୋର୍ଟ ଇଭିଏମ୍‌‌ର ବିଶ୍ୱସନୀୟତା ଓ ନିରପେକ୍ଷତାକୁ କାଏମ ରଖିବା ସହିତ ସ୍ପଷ୍ଟ କରିଦେଇଥିଲେ ଯେ ତଥ୍ୟ ପ୍ରମାଣ ଅଭାବରେ କେବଳ ଅନୁମାନ ତଥା ସନ୍ଦେହରେ ଇଭିଏମ୍‌‌କୁ ତ୍ରୁଟିପୂର୍ଣ୍ଣ କହିହେବ ନାହିଁ। ଯେଉଁ ବ୍ୟବସ୍ଥା ମତଦାନ ଓ ଭୋଟଗଣତିର ସୁବିଧା ପାଇଁ ଦେଶରେ ବେଶ୍‌‌ କିଛି ଦିନ ଧରି ଚାଲିଛି, ତାହାକୁ ଠୋସ୍‌‌ ପ୍ରମାଣ ବିନା କେବଳ ଅନୁମାନରେ ତ୍ରୁଟିପୂର୍ଣ୍ଣ କହି ବଦଳା ଯାଇପାରିବ ନାହିଁ। ଏହା ଫଳରେ ଗୋଟିଏ ଲମ୍ବା ବିବାଦର ଅବସାନ ଘଟିବା ସହିତ ସଂଶୟବାଦୀମାନେ ନିରାଶ ହୋଇଛନ୍ତି।

ଏହି ବିବାଦକୁ ଆହୁରି ଆଗକୁ ବଢ଼଼ାଇବା ପାଇଁ ଇଭିଏମ୍‌‌ର ଭିଭିପାଟ୍‌‌ କାଗଜକୁ ଅଲଗା ଭୋଟ୍‌‌ବାକ୍ସରେ ପକାଇ ମଣିଷ ଦ୍ୱାରା ତାହାର ଗଣନା କରିବାକୁ ଅନେକ ପକ୍ଷ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଦାଲତ ନିର୍ବାଚନ କମିଶନ ଓ ଅନ୍ୟାନ୍ୟ ପକ୍ଷଙ୍କ ମତାମତ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ। ନିର୍ବାଚନ କମିଶନ ସ୍ପଷ୍ଟ କରି ଦେଇଥିଲେ ଯେ ଭିଭିପାଟ୍‌‌ ସ୍ଳିପ୍‌‌ (ଯାହା ଭୋଟର ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଦେଇଥିବା ଭୋଟର ପ୍ରମାଣ)କୁ ଅଲଗା ବାକ୍ସରେ ରଖି ହାତ ଗଣତି କରିବା ଦ୍ୱାରା ମତ ଗଣନା ଅଯଥା ବହୁ ବିଳମ୍ବିତ ହେବ ଏବଂ ଏହା ନିର୍ବାଚନ ପରିଚାଳନାରେ ବାଧା ସୃଷ୍ଟି କରିବ।

ଭିଭିପାଟ୍‌‌ ଉପରେ ସବୁ ପକ୍ଷଙ୍କ ମତାମତ, ଯୁକ୍ତି ଓ ତଥ୍ୟ ଶୁଣିବା ପରେ ବିଚାରପତି ସଞ୍ଜୀବ ଖନ୍ନା ଓ ଦୀପଙ୍କର ଦତ୍ତ ଯେଉଁ ରାୟ ସଂରକ୍ଷିତ ରଖିଥିଲେ, ତାହାକୁ ଗତକାଲି ସାର୍ବଜନୀନ କରିଛନ୍ତି। ଉଭୟ ବିଚାରପତି ପଡ଼ିଥିବା ଭୋଟ୍‌‌ର ଭିଭିପାଟ୍‌‌ ସହିତ ଶତ ପ୍ରତିଶତ ତଦାରଖ (ଭେରିଫିକେସନ) ସଂକ୍ରାନ୍ତ ପ୍ରାୟ ଶହେଟି ଆବେଦନକୁ ମିଳିତ ଭାବେ ଖାରଜ କରିଦେଇଛନ୍ତି। ଦୁଇ ବିଚାରପତି ସେମାନଙ୍କ ରାୟରେ କହିଛନ୍ତି ଯେ ଇଭିଏମ୍‌‌ରେ ସୁଇଚ୍‌‌ ଟିପି ଭୋଟର ନିଜର ପ୍ରାର୍ଥୀଙ୍କୁ ଭୋଟ୍‌‌ ଦେଇ ସାରିବା ପରେ ତାଙ୍କୁ ଯେଉଁ ଭିଭିପାଟର ରେକର୍ଡ ରହୁଛି, ତାହାକୁ ନିର୍ବାଚନ କମିଶନ ସର୍ବାଧିକ ୪୫ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିପାରିବେ। ଏହି ନିର୍ଦ୍ଧାରିତ ସମୟସୀମା ପରେ ଏହା ବିଚାରକୁ ନିଆଯିବ ନାହିଁ। ଏହି ରାୟର ଅର୍ଥ ହେଲା ସଂଶୟବାଦୀଙ୍କ ଆବେଦନ ଅନୁସାରେ ଭିଭିପାଟର ସ୍ୱତନ୍ତ୍ର ଗଣନା ହେବ ନାହିଁ ଏବଂ ଫଳାଫଳ ଜାଣିବାକୁ ଇଭିଏମ୍‌‌ରେ ରେକର୍ଡିଂ କରାଯାଇଥିବା ଭୋଟ ସଂଖ୍ୟା ହିଁ ଚୂଡ଼ାନ୍ତ ବୋଲି ଧରାଯିବ। ତେଣୁ ଯଦି ନିର୍ବାଚନର ଫଳାଫଳ ନେଇ କାହାର କିଛି ସନ୍ଦେହ ଥାଏ, ତା’ହେଲେ ଫଳ ପ୍ରକାଶର ୪୫ଦିନ ଭିତରେ ଭିଭିପାଟକୁ ପ୍ରମାଣ ଭାବେ ଗ୍ରହଣ କରାଯିବ। ଏହି ରାୟ ଦେଇ ବିଚାରପତି ଦ୍ୱୟ ଯଥୋଚିତ ନ୍ୟାୟ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ବଡ଼ କଥା ହେଉଛି ପୁରୁଣା, ଜଟିଳ ଓ ସମୟସାପେକ୍ଷ ଭୋଟିଂ ତଥା ଗଣନା ବ୍ୟବସ୍ଥା ପରିବର୍ତ୍ତେ ନୂଆ ପ୍ରଗତିଶୀଳ ଇଭିଏମ୍‌‌ ବ୍ୟବସ୍ଥାର ପ୍ରବର୍ତ୍ତନକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।

ଗୋଟିଏ ଉନ୍ନତ ବ୍ୟବସ୍ଥାର ପ୍ରବର୍ତ୍ତନ ସର୍ବଦା ସ୍ୱାଗତଯୋଗ୍ୟ। ଏଥିରେ କୌଣସି ବ୍ୟତିକ୍ରମ ଥିଲେ ତାହାର ସଂଶୋଧନ କରାଯିବା ଆବଶ୍ୟକ। ତ୍ରୁଟିର ପ୍ରମାଣ ନ ଦର୍ଶାଇ ଇଭିଏମ୍‌‌ ଭଳି ଏକ ଉନ୍ନତ ଭୋଟିଂ ବ୍ୟବସ୍ଥାକୁ କେବଳ ସନ୍ଦେହରେ ରଦ୍ଦ କରିବା କେବେ ଗ୍ରହଣୀୟ ନୁହେଁ। ତେଣୁ ଇଭିଏମ୍‌‌ ଉପରେ ବିଶ୍ୱାସ ରଖିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ମନ୍ତବ୍ୟ ଦେଇଥିଲେ। ଆମ ବିଚାରରେ ସୁପ୍ରିମକୋର୍ଟଙ୍କ ଏହି ରାୟ ଫଳରେ ଇଭିଏମ୍‌‌ର ବିଶ୍ୱସନୀୟତା ଓ ନିରପେକ୍ଷତା ନେଇ ସବୁ ବିବାଦର ସମାଧାନ ଆପାତତଃ ସବୁଦିନ ପାଇଁ ଘଟିଛି। ‘ଭୋଟରେ ନିଜେ ଜିତିଲେ ଇଭିଏମ୍‌‌ ବ୍ୟବସ୍ଥା ଠିକ୍‌‌, ଅଥଚ ନିଜେ ଭୋଟରେ ହାରିଲେ ଇଭିଏମ୍‌‌ ମେସିନ୍‌‌ ତ୍ରୁଟିପୂର୍ଣ୍ଣ’- ଏଭଳି ଭାବନା ଏକ ରୁଗ୍‌‌ଣ ମାନସିକତାର ପରିଚୟ ଦିଏ। ଏଥିରେ ସ୍ୱାର୍ଥପର ଓ ସନ୍ଦେହୀ ଚିନ୍ତାଧାରା ଅଧିକ ଥାଏ।

ବିଚାରପତି ଦ୍ୱୟ ଏହି ପ୍ରସଙ୍ଗରେ ଯାହା କହିଛନ୍ତି ତାହା ମଧ୍ୟ ପ୍ରଣିଧାନଯୋଗ୍ୟ। ଉଭୟ କହିଛନ୍ତି, ‘ଇଭିଏମ୍‌‌ର ବିଶ୍ୱସନୀୟତା ଘେନି କେବଳ ସନ୍ଦେହ ଭିତ୍ତିରେ ସର୍ବୋଚ୍ଚ ଅଦାଲତ ଦେଶର ନିର୍ବାଚନକୁ ନିୟନ୍ତ୍ରଣ କରିପାରିବେ ନାହିଁ କିମ୍ବା କର୍ତ୍ତୃପକ୍ଷଙ୍କୁ କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ।’ ଦେଶର ନିର୍ବାଚନ କମିଶନ ଏକ ସ୍ୱାଧୀନ ଓ ସାମ୍ବିଧାନିକ ସଂସ୍ଥା। ଥରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଗଲେ ତାହାକୁ ରୋକିବା ଆଇନତଃ ଅସମ୍ଭବ। ତେଣୁ ଦେଶର ସ୍ୱାଧୀନ ସାମ୍ବିଧାନିକ ସଂସ୍ଥା ନିର୍ବାଚନ କମିଶନର କାମରେ କୌଣସି ପ୍ରକାର ଅଯଥା ହସ୍ତକ୍ଷେପ ଏବଂ ସଂସଦରେ ପ୍ରଣୀତ ଆଇନ ଅନୁସାରେ ବ୍ୟବହୃତ ‘ଇଭିଏମ୍‌‌’ର ବିଶ୍ୱସନୀୟତାକୁ ସନ୍ଦେହ କରି ତାହାକୁ ବ୍ୟବହାରରୁ ହଟାଇବାର ପ୍ରୟାସ ଅନୁଚିତ।

ସର୍ବୋଚ୍ଚ ନ୍ୟାୟାଳୟ ଗଣତନ୍ତ୍ରର କେବଳ ରକ୍ଷାକର୍ତ୍ତା ନୁହେଁ, ଏହା ମଧ୍ୟ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରି ଉଲ୍ଲେଖନୀୟ ପରମ୍ପରା ସୃଷ୍ଟି କରିଛି। ଯେଉଁଠି ତ୍ରୁଟି ବା ବ୍ୟତିକ୍ରମ ଘଟୁଥିବାର ଅନୁଭବ ହେଉଛି, ତାହାର ଉପଯୁକ୍ତ ଅନୁସନ୍ଧାନ କରି ତଥ୍ୟ ପ୍ରମାଣ ଉପସ୍ଥାପନ କରାଯାଉ। ତାହା ନ କରି କେବଳ ସନ୍ଦେହରେ ଗୋଟିଏ ନିୟମ, ବ୍ୟବସ୍ଥା ଓ ଯନ୍ତ୍ରକୁ ତ୍ରୁଟିପୂର୍ଣ୍ଣ, ଅବିଶ୍ୱସନୀୟ କହିବା ଅନୁଚିତ। ଆମେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରୁଛୁ ଓ ଆଶା କରୁଛୁ ଯେ ଏହି ଇଭିଏମ୍‌‌, ଭିଭିପାଟ ବିବାଦର ସମାଧାନ ସବୁଦିନ ପାଇଁ ଘଟିଲା।

27 Apr 2024 By The Sakala

https://www.thesakala.in/sakala-editorial/sakala-editorial-27-04-2024/article-31739
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର