ନ୍ୟାୟିକ ସକ୍ରିୟତା

The Sakala Picture
Published On

ଆମ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ତିନି ପ୍ରମୁଖ ସ୍ତମ୍ଭ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ଅଧିକାର, କ୍ଷମତା ଓ ଦାୟିତ୍ୱବୋଧର ଲକ୍ଷ୍ମଣରେଖାକୁ ସମ୍ବିଧାନ ସ୍ପଷ୍ଟ କରିଛି। ବିଧାନପାଳିକା ନୀତି ନିର୍ଦ୍ଧାରଣ ଓ ଆଇନ୍‌‌ ପ୍ରଣୟନ କରିବ, ଉଦ୍ଦିଷ୍ଟ ଅନୁଶାସନ ଓ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟପାଳିକା ସେହି ଆଇନର ଅନୁପାଳନ ଓ ରୂପାୟନ କରିବ ଏବଂ ଉକ୍ତ ଆଇନ କିମ୍ବା ନୀତି ସମ୍ବିଧାନର ମୌଳିକ ଢାଞ୍ଚାକୁ କ୍ଷୁଣ୍ଣ କରୁଛି କି ନାହିଁ, କାର୍ଯ୍ୟପାଳିକା ତାହାର କାର୍ଯ୍ୟ ଠିକ୍‌‌ ରୂପେ ସମ୍ପାଦନ […]

ଆମ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ତିନି ପ୍ରମୁଖ ସ୍ତମ୍ଭ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ଅଧିକାର, କ୍ଷମତା ଓ ଦାୟିତ୍ୱବୋଧର ଲକ୍ଷ୍ମଣରେଖାକୁ ସମ୍ବିଧାନ ସ୍ପଷ୍ଟ କରିଛି। ବିଧାନପାଳିକା ନୀତି ନିର୍ଦ୍ଧାରଣ ଓ ଆଇନ୍‌‌ ପ୍ରଣୟନ କରିବ, ଉଦ୍ଦିଷ୍ଟ ଅନୁଶାସନ ଓ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟପାଳିକା ସେହି ଆଇନର ଅନୁପାଳନ ଓ ରୂପାୟନ କରିବ ଏବଂ ଉକ୍ତ ଆଇନ କିମ୍ବା ନୀତି ସମ୍ବିଧାନର ମୌଳିକ ଢାଞ୍ଚାକୁ କ୍ଷୁଣ୍ଣ କରୁଛି କି ନାହିଁ, କାର୍ଯ୍ୟପାଳିକା ତାହାର କାର୍ଯ୍ୟ ଠିକ୍‌‌ ରୂପେ ସମ୍ପାଦନ କରୁଛି କି ନାହିଁ ତାହା ନ୍ୟାୟପାଳିକା ତର୍ଜମା କରି ବିହିତ ନିର୍ଦ୍ଦେଶ ଦେବ। ଏହି ଅଧିକାର ଓ କର୍ତ୍ତବ୍ୟର ସୀମା ଉଲ୍ଲଙ୍ଘନ ହେଲେ କିମ୍ବା କୌଣସି ସ୍ତମ୍ଭ ଅତିକ୍ରିୟାର ଉଦ୍ୟମ କଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଅନୁଷ୍ଠାନମାନେ ଭୁଶୁଡ଼ି ପଡ଼ନ୍ତି। ସୁଖର କଥା ଦୀର୍ଘ ୭୮ବର୍ଷର ସ୍ୱାଧୀନ ଗଣତାନ୍ତ୍ରିକ ଭାରତରେ ଏବଂ ୭୪ ବର୍ଷର ସାଧାରଣତନ୍ତ୍ରରେ ତିନି ସ୍ତମ୍ଭ ସେମାନଙ୍କ ଲକ୍ଷ୍ମଣରେଖା ଅତିକ୍ରମ କରିବାର ସାମାନ୍ୟ ଅତିକ୍ରିୟା ସୃଷ୍ଟି ହୋଇଛି ସିନା, ତାହା କେବେ ବିରଳ ଓ ଜଟିଳତାର ଉଦାହରଣ ସୃଷ୍ଟି କରିନାହିଁ। ବରଂ ସାମଗ୍ରିକ ଜନକଲ୍ୟାଣ ଦୃଷ୍ଟିରୁ ଏଭଳି ଉଦାହରଣୀୟ ଅତିକ୍ରିୟାମାନ ଦୀର୍ଘମିଆଦୀ ପ୍ରଭାବରେ ମଙ୍ଗଳକାରୀ ସାବ୍ୟସ୍ତ ହୋଇଛି।

ଆମ ସମ୍ବିଧାନର ସେହି ଅଲଂଘ୍ୟ ବିଧିବ୍ୟବସ୍ଥା ଅନୁଯାୟୀ ନ୍ୟାୟପାଳିକା ସେତେବେଳେ କୌଣସି ପ୍ରସଙ୍ଗରେ ବା ମାମଲାରେ ହସ୍ତକ୍ଷେପ କରିପାରିବ, ଯେତେବେଳେ କେହି ଜଣେ ଅଭିଯୋଗକାରୀ ବିଧିବଦ୍ଧ ଭାବେ ମାମଲା ଦାୟର କରିବେ। ଅପରପକ୍ଷରେ ଆମ ସମ୍ବିଧାନ ରାଷ୍ଟ୍ର ଓ ଦେଶର ଜନତାଙ୍କ ବୃହତ୍ତର ସ୍ୱାର୍ଥ ପାଇଁ କେତେକ ବିଶେଷ କ୍ଷେତ୍ରରେ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବା ପାଇଁ ସର୍ବୋଚ୍ଚ ନ୍ୟାୟପାଳିକାକୁ ଅଧିକାର ମଧ୍ୟ ଦେଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ନିଜ ଆଡ଼ୁ ମାମଲା(ସୋ ମୋଟୋ)’ ରୁଜୁ କରିବାର କ୍ଷମତା ବା ଅଧିକାର। ସମ୍ବିଧାନର ଧାରା ୩୨ ଓ ୨୨୬ ଅନୁଯାୟୀ, ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟମାନେ ଏହି କ୍ଷମତା ଓ ଅଧିକାରର ପ୍ରୟୋଗ ନାଗରିକଙ୍କ ମୌଳିକ ଅଧିକାର ପ୍ରତିଷ୍ଠା, ଆଇନ ଶୃଙ୍ଖଳା ରକ୍ଷା, ଅଦାଲତ ଅବମାନନା, ପୁରୁଣା ମାମଲାର ପୁନଃବିଚାର, କୌଣସି ଗୁରୁତର ଘଟଣା କିମ୍ବା ମାମଲାର ଅନୁସନ୍ଧାନ ଆଦି କ୍ଷେତ୍ରରେ କରିପାରିବେ। ‘ଅଦାଲତ ଅବମାନନା ଆଇନ ୧୯୭୧’ର ଧାରା ୨୩ ମଧ୍ୟ ସର୍ବୋଚ୍ଚ ଅଦାଲତ ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟମାନଙ୍କୁ ଏହି କ୍ଷମତା ଦେଇଛି। ଆମ ବିଚାର ବ୍ୟବସ୍ଥାର ଏହି ତତ୍ପରତା ଓ ବିଶେଷ ଅଧିକାର ବଳରେ ବୃହତ୍ତର ଜନସ୍ୱାର୍ଥ ସମ୍ବଳିତ ଅନେକ ସ୍ପର୍ଶକାତର ମାମଲାରେ ଉପଯୁକ୍ତ ଓ ସମୟୋପଯୋଗୀ ତର୍ଜମା ହୋଇ ଉଚିତ ନ୍ୟାୟ ମିଳିପାରିଛି ଏବଂ ନ୍ୟାୟାଳୟର ଭୂମିକା ସ୍ୱାଗତଯୋଗ୍ୟ ମଧ୍ୟ ହୋଇଛି।
ଅନୌପଚାରିକ ତଥ୍ୟାନୁଯାୟୀ ୧୯୯୦ରୁ ୨୦୨୩ ମଧ୍ୟରେ ସର୍ବୋଚ୍ଚ ଅଦାଲତ ପ୍ରାୟ ୫୦ଟି ଏଭଳି ‘ସୋ ମୋଟୋ’ ମାମଲା ରୁଜୁ କରି ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି। ସେଥିମଧ୍ୟରୁ ୧୨ଟି ଗଣମାଧ୍ୟମ ଖବରକୁ ଭିତ୍ତି କରି ମାମଲା ରୁଜୁ ହୋଇଥିବା ବେଳେ ୧୦ଟି ଜାତୀୟ ବିତର୍କ, ୭ଟି ପ୍ରେରିତ ପତ୍ର ଆଧାରରେ, ୫ଟି ଅନ୍ୟ ମାମଲାର ବିଚାର ଅବସରରେ, ୪ଟି ଆବେଦନକୁ ମାମଲା ରୂପେ ଗ୍ରହଣ କରି, ୨ଟି ଆଇନଜୀବୀଙ୍କ ଦାବି ଅନୁଯାୟୀ, ୩ଟି ଅଜଣା ଉତ୍ସରୁ ଏବଂ ସଲିସିଟର ଜେନେରୋଲ୍‌‌ଙ୍କ ଆଗ୍ରହ, ସାମାଜିକ ଗଣମାଧ୍ୟମ ଓ ବ୍ୟକ୍ତିଗତ ଆବେଦନ ଦ୍ୱାରା ଗୋଟିଏ ଲେଖାଏଁ ମାମଲା ‘ସୋ ମୋଟୋ’ ଭାବେ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିଛନ୍ତି। ୨୦୨୦ରେ ସର୍ବାଧିକ ୧୦ଟି ମାମଲା ଏହିପରି ରୁଜୁ ହୋଇଥିବା ବେଳେ ୨୦୧୮ ରୁ ୨୦୨୧ ମଧ୍ୟରେ ମୋଟ୍‌‌ ମାମଲାର ଅର୍ଦ୍ଧାଧିକ ରୁଜୁ ହୋଇଛି।

‘ସୋ ମୋଟୋ’ମାମଲାର ସଦ୍ୟତମ ଉଦାହରଣ ହେଉଛି ପଶ୍ଚିମବଙ୍ଗ ଗଣବଳାତ୍କାର ଓ ହତ୍ୟା ଘଟଣା। ଏହି ଘଟଣାକୁ ‘ଅତି ଗୁରୁତର’ ଭାବେ ବର୍ଣ୍ଣନା କରି ସମ୍ପୂର୍ଣ୍ଣ ଘଟଣାକ୍ରମରେ ପୁଲିସ୍‌‌ର କର୍ତ୍ତବ୍ୟରେ ଅବହେଳା, ସିବିଆଇର ତଦନ୍ତରେ ଅଗ୍ରଗତିରେ ଶିଥିଳତା, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦାୟିତ୍ୱବୋଧର ଅଭାବ, ସମ୍ପୃକ୍ତ ଡିନ୍‌‌ଙ୍କୁ ଅହେତୁକ ସୁରକ୍ଷା, ପୀଡ଼ିତାଙ୍କ ନାମ ପ୍ରଘଟ ଏବଂ ସର୍ବୋପରି ଘଟଣା ପରବର୍ତ୍ତୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ପ୍ରଶାସନର ଅପାରଗତା ଉପରେ ସର୍ବୋଚ୍ଚ ଅଦାଲତ ଯେଉଁକେତେକ ପ୍ରଶ୍ନ ଉପସ୍ଥାପନ କରିଛନ୍ତି ତାହାକୁ ଦେଶବ୍ୟାପୀ ବିଭିନ୍ନସ୍ତରରେ ସ୍ୱାଗତ କରାଯାଇଛି ଏବଂ ବୁଦ୍ଧିଜୀବୀ ମହଲରେ ଆମ ନ୍ୟାୟିକ ବ୍ୟବସ୍ଥାର ‘ସୋ ମୋଟୋ’ ଉଦ୍ୟମକୁ ପ୍ରଶଂସା କରାଯାଉଛି।

‘ସୋ ମୋଟୋ’ ମାମଲା ରୁଜୁର ପୃଷ୍ଠଭୂମି ହେଉଛି ୧୯୭୯ ମସିହାରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କଏଦୀ ସୁନିଲ ବାତ୍ରା ସର୍ବୋଚ୍ଚ ଅଦାଲତଙ୍କୁ ଲେଖିଥିବା ଅଭିଯୋଗପତ୍ର। କାରାଗାରରେ କଏଦୀମାନଙ୍କୁ କିପରି ନିର୍ଯାତନା ଦିଆଯାଉଛି ତାହା ଉକ୍ତ ଚିଠିରେ ବର୍ଣ୍ଣନା ହୋଇଥିଲା। ଏହାକୁ ଗ୍ରହଣ କରି ଅଦାଲତ ନିଜ ଆଡ଼ୁ ମାମଲା ରୁଜୁ କରିବା ସହିତ ସ୍ଥିତି ପରଖିବା ପାଇଁ ଆମିକସ୍‌‌ କ୍ୟୁରି ନିଯୁକ୍ତ କରିଥିଲେ। ଏହି ଘଟଣା ୧୯୮୦ ଦଶକରୁ ଜନସ୍ୱାର୍ଥ ମାମଲା(ପିଆଇଏଲ୍‌‌) ନାମରେ ‘ନ୍ୟାୟିକ ସକ୍ରିୟତା’ର ଏକ ନୂଆ ଧାରା ଆରମ୍ଭ କଲା, ଯାହାର ଶ୍ରେୟ ବିଚାରପତି ଭି ଆର କ୍ରିଷ୍ଣା ଆୟର ଓ ବିଚାରପତି ପି ଏନ୍‌‌ ଭଗବତୀଙ୍କୁ ଦିଆଯିବ। ଶାସନ, ପ୍ରଶାସନ ଆଦିରେ ବ୍ୟବସ୍ଥାଗତ ତ୍ରୁଟିବିଚ୍ୟୁତି କିମ୍ବା ବିଭ୍ରାଟ ସମ୍ପର୍କରେ କେହି ଜଣେ ଚିଠି କିମ୍ବା ଟେଲିଗ୍ରାମ୍‌‌ରେ ଅଭିଯୋଗଟିଏ ପଠାଇଲେ ତାହାକୁ ଗ୍ରହଣ କରି ନିଜ ଆଡ଼ୁ ମାମଲା ରୁଜୁ କରି ବିଚାର ପାଇଁ ଉପରୋକ୍ତ ଦୁଇ ବିଚାରପତିଙ୍କ ପଦକ୍ଷେପ ପରବର୍ତ୍ତୀ ସମୟରେ ‘ସୋ ମୋଟୋ’ ବ୍ୟବସ୍ଥାକୁ ପ୍ରରୋଚିତ କରିଥିଲା। ସାମ୍ପ୍ରତିକ ଦ୍ରୁତ ପରିବର୍ତ୍ତନଶୀଳ ସାମାଜିକ-ସାଂସ୍କୃତିକ-ଅର୍ଥନୈତିକ-ରାଜନୈତିକ ପୃଷ୍ଠଭୂମିରେ ନ୍ୟାୟିକ ସକ୍ରିୟତାର ଏହି ନୂତନ ଧାରା ଆହୁରି ଅପରିହାର୍ଯ୍ୟ ହୋଇପଡ଼ିଛି ଏବଂ ଗଣତନ୍ତ୍ରରେ ମର୍ଯ୍ୟଦା, ଗରିମା, ସମତୁଲତା ରକ୍ଷାରେ ଅଧିକ ଉପାଦେୟ ସାବ୍ୟସ୍ତ ହେଉଛି।

ସାଧାରଣ ଜନତାଙ୍କ ମହଲରେ ଏବେ ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ବହୁ ଗୁରୁତ୍ୱପୂର୍ଣ୍ଣ ଓ ଜନସ୍ୱାର୍ଥ ସମ୍ବଳିତ ସ୍ପର୍ଶକାତର ମାମଲାଗୁଡ଼ିକରେ ଅଦାଲତଙ୍କ ଏଭଳି ତତ୍ପରତା ପ୍ରକାଶ ପାଉ ନାହିଁ କାହିଁକି ଏବଂ ବିଶେଷ ଅଧିକାରର ପ୍ରୟୋଗ କରାଯିବାରେ ଅସୁବିଧା କେଉଁଠି? ଏ କ୍ଷେତ୍ରରେ ସମ୍ବିଧାନର ଲକ୍ଷ୍ମଣରେଖା ସ୍ମରଣକୁ ଆସିବ। ଜାତୀୟତାବୋଧ, ରାଷ୍ଟ୍ରର ଜନସାଧାରଣଙ୍କ ପ୍ରତି କର୍ତ୍ତବ୍ୟବୋଧ, ନ୍ୟାୟ ପ୍ରଦାନରେ ନିରପେକ୍ଷତା ଓ ମାନବିକତା ଆଦି ଦୃଷ୍ଟିକୋଣରୁ ସର୍ବୋଚ୍ଚ ଅଦାଲତଙ୍କ ‘ସୋ ମୋଟୋ’ ଅଧିକାରର ପ୍ରୟୋଗ ସ୍ୱାଗତଯୋଗ୍ୟ। ଅପରପକ୍ଷରେ ଯଦି ଏହି ଅଧିକାରର ମାତ୍ରାଧିକ ପ୍ରୟୋଗ ହୁଏ ତେବେ ତାହା ହିଁ ଅତିକ୍ରିୟା ସୃଷ୍ଟି କରି ସାମ୍ବିଧାନିକ ମୂଲ୍ୟବୋଧକୁ କ୍ଷୁଣ କରିବାର କ୍ଷେତ୍ର ପ୍ରସ୍ତୁତ କରିବ। ବିଚାରାଳୟରେ ନ୍ୟାୟର ଦେବୀ ଯେଉଁ ତରାଜୁ ଧରିଛନ୍ତି ତାହା କେବଳ ମୁଦେଇ-ମୁଦାଲା ବା ବାଦୀ-ପ୍ରତିବାଦୀଙ୍କୁ ନ୍ୟାୟ ଦେବା ପାଇଁ ନୁହେଁ, ବରଂ ବିଚାରପତିଙ୍କ ବିବେକବୋଧ ପାଇଁ ମଧ୍ୟ ଉଦ୍ଦିଷ୍ଟ। ସୁଖର କଥା ଆମ ନ୍ୟାୟିକ ବ୍ୟବସ୍ଥାର ସର୍ବୋଚ୍ଚ ରକ୍ଷକମାନେ ସେହି ତରାଜୁରେ ନିଜର ବିଚାର ସହିତ ବିବେକକୁ ମଧ୍ୟ ତଉଲି ଆସିଛନ୍ତି ଏବଂ ନ୍ୟାୟିକ ବ୍ୟବସ୍ଥାକୁ ଗୌରବମଣ୍ଡିତ କରିଛନ୍ତି। ଅନେକ ପ୍ରତିବନ୍ଧକ ଓ ବିରୋଧାଭାସ ସତ୍ତ୍ବେ ବିଚାରପତିମାନଙ୍କର ଏହି ବିଚାର-ବିବେକବୋଧ ହିଁ ଆମ ନ୍ୟାୟିକ ବ୍ୟବସ୍ଥାକୁ ଯୁଗୋପଯୋଗୀ, ସମ୍ମାନନୀୟ ଓ ଗ୍ରହଣୀୟ କରିଛି।

21 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର