ଚଳିତ ନିର୍ବାଚନରେ ଅପରାଧର କାଳଛାୟା, ନିର୍ବାଚନ ସଂସ୍କାର ସମୟ ବିତିଯାଉଛି
ଚଳିତ ସାଧାରଣ ନିର୍ବାଚନରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ, ଆକ୍ଷେପ, ଅଭିଯୋଗ, ଅଶାଳୀନ ମନ୍ତବ୍ୟ ଆଦିର ପ୍ରତିଯୋଗିତା ଚାଲିଥିବା ବେଳେ ହଠାତ୍ କର୍ଣ୍ଣାଟକର ଏକ ଘଟଣା ନିର୍ବାଚନୀ ପାଣିପାଗକୁ ଆହୁରି ଉଷ୍ମ କରିଦେଇଛି। ଏହା ଏପରି ଏକ ଲୋମଟାଙ୍କୁରା ଓ ଉଦ୍ବେଗଜନକ ଆପରାଧିକ ଘଟଣା, ଯାହା ସାଂଘାତିକ, ଅଭୂତପୂର୍ବ ଓ ଅଶ୍ରୁତପୂର୍ବ। ଦୁର୍ନୀତିମୁକ୍ତ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ପାଇଁ ଏହା ଏକ ଉପହାସ କହିଲେ ଅତ୍ୟୁକ୍ତି ହେବ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ନାତି ତଥା କର୍ଣ୍ଣାଟକର […]
ଚଳିତ ସାଧାରଣ ନିର୍ବାଚନରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ, ଆକ୍ଷେପ, ଅଭିଯୋଗ, ଅଶାଳୀନ ମନ୍ତବ୍ୟ ଆଦିର ପ୍ରତିଯୋଗିତା ଚାଲିଥିବା ବେଳେ ହଠାତ୍ କର୍ଣ୍ଣାଟକର ଏକ ଘଟଣା ନିର୍ବାଚନୀ ପାଣିପାଗକୁ ଆହୁରି ଉଷ୍ମ କରିଦେଇଛି। ଏହା ଏପରି ଏକ ଲୋମଟାଙ୍କୁରା ଓ ଉଦ୍ବେଗଜନକ ଆପରାଧିକ ଘଟଣା, ଯାହା ସାଂଘାତିକ, ଅଭୂତପୂର୍ବ ଓ ଅଶ୍ରୁତପୂର୍ବ। ଦୁର୍ନୀତିମୁକ୍ତ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ପାଇଁ ଏହା ଏକ ଉପହାସ କହିଲେ ଅତ୍ୟୁକ୍ତି ହେବ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ନାତି ତଥା କର୍ଣ୍ଣାଟକର ହାସନ୍ ସଂସଦୀୟ ମଣ୍ଡଳୀରୁ ନିର୍ବାଚିତ ସାଂସଦ ଓ ବର୍ତ୍ତମାନର ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେବନ୍ନା ଯେ ୩୦୦୦ରୁ ଅଧିକ ଯୌନ କେଳେଙ୍କାରୀରେ ଅଭିଯୁକ୍ତ ତାହା ମାତ୍ର ଦୁଇ ସପ୍ତାହ ପୂର୍ବରୁ ଜଣା ନ ଥିଲା। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସେ ଜର୍ମାନୀ ଚାଲିଯାଇଛନ୍ତି ଏବଂ ତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ନିର୍ବାଚନୀ ରାଜନୀତିରେ ଅଲୋଡ଼ା କୁତ୍ସିତ ରେକର୍ଡ ସୃଷ୍ଟି କରିଥିବା ଏହି ଯୌନ କେଳେଙ୍କାରୀ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପ୍ରଜ୍ଜ୍ୱଳଙ୍କ ପିତା ତଥା ଏଚ୍ ଡି ଦେବେଗୌଡ଼ାଙ୍କ ପୁଅ ଏଚ୍ ଡି ରେବନ୍ନାଙ୍କୁ ଏସ୍ଆଇଟି ଗିରଫ କରି ହାଜତକୁ ପଠାଇଦେଇଛି। ଦେବେଗୌଡ଼ାଙ୍କ ଦଳ ଜେଡିଏସ୍ ନିକଟରେ ଏନ୍ଡିଏରେ ସାମିଲ୍ ହୋଇଥିବାରୁ ସ୍ୱାଭାବିକ ଭାବେ ଏହି ଘଟଣା ଜାତୀୟ ଭୋଟ ରାଜନୀତିରେ କମ୍ପନ ସୃଷ୍ଟି କରିଛି।
ପ୍ରଜ୍ଜ୍ୱଳଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ ସେ ପ୍ରାୟ ୩ ହଜାର ଅଶ୍ଳୀଳ ଭିଡିଓ ସୁଟିଂ କରିଛନ୍ତି ଏବଂ ଅନେକ ଅପହରଣ କରିଛନ୍ତି। ଏ ସମ୍ପର୍କିତ ପ୍ରାୟ ୨୦୦ ଭିଡିଓ ସାମ୍ନାକୁ ଆସିବା ପରଠାରୁ ଅଭିଯୋଗ ସମ୍ପର୍କରେ ଅଧିକ ପ୍ରମାଣ ମିଳୁଛି ଏବଂ ନୂତନ ଅଭିଯୋଗମାନ ଆସିଚାଲିଛି। ଏଠାରେ ବିଡ଼ମ୍ବନା ହେଉଛି ପ୍ରଜ୍ଜ୍ୱଳ ଯେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେଠାରେ ଭୋଟଦାନ ସରିଯାଇଛି। କିନ୍ତୁ ଏହି ଅଭିଯୋଗ ଓ ପ୍ରମାଣ ଭୋଟଦାନ ପ୍ରକ୍ରିୟା ସମାପ୍ତ ହେବା ପରେ ହିଁ ପ୍ରଘଟ ହୋଇଛି। ସାମ୍ବିଧାନିକ ଓ ବର୍ତ୍ତମାନର ଜନପ୍ରତିନିଧି ଆଇନ ବ୍ୟବସ୍ଥା ଅନୁସାରେ ଏହି ଘଟଣା ଆଧାରରେ ସେଠାରେ ପୂର୍ବ ଭୋଟଦାନକୁ ବାତିଲ କରି ତତ୍କାଳ ସାନି ଭୋଟଦାନ କରାଯାଇପାରିବ ନାହିଁ। ତେଣୁ ଗଣତିରେ ପ୍ରଜ୍ଜ୍ୱଳ ଯଦି ଜିତି ଯାଆନ୍ତି ତେବେ ମଧ୍ୟ ତାଙ୍କ ସଭ୍ୟ ପଦ ତତ୍କାଳ ରଦ୍ଦ ହେବ ନାହିଁ। କାରଣ ଆମ ନିର୍ବାଚନୀ ବିଧିବ୍ୟବସ୍ଥା ଅନୁଯାୟୀ ସେ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ପରେ ଏବଂ ତିନିବର୍ଷରୁ ଅଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଯାଇ ତାଙ୍କ ସଭ୍ୟ ପଦ ରଦ୍ଦ ହେବ। ଆମ ଦେଶରେ ଅନୁସନ୍ଧାନ, ଚାର୍ଜସିଟ୍ ଦାଖଲ ଓ ବିଚାର ପ୍ରକ୍ରିୟା ଯେଭଳି ମନ୍ଥର ଗତିରେ ଚାଲିଛି ସେହି ଆଧାରରେ ଦେଖିଲେ ପ୍ରଜ୍ଜ୍ୱଳଙ୍କ ସଭ୍ୟ ପଦ ଏତେ ଶୀଘ୍ର ରଦ୍ଦ ହେବାର ସମ୍ଭାବନା ଦିଶୁ ନାହିଁ। ଏହା ହେବ ଭାରତୀୟ ଗଣତାନ୍ତ୍ରିକ ନିର୍ବାଚନର ସବୁଠାରୁ ବଡ଼ ବିଡ଼ମ୍ବନା। ଏପଟେ ସେ ଯଦି ସେହି ଆସନରୁ ନିର୍ବାଚିତ ହୁଅନ୍ତି ତେବେ ତାଙ୍କୁ ଶପଥ ନେବାକୁ ସୁଯୋଗ ମିଳିବ କି ନାହିଁ ତାହା ମଧ୍ୟ ଆଉ ଏକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।
ଏ ସବୁ ମଧ୍ୟରେ ସବୁଠାରୁ ଅଧିକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ବିଚରା ଭୋଟର। ନିର୍ବାଚନକୁ ଅପରାଧ ଓ ଅପରାଧୀ ମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବହୁବିଧ ପଦକ୍ଷେପ ନେଉଛନ୍ତି। ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ଅଛି କି ନାହିଁ, କେଉଁଠି ଓ କେତେ ଅଛି ତାହା ପ୍ରାର୍ଥୀମାନେ ସତ୍ୟପାଠ ମାଧ୍ୟମରେ ଗଣମାଧ୍ୟମରେ ନିଜେ ନିଜେ ଘୋଷଣା କରିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ପ୍ରାର୍ଥୀମାନେ ସତ୍ୟପାଠରେ ଯେଉଁ ନାମକୁମାତ୍ର ଆପରାଧିକ ବିବରଣୀ ଦେଉଛନ୍ତି ତାହାଠାରୁ ଯେ ଅଧିକ ଅପରାଧରେ ସେମାନେ ଜଡ଼ିତ ନଥିବେ ତାହା ଭୋଟର ଜାଣିବାର ଉପାୟ କ’ଣ? ଆମ ବିଧିବ୍ୟବସ୍ଥାର ବିଡ଼ମ୍ବନା ହେଉଛି ଯେପର୍ଯ୍ୟନ୍ତ ଅଦାଲତରେ ଜଣେ ଦୋଷୀ ସାବ୍ୟସ୍ତ ନ ହୋଇଛି ତାକୁ ଅପରାଧୀ ଘୋଷିତ କରାଯାଇପାରିବ ନାହିଁ। କିନ୍ତୁ ରାଜନୈତିକ ପ୍ରତିପତ୍ତି ଓ କ୍ଷମତାର ଦୁରୁପଯୋଗ କରି ପୁଲିସ୍ ଏତଲା, ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନରୁ ନିଜକୁ ସୁରକ୍ଷିତ କରି ରଖିପାରୁଥିବା ପ୍ରଜ୍ଜ୍ୱଳଙ୍କ ପରି ନେତାମାନଙ୍କ ଆପରାଧିକ କାର୍ଯ୍ୟକଳାପ ବିଷୟରେ ଭୋଟର ଜାଣିବାର ଉପାୟ ତ ଆଦୌ ନାହିଁ। ପ୍ରଜ୍ଜ୍ୱଳ ଯେତେସବୁ ଅପରାଧ ଘଟାଇ ଚାଲିଥିଲେ ସେ ସମ୍ପର୍କରେ ଭୋଟରଙ୍କ ପାଖରେ ସୂଚନା ନ ଥିଲା କି ସେ ସତ୍ୟପାଠରେ ତାହା ଦାଖଲ କରିନାହାନ୍ତି। ଯେଉଁ କେତେଜଣ ଜାଣିଥିବେ ସେମାନଙ୍କ ପାଖରେ ପ୍ରମାଣ ନଥିବାରୁ ସେ ଜଣେ ସଚ୍ଚୋଟ ନେତା ଭାବେ ବିଧିବ୍ୟବସ୍ଥା ଆଖିରେ ଆଙ୍ଗୁଠି ମାରି ପ୍ରାର୍ôଥପତ୍ର ଦାଖଲ କରି ନିର୍ବାଚନ ଲଢ଼ିଲେ। ଏହାକୁ ଆମ ବିଧିବ୍ୟବସ୍ଥାର ବିଡ଼ମ୍ବନା କୁହାଯିବ ନାହିଁ କାହିଁକି?
କେବଳ ପ୍ରଜ୍ଜ୍ୱଳ କିମ୍ବା ରେବନ୍ନା ନୁହନ୍ତି ଏପରି ହଜାର ହଜାର ରାଜନେତା ଅଛନ୍ତି, ଯେଉଁମାନଙ୍କ ବିରୋଧରେ ମାଳମାଳ ଅଭିଯୋଗ ଥାଇ ମଧ୍ୟ ପ୍ରମାଣ ଅଭାବରୁ ଆଇନ କାନୁନର ଗଳାବାଟରେ ସଚ୍ଚୋଟତାର ମୁଖା ପିନ୍ଧି ନିର୍ବାଚନ ଲଢ଼ୁଛନ୍ତି ଓ ଜିତୁଛନ୍ତି। ଆହୁରି ଏକ ବିଡ଼ମ୍ବନା ହେଲା ଆପରାଧିକ ମାମଲାର ପ୍ରମାଣ ଥାଇ ଏବଂ ଘୋଷଣା କରି ସୁଦ୍ଧା ଶହ ଶହ ରାଜନେତା ନିର୍ବାଚନରେ ପ୍ରାର୍ôଥପତ୍ର ଦାଖଲ କରିବାର ଅଧିକାର ପାଉଛନ୍ତି, ବିଜୟ ଲାଭ କରୁଛନ୍ତି ଏବଂ ବିଧାନପାଳିକାରେ ନୀତି ନିର୍ଦ୍ଧାରଣ କରୁଛନ୍ତି। ଏହା ଆମ ସମ୍ବିଧାନ ନା ଜନପ୍ରତିନିଧି ଆଇନର ଦୁର୍ବଳତା ତାହା ଅବଶ୍ୟ ଆଲୋଚନାସାପେକ୍ଷ। ୨୦୨୪ ସାଧାରଣ ନିର୍ବାଚନରେ ଏ ପର୍ଯ୍ୟନ୍ତ ଯେଉଁ ଚାରି ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ôଥପତ୍ର ଦାଖଲ ହୋଇସାରିଛି ସେ ସବୁର ପ୍ରାର୍ଥୀମାନଙ୍କର ସତ୍ୟପାଠ ଓ ଘୋଷଣାନାମା ଆଧାରରେ ‘ଏଡିଆର’ ସଂଗଠନ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ମୋଟ ୫୮୭୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୦୬ ଜଣଙ୍କ ବିରୋଧରେ ଆପରାଧିକ ମାମଲା ଥିବା ବେଳେ ୭୭୪ ପ୍ରାର୍ଥୀଙ୍କ ବିରୋଧରେ ସଂଗିନ ମାମଲା ରହିଛି। ଅଥଚ ସେମାନଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିଛି। ବାହୁବଳ ଓ ଅର୍ଥବଳ ପ୍ରୟୋଗରେ ସେମାନେ ନିର୍ବାଚନରେ ଜିତିବାର ସମ୍ଭାବନା ଅଧିକ ଥିବାରୁ ସଂସଦରେ କେଉଁ ପ୍ରକାର ନୀତି ନିର୍ଦ୍ଧାରଣ କରିବେ ତାହା ସହଜେ ଅନୁମେୟ। ଆମ ବିଧିବ୍ୟବସ୍ଥାର ଆଉ ଏକ ବିଡ଼ମ୍ବନା ହେଲା ଜଣେ ବିଚରାଧୀନ କଏଦୀ ଭୋଟଦାନ ଅଧିକାର ପାଇବ ନାହିଁ ଅଥଚ ଗଣହତ୍ୟା ଅଭିଯୁକ୍ତକୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିବ, ଯାହା ଏବେ ଯଥାକ୍ରମେ କେଜ୍ରିୱାଲ୍ ଓ ଅମ୍ରିତ ପାଲ୍ ସିଂହଙ୍କ ମାମଲାରେ ଦେଖିବାକୁ ମିଳୁଛି।
ଅବଶ୍ୟ ବିଭିନ୍ନ ଗଣତାନ୍ତ୍ରିକ ଦେଶ ଓ ଉନ୍ନତ ପଶ୍ଚିମ ରାଷ୍ଟ୍ରମାନଙ୍କରେ ଭାରତ ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ସମ୍ପ୍ରତି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଜଣାଯିବ ଯେ ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇଁ ତାଙ୍କ ଦଳର ପ୍ରାର୍ଥୀ ହେବା ନିଶ୍ଚିତ। ତେବେ ଟ୍ରମ୍ପଙ୍କ ନାଁରେ ଯେଉଁଭଳି ଆପରାଧିକ ମାମଲାର ବିଚାରବିଭାଗୀୟ ତଦନ୍ତ ଆରମ୍ଭ ହୋଇସାରୁିଛି ସେଥିରେ ଗତ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣନାରେ ବୁଝିବିଚାରି ବିଘ୍ନ ସୃଷ୍ଟି ପାଇଁ ସେ ଯେଉଁ ସମର୍ଥକମାନଙ୍କର ଭିଡ଼କୁ ଜାତୀୟ ସଂସଦ ଭବନ କ୍ୟାପିଟଲ୍ ହିଲ୍ ଆକ୍ରମଣ କରିବାକୁ ପ୍ରବର୍ତ୍ତାଇଥିଲେ ସେଭଳି ସଂଗିନ ମାମଲା ମଧ୍ୟ ସାମିଲ୍ ଅଛି। ସମ୍ପୃକ୍ତ ବିଚାରପତିଙ୍କ ଦ୍ୱାରା ଆଉ କେତୋଟି ପ୍ରକରଣ ପରେ ଏ ବିଷୟରେ ଜୁରୀ ନିର୍ଣ୍ଣୟ ସଂଗଠିତ ହେବ। ତେଣୁ ଟ୍ରମ୍ପ ଯଦି ଏଭଳି ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ହେବେ ତେବେ ଏ ବର୍ଷ ଶେଷ ଆଡ଼କୁ ହେଉଥିବା ଆମେରିକାର ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ଘୋର ସାମ୍ବିଧାନିକ ସଙ୍କଟରେ କବଳିତ ହେବ। ବିଶ୍ୱର ପ୍ରାୟ ୬୫ଟି ଦେଶରେ ଚଳିତ ବର୍ଷ ସାଧାରଣ ନିର୍ବାଚନ ହେଉଥିବାରୁ ଏହିପରି ଅନେକ ବିଡ଼ମ୍ବନାର ଘଟଣା ଦେଖିବାକୁ ମିଳୁଛି। ତେବେ ଭାରତୀୟ ଗଣତନ୍ତ୍ର ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟାକୁ ନେଇ ଆମେ ଯେଉଁ ଗର୍ବ କରୁଥାଇଁ ସେଥିରେ ପ୍ରଜ୍ଜ୍ୱଳ ରେବନ୍ନା ଭଳି କଳାବାଦଲ ଛାଇଗଲାଣି। ସମୟ ଆସିଛି ବହୁଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ସଂସ୍କାର ହାତକୁ ନେବା ପାଇଁ। ଆଉ ବିଳମ୍ବ କରା ନ ଯାଉ।