ପାକିସ୍ତାନରେ ‘ଭୋଟଚୋର’ଙ୍କ ସରକାର !
ଫାଇଦା ଥିଲେ ବାଘ ଛେଳି ଗୋଟିଏ ଘାଟରେ ପାଣି ପିଅନ୍ତି – ଏହି ଆପ୍ତ ବାକ୍ୟଟି ଏବେ ପାକିସ୍ତାନ ରାଜନୀତିରେ ଦେଖିବାକୁ ମିଳିଛି। ସେଠାରେ ସାଧାରଣ ନିର୍ବାଚନ ସରିବାର ପ୍ରାୟ ଦୁଇ ସପ୍ତାହର ଅନିଶ୍ଚିତତା ପରେ ଯେଉଁ ସମାଧାନର ସୂତ୍ର ବାହାରିଛି ତାହା ହେଲା – ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଦୁଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଦଳ ପାକିସ୍ତାନ ମୁସ୍ଲିମ୍ ଲିଗ୍-ନୱାଜ(ପିଏମ୍ଏଲ୍ଏନ୍) ଓ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ସରକାର ଗଢ଼ିବା ପାଇଁ ହାତ ମିଳାଇଛନ୍ତି। ୨୬୬ […]
ଫାଇଦା ଥିଲେ ବାଘ ଛେଳି ଗୋଟିଏ ଘାଟରେ ପାଣି ପିଅନ୍ତି – ଏହି ଆପ୍ତ ବାକ୍ୟଟି ଏବେ ପାକିସ୍ତାନ ରାଜନୀତିରେ ଦେଖିବାକୁ ମିଳିଛି। ସେଠାରେ ସାଧାରଣ ନିର୍ବାଚନ ସରିବାର ପ୍ରାୟ ଦୁଇ ସପ୍ତାହର ଅନିଶ୍ଚିତତା ପରେ ଯେଉଁ ସମାଧାନର ସୂତ୍ର ବାହାରିଛି ତାହା ହେଲା – ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଦୁଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଦଳ ପାକିସ୍ତାନ ମୁସ୍ଲିମ୍ ଲିଗ୍-ନୱାଜ(ପିଏମ୍ଏଲ୍ଏନ୍) ଓ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ସରକାର ଗଢ଼ିବା ପାଇଁ ହାତ ମିଳାଇଛନ୍ତି। ୨୬୬ ଆସନ ବିଶିଷ୍ଟ ପାକିସ୍ତାନ ଜେନେରାଲ୍ ଆସେମ୍ବ୍ଲିରେ ସରକାର ଗଢ଼ିବା ପାଇଁ ଅନ୍ୟୂନ ୧୩୪ ଜଣ ନିର୍ବାଚିତ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ପିଏମ୍ଏଲ୍ଏନ୍ ଓ ପିପିପିର ସଦସ୍ୟ ସଂଖ୍ୟା ଯଥାକ୍ରମେ ୭୫ ଓ ୫୪ ରହିଛି। ଆଉ କେତେକ ଛୋଟ ଦଳ ସହିତ ମେଣ୍ଟ କରି ଏହି ଦୁଇଦଳ ସରକାର ଗଢ଼ିବା ପାଇଁ ଯାଉଛନ୍ତି। ଅପରପକ୍ଷରେ ଦୁର୍ନୀତି ଅଭିଯୋଗରେ ଏବେ ଜେଲ୍ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତେହରିକ୍-ଇ-ଇନ୍ସାଫ୍(ପିଟିଆଇ)ର ମୁଖ୍ୟ ଇମ୍ରାନ୍ ଖାନ୍ ଏହାକୁ ‘ଭୋଟଚୋରି’ ଆଖ୍ୟା ଦେଇଛନ୍ତି। କାରଣ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ସର୍ବାଧିକ ୯୩ଟି ଆସନରେ ଜୟଯୁକ୍ତ ହୋଇଥିଲେ ମଧ୍ୟ ସରକାର ଗଠନରେ ସେମାନଙ୍କ ଭୂମିକା ସ୍ୱାଭାବିକ ଭାବେ ଗୌଣ ହୋଇଯାଇଛି। ତାଙ୍କ ମତରେ ନିର୍ବାଚନରେ ବ୍ୟାପକ ଜାଲିଆତି ନ ହୋଇଥିଲେ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୮୦ ପାଖାପାଖି ଆସନରେ ଜୟଯୁକ୍ତ ହୋଇଥା’ନ୍ତେ। ରାୱଲପିଣ୍ଡିରେ ଭୋଟ ଗଣତିରେ ଅନିୟମିତତା କରିଥିବା ସ୍ୱୀକାର କରି ଜନୈକ ନିର୍ବାଚନ ଅଧିକାରୀ ଇସ୍ତଫା ଦେବା ପରେ ଇମ୍ରାନ୍ଙ୍କ ଅଭିଯୋଗ ପଛର ସତ୍ୟତା ପ୍ରମାଣିତ ହୋଇଛି।
ରାଜନୈତିକ ବିଶେଷଜ୍ଞଙ୍କ ମତାନୁଯାୟୀ ଇମ୍ରାନ୍ ଚାହିଁଥିଲେ ମେଣ୍ଟ ସରକାର ପାଇଁ ଆଲୋଚନା କରିପାରିଥା’ନ୍ତେ। କିନ୍ତୁ ସେ ତାହା ନ କରି ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ବିରୋଧୀ ଆସନରେ ବସାଇବା ପାଇଁ ଏକପ୍ରକାର ବାଧ୍ୟ କରିଛନ୍ତି। ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ ଆଗାମୀ ଦିନରେ ଇମ୍ରାନ୍ ତାଙ୍କ ସମର୍ଥିତ ନିର୍ବାଚିତ ସଦସ୍ୟଙ୍କ ଜରିଆରେ ମେଣ୍ଟ ସରକାର ଓ ନିର୍ବାଚନ କମିଶନ୍ଙ୍କ ଦୁର୍ନୀତିକୁ ନେଇ ହଲାପଟା କରିପାରନ୍ତି। ଏହାଛଡ଼ା ୨୦୧୮ ରୁ ୨୦୨୨ ମଧ୍ୟରେ କ୍ଷମତାରେ ଥିବା ପିଟିଆଇ ନେତା ଇମ୍ରାନ୍ ଖାନ୍ ମେଣ୍ଟ ସରକାରର ଦୋଷ ଦୁର୍ବଳତା ଭଲ ଭାବରେ ଜାଣିଛନ୍ତି। ତେଣୁ ସେ ସରକାର ଗଢ଼ିବା ଲକ୍ଷ୍ୟରୁ ବର୍ତ୍ତମାନ ପରିସ୍ଥିତିରେ ଦୂରରେ ରହିଛନ୍ତି। କିନ୍ତୁ ଏହି ପରିସ୍ଥିତିରେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଇମ୍ରାନ୍ଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ବିରୋଧୀ ଦଳର ମାନ୍ୟତା ପାଇବେ ନାହିଁ। ଏଥିପାଇଁ ସେମାନଙ୍କୁ ଅନ୍ୟ କୌଣସି ଦଳରେ ଯୋଗ ଦେବାକୁ ପଡ଼ିବ। ଅନ୍ୟ ଏକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୯୩ ଜଣ ନିର୍ବାଚିତ ସ୍ୱାଧୀନ ସଦସ୍ୟ ସିହା ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବା ଏମ୍ଡବ୍ଲ୍ରୁଏମ୍ରେ ମିଶି ପାରନ୍ତି। ଏହି ଦଳର ଜଣେ ମାତ୍ର ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଇତିମଧ୍ୟରେ ପିଟିଆଇ ପକ୍ଷରୁ ସମ୍ଭାବ୍ୟ ନେତା ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଓମାର ଆୟୁବ୍ ଖାନ୍ଙ୍କ ନାମ ଘୋଷଣା କରାଯାଇସାରିଥିବାରୁ ଆଗକୁ ହୁଏତ ସେଠାରେ ରାଜନୈତିକ ଅସ୍ଥିରତା ଆହୁରି ତୀବ୍ର ହୋଇପାରେ ବୋଲି ଜଣାପଡ଼ୁଛି।
ପିଏମ୍ଏଲ୍ଏନ୍ ଓ ପିପିପି ପକ୍ଷରୁ ମେଣ୍ଟ ଘୋଷଣା ଏବେ କେବଳ ଅନୌପଚାରିକତାରେ ସୀମିତ ରହିଛି। ଏହା ବିଧିବଦ୍ଧ ମାନ୍ୟତା ପାଇବା ପାଇଁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାରଣ ସେହିଦିନ ହିଁ ପ୍ରଧାନମନ୍ତ୍ରୀ ଗୃହରେ ନିଜ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହାପୂର୍ବରୁ ପିପିପିର ସଭାପତି ବିଲାୱଲ୍ ଭୁଟ୍ଟୋ ଜର୍ଦ୍ଦାରୀ ଏକ ସାମ୍ବାଦିକ ସମ୍ମିଳନୀରେ କରିଥିବା ଘୋଷଣା ଅନୁଯାୟୀ ପିଏମ୍ଏଲ୍ଏନ୍ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ଙ୍କ ଭାଇ ସେହେୱାଜ୍ ସରିଫ୍ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଏବଂ ବିଲାୱଲ୍ଙ୍କ ପିତା ଆସିଫ୍ ଅଲ୍ଲି ଜର୍ଦ୍ଦାରୀ ମେଣ୍ଟର ସର୍ବସମ୍ମତ ରାଷ୍ଟ୍ରପତି ପ୍ରାର୍ଥୀ। ଏହାଛଡ଼ା ଏହି ମେଣ୍ଟ ପ୍ରତି ପାକିସ୍ତାନ ସେନାର ସମର୍ଥନ ରହିଥÒବାରୁ କଳବଳେକୌଶଳେ ଜର୍ଦ୍ଦାରି ପିତା-ପୁତ୍ର ଓ ସରିଫ ପରିବାର ଆଗାମୀ ଦିନରେ ପାକିସ୍ତାନ ରାଜନୀତିକୁ ନିଜ କବ୍ଜାରେ ରଖÒବାକୁ ଯାଉଛନ୍ତି ବୋଲି ଆପାତତଃ ଅନୁମାନ କରାଯାଉଛି।
ଭାରତ ସ୍ୱାଧୀନ ହେବାର ଗୋଟିଏ ଦିନ ପୂର୍ବରୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପାକିସ୍ତାନ ଜନ୍ମ ନେଇଥିଲେ ହେଁ ଏହି ଦେଶର ରାଜନୈତିକ ଭାଗ୍ୟ ସବୁବେଳେ ସେନା ହାତରେ ରହି ଆସିଛି। କେତେବେଳେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ଭାଙ୍ଗି ସେନା ସେଠାରେ ରାଷ୍ଟ୍ରପତିଙ୍କୁ ଶାସନମୁଖ୍ୟ କରିଛି ପୁଣି କେତେବେଳେ ସେନାମୁଖ୍ୟ ନିଜକୁ ଶାସନମୁଖ୍ୟ ଘୋଷଣା କରିଛନ୍ତି। ସେଠାରେ ଆଉ ଏକ ବିଡ଼ମ୍ବନା ହେଉଛି ଯିଏ ମଧ୍ୟ ଶାସନମୁଖ୍ୟ ହୁଅନ୍ତୁ ନା କାହିଁକି, ଯଦି ସେନା କଥାରେ ପରିଚାଳିତ ନ ହୁଅନ୍ତି ତେବେ ତାଙ୍କୁ କ୍ଷମତାଚ୍ୟୁତ ହେବା ସହିତ ଦଣ୍ଡଭୋଗିବାକୁ ପଡ଼ିଛି। ଏପରିକି ଶାସନମୁଖ୍ୟ ଥିବା ସେନାମୁଖ୍ୟ ମଧ୍ୟ ଏହି ପରାଭବରୁ ବର୍ତ୍ତି ପାରିନାହାନ୍ତି। ତେଣୁ ନିର୍ବାଚନରେ ଯେଉଁ ଦଳକୁ ସେନା ସମର୍ଥନ କରେ ସେହି ଦଳର ଜିତାପଟ ପ୍ରାୟ ସୁନିଶ୍ଚିତ ହୋଇଯାଏ। ଧର୍ମଭିତ୍ତିରେ ଜନ୍ମ ନେଇଥିବା ପାକିସ୍ତାନର ସେନା ମଧ୍ୟ ଧର୍ମଭିତ୍ତିକ ଆଭିମୁଖ୍ୟକୁ ପ୍ରାଧାନ୍ୟ ଦେଉଥିବାରୁ ସ୍ୱାଭାବିକ ଭାବରେ ଜନସାଧାରଣ ସେନା ପ୍ରତି ଓ ସେନା ସମର୍ଥିତ ଦଳକୁ ସମର୍ଥନ କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ। ଏଥର କିନ୍ତୁ ସେଥିରେ ଏକ ବିରଳ ବ୍ୟତିକ୍ରମ ଦେଖାଦେଇଛି। ପିଏମ୍ଏଲ୍ଏନ୍କୁ ସେନାର ସମର୍ଥନ ସତ୍ତ୍ବେ ସେହି ଦଳ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ପାଇପାରିନାହିଁ। ଅପରପକ୍ଷରେ ସେନାକୁ ବିରୋଧ କରୁଥିବା ପିଟିଆଇକୁ ଲୋକେ ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି।
ଏଥିରୁ ସ୍ପଷ୍ଟ ହେଉଛି ଯେ ପାକିସ୍ତାନ ଜନସାଧାରଣ ଏକ ସ୍ଥିର ଶାସନ ଚାହୁଁଛନ୍ତି, ସେନାର ସଖିକଣ୍ଢେଇ ନୁହେଁ। ସାମ୍ପ୍ରଦାୟିକ ଉତ୍ତେଜନା ଅପେକ୍ଷା ଶାନ୍ତି ସହାବସ୍ଥାନ ପ୍ରତି ସେମାନଙ୍କ ଦୃଷ୍ଟିକୋଣ ବଦଳିବାରେ ଲାଗିଛି। ପାକିସ୍ତାନର ଅର୍ଥନୀତି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପାଖରେ ଏକପ୍ରକାର ବନ୍ଧା ପଡ଼ିଛି। ମୁଦ୍ରାସ୍ଫୀତି ଅଭାବନୀୟ ଭାବରେ ଅତି ଉଚ୍ଚସ୍ତରରେ ପହଞ୍ଚିସାରିଛି। ରୁଟି, ଖିର, ପନିପରିବା ପରି ମାମୁଲି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଅାଁ ହୋଇଯାଇଛି। ପେଟ୍ରୋଲ୍, ବିଜୁଳି ଦର କଥା ନ କହିବା ଭଲ।
ଏହି ପରିପ୍ରେକ୍ଷୀରେ ପଡ଼ୋଶୀ ରାଷ୍ଟ୍ର ଭାବରେ ଭାରତ ମଧ୍ୟ ନିଶ୍ଚିତ ଭାବେ ଚାହିଁବ ଯେ ପାକିସ୍ତାନରେ ଅନ୍ତତଃ ଏକ ସ୍ଥିର ଶାସନ ତିଷ୍ଠି ରହୁ। ସ୍ଥିର ସରକାର ଓ ଶାସନର ମୂଳ ଲକ୍ଷ୍ୟ ହେବ ଜନକଲ୍ୟାଣ ଓ ଅର୍ଥନୀତିରେ ସୁଧାର। ଏହି ପ୍ରୟାସ ଜାରି ରହିଲେ ସେଠାକାର ଶାସକ ଅଯଥା ଭାରତ ପ୍ରସଙ୍ଗରେ ମୁଣ୍ଡ ଖେଳାଇବ ନାହିଁ କି ଭାରତରେ ଅଶାନ୍ତି ସୃଷ୍ଟି ପାଇଁ ଅପ୍ରାସଙ୍ଗିକ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେବ ନାହିଁ। ଏ ସବୁ ସତ୍ତ୍ବେ ପୂର୍ବରୁ କୁହାଯାଇଥିବା ପରି ପାକିସ୍ତାନର ରାଜନୀତି ଓ ରାଜନେତାଙ୍କ ଭାଗ୍ୟ ସବୁବେଳେ ସେନା ହାତରେ ଥିବାରୁ ସେଠାକାର ଅନିଶ୍ଚିତ ରାଜନୈତିକ ଭବିଷ୍ୟତ ପ୍ରତି ଭାରତ ସବୁବେଳେ ସତର୍କ ଦୃଷ୍ଟି ରଖିବା ବିଧେୟ।