ବିବଶ ବିରୋଧୀଙ୍କ ରାଜନୈତିକ ହତାଶା

The Sakala Picture
Published On

ଚଳିତବର୍ଷ ଜାନୁଆରୀରେ ଅନୁଷ୍ଠିତ ବାଂଲାଦେଶ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆୱାମି ଲିଗ୍‌‌ ଦଳ ଏକତରଫା ଭାବେ ବିପୁଳ ଭୋଟ୍‌‌ରେ ରେକର୍ଡ ପଞ୍ଚମ ଥର ପାଇଁ ବିଜୟୀ ହେବା ପରେ ସେ ଦେଶର ହତାଶ ରାଜନୈତିକ ବିରୋଧୀ ଏବଂ ସେମାନଙ୍କର ସମର୍ଥକମାନେ ଏବେ ଭାରତକୁ ନିଶାଣ କରିଛନ୍ତି। ସାଧାରଣ ନିର୍ବାଚନକୁ ବର୍ଜନ କରିଥିବା ଦେଶର ମୁଖ୍ୟ ବିରୋଧୀଦଳ ବିଏନ୍‌‌ପି ସମେତ ଅନ୍ୟାନ୍ୟ ରାଜନୈତିକ ଦଳମାନେ ହସିନାଙ୍କ ବିଜୟ ଓ କ୍ଷମତା ବଜାୟ ରଖିବା ପଛରେ ଭାରତ, […]

ଚଳିତବର୍ଷ ଜାନୁଆରୀରେ ଅନୁଷ୍ଠିତ ବାଂଲାଦେଶ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆୱାମି ଲିଗ୍‌‌ ଦଳ ଏକତରଫା ଭାବେ ବିପୁଳ ଭୋଟ୍‌‌ରେ ରେକର୍ଡ ପଞ୍ଚମ ଥର ପାଇଁ ବିଜୟୀ ହେବା ପରେ ସେ ଦେଶର ହତାଶ ରାଜନୈତିକ ବିରୋଧୀ ଏବଂ ସେମାନଙ୍କର ସମର୍ଥକମାନେ ଏବେ ଭାରତକୁ ନିଶାଣ କରିଛନ୍ତି। ସାଧାରଣ ନିର୍ବାଚନକୁ ବର୍ଜନ କରିଥିବା ଦେଶର ମୁଖ୍ୟ ବିରୋଧୀଦଳ ବିଏନ୍‌‌ପି ସମେତ ଅନ୍ୟାନ୍ୟ ରାଜନୈତିକ ଦଳମାନେ ହସିନାଙ୍କ ବିଜୟ ଓ କ୍ଷମତା ବଜାୟ ରଖିବା ପଛରେ ଭାରତ, ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ହାତ ଥିବା ଅଭିଯୋଗ କରୁଛନ୍ତି। ଏବେ ଏହି ହତାଶ ରାଜନେତା ଓ ସେମାନଙ୍କ ସମର୍ଥକମାନେ ‘ଭାରତ ହଟ୍‌‌’ (ଇଣ୍ଡିଆ ଆଉଟ୍‌‌) ଅଭିଯାନ ଆରମ୍ଭ କରିଛନ୍ତି। ଏହାର ମୁଖ୍ୟ କାର୍ପଟଦାରମାନେ ବିଦେଶରେ ରହୁଥିବା ବେଳେ ଏହି ଅଭିଯାନକୁ ସଫଳ କରିବାକୁ ସେମାନେ ବାଂଲାଦେଶକୁ ଅର୍ଥ ପଠାଇ ନିଜର ଅନୁଗତ ଓ ଭକ୍ତମାନଙ୍କ ଜରିଆରେ ଭାରତ ବିରୋଧୀ ଅଭିଯାନ ଚଳାଉଛନ୍ତି।
ବାଂଲାଦେଶରେ ଯାହା ଚାଲିଛି ତାହା ସେଠାକାର ଆଭ୍ୟନ୍ତରୀଣ ସମସ୍ୟା। ସେଥିରେ ଭାରତର କୌଣସି ସମ୍ପୃକ୍ତି ନାହିଁ। ନିଜର ଅପକର୍ମ ଓ ଅଯୋଗ୍ୟତା ପାଇଁ ଭାରତକୁ ଗାଳି କରି ବିରୋଧ କରିବା ଏବଂ ଭାରତୀୟ ଦ୍ରବ୍ୟକୁ ବର୍ଜନ କରିବାର ଧମକ ଦେବା ଔଷଧ ବିକଳରେ ତାଟିଆ କାମୁଡ଼ିବା ସଙ୍ଗେ ସମାନ। ଏହି ହତାଶ ଭାରତ ବିରୋଧୀ ମନୋଭାବ ପଛରେ ମୁଷ୍ଟିମେୟ ଗୋଷ୍ଠୀର ହାତ ରହିଛି ଏବଂ ଏହାଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ସେଭଳି କୌଣସି ପ୍ରଭାବ ପଡ଼ିବା ସମ୍ଭାବନା କ୍ଷୀଣ। ଏହା ରାଜନୈତିକ ପ୍ରତିହିଂସାର ଏକ ନିରର୍ଥ ପ୍ରତିଫଳନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାପଛରେ ବାଂଲାଦେଶର ସରକାର ଏବଂ ଅଧିକାଂଶ ଜନତାଙ୍କର ସମର୍ଥନ ନ ରହିବା ସ୍ୱାଭାବିକ। ଗୋଟିଏ ଅଞ୍ଚଳ ବା ଭୂଖଣ୍ଡର ଶକ୍ତିଶାଳୀ ରାଷ୍ଟ୍ରକୁ ତାହାର ଦୁର୍ବଳ ପଡ଼ୋଶୀମାନେ ସବୁ କଥାରେ ଦୋଷ ଦେବା ଏକ ରାଜନୈତିକ ବାସ୍ତବତା। ସ୍ୱଭାବତଃ ଶାଗ ଖିଆ ପେଜ ଖିଆକୁ ଦେଖି ପାରେ ନାହିଁ ଏବଂ ଏହି ‘ଅଦେଖା ପଣ’ ଏକ ମାନସିକ ପ୍ରକ୍ରିୟା। ତେଣୁ ବାଂଲାଦେଶ ଯଦି ପାକିସ୍ତାନ, ନେପାଳ ଓ ମାଳଦ୍ୱୀପ ପଥରେ ଯିବ, ତାହାର ପରିଣତି କ’ଣ ହେବ, ତାହାର ବର୍ଣ୍ଣନା ଅନାବଶ୍ୟକ। ଭାରତ ସରକାର ନିଜର ନିକଟ ପଡ଼ୋଶୀଙ୍କ ପାଇଁ ଏକ ସ୍ୱତନ୍ତ୍ର ନୀତି କାର୍ଯ୍ୟକାରୀ କରିଛନ୍ତି, ଯେଉଁଥିରେ ସେମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ଏହା ‘ନେବର ଫାଷ୍ଟ ପଲିସି’(ପଡ଼ୋଶୀ ପ୍ରଥମ) ନାମରେ ପରିଚିତ। ଏଥିରେ ବାଂଲାଦେଶ, ଭୁଟ୍ଟାନ, ନେପାଳ, ଶ୍ରୀଲଙ୍କା, ମାଳଦ୍ୱୀପ, ଆଫଗାନିସ୍ତାନ ଆଦି ଦେଶକୁ ଆର୍ଥିକ ସହାୟତା ସହିତ ବାଣିଜ୍ୟ କାରବାରରେ ଭାରତ ପ୍ରମୁଖତା ଦେଉଛି। କୋହଳ ବାଣିଜ୍ୟ ନୀତି ଅବଲମ୍ବନ କରି ସେସବୁ ଦେଶରୁ ବିଭିନ୍ନ ସାମଗ୍ରୀ ଆମଦାନୀ କରୁଛି ଏବଂ ସେଠାକାର ଘରୋଇ ବଜାରର ଚାହିଦା ଦେଖି ଭାରତ ନାନାବିଧ ସାମଗ୍ରୀ ପଠାଉଛି। ଗୋଟିଏ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ରଙ୍କ ସହିତ ସମ୍ପର୍କ ସ୍ଥାପନରେ ଯେଉଁ ମର୍ଯ୍ୟାଦା ଏବଂ ଶିଷ୍ଟାଚାର ରଖାଯିବା କଥା ଭାରତ ତାହାକୁ ଭୁଲିନାହିଁ। ସମ୍ପୃକ୍ତ ରାଷ୍ଟ୍ରଙ୍କ ସହ ଅଗ୍ରାଧିକାରଭିତ୍ତିକ ବାଣିଜ୍ୟ ଚୁକ୍ତି ସମ୍ପାଦିତ ହୋଇ ତାହାର ସର୍ତ୍ତ ଅନୁସାରେ କାମ କରାଯାଉଛି। ଭାରତ ପଡ଼ୋଶୀ ରାଷ୍ଟ୍ରଙ୍କ ବଜାର, ଅର୍ଥନୀତି, ରାଜନୀତି ଓ ସାମାଜିକ କ୍ରିୟାକଳାପକୁ ନିୟନ୍ତ୍ରଣ କରୁନାହିଁ କିମ୍ବା ସେସବୁ ଦେଶରେ ନିଜର ସାମଗ୍ରୀ ଗଦା କରି ଅଧସ୍ତନ ରାଷ୍ଟ୍ରଭାବେ ସେମାନଙ୍କୁ ରଖିନି। ଏହାସତ୍ତ୍ବେ କିଏ ଯଦି ଭାରତର ପ୍ରଭାବ ଓ ପ୍ରତିଷ୍ଠାରେ ଈର୍ଷାନ୍ୱିତ ହୋଇ କୁତ୍ସାରଟନା କରିବ, ତାହା ସେମାନଙ୍କର ସମସ୍ୟା ଓ ହୀନମନ୍ୟତା। ଭାରତ କୌଣସି ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ରାଜନୀତିରେ ହସ୍ତକ୍ଷେପ କରେ ନାହିଁ। ଶ୍ରୀଲଙ୍କା ଓ ମାଳଦ୍ୱୀପ ତାହାର ସଦ୍ୟ ଉଦାହରଣ। ସର୍ବୋପରି ବାଂଲାଦେଶକୁ ଏକ ନୂତନ ରାଷ୍ଟ୍ର ଭାବେ ଜନ୍ମନେବାର ଶ୍ରେୟ ଭାରତକୁ ଦିଆଯାଉଥିଲେ ମଧ୍ୟ ଗୋଟିଏ ଅଧିକ ସମ୍ପନ୍ନ ଓ ବୃହତ୍‌‌ ପ୍ରତିବେଶୀ ରାଷ୍ଟ୍ରଭାବେ ଭାରତ ନିଜର ବଡ଼ଭାଇ ପଣ ବାଂଲାଦେଶ ଉପରେ କେବେ ହେଲେ ଲଦି ଦେଇନାହିଁ।

ବାଂଲାଦେଶରେ ଏବେ ଯେଉଁ ଭାରତ ବିରୋଧୀ ଅଭିଯାନ ଚାଲିଛି, ତାହାର ନେତୃତ୍ୱ ନେଉଛନ୍ତି ପ୍ୟାରିସ୍‌‌ରେ ରହୁଥିବା ଜଣେ ବାଂଲାଦେଶୀ ଡାକ୍ତର ପିନାକୀ ଭଟ୍ଟାଚାର୍ଯ୍ୟ। ସେ ହସିନାଙ୍କର ଜଣେ ତୀବ୍ର ସମାଲୋଚକ ଏବଂ ଏବେ ସ୍ୱେଚ୍ଛାକୃତ ନିର୍ବାସନରେ ବିଦେଶରେ ରହୁଛନ୍ତି। ତାଙ୍କୁ ଆଉ କେତେକ ବିଦେଶରେ ଥିବା ବାଂଲାଦେଶୀ ପ୍ରଭାବଶାଳୀ ଲୋକ ସମର୍ଥନ କରୁଛନ୍ତି। ତେବେ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କର ମତ ହେଲା ବାଂଲାଦେଶରେ ଏଭଳି ଭାରତ ବିରୋଧୀ ପ୍ରଚାରର ବିଶେଷକିଛି ପ୍ରଭାବ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପଡ଼ିବ ନାହିଁ। ବାଂଲାଦେଶରେ ସ୍ଥିର ସରକାର ରହୁ, ଭାରତ ଏହା ଚାହେଁ ଏବଂ ସେଠି ଯିଏ କ୍ଷମତାକୁ ଆସିବ, ତା’ ସହିତ ଭଲ ସମ୍ପର୍କ ରଖିବାକୁ ବାଧ୍ୟ। ବାଂଲାଦେଶ ଦକ୍ଷିଣ-ଏସିଆର ଏକ ଗରିବ ଦେଶ। ପେଟ୍ରୋଲିୟମ, ବସ୍ତ୍ର, କୋଇଲା, ଖାଦ୍ୟଶସ୍ୟ, ମସଲା, ଅନ୍ୟାନ୍ୟ ସାମଗ୍ରୀ, ବୈଦ୍ୟୁତିକ ଯନ୍ତ୍ରପାତି, ମେସିନାରୀଠାରୁ ଆରମ୍ଭ କରି ସିମେଣ୍ଟ, ଲୁହା ଆଦି ସବୁ ଜିନିଷ ଏହା ଭାରତରୁ ଦ୍ୱିପାକ୍ଷିକ ଅଗ୍ରାଧିକାର ଭିତ୍ତିକ ଚୁକ୍ତିରେ ଶସ୍ତାରେ ଆମଦାନୀ କରେ। ଦୁଇଦେଶ ମଧ୍ୟରେ ଧାର୍ମିକ ଭିନ୍ନତା ସତ୍ତ୍ବେ ଏକ ନିବିଡ଼ ସାଂସ୍କୃତିକ ସମ୍ପର୍କ ରହିଆସିଛି। ସେହି ସମ୍ପର୍କର ଦୃଢ଼ତା ଧର୍ମ ଓ ରାଷ୍ଟ୍ରଠାରୁ ଅଧିକ ପ୍ରଭାବଶାଳୀ। ଅନ୍ୟପକ୍ଷରେ ବାଂଲାଦେଶରେ ଚୀନ୍‌‌ ପଶି ସେଠାରେ ଋଣ ଯୋଗାଣ ଓ ଅନ୍ୟାନ୍ୟ କାର୍ଯ୍ୟରେ ସହାୟତା ଦେବାକୁ ବାରମ୍ବାର ଉଦ୍ୟମ କରୁଛି। ତେବେ ଶେଖ ହସିନା ଏଥିପାଇଁ ଚୀନ୍‌‌କୁ ପୂର୍ଣ୍ଣ ଅନୁମତି ଓ ସୁଯୋଗ ଦେଉ ନାହାନ୍ତି। ତାଙ୍କର ଭୟ ଚୀନ୍‌‌ ଋଣଯନ୍ତାରେ ଫସିଲେ ବାଂଲାଦେଶ ସର୍ବସ୍ୱାନ୍ତ ହୋଇଯିବ। ଶ୍ରୀଲଙ୍କା ଘଟଣା ପରେ ସେ ଭାରତ ପ୍ରତି ଅଧିକ ଢଳିଛନ୍ତି।
ଆପଣାର ବିଫଳତା ପାଇଁ ପରକୁ ନିନ୍ଦିବା ହତାଶାର ଚରମ ନିଦର୍ଶନ। ବାଂଲାଦେଶରେ ଏବେ ଯେଉଁ ଭାରତ ବିରୋଧୀ ସ୍ୱର ଉଠୁଛି, ତାହା ବେଶୀଦିନ ରହିବ ନାହିଁ ବୋଲି ଆମେ ଆଶା କରୁ। ସେ ଦେଶର ଅଧିକାଂଶ ଲୋକ ଏହି ଶସ୍ତା ରାଜନୈତିକ ଆହ୍ୱାନର ଉଦ୍ଦେଶ୍ୟ ବୁଝିଛନ୍ତି। ସେମାନେ ଭଲ ଭାବେ ଜାଣିଛନ୍ତି ଯେ ଭାରତ ସହିତ ସୁସମ୍ପର୍କ ବୃଦ୍ଧି ବାଂଲାଦେଶରେ ବିକାଶର ରାସ୍ତା ସୁଗମ କରିବ। ଭାରତବର୍ଷକୁ ବାଂଲାଦେଶ ବାର୍ଷିକ ପ୍ରାୟ ୧୫ ବିଲିୟନ ଡଲାର ମୂଲ୍ୟର ବିଭିନ୍ନ ସାମଗ୍ରୀ ରପ୍ତାନି କରେ। ଅପରପକ୍ଷରେ ବାଂଲାଦେଶ ଭାରତକୁ ପ୍ରାୟ ବାର୍ଷିକ ୨ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥାଏ। ସେଥିମଧ୍ୟରେ ସବୁଠୁ ଅଧିକ ପ୍ରାକୃତିକ ଗ୍ୟାସ, ମାଛ, ଝୋଟ, ପନିପରିବା ଓ ଫଳ ରହିଛି। ଏବେ ବାଂଲାଦେଶରେ ଚାଉଳ ସଙ୍କଟ ଦେଖାଦେଇଛି। ଭାରତ ସେଠାକାର ଖାଦ୍ୟାଭାବ ଦୂର କରିବାକୁ ଚାଉଳ ଓ ଗହମ ସୁଲଭ ମୂଲ୍ୟରେ ପଠାଉଛି।

ଏଭଳି ରାଜନୈତିକ ଆହ୍ୱାନ ଓ କାଦୁଅ ଫିଙ୍ଗା ଘଟଣା ମଝିରେ ମଝିରେ ଉଠେ, ଯାହାର ଭିତ୍ତି ଅତ୍ୟନ୍ତ ଦୁର୍ବଳ। ବାଂଲାଦେଶରେ ଏବେ ଯେଉଁ ଭାରତ ବିରୋଧୀ ସ୍ୱର କାଁ ଭାଁ କେଉଁଠି ଶୁଭୁଛି, ତାହା ସାମୟିକ ଏବଂ ସମୟକ୍ରମେ ସ୍ୱାଭାବିକ ହୋଇଯିବ। ଶେଖ ହସିନା ସହିତ ଭାରତ ସରକାରଙ୍କର ଯେଉଁ ସମନ୍ୱୟ ଓ ସଦ୍‌‌ଭାବ ରହିଛି, ତାହା ବିଶେଷ ଉଲ୍ଲେଖଯୋଗ୍ୟ। ଏହା ଉଭୟ ଦ୍ୱିପାକ୍ଷିକ, ଆନ୍ତର୍ଜାତିକ ରାଜନୀତି ପାଇଁ ମଧ୍ୟ ଶୁଭଙ୍କର।

03 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର