କାଠଗଡ଼ାରେ ଡୋନାଲ୍ଡ ଟ୍ରମ୍ପ

The Sakala Picture
Published On

ଗଣତନ୍ତ୍ରରେ ବେଳେବେଳେ ଚମତ୍କାରିତା ଦେଖିବାକୁ ମିଳେ। ଆଇନର ଶାସନ ଆଗରେ ସମସ୍ତେ କିପରି ସମାନ ତାହାର ଉଦାହରଣ ବ୍ୟବସ୍ଥାଗତ ଭାବେ ପ୍ରତିପାଦିତ ହୁଏ। ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌‌ ଗଣତାନ୍ତ୍ରିକ ତଥା ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ସେଭଳି ଏକ ଘଟଣା ଘଟିଛି, ଯାହା ଏକ ଇତିହାସ ସୃଷ୍ଟି କରିଛି। ପ୍ରଥମଥର ପାଇଁ ଦେଶର ଜଣେ ପୂର୍ବତନ ରାଷ୍ଟ୍ରପତି ତଥା ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥÒବା ରାଷ୍ଟ୍ରପତି ନିର୍ବାଚନର ରିପବ୍ଳିକାନ ଦଳର ପ୍ରବଳ ପ୍ରତାପୀ ପ୍ରାର୍ଥୀ […]

ଗଣତନ୍ତ୍ରରେ ବେଳେବେଳେ ଚମତ୍କାରିତା ଦେଖିବାକୁ ମିଳେ। ଆଇନର ଶାସନ ଆଗରେ ସମସ୍ତେ କିପରି ସମାନ ତାହାର ଉଦାହରଣ ବ୍ୟବସ୍ଥାଗତ ଭାବେ ପ୍ରତିପାଦିତ ହୁଏ। ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌‌ ଗଣତାନ୍ତ୍ରିକ ତଥା ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ସେଭଳି ଏକ ଘଟଣା ଘଟିଛି, ଯାହା ଏକ ଇତିହାସ ସୃଷ୍ଟି କରିଛି। ପ୍ରଥମଥର ପାଇଁ ଦେଶର ଜଣେ ପୂର୍ବତନ ରାଷ୍ଟ୍ରପତି ତଥା ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥÒବା ରାଷ୍ଟ୍ରପତି ନିର୍ବାଚନର ରିପବ୍ଳିକାନ ଦଳର ପ୍ରବଳ ପ୍ରତାପୀ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏକ ଫୌଜଦାରୀ ମାମଲାରେ ଅଦାଲତରେ ହାଜର ହୋଇଛନ୍ତି। ତାଙ୍କ ବିରୋଧରେ ସଂଗିନ ଅଭିଯୋଗ ଆସିଛି। ଜଣେ ଉଚ୍ଚବର୍ଗୀୟ ପ୍ରଭାବଶାଳୀ ମହିଳାଙ୍କ ସହିତ ଯୌନସମ୍ପର୍କ ରକ୍ଷା ଏବଂ ତାଙ୍କୁ ଚୁପ୍‌‌ ରଖିବାକୁ ନିଜ ବ୍ୟବସାୟ ଲବ୍ଧ ଧନରୁ ବେଆଇନ ଭାବେ ବିପୁଳ ଅର୍ଥ ପ୍ରଦାନ ଅଭିଯୋଗରେ ଟ୍ରମ୍ପ ମୋକଦ୍ଦମାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ଅନୈତିକତା, ମହିଳାଙ୍କ ପ୍ରତି ଅନୁପଯୁକ୍ତ ଆଚରଣ, ବେଆଇନ ଅର୍ଥ କାରବାର, ସତ୍ୟକୁ ଲୁଚାଇବାକୁ ମିଥ୍ୟାଚାରର ଆଶ୍ରୟ ନେବା ଆଦି ଅଭିଯୋଗ ଟ୍ରମ୍ପଙ୍କ ବିରୋଧରେ ଆସିଛି। ବିଲ୍‌‌ କ୍ଲିଣ୍ଟନଙ୍କ ବିରୋଧରେ ଏଭଳି ଏକ ଯୌନାଚାର ଅଭିଯୋଗ ଆସିଥିଲେ ମଧ୍ୟ ସେ କିନ୍ତୁ ଘଟଣାକୁ ସ୍ୱୀକାର କରିଥିଲେ। ତାଙ୍କ ବିରୋଧରେ ଅବଶ୍ୟ କୌଣସି ମାମଲା ରୁଜୁ ହୋଇନଥିଲା। ସେ ରାଷ୍ଟ୍ରପତି ଥିବାବେଳେ ହ୍ୱାଇଟ୍‌‌ ହାଉସର ଜଣେ କର୍ମଚାରୀ ମୋନିକା ଲୁଇସ୍କିଙ୍କ ସହିତ ଏକାଧିକବାର ଦୈହିକ ସମ୍ପର୍କ ରଖିଥିଲେ। ସେ କ୍ଷମତାରୁ ଯିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା।

ଯୁକ୍ତରାଷ୍ଟ୍ର ଆମେରିକା ଭାରତ ଭଳି ଏକ ଯୌନଦମିତ ସମାଜ ନୁହେଁ। ଆମେ ଯୌନ ଜୀବନରେ ଯାହାକୁ ସଂଯମ, ଶାଳୀନତା ଓ ଭଦ୍ରାମୀ ବୋଲି କହିଥାଉ ସେଠାରେ ସେ ସବୁର ଅର୍ଥ ଭିନ୍ନ। ତଥାପି ଜଣେ ପୂର୍ବତନ ରାଷ୍ଟ୍ରପତି ପ୍ରଥମ କରି ଏଭଳି ଏକ ଯୌନସମ୍ପର୍କ ଘଟଣାରେ ଫସିବା ଏବଂ ମାମଲାର ସମ୍ମୁଖୀନ ହୋଇ ଅଦାଲତକୁ ଟଣା ହେବା ନିଶ୍ଚୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ବିଶେଷକରି ସେ ୨୦୨୪ ନିର୍ବାଚନରେ ବିରୋଧୀ ରିପବ୍ଳିକାନ ଦଳର ପ୍ରାର୍ଥୀ ହେବାକୁ ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ହେବାକୁ ଯାଉଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ଡେମୋକ୍ରାଟିକ୍‌‌ ଦଳର ଜୋ ବାଇଡେନ୍‌‌। ଏହାପଛରେ ଯେ ବଡ଼ ରାଜନୀତି ରହିଛି, ତାହାକୁ ଅସ୍ୱୀକାର କରିହେବ ନାହିଁ। ଦେଶ ଅଲଗା ହେଲେ ମଧ୍ୟ ରାଜନୀତିର ରଙ୍ଗ ଓ ଚରିତ୍ର ସବୁଆଡ଼େ ପ୍ରାୟ ସମାନ। ଟ୍ରମ୍ପ ଜଣେ ଧନୀ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାୟ ଛ’ମାସ ପୂର୍ବରୁ ତାଙ୍କୁ ବଦନାମ କରିବାକୁ ଡେମୋକ୍ରାଟିକ୍‌‌ ଦଳର ଏହା ଏକ ସୁଚିନ୍ତିତ ପଦକ୍ଷେପ ବୋଲି କେତେକ ରିପ୍ଳିକାନ ନେତା ପ୍ରକାଶ୍ୟରେ କହୁଛନ୍ତି। ଯେଉଁ ମାନହାଟନ ଅଦାଲତରେ ଏହି ମାମଲା ଚାଲିଛି, ସେହି ଅଞ୍ଚଳଟିରେ ଡେମୋକ୍ରାଟିକ୍‌‌ ଦଳର ପ୍ରଭାବ ଅତି ଅଧିକ। ଆହୁରି ମଧ୍ୟ ମାମଲାର ଅଧିକ ବିଚାର ପାଇଁ ସାଧାରଣ ଲୋକଙ୍କୁ ନେଇ ଯେଉଁ ୧୨ ଜଣିଆ ବିଚାରକ ମଣ୍ଡଳୀ ଗଠିତ ହେବ ସେଥିରେ ଡେମୋକ୍ରାଟିକ ଦଳର ସମର୍ଥକମାନେ ମୁଖ୍ୟତଃ ସଦସ୍ୟ ହେବେ।

ଟ୍ରମ୍ପ ନିଜେ କହିଛନ୍ତି ଯେ ତାଙ୍କ ବିରୋଧରେ ଏହା ଏକ ରାଜନୈତିକ ଦଣ୍ଡବିଧାନ ପ୍ରୟାସ। ଟ୍ରମ୍ପ ଅଦାଲତରେ ସ୍ପଷ୍ଟ କରି ଦେଇଛନ୍ତି ଯେ ଯେଉଁ ବିଚାରପତି ମାମଲାର ଶୁଣାଣି କରୁଛନ୍ତି, ସେ ତାଙ୍କର ଦୃଢ଼ ବିରୋଧୀ। ସେ ରାଷ୍ଟ୍ରପତି ଥିବାବେଳେ ଏହି ବିଚାରପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ତେଣୁ ସେ ପ୍ରତିଶୋଧ ପରାୟଣ ହୋଇ ମାମଲାକୁ ନିରପେକ୍ଷତା ପ୍ରଦାନ କରିବେ ନାହିଁ। ତେଣୁ ଏହି ମାମଲାର ବିଚାର କରୁଥିବା ସମ୍ପୃକ୍ତ ବିଚାରପତିଙ୍କୁ ବିଚାର ପ୍ରକ୍ରିୟାରୁ ହଟାଇବାକୁ ସେ ଦାବି କରିଛନ୍ତି। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ମହିଳାଙ୍କ ସହ ତାଙ୍କର ଯୌନସମ୍ପର୍କ ଥିଲା ସେ ଜଣେ ପର୍ଣ୍ଣଷ୍ଟାର ବା ଅଶ୍ଳୀଳ ଚଳଚିତ୍ରରେ କାମ କରୁଥିବା ଅଭିନେତ୍ରୀ। ତାଙ୍କୁ ଯେଉଁ ଅର୍ଥ ଦିଆଯାଇଥିଲା ତାହା ବେଆଇନ ଭାବେ ହସ୍ତାନ୍ତରିତ ହୋଇଥିବାର ଅଭିଯୋଗ ସେହି ମହିଳାଙ୍କର ଜଣେ ପୁରୁଷ ବନ୍ଧୁ କରିଛନ୍ତି ଯେ କି ଡେମୋକ୍ରାଟିକ୍‌‌ ଦଳର ସଦସ୍ୟ।

ଟ୍ରମ୍ପ ଭଲ କି ମନ୍ଦ ନେତା ତାହା ସମଗ୍ର ବିଶ୍ୱ ଜାଣିଛି। ତାଙ୍କ ବିରୋଧରେ କାପିଟାଲ ହିଲ୍ସ ଉପରେ ଆକ୍ରମଣ ଓ ଦଙ୍ଗାଗୋଳ ଭିଆଇବା ଅଭିଯୋଗରେ ମାମଲା ମଧ୍ୟ ଚାଲିଛି। ରାଷ୍ଟ୍ରପତି ନିର୍ବାଚନରେ ଦ୍ୱିତୀୟ ଥର ଅଳ୍ପ ଭୋଟରେ ହାରିଯିବା ପରେ ତାଙ୍କ ସମର୍ଥକମାନେ ଆମେରିକାର କଂଗ୍ରେସ ଓ ପ୍ରତିନିଧି ସଭା ଥିବା କାପିଟାଲ ହିଲ୍ସ ଉପରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ଟ୍ରମ୍ପଙ୍କ ବିରୋଧରେ ଏ ଯେଉଁ ମାମଲା ଚାଲିଛି, ତାହାର ଗୁରୁତ୍ୱ କ’ଣ? ସତ କଥା ହେଲା ଏଥିରେ ସେମିତି କିଛି ବିଶେଷ ଗୁରୁତ୍ୱ ନାହିଁ। ଜଣେ ପୂର୍ବତନ ରାଷ୍ଟ୍ରପତି ଭାବେ ତାଙ୍କର କିଛି ସୁରକ୍ଷା ବା ଇମ୍ୟୁନିଟି ରହିଛି। ଫଳରେ ସେ ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟ ତାଙ୍କ ବିରୋଧରେ ଦଣ୍ଡବିଧାନ ଏହି ମାମଲାରେ ହୋଇପାରିବ ନାହିଁ। ସୁପ୍ରିମକୋର୍ଟରେ ସେ ନିର୍ଦ୍ଦୋଷରେ ଖଲାସ ହେବାର ସମ୍ଭାବନା ଅଧିକ। ଯଦି ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ ହେବାରୁ ଦେଶର ଆଇନ ବଞ୍ଚିତ କରିପାରିବ ନାହିଁ। କାରଣ ଆମେରିକାର ସମ୍ବିଧାନ ଫୌଜଦାରୀ ମାମଲାରେ ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ଦୋଷୀ ସାବ୍ୟସ୍ତ ହେଲେ ସେ ନିର୍ବାଚନ ଲଢ଼ି ପାରିବେ କି ନାହିଁ ସେ ନେଇ ସ୍ପଷ୍ଟ ଉଲ୍ଲେଖ ନାହିଁ। ତେଣୁ ଦେଶର ସମ୍ବିଧାନ ଯେତେବେଳେ ଏହି ପ୍ରସଙ୍ଗରେ ନିରବ, ଅଦାଲତ ଚାହିଁଲେ ମଧ୍ୟ ଟ୍ରମ୍ପଙ୍କୁ ରୋକିପାରିବେ ନାହିଁ। କିନ୍ତୁ ତାଙ୍କ ଭଳି ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ କାଠଗଡ଼ାକୁ ଆଣିବା ଦର୍ଶାଉଛି ଯେ ଗଣତନ୍ତ୍ରରେ କେହି ଆଇନର ଊର୍ଦ୍ଧ୍ବରେ ନୁହନ୍ତି।

ଆମ ବିଚାରରେ ଏହି ମାମଲା ଟ୍ରମ୍ପଙ୍କୁ ରୋକିବାକୁ ବିରୋଧୀଙ୍କ ଏକ ଷଡ଼ଯନ୍ତ୍ର ଏବଂ ଶାସକ ଡେମୋକ୍ରାଟିକ୍‌‌ ଦଳର ନୈରାଶ୍ୟର ପ୍ରତିଫଳନ। ଏଥିରୁ ମନେ ହେଉଛି ଜୋ ବାଇଡେନଙ୍କ ଦ୍ୱିତୀୟଥର ବିଜୟ ସମ୍ଭାବନା କମ୍‌‌। ଏକଥା ଅବଶ୍ୟ ଆମେରିକାର ଗଣମାଧ୍ୟମ ଓ ରିପବ୍ଳିକାନମାନେ ଖୋଲାଖୋଲି କହୁଛନ୍ତି। ତେବେ ଆମେରିକା ସମାଜ ଭାରତ ପରି ନୁହେଁ, ଯେଉଁଠି ନିର୍ବାଚନରେ ନୈତିକତା ଓ ଚରିତ୍ର କିଞ୍ôଚତ ପ୍ରସଙ୍ଗ ହୁଏ। ଭାରତରେ ମଧ୍ୟ ଆଉ ସେ କଥା ଆଗଭଳି ନାହିଁ। ଅଗଣିତ ଅଭିଯୁକ୍ତ ବିଭିନ୍ନ ମାମଲାର ସମ୍ମୁଖୀନ ହୋଇ ସବୁଦଳରୁ ନିର୍ବାଚନ ଲଢ଼ୁଛନ୍ତି। ଟ୍ରମ୍ପଙ୍କ ବିଚାର କେବଳ ଗୋଟିଏ କଥା କହୁଛି ଯେ ଗଣତନ୍ତ୍ରରେ ଆଇନ ଆଗରେ ସମସ୍ତେ ସମାନ। ତେଣୁ ଏହାର ବିଶେଷକିଛି ରାଜନୈତିକ ପ୍ରଭାବ ନାହିଁ।

17 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର