କଟକ ରୁପା ତାରକସି ଜିଆଇ ସୂଚକ ଘୋଷିତ, ଉତ୍କଳଗୌରବଙ୍କ ସଂକଳ୍ପକୁ ରାଷ୍ଟ୍ରୀୟ ମାନ୍ୟତା

The Sakala Picture
Published On

ନିକଟରେ କଟକର ରୁପା ତାରକସି କାମକୁ ଭାରତ ସରକାର ଭୌଗୋଳିକ ସୂଚକ ଚିହ୍ନରେ ପଞ୍ଜିକୃତ କରି ସମଗ୍ର ଓଡ଼ିଆ ଜାତିର ଲୋକଙ୍କ ମନରେ ଅପାର ଆନନ୍ଦ ସୃଷ୍ଟି କରିଛନ୍ତି। ଉତ୍କଳର ଗୌରବାବହ ଅତୀତରେ ଆମ ରାଜ୍ୟର ସାଧବମାନେ ବୋଇତ ଧରି ହସ୍ତକଳା ଚାରୁଶିଳ୍ପ ଆଦି ଉଚ୍ଚମାନର ପଣ୍ୟଦ୍ରବ୍ୟ ନେଇ ସୁଦୂର ଜାଭା, ସୁମାତ୍ରା, ବାଲି, ମାଳୟ, ଶ୍ୟାମ ଦେଶ, କାମ୍ବୋଜ ଓ ସିଂହଳ ଆଦି ବିସ୍ତୀର୍ଣ୍ଣ ଅଞ୍ଚଳରେ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଯେଉଁ […]

ନିକଟରେ କଟକର ରୁପା ତାରକସି କାମକୁ ଭାରତ ସରକାର ଭୌଗୋଳିକ ସୂଚକ ଚିହ୍ନରେ ପଞ୍ଜିକୃତ କରି ସମଗ୍ର ଓଡ଼ିଆ ଜାତିର ଲୋକଙ୍କ ମନରେ ଅପାର ଆନନ୍ଦ ସୃଷ୍ଟି କରିଛନ୍ତି। ଉତ୍କଳର ଗୌରବାବହ ଅତୀତରେ ଆମ ରାଜ୍ୟର ସାଧବମାନେ ବୋଇତ ଧରି ହସ୍ତକଳା ଚାରୁଶିଳ୍ପ ଆଦି ଉଚ୍ଚମାନର ପଣ୍ୟଦ୍ରବ୍ୟ ନେଇ ସୁଦୂର ଜାଭା, ସୁମାତ୍ରା, ବାଲି, ମାଳୟ, ଶ୍ୟାମ ଦେଶ, କାମ୍ବୋଜ ଓ ସିଂହଳ ଆଦି ବିସ୍ତୀର୍ଣ୍ଣ ଅଞ୍ଚଳରେ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଯେଉଁ କଳା ପ୍ରାଚୀନ କାଳରୁ ଦେଶ ବିଦେଶରେ ପ୍ରଶଂସିତ ହୋଇ ଆସୁଥିଲା, ସେହି ଚାନ୍ଦି ତାରକସି କାମକୁ ବହୁଦିନର ଦାବି ପୂରଣ କରି ଭାରତ ସରକାର ଯେଉଁ ଭୌଗୋଳିକ ସୂଚକ ମାନ୍ୟତା ପ୍ରଦାନ କରିଛନ୍ତି ସେଥିପାଇଁ ପ୍ରତ୍ୟେକ ଓଡ଼ିଆ ଉତ୍‌‌ଫୁଲ୍ଲିତ ଓ ଗର୍ବିତ। ଏହି ଅତୁଳନୀୟ କଳାକୌଶଳରେ ନିର୍ମିତ କୋଣାର୍କ ଚକ, ମୁକ୍ତେଶ୍ୱର ତୋରଣ, ଶ୍ରୀଜଗନ୍ନାଥ ଚତୁର୍ଦ୍ଧା ମୂରତି, ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତିକୃତି, ରଥାରୁଢ଼ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦର ରୂପାୟନ ଆଦି ସାରା ଦେଶ ତଥା ବିଶ୍ୱର କୋଣେ ଅନୁକୋଣେ ଓଡ଼ିଆ ପୁଅର କଳାକୃତିର କାହାଣୀ ବଖାଣୁଛି। ତେଣୁ ଓଡ଼ିଶାର ପୁରାତନ ରାଜଧାନୀ କଳାନୈପୁଣ୍ୟର କୁହୁକ ନଗରୀ କଟକ ଆଜି ପୁଣି ରାଷ୍ଟ୍ରୀୟ ସମ୍ମାନରେ ସୁଶୋଭିତ।

ଉତ୍କର୍ଷ କଳାର ଦେଶ ବୋଲି ଆମ ରାଜ୍ୟର କେତେକ ନାମ ମଧ୍ୟରୁ ‘ଉତ୍କଳ’ ଅନ୍ୟତମ। ସାଂସ୍କୃତିକ ସମ୍ପଦରେ ପରିପୂର୍ଣ୍ଣ କଳିଙ୍ଗ, ଉତ୍କଳ ଓ ଓଡ଼ିଶା ବହୁକାଳରୁ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଆସିଛି। ଉତ୍କୃଷ୍ଟ ଭାସ୍କର୍ଯ୍ୟ ଶିଳ୍ପ ବିମଣ୍ଡିତ ମନ୍ଦିରରାଜି, ଯାହାକି ଉପକୂଳ ଓଡ଼ିଶାରେ ବହୁଳ ଭାବରେ ଆଜି ବି ବିରାଜମାନ, ତାହା ଉତ୍କଳର ଚାରୁକଳା ପରମ୍ପରା ବିଶେଷଭାବେ କଳିଙ୍ଗ ମନ୍ଦିର ନିର୍ମାଣ ଶୈଳୀ ଭାବେ ଇତିହାସ ପ୍ରସିଦ୍ଧ। କୋଣାର୍କର ସୂର୍ଯ୍ୟମନ୍ଦିର, ମୁକ୍ତେଶ୍ୱର ତୋରଣ, ରାଜାରାଣୀ ମନ୍ଦିରର ଅନନ୍ୟ ଭାସ୍କର୍ଯ୍ୟ, ଶ୍ରୀକ୍ଷେତ୍ର, ଏକାମ୍ର କ୍ଷେତ୍ର ଓ ବିରଜା କ୍ଷେତ୍ରର ଅସଂଖ୍ୟ ମନ୍ଦିର ଓ ଅନ୍ୟାନ୍ୟ ଭାସ୍କର୍ଯ୍ୟ କୀର୍ତ୍ତି ଏବେ ବି ଏକ ମହାନ ସାଂସ୍କୃତିକ ଇତିହାସର ପରିଚୟ ବହନ କରେ। ସେହିପରି ସମଗ୍ର ଓଡ଼ିଶାରେ ଉତ୍କୃଷ୍ଟ ବୟନ ଶିଳ୍ପର ଅତୁଳନୀୟ ନମୁନା ଯୁଗ ଯୁଗ ଧରି ଆଜିପର୍ଯ୍ୟନ୍ତ ଜୀବିତ ରହି ଆସିଛି। ନୂଆପାଟଣାର ଖଣ୍ଡୁଆ ପାଟ ଓ ଗୀତଗୋବିନ୍ଦ ଶାଢ଼ି, ବରହମ୍‌‌ପୁରୀ ପାଟ, ବୋମକେଇ ଶାଢ଼ି, ହବସ୍‌‌ପୁରୀ କଳାପଥର ପରଦା, କୋଟପାଡ଼ର ପ୍ରାଚୀନ ଜୈବିକ ପଦ୍ଧତି ଅନୁସୃତ ବୟନ ଶିଳ୍ପ, ସୋନପୁରୀ ଓ ସମ୍ବଲପୁରୀ ବାନ୍ଧକଳା ଓ ଏହିପରି ସାରା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ତୁଳା ଓ ରେଶମ ସୂତାରେ ବଂଶାନୁକ୍ରମିକ ମନୋମୁଗ୍ଧକାରୀ ବିଚିତ୍ର ବୟନ ଶିଳ୍ପ ଉଦାହରଣକୁ ବିଶ୍ୱ ବିସ୍ଫାରିତ ନୟନରେ ଦେଖି ପୁଲକିତ ହୁଏ। ତା’ସାଙ୍ଗକୁ କଟକର ସୁନା ରୁପା ତାରକସି କାରିଗରୀ, ଗଜପତି ଜିଲ୍ଲାର ସିଂହ ନିର୍ମିତ କଳାକୃତି, ପୁରୀ ଓ ଗଞ୍ଜାମ ଜିଲ୍ଲାର ପଟ୍ଟଚିତ୍ର ଓ ଗଞ୍ଜପା, ପିପିଲିର ଚାନ୍ଦୁଆ – ଏମିତି ଗଣିବସିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଓଡ଼ିଶା ଭୂଇଁରେ କେତେ ଜାତିର ଚାରୁଶିଳ୍ପକଳା କେଉଁ ଆବହମାନ କାଳରୁ ଜୀବନ ଜୀବିକା ସହ ତାଳ ମିଳାଇ ବିଶ୍ୱ ବଜାରରେ ଉତ୍କଳୀୟ କଳା ନୈପୁଣ୍ୟକୁ ଉଜ୍ଜୀବିତ କରି ରଖିଛି।

ସ୍ୱାଧୀନ ଭାରତରେ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରସ୍ଫୁଟିତ ହେଉଥିବା ଏପରି ଅନନ୍ୟ କଳା ଭାସ୍କର୍ଯ୍ୟ ସମ୍ପଦର ମାନକୀକରଣ ଓ ସମ୍ମାନବର୍ଦ୍ଧନର ପ୍ରକ୍ରିୟା ଆରମ୍ଭ ହୋଇଥିଲା ୧୯୯୯ ମସିହାରେ। ଏହିକ୍ରମରେ ବିଭିନ୍ନ ସ୍ଥାନର ଉତ୍କୃଷ୍ଟ କଳା, ହସ୍ତଶିଳ୍ପ ଓ ଖାଦ୍ୟପଦାର୍ଥ ଆଦି ଦୃଶ୍ୟମାନ ଓ ଅସ୍ପର୍ଶନୀୟ(ଟାଞ୍ଜିବଲ୍‌‌ ଆଣ୍ଡ ଇନ୍‌‌ଟାଞ୍ଜିବଲ୍‌‌)ର ଐତିହ୍ୟକୁ ଚିହ୍ନଟ କରି ଏହାର ସଂରକ୍ଷଣ ଓ ସମ୍ପ୍ରସାରଣ ନିମନ୍ତେ ଆବଶ୍ୟକୀୟ ସରକାରୀ ପ୍ରୋତ୍ସାହନର ବ୍ୟବସ୍ଥା କରାଗଲା। କେନ୍ଦ୍ର ସରକାର ୧୯୯୯ ମସିହାରେ ଏ ସଂକ୍ରାନ୍ତ ଆଇନ ଆଣିଥିଲେ ମଧ୍ୟ ତାହା ଯାଇ ୨୦୦୩ ସେପ୍ଟେମ୍ବର ମାସରେ କାର୍ଯ୍ୟକାରୀ ହେବାର ବାଟ ଫିଟିଲା। ଭୌଗୋଳିକ ସୂଚକ ଚିହ୍ନିତ କଳା ଓ ହସ୍ତଶିଳ୍ପ ସାମଗ୍ରୀ ଆଦିର ଆଇନ ଅନୁସାରେ ପଞ୍ଜିକରଣ କରାଗଲା। ଏଥିପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ ଚେନ୍ନାଇଠାରେ ଏକ ପଞ୍ଜିକରଣ କାର୍ଯ୍ୟାଳୟ ସ୍ଥାପନ କରାଗଲା। ୨୦୦୪-୦୫ରେ ଏହି ମାନ୍ୟତା ପାଇବାର ପ୍ରଥମ ଉତ୍ପାଦ ଥିଲା ଦାର୍ଜିଲିଂ ଚା’। ସେବେଠାରୁ ଏବେ ପର୍ଯ୍ୟନ୍ତ ଭାରତର ବିଭିନ୍ନ ଅଞ୍ଚଳର ପ୍ରାୟ ୫୦୦ ଉତ୍ପାଦ ଜିଆଇ ମାନ୍ୟତା ପାଇଥିବା ବେଳେ ସେଥିମଧ୍ୟରୁ ଏ ପର୍ଯ୍ୟନ୍ତ ଓଡ଼ିଶାର ୨୬ଟି ଅନନ୍ୟ ହସ୍ତଶିଳ୍ପ ଓ କଳାସମ୍ପଦକୁ ଭୌଗୋଳିକ ସୂଚକ ଚିହ୍ନ ପ୍ରଦାନ କରାଯାଇଛି।

ନିକଟରେ କଟକର ପ୍ରସିଦ୍ଧ ରୁପା ତାରକସି ଶିଳ୍ପକୁ ଏହି ମାନ୍ୟତା ମିଳିବାର ପୃଷ୍ଠଭୂମିରେ ମନେପଡ଼େ ଉତ୍କଳ ଗୌରବ ମଧୁସୂଦନଙ୍କ ମହାର୍ଘ ସାଧନା ଏବଂ ଏହି କଟକର ସୁନା, ରୁପା ତାରକସି ଶିଳ୍ପକୁ ପୁନରୁଦ୍ଧାର ଓ ସମ୍ପ୍ରସାରଣ କରିବା ପାଇଁ ତାଙ୍କର ଦୃଢ଼ ସଂକଳ୍ପ। ସେ ୧୮୯୭ ମସିହାରେ କଟକ ଓ ଆଖପାଖ ଅଞ୍ଚଳର ୧୫୦ ଜଣ ତାରକସି ଶିଳ୍ପୀଙ୍କୁ କଟକସ୍ଥିତ ନିଜ ବାସଭବନ ପରିସରରେ ‘ଓଡ଼ିଆ ଆର୍ଟ ୱେୟାରସ୍‌‌’ ନାମକ କର୍ମଶାଳାରେ ରଖି ସେମାନଙ୍କ ଦ୍ୱାରା ସୁନା ଓ ରୁପା ତାରକସି ଉନ୍ନତ ଉତ୍ପାଦମାନ ତିଆରି କରୁଥିଲେ। ଏହିକ୍ରମରେ ଶିଳ୍ପୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଇବା ସହିତ ଦେଶବିଦେଶର ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶନୀରେ ସେମାନଙ୍କୁ ଭାଗ ନେବାକୁ ପ୍ରୋତ୍ସାହିତ କରୁଥିଲେ। ତତ୍କାଳୀନ ବ୍ରିିଟିଶ ସରକାର ତଥା ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ମହାନ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ସୁନା ଚାନ୍ଦି ତାରକସି ପ୍ରତିକୃତିମାନ ଉପହାର ଦେଇ ସେ ପୁଣି ଥରେ ଓଡ଼ିଶାର ଏହି ଅମୂଲ୍ୟ ହସ୍ତଶିଳ୍ପକୁ ବିଶ୍ୱ ଦରବାରରେ ପ୍ରଶଂସିତ କରାଇପାରିଥିଲେ।

ଏଠାରେ ଆଉ ଗୋଟିଏ କଥା ମନକୁ ଆସେ ଯେ ଇତିହାସ ପ୍ରସିଦ୍ଧ ସୁନା ଓ ରୁପା ତାରକସି ଆଜି ମଧ୍ୟ କଟକର ବାଉନ ବଜାର ତେପନ ଗଳିରେ ନିର୍ମାଣ ଓ ବିପଣନ ହେଉଥିବା ବେଳେ କେଉଁ ତର୍କରେ ଏହି ଭୌଗୋଳିକ ସୂଚକ ପଞ୍ଜିକରଣ ପାଇଁ କେବଳ ରୁପା ତାରକସି କାମ ଉଲ୍ଳେଖ କରାଯାଇ ଆବେଦନ କରାଗଲା। ପ୍ରାଚୀନ କଟକ ନଗରର ଐତିହ୍ୟ ବିଷୟରେ ସତରେ କ’ଣ ଆବେଦନକାରୀ ଅପରିଚିତ ଥିଲେ? ଯେହେତୁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ଏହି ପ୍ରକରଣକୁ ପ୍ରୋତ୍ସାହନ ଓ ସହାୟତା ପ୍ରଦାନ କରିଥା’ନ୍ତି ତେଣୁ ସୁନା ତାରକସି କାମ ନିମନ୍ତେ ଆବେଦନ କରା ନ ଯିବାର କାରଣ ବୁଝା ପଡ଼ୁନାହିଁ। ଏ କ୍ଷେତ୍ରରେ କାର୍ଯ୍ୟରତ ଗବେଷକଙ୍କ ମତ ଯେ ଏବେ ମଧ୍ୟ ସୁନା ରୁପା ଉଭୟ ତାରକସିର ଜିଆଇ ମାନ୍ୟତା ପାଇଁ ସଂଶୋଧିତ ଆବେଦନପତ୍ର ଦାଖଲ କରାଯାଇପାରିବ ଏବଂ ପୂର୍ବରୁ ଏଭଳି ସଂଶୋଧନର ଦୃଷ୍ଟାନ୍ତ ମଧ୍ୟ ରହିଛି। ଉତ୍କଳୀୟ ହସ୍ତଶିଳ୍ପର ପ୍ରାଚୀନ ଐତିହ୍ୟ ତଥା ଏ ଯାବତ୍‌‌ ଜୀବନ୍ତ ପରମ୍ପରାକୁ ସମ୍ମାନ ଦେଇ ଏଭଳି ଏକ ଉଦ୍ୟମ କରାଗଲେ ଆମ ରାଜ୍ୟର ସୁଦକ୍ଷ କାରିଗରଙ୍କ କଳା ନୈପୁଣ୍ୟକୁ ଆଶିଂକ ପରିବର୍ତ୍ତେ ସମ୍ପୂର୍ଣ୍ଣ ମାନ୍ୟତା ମିଳିପାରିବ।
ବନ୍ଦେ ଉତ୍କଳ ଜନନୀ।

07 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର