ଦକ୍ଷିଣ ଆଫ୍ରିକାରେ ମୋଦୀ-ଜିନ୍‌‌ପିଙ୍ଗ ଶିଖର ବାର୍ତ୍ତା: ଭାରତ-ଚୀନ୍‌‌ ସୀମା ସମ୍ବାଦରେ ସବୁଜ ସଙ୍କେତ

The Sakala Picture
Published On

ପୂର୍ବ ଲଦାଖରେ ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ୍‌‌ ମଧ୍ୟରେ ଚାଲିଥିବା ଛ’ଦିନିଆ ମେଜର ଜେନେରାଲ୍‌‌ସ୍ତରୀୟ କଥାବାର୍ତ୍ତା ଇତିମଧ୍ୟରେ ଶେଷ ହୋଇଛି। ଏହିସ୍ତରର ସାମରିକ ପର୍ଯ୍ୟାୟର ଏହା ଥିଲା ସବୁଠୁ ଲମ୍ବା ଆଲୋଚନା। ପୂର୍ବ ଲଦାଖ ସୀମାନ୍ତରେ ଉତ୍ତେଜନା ହ୍ରାସ କରିବା ସହ ବିଶ୍ୱାସ ନିର୍ମାଣକାରୀ ପଦକ୍ଷେପ ନେବାକୁ ଦୁଇ ପକ୍ଷ ମଧ୍ୟରେ ମୁଖ୍ୟତଃ ଆଲୋଚନା ହୋଇଥିଲା। କଥାବାର୍ତ୍ତା ବେଶ ଗଠନମୂଳକ ଥିଲା ବୋଲି ଉଭୟ ପକ୍ଷ କହିଛନ୍ତି। ତେବେ ସୀମାନ୍ତରୁ ସୈନ୍ୟ ଓ […]

ପୂର୍ବ ଲଦାଖରେ ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ୍‌‌ ମଧ୍ୟରେ ଚାଲିଥିବା ଛ’ଦିନିଆ ମେଜର ଜେନେରାଲ୍‌‌ସ୍ତରୀୟ କଥାବାର୍ତ୍ତା ଇତିମଧ୍ୟରେ ଶେଷ ହୋଇଛି। ଏହିସ୍ତରର ସାମରିକ ପର୍ଯ୍ୟାୟର ଏହା ଥିଲା ସବୁଠୁ ଲମ୍ବା ଆଲୋଚନା। ପୂର୍ବ ଲଦାଖ ସୀମାନ୍ତରେ ଉତ୍ତେଜନା ହ୍ରାସ କରିବା ସହ ବିଶ୍ୱାସ ନିର୍ମାଣକାରୀ ପଦକ୍ଷେପ ନେବାକୁ ଦୁଇ ପକ୍ଷ ମଧ୍ୟରେ ମୁଖ୍ୟତଃ ଆଲୋଚନା ହୋଇଥିଲା। କଥାବାର୍ତ୍ତା ବେଶ ଗଠନମୂଳକ ଥିଲା ବୋଲି ଉଭୟ ପକ୍ଷ କହିଛନ୍ତି। ତେବେ ସୀମାନ୍ତରୁ ସୈନ୍ୟ ଓ ଓଜନଦାର ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର କରିବାକୁ ଦୁଇପକ୍ଷ ରାଜି ହୋଇଛନ୍ତି କି ନାହିଁ ସେ କଥା ସରକାରୀ ଭାବେ କୁହାଯାଇନାହିଁ। ସୀମାନ୍ତର ଦୌଲତ ବେଗ୍‌‌ ଓ ଚୁଶୁଲରେ ଏହି ଆଲୋଚନା ହୋଇଥିଲା।

ଆଲୋଚନାର ପ୍ରଗତି ନେଇ ଉଭୟ ପକ୍ଷ ଆଶାବାଦୀ ଥିବାବେଳେ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ବହୁ ଦିନର ବ୍ୟବଧାନ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‌‌ର ରାଷ୍ଟ୍ରପତି ସି ଜିନ୍‌‌ପିଙ୍ଗ ପରସ୍ପର ସହିତ ହାତ ମିଳାଇ ଅଳ୍ପ ସମୟ ପାଇଁ ସୀମାନ୍ତ ଉତ୍ତେଜନା ହ୍ରାସ ଲାଗି କଥାବାର୍ତ୍ତା ହୋଇଥିଲେ। ସୀମାନ୍ତରେ ଉତ୍ତେଜନାର ଅବସାନ ଘଟାଇ ଶାନ୍ତି ଓ ସ୍ୱାଭାବିକତା ଫେରାଇ ଆଣିବାକୁ ଦୁଇନେତା ଏକମତ ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଏହା ନିଶ୍ଚିତ ଏକ ବିରଳ ସଂଯୋଗ। ଦୁଇଦେଶ ମଧ୍ୟରେ ମେଜର ଜେନେରାଲ୍‌‌ସ୍ତରୀୟ ଆଲୋଚନା ଚାଲିଥିବାବେଳେ ଦୁଇଦେଶର ଶାସନ ମୁଖ୍ୟ ସେହି ପ୍ରସଙ୍ଗରେ ମତ ବିନିମୟ କରିବା ନିଶ୍ଚିତ ଭଲ ସଂକେତ ଦେଉଛି।

ଡୋକ୍‌‌ଲାମ୍‌‌ ସଂଘର୍ଷ ପରେ ମୋଦୀ ଓ ଜିନ୍‌‌ପିଙ୍ଗ ଏକାଧିକ ବିଶ୍ୱ ମଞ୍ଚରେ ଅନେକବାର ଏକାଠି ହୋଇଥିଲେ ମଧ୍ୟ ପରସ୍ପରଠାରୁ ଦୂରେଇ ରହୁଥିଲେ। ଏପରିକି ହାତ ମିଳାଇବା ଓ କଥାବାର୍ତ୍ତା ହେବାର ସୌଜନ୍ୟ ନଥିଲା। ତେବେ ବ୍ରିକ୍ସ ମଞ୍ଚରେ ଦୁଇନେତାଙ୍କ ମଧ୍ୟରେ ଆଚରଣଗତ ବ୍ୟତିକ୍ରମ ସୂଚାଉଛି ଯେ ଏହାପଛରେ ଏକ ପରିବର୍ତ୍ତିତ ସମୀକରଣ ନିଶ୍ଚିତ ରହିଛି। ତେବେ ତାହାର ରହସ୍ୟ କ’ଣ ତାହା ଜଣାପଡ଼ି ନାହିଁ। ଏବେ ସମଗ୍ର ବିଶ୍ୱ ଏକ ଜଟିଳ ସ୍ଥିତି ଦେଇ ଗତି କରୁଛି। ରୁଷିଆ-ୟୁକ୍ରେନ୍‌‌ ଯୁଦ୍ଧ ଫଳରେ ସମଗ୍ର ପୃଥିବୀର ଯୋଗାଣ ଶୃଙ୍ଖଳା ଗୁରୁତର ଭାବେ ବ୍ୟାହତ ହୋଇ ବିଶ୍ୱ ବାଣିଜ୍ୟକୁ ପ୍ରଭାବିତ କରିଛି। ବିଶ୍ୱ ଅଭିବୃଦ୍ଧି ପ୍ରଭାବିତ ହେବା ସହିତ ମାନ୍ଦାବସ୍ଥାର ଭୟ, ବେକାରୀ ଓ ବେରୋଜଗାରୀ ସାରା ଦୁନିଆକୁ ଗ୍ରାସୁଛି। ଚୀନ୍‌‌ର ଅର୍ଥନୀତି ମଧ୍ୟ ବିଭିନ୍ନ କାରଣରୁ ମାନ୍ଦା ପ୍ରଦର୍ଶନ କରୁଛି। ଏକ ପ୍ରତିକୂଳ ବିଶ୍ୱ ପରିବେଶରେ ଭାରତର ଅର୍ଥନୀତି ଦ୍ରୁତ ଅଭିବୃଦ୍ଧିଶୀଳ ରହିଛି। ତେବେ ସୀମାନ୍ତରେ ଅଯଥା ଉତ୍ତେଜନା ଓ ଅଶାନ୍ତି ସୃଷ୍ଟି କରି ଭୂ-ରାଜନୀତି ଓ ଅର୍ଥନୀତିକୁ ଯେ ପ୍ରଭାବିତ କରାଯାଉଛି, ଏହାକୁ କେହି ଅସ୍ୱୀକାର କରି ହେବନାହିଁ। ତେବେ ଏଥିପାଇଁ ଭାରତକୁ ଦାୟୀ କରାଯାଇ ନ’ପାରେ। ଭାରତର ଅଧିକାରରେ ଥିବା ଅଞ୍ଚଳକୁ ଜବରଦସ୍ତ ମାଡ଼ି ଆସି ତାହାକୁ ଦଖଲ କରିବାକୁ ଚୀନ୍‌‌ ସୈନ୍ୟ ପ୍ରଥମେ ଅପଚେଷ୍ଟା କରିବାରୁ ଭାରତ ତାହାର ଜବାବ ଦେଇ ପ୍ରତିରୋଧ କରୁଛି ଏବଂ ଏହା କରିବାକୁ ଆମ ଦେଶ ହକ୍‌‌ଦାର।

ଏବେ ପ୍ରଶ୍ନ ଉଠୁଛି ଯେ ବିଭିନ୍ନ କାରଣରୁ, ବିଶେଷତଃ ତାହାର ବିସ୍ତାରବାଦୀ ନୀତି ଯୋଗୁଁ ଆନ୍ତର୍ଜାତିକ ସ୍ତରରେ ଏକପ୍ରକାର ସନ୍ଦିଗ୍ଧ ଓ ଘୃଣିତ ହୋଇ ପଡ଼ିଥିବା ଚୀନ୍‌‌ ତା’ର ରଣନୀତି ବଦଳାଇବାକୁ ଉଦ୍ୟମ କରୁଛି କି? ଭାରତ ସହ ସୀମା ବିବାଦର ସଙ୍କଟ ଯଥାସମ୍ଭବ ହ୍ରାସ କରି ଚୀନ୍‌‌ ବିଶ୍ୱକୁ ଏକ ଗଠନମୂଳକ ବାର୍ତ୍ତା ଦେବାକୁ ଚାହୁଁଛି କି? ବିଶେଷଜ୍ଞମାନେ ଏ କଥାରେ ସମ୍ମତ ହୋଇ ନ ପାରନ୍ତି। କାରଣ ଚୀନ୍‌‌ର ଚରିତ୍ର ଓ ଅପ୍ରତ୍ୟାଶିତ କାର୍ଯ୍ୟ ଯୋଗୁଁ ତା’କୁ କେହି ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହନ୍ତି। ଚୀନ୍‌‌ ତାହାର ଧନବଳ, ଲୋକବଳ, ପ୍ରଯୁକ୍ତି ବଳ ଓ ସାମରିକ ଶକ୍ତି ଦେଖାଇ ଧରାକୁ ସରା ମନେ କରିବାର ଯେଉଁ ଆଚରଣ ଦେଖାଉଥିଲା ପାଶ୍ଚାତ୍ୟ ଜଗତ ଆମେରିକା ନେତୃତ୍ୱରେ ତାହାକୁ ଅନେକାଂଶରେ ଦବାଇ ରଖିଛି। ରୁଷିଆ ଏବେ ପୁତିନଙ୍କ ବିସ୍ତାରବାଦୀ ବୁଦ୍ଧି ଯୋଗୁଁ ଏକପ୍ରକାର ଦରିଦ୍ର। ତେଣୁ ଚୀନ୍‌‌ କ୍ରମଶଃ ନିଃସଙ୍ଗ ହେଉଛି। ଏଭଳି ସ୍ଥିତିରେ ଭାରତ ଭଳି ଏକ ପଡ଼ୋଶୀ ଓ ଉଦୀୟମାନ ପ୍ରଚଣ୍ଡ ଅର୍ଥନୀତି ଓ ଶକ୍ତି ସହିତ ବଳ କଷି ନିଜେ ଆଉ ଅଧିକ କ୍ଷତିଗ୍ରସ୍ତ ହେବାକୁ ଚୀନ୍‌‌ ବୋଧହୁଏ ଉଚିତ ମନେ କରୁନାହିଁ। ଭାରତର ପ୍ରକାଣ୍ଡ ଖାଉଟି ବଜାର ଯାହା ଚୀନ୍‌‌ର ରପ୍ତାନି ବାଣିଜ୍ୟ, ପୁଞ୍ଜି ନିବେଶ ଓ ପ୍ରଯୁକ୍ତି ନିବେଶ ପାଇଁ ଏକଦା ଉନ୍ମୁକ୍ତ ଥିଲା, ତାହା ଏବେ ସଙ୍କୁଚିତ। ଏହାଦ୍ୱାରା ଚୀନ୍‌‌ ଅର୍ଥନୀତି ଉପରେ ବିରାଟ ପ୍ରଭାବ ପଡ଼ିଛି। କୂଟନୀତି ଓ ରାଜନୀତିରେ କେହି କାହାର ସ୍ଥାୟୀ ଶତ୍ରୁ ଅବା ମିତ୍ର ନୁହନ୍ତି। ଏଠାରେ ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ହୁଏତ ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ଚୀନ୍‌‌ର ମନୋଭାବରେ ପରିବର୍ତ୍ତନ ଆସିପାରେ।

ସ୍ୱାଧୀନତା ପରଠାରୁ ପୂର୍ବ ଲଦାଖ ଓ ଅରୁଣାଚଳ ପ୍ରଦେଶ ସୀମାନ୍ତ ରେଖାକୁ ଭାରତ-ଚୀନ୍‌‌ ଚୂଡ଼ାନ୍ତ କରିନାହାନ୍ତି। ଭାରତର ବାରମ୍ବାର ଉଦ୍ୟମ ସତ୍ତ୍ବେ ଚୀନ୍‌‌ର କମ୍ୟୁନିଷ୍ଟ ସରକାର ଏହାକୁ ଟାଳି ଆସି ନିଜ ନିଜ ଅଧିକାରରେ ଥିବା ସୀମାକୁ ବାସ୍ତବ ସୀମା ଭାବେ ବିଚାର କରିଆସିଛନ୍ତି। ଏବେ ହଠାତ୍‌‌ ଜିନ୍‌‌ପିଙ୍ଗଙ୍କ ଶାସନକାଳରେ ସୀମା ବିବାଦର ସମାଧାନ ପରିବର୍ତ୍ତେ ଜବରଦଖଲ ଉଦ୍ୟମ ଏକ କୂଟନୈତିକ ଓ ସାମରିକ ଦାଦାଗିରି। ଏବେକାର ସମୟ ଦାଦାଗିରିର ସମୟ ନୁହେଁ କି ଭାରତ ୧୯୬୨ର ଭାରତ ହୋଇ ରହିନାହିଁ। ଚୀନ୍‌‌ ଏକଥା ଭଲ ଭାବେ ବୁଝିପାରୁଥିବ।

ଦୁଇପକ୍ଷ ସୀମା ବିବାଦର ସମାଧାନ କରିବାକୁ ଚାହିଁଲେ ପ୍ରଥମେ ସୈନ୍ୟ ସାମନ୍ତ ପ୍ରତ୍ୟାହାର, ନିଜ ନିଜ ଇଲାକା ଓ ଘାଟିକୁ ପ୍ରତ୍ୟାବର୍ତ୍ତନ, ବାସ୍ତବ ନିୟନ୍ତ୍ରଣ ରେଖାକୁ ମାନ୍ୟତା ପ୍ରଦାନ, ଭାରତର ଅଧିକୃତ ଅଞ୍ଚଳରୁ ଚୀନ୍‌‌ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପ୍ରଥମେ ଦରକାର। ଏଥିପାଇଁ ଗଠନମୂଳକ ପଦକ୍ଷେପ ଗ୍ରହଣ କରାଗଲେ ଦୁଇପକ୍ଷ ମଧ୍ୟରେ ବିଶ୍ୱାସ ବୃଦ୍ଧି ପାଇବ। ଏହାଛଡ଼ା ନିୟମିତ ଭାବେ କଥାବାର୍ତ୍ତା ଜାରି ରଖିଲେ ସୀମା ବିବାଦର ଆପୋସ ସମାଧାନ ହୋଇପାରିବ। ସେନା ରାଜନୈତିକ ପ୍ରଭୁଙ୍କ ନିର୍ଦ୍ଦେଶରେ ପରିଚାଳିତ। ତେଣୁ ଚୀନ୍‌‌ ରାଷ୍ଟ୍ରପତି ଚାହିଁଲେ ଗୋଟିଏ ଇଙ୍ଗିତରେ ସୀମା ପରିସ୍ଥିତି ସ୍ୱାଭାବିକ ହେବ। ଭାରତ ଏହାକୁ ମଧ୍ୟ ସ୍ୱାଗତ କରିବ। ଏସବୁ ସତ୍ତ୍ବେ ଚୀନ୍‌‌ର ଗତିବିଧି ଓ ପ୍ରକୃତି ଯାହା ସେଥିରେ ତା’କୁ ବିଶ୍ୱାସ କରିବା କଷ୍ଟ। ତଥାପି ଆଶା ରଖିବା ଚୀନ୍‌‌ର ସଦ୍‌‌ବୁଦ୍ଧି ଉଦୟ ହେବ ତଥା ବ୍ରିକ୍ସ ଶିଖର ବାର୍ତ୍ତା ସକାରାତ୍ମକ ତରଙ୍ଗ ସକ୍ରିୟ ଓ ସଠିକ ସହଯୋଗୀ କୂଟନୀତିରେ ରୂପାନ୍ତରିତ ହେବ।

26 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର