ଧନ ହୀନ ଓ ଆଚରଣ ହୀନ

The Sakala Picture
Published On

ନିଦ୍ରା ଓ ଆଳସ୍ୟ ଉପରେ ବିଜୟ ହାସଲ କରିବା ପାଇଁ ଅଧିକ ଶୋଇବାର ଆବଶ୍ୟକତା ନାହିଁ। ଆପଣ ଯଦି କାହାକୁ କହିବେ ଯେ ଆପଣଙ୍କୁ ସବୁବେଳେ ନିଦମାଡୁଛି ତେବେ ଅଧିକାଂଶ କ୍ଷେତ୍ରରେ ସେ ହୁଏତ ଆପଣଙ୍କୁ ଉପଦେଶ ଦେବ ଯେ ଆପଣଙ୍କର ନିଦ କମ୍‌‌ ହେଉଛି, ତେଣୁ ସବୁବେଳେ ନିଦୁଆ ନିଦୁଆ ଲାଗୁଛି। ପ୍ରତିକାର ହେଲା ବେଶୀ ସମୟ ଶୋଇ ଦେଖନ୍ତୁ, ଦେଖିବେ ନିଦ୍ରାଳୁ ଭାବ କଟିଯିବ। ଆପଣ ତାଙ୍କ କଥା ମାନି ବେଳରେ ଅବେଳରେ ଶୋଇପଡନ୍ତୁ। […]

ନିଦ୍ରା ଓ ଆଳସ୍ୟ ଉପରେ ବିଜୟ ହାସଲ କରିବା ପାଇଁ ଅଧିକ ଶୋଇବାର ଆବଶ୍ୟକତା ନାହିଁ। ଆପଣ ଯଦି କାହାକୁ କହିବେ ଯେ ଆପଣଙ୍କୁ ସବୁବେଳେ ନିଦମାଡୁଛି ତେବେ ଅଧିକାଂଶ କ୍ଷେତ୍ରରେ ସେ ହୁଏତ ଆପଣଙ୍କୁ ଉପଦେଶ ଦେବ ଯେ ଆପଣଙ୍କର ନିଦ କମ୍‌‌ ହେଉଛି, ତେଣୁ ସବୁବେଳେ ନିଦୁଆ ନିଦୁଆ ଲାଗୁଛି। ପ୍ରତିକାର ହେଲା ବେଶୀ ସମୟ ଶୋଇ ଦେଖନ୍ତୁ, ଦେଖିବେ ନିଦ୍ରାଳୁ ଭାବ କଟିଯିବ। ଆପଣ ତାଙ୍କ କଥା ମାନି ବେଳରେ ଅବେଳରେ ଶୋଇପଡନ୍ତୁ। ହୁଏତ ଆପଣ ବେଶୀ ସ୍ୱପ୍ନ ଦେଖିପାରନ୍ତି, କିନ୍ତୁ ନିଦ୍ରାଳୁ ଭାବ ଯେପରି ଥିଲା ସେହିପରି ରହିବ। ଆମ ଶାସ୍ତ୍ରରେ ଅଛି ଅଧିକ ସ୍ୱପ୍ନ ଦେଖିଲେ ଅର୍ଥାତ ଅଧିକ ସମୟ ଧରି ସୁଖ ନିଦ୍ରା ଗଲେ ନିଦ୍ରା ଉପରେ ବିଜୟ ଆସିବ ନାହିଁ। ଏ ବିଷୟରେ ଆମ ଶାସ୍ତ୍ରରେ ଥିବା ଶ୍ଳୋକ କହେ ସ୍ୱପ୍ନ ଦ୍ୱାରା ନିଦ୍ରାକୁ ବିଜୟ କରିବା ସମ୍ଭବ ନୁହେଁ। ଏହାର ଗୂଢ଼ ଅର୍ଥ ହେଲା ଯେକୌଣସି ସମସ୍ୟାର ସମାଧାନ ପାଇଁ ବା ତା’ର ପ୍ରତିକାର ପାଇଁ ସମସ୍ୟାର ସମ୍ମୁଖୀନ ହୁଅନ୍ତୁ, ନିଷ୍କର୍ମା ହୋଇ ରହନ୍ତୁ ନାହିଁ। ସମସ୍ୟାକୁ ଆଖି ବୁଜିଦେଲେ ତା’ର ଆପେ ଆପେ ସମାଧାନ ହୋଇଯାଏ ନାହିଁ।

ଅଧିକ ଜାଳେଣୀ ଦେଇ ଅନଳକୁ ଜୟ କରିହେବ ନାହିଁ। ଜାଳେଣୀ କାଠ ହେଉ, କୋଇଲା ହେଉ ବା ଗ୍ୟାସ୍‌‌ ହେଉ ତାକୁ ନିଆଁଠାରୁ ଅଲଗା କଲେ ଯାଇ ନିଆଁ ଲିଭିବ। ଯଦି କେହି ସୁରାପାନ ଆରମ୍ଭ କରିଥାଏ ତେବେ ଆମ୍ଭମାନଙ୍କ ମଧ୍ୟରେ ଏପରି ଉପଦେଷ୍ଟା ମଧ୍ୟ ଅଛନ୍ତି ଯେଉଁମାନେ କହନ୍ତି ତାକୁ ପିଇବାକୁ ଛାଡ଼ିଦିଅ। ମନ ଖୁସିରେ ପିଇଯାଉ। ତା’ପରେ ଆପେ ଆପେ ତା’ର ମନ ଛାଡ଼ିଯିବ। ଏମାନଙ୍କ ମତରେ ଆରମ୍ଭରୁ କାହାକୁ ମନା କଲେ ବା ଦଣ୍ଡ ଦେଲେ ସେ ଅଭ୍ୟାସ ବଢ଼଼ିବ ପଛେ କମିବ ନାହିଁ। ଏଭଳି ଉପଦେଶର ଫଳ ସବୁବେଳେ ଓଲଟା ହୋଇଥାଏ। ବେଶୀରୁ ବେଶୀ ମଦ ପିଇଲେ କେହି ମଦ୍ୟପାନ ଛାଡ଼ିଦିଏ ନାହିଁ ବରଂ ସେ ପାନର ମାତ୍ରା ବୃଦ୍ଧି କରିଥାଏ ଏବଂ ଅତ୍ୟଧିକ ପାନ କରି ରାସ୍ତାକଡ଼ର ନର୍ଦ୍ଦମାରେ ଯାଇ ପଡ଼େ। ସେତେବେଳେ ତା’ଠାରୁ ସୁରା ବା ଅନ୍ୟ ନିଶାକୁ ଅଲଗା କରି ହେବନାହିଁ। କୌଣସି ବଦଭ୍ୟାସକୁ ପ୍ରଶ୍ରୟ ଦେଲେ ତାକୁ ଛାଡ଼ିହେବ ନାହିଁ। କଣ୍ଟାରେ କଣ୍ଟା କାଢ଼ିବ ଏ ନିୟମ ଏଠାରେ ଲାଗୁ କରିବା ବିପଜ୍ଜନକ ଓ ମୂର୍ଖାମି।

ଆମ ଶାସ୍ତ୍ରରେ ଅଛି ପ୍ରଶାନ୍ତଚିତ୍ତରେ ହିଁ କ୍ରୋଧକୁ ଜୟ କରିବ। କିଏ ତୁମ ଉପରେ ଅକାରଣେ କ୍ରୋଧ କଲେ ମଧ୍ୟ ତାକୁ କ୍ରୋଧରେ ଜୟ କରି ହେବନାହିଁ। କୌଣସି ଖଳ ଲୋକକୁ ସଜାଡ଼ିବା ପାଇଁ ଆମେ ଅଧିକ ଖଳ ହୋଇନଥାଉ। ସାଧୁତା ଯୋଗେ ହିଁ ଖଳ ଉପରେ ବିଜୟ ହାସଲ କରାଯାଇଥାଏ। ମିଛରେ ମିଛକୁ ଜିଣିହେବ ନାହିଁ। ମିଛକୁ ସତରେ ଜିଣା ଯାଇଥାଏ। ଜଣେ ଲୋଭୀ କୃପଣ ଲୋକକୁ ବାଟକୁ ଆଣିବାକୁ ହେଲେ ନିଜେ କୃପଣ ବା ଲୋଭୀ ହେଲେ ଚଳିବ ନାହିଁ। ଶାସ୍ତ୍ରରେ ଅଛି ଦାନୀପଣିଆରେ ଲୋଭୀ ଜନକୁ ବଶ କରିହେବ। ସନ୍ନ୍ୟାସୀଙ୍କର ବଳ ହେଉଛି ଧୈର୍ଯ୍ୟ। ତପସ୍ୱୀର ଶକ୍ତି ହେଉଛି ତପସ୍ୟା। ବେଦ ହେଉଛି ବ୍ରାହ୍ମଣଙ୍କର ବଳ। ଅସାଧୁ ଲୋକଙ୍କର ବଳ ହେଉଛି ହିଂସା ଓ ମିଥ୍ୟା ଆଚରଣ। ଗୁଣବାନ ଲୋକଙ୍କର ବଳ ହେଉଛି ସତ୍ୟ ଓ କ୍ଷମାରେ।

ଆମ ଶାସ୍ତ୍ରରେ ଅଛି ଅତି ଅଭିମାନ ଓ ଗର୍ବ, କଠୋର ବଚନ, ତ୍ୟାଗ ଭାବର ଅଭାବ, ଅନାବଶ୍ୟକ କୋପ ଓ କ୍ରୋଧ, ସ୍ୱାର୍ଥପରତା, ମିତ୍ର ସଙ୍ଗେ ଶତ୍ରୁତା ଅର୍ଥାତ୍‌‌ ମିତ୍ର ଦ୍ରୋହ, ପ୍ରବଞ୍ଚନା ଓ ଶଠତା, ଜୀବକୁ ଶବରେ ପରିଣତ କରିଦିଏ। ଅର୍ଥାତ୍‌‌ ସେଭଳି ଜୀବ ଧ୍ୱଂସ ପଥରେ ଆଗେଇ ଚାଲେ। ଏ ଛଅଟି ଦୁର୍ଗୁଣ ଖଣ୍ଡାଧାର ଭଳି ମାନବ ଜୀବନକୁ ଅବକ୍ଷୟ ଓ ମୃତ୍ୟୁମାର୍ଗରେ ନେଇଚାଲେ। ଶାସ୍ତ୍ରରେ ଅଛି ଧନ ଆପଣା ଇଚ୍ଛାରେ ଆସେ ଓ ଯାଏ। ଯିଏ ଧନହୀନ ସେ ନୀଚ ନୁହେଁ, ସତ୍‌‌ ଆଚରଣ ହୀନ ହିଁ ନୀଚ ଓ ପ୍ରତିଦିନ ମଲା ଭଳି ଜିଏଁ।

ଡ. ଅଜିତ କୁମାର ତ୍ରିପାଠୀ
ଭୁବନେଶ୍ୱର, ମୋ:୯୯୩୭୮୪୪୩୪୭

08 Apr 2023 By The Sakala

https://www.thesakala.in/sakala-editorial/sakala-article-8th-april-2023-3/article-20551
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର