ଡିଜିଟାଲ ନିଶାକ୍ରାନ୍ତ ଶିଶୁ

The Sakala Picture
Published On

ଆଜିକାଲି ଅନେକ ପିଲା ପ୍ରାୟତଃ ଆଉ ପୂର୍ବ ପରି ସାଙ୍ଗସାଥୀ ବା ସାମାଜିକ ସମ୍ପର୍କ ସହ ଯୋଡ଼ି ହୋଇପାରୁ ନାହାନ୍ତି। ଏହାର ବଡ଼ କାରଣ ହେଉଛି ସେମାନଙ୍କ ହାତରେ ଘଣ୍ଟା ଘଣ୍ଟା ଧରି ଅତ୍ୟାଧୁନିକ ମୋବାଇଲ ଫୋନ। ଏହି ଡିଜିଟାଲ ନିଶା ସେମାନଙ୍କୁ ସମ୍ପର୍କର ସାମାଜିକତା ଶିକ୍ଷା ଦେଉ ନାହିଁ। ସାଇବର ଅପରାଧ ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟ ପିଲାମାନଙ୍କ ଦ୍ୱାରା ବହୁଳ ବ୍ୟବହୃତ ଆପ୍‌‌କୁ ନିୟନ୍ତ୍ରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ୨୦୨୩ରେ ଏକ ଅଭାବନୀୟ […]

ଆଜିକାଲି ଅନେକ ପିଲା ପ୍ରାୟତଃ ଆଉ ପୂର୍ବ ପରି ସାଙ୍ଗସାଥୀ ବା ସାମାଜିକ ସମ୍ପର୍କ ସହ ଯୋଡ଼ି ହୋଇପାରୁ ନାହାନ୍ତି। ଏହାର ବଡ଼ କାରଣ ହେଉଛି ସେମାନଙ୍କ ହାତରେ ଘଣ୍ଟା ଘଣ୍ଟା ଧରି ଅତ୍ୟାଧୁନିକ ମୋବାଇଲ ଫୋନ। ଏହି ଡିଜିଟାଲ ନିଶା ସେମାନଙ୍କୁ ସମ୍ପର୍କର ସାମାଜିକତା ଶିକ୍ଷା ଦେଉ ନାହିଁ। ସାଇବର ଅପରାଧ ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟ ପିଲାମାନଙ୍କ ଦ୍ୱାରା ବହୁଳ ବ୍ୟବହୃତ ଆପ୍‌‌କୁ ନିୟନ୍ତ୍ରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ୨୦୨୩ରେ ଏକ ଅଭାବନୀୟ ଘଟଣା ଥିଲା ଭୁବନେଶ୍ୱର ସନ୍ନିକଟ ଏକ ଗ୍ରାମରେ। ବାପାମା’ ମୋବାଇଲ ଫୋନ ଦେଖିବାରେ ଆକଟ କରିବାରୁ ପିଲାଟି ମନସ୍ତାପ ଓ ଅପମାନିତ ବୋଧ କରି ଆତ୍ମହତ୍ୟା କରିଦେଲା। ମାତ୍ର ଏଗାର ବର୍ଷ ବୟସର ଏକମାତ୍ର ପୁତ୍ରର ଏପରି ଦୁଃଖଦ ମୃତ୍ୟୁକୁ ସହ୍ୟ ନ କରିପାରି ପିତାଟି ତତ୍‌‌କ୍ଷଣାତ ଆତ୍ମହତ୍ୟାର ରାସ୍ତା ବାଛିନେଲେ। ଏକ ପରିବାରର ଦୁଇ ଦୁଇଟି ପୁରୁଷର ବଂଶ ଏକାଥରେ ନଷ୍ଟ ହୋଇଗଲା। ଥରେ ଭାବିଦେଖନ୍ତୁ ତ, ଏହି ପରିବାର ଉପରେ କେଉଁପରି ଭୟଙ୍କର ଦୁଃଖ ଓ ଯନ୍ତ୍ରଣାର କଳାବାଦଲ ଘୋଟି ଆସିଲା ମାତ୍ର ଏକ ମୋବାଇଲ ଫୋନର ଘଟଣାକୁ ନେଇ।

ଆହୁରି ପଢ଼ନ୍ତୁ: ୨୦୨୮ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଭାରତୀୟ ଦଳର ଲକ୍ଷ୍ୟ: ରଗବୀ ୟୁନିୟନ ଅଧ୍ୟକ୍ଷ ରାହୁଲ ବୋଷ

ଇଂରାଜୀରେ ଏକ ଶବ୍ଦ ହେଉଛି ‘ଫବିଙ୍ଗ୍‌‌’। କଲିନ୍ସ ଡିକ୍ସନାରିରେ ଏହି ଶବ୍ଦର ଅର୍ଥ ହେଉଛି ଅନ୍ୟମାନଙ୍କ କଥାକୁ ଖାତିର ନକରି ଫୋନ୍‌‌ ବା କୌଣସି ଗ୍ୟାଜେଟରେ ମଜ୍ଜି ରହିବା। ଆମ୍ଭମାନଙ୍କ ମଧ୍ୟରୁ ଅନେକ ଏବେ ଯେମିତି ‘ଫବିଙ୍ଗ୍‌‌’ର ଶିକାର ହୋଇଯାଇଛନ୍ତି। ଆଜିର ଡିଜିଟାଲ ଯୁଗରେ ଅଧିକାଂଶ ଲୋକ ସେମାନଙ୍କ ସାମାଜିକ ସମ୍ପର୍କକୁ କମ୍‌‌ ଗୁରୁତ୍ୱ ଦେଇ ବିଭିନ୍ନ ଗ୍ୟାଜେଟ୍‌‌ରେ ବ୍ୟସ୍ତ। ତେବେ ମନବିଜ୍ଞାନର ତଥ୍ୟ ଅନୁଯାୟୀ, ପିଲାମାନଙ୍କ ମଧ୍ୟରେ ବଢ଼଼ୁଥିବା ଡିଜିଟାଲ ନିଶା ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଖରାପ କରିବାର ଆଶଙ୍କା ରହିଛି।

ନିକଟରେ କେତେକ ଆନ୍ତର୍ଜାତିକ ସ୍ତରର ସ୍ୱାସ୍ଥ୍ୟ ପତ୍ରିକାରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ କୌଣସି ନିର୍ଦ୍ଦିଷ୍ଟ ବସ୍ତୁରେ ମଣିଷ ଯେତେବେଳେ ଅଧିକ ସମୟ ବ୍ୟସ୍ତ ରହେ, ତା’ର ମସ୍ତିଷ୍କ ଅନ୍ୟଙ୍କୁ ଅବଜ୍ଞା ବା ଅବହେଳା କରିଥାଏ। ସେହିଭଳି ବ୍ୟକ୍ତି ଯଦି ତାଙ୍କ ଇଲେକ୍‌‌ଟ୍ରୋନିକ୍‌‌ ଗ୍ୟାଜେଟ୍‌‌ରେ ଲଗାତାର ଭାବେ ନିମଜ୍ଜିତ ରହିଥାଏ ସେତେବେଳେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡ଼ିକୁ ସେ ଧ୍ୟାନ ଦିଏ ନାହିଁ। ଏହାଦ୍ୱାରା କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦେବା, ଅନ୍ୟମାନଙ୍କ ସହ ଆଲୋଚନା କରିବା ଏବଂ ନିଷ୍ପତ୍ତି ନେବା କ୍ଷେତ୍ରରେ ସେ ବିଫଳ ହୁଏ। ସେହିପରି ଅନ୍ୟ ଏକ ସନ୍ଦର୍ଭ ଅନୁଯାୟୀ ଇଲେକ୍‌‌ଟ୍ରୋନିକ୍‌‌ ଗ୍ୟାଜେଟ୍‌‌ରେ ବିଶେଷକରି ପିଲାମାନେ ଦୀର୍ଘ ସମୟ ଧରି ବ୍ୟସ୍ତ ରହିବା ଦ୍ୱାରା ସେମାନେ ଅମନଯୋଗୀ ହେବା ସହିତ ଧୀରେ ଧୀରେ ଏକ ପ୍ରକାର ସାମାଜିକ ସ୍ଥିତି ଓ ଭାରସାମ୍ୟତାର ଚିନ୍ତନରୁ ବାହାରିଯିବା ପରି ପ୍ରତୀୟମାନ ହୁଅନ୍ତି।

ସମ୍ପ୍ରତି ସୂଚନା ପ୍ରଯୁକ୍ତିର କ୍ରାନ୍ତି ଯେଉଁପରି ସ୍ଥିତିରେ ଆମ ସମସ୍ତଙ୍କୁ ପହଞ୍ଚାଇଛି, ସେଥିରେ ପୁସ୍ତକ, ଖବରକାଗଜ, ପତ୍ରପତ୍ରିକା ତୁଳନାରେ ଇଣ୍ଟରନେଟ୍‌‌ ଅଧିକ ସହଯୋଗୀ ଓ ସୁଲଭ ହୋଇପାରୁଛି। ଏଗୁଡ଼ିକ ସବୁ ହାତପାଆନ୍ତାରେ ମୋବାଇଲ ଫୋନ୍‌‌ରେ ଉପଲବ୍ଧ ହୋଇପାରୁଛି। ଏହାଦ୍ୱାରା ବ୍ୟକ୍ତିର ମାନସିକ କ୍ଷେତ୍ର ଯେଉଁପରି କର୍ମବ୍ୟସ୍ତ ରହି ଶାରୀରିକ ସନ୍ତୁଳନକୁ ରକ୍ଷା କରିଥାଏ ତାହା ବିଫଳ ହେଉଛି। ସହଜେ ବର୍ତ୍ତମାନ ଲୋକେ ଶ୍ରମକାତର ହେବାରେ ଲାଗିଛନ୍ତି। ପାଠପଢ଼଼ିବା ସହିତ ପିଲାମାନଙ୍କର କ୍ରୀଡ଼ା କସରତ୍‌‌, ବ୍ୟାୟାମର ନିହାତି ଆବଶ୍ୟକତା ରହିଛି। ଯାହାପାଇଁ ପିଲାମାନଙ୍କ ପାଠ୍ୟକ୍ରମରେ ସପ୍ତାହର ଏକ ନିର୍ଦ୍ଦିଷ୍ଟ ଦିନରେ ପିଇଟି ବା ଶାରୀରିକ କ୍ରୀଡ଼ାର ସୂଚିତ ହୋଇଥିବା ଦିନଟିଏ ରହିଛି। କିନ୍ତୁ ଆଜିର କର୍ମବ୍ୟସ୍ତ ବାହାନାରେ ପିଲାମାନଙ୍କର ଏହି ଦିଗକୁ ବିଶେଷକରି କେତେକ ଅଭିଭାବକ ଅଣଦେଖା କରୁଛନ୍ତି। ଯାହାଦ୍ୱାରା ପିଲାମାନଙ୍କ ସୃଜନଶୀଳତା ସହିତ ଶାରୀରିକ ବିକାଶ ଏବଂ ସବୁଠାରୁ ବଡ଼ କୁହାଯାଉଥିବା ମନବିଜ୍ଞାନ କ୍ଷେତ୍ରର ମାନସିକ ଅଗ୍ରସରତା ସେମାନଙ୍କ ବୌଦ୍ଧିକତା ଦିଗକୁ ନେବା ପାଇଁ ପ୍ରତିବନ୍ଧକ ସାଜିଥାଏ।
ଏହି ଲେଖକ ଶିଶୁରୋଗ ଚିକିତ୍ସା କ୍ଷେତ୍ରରେ ସୁଦୀର୍ଘ ଅନୁଭୂତିରୁ ଜାଣିଛି କିଛି ବ୍ୟସ୍ତ ଅଭିଭାବକ ପ୍ରତିକ୍ରିୟାରେ ଜଣାଇଥା’ନ୍ତି ଯେ ସେମାନଙ୍କର ପିଲାମାନେ ଫୋନ୍‌‌, ଇଣ୍ଟରନେଟ୍‌‌ ଓ ଟାବଲେଟ୍‌‌ରେ ବ୍ୟସ୍ତ ରହୁଥିବା ଯୋଗୁଁଁ ସେମାନେ ନିଜର କେବଳ ପରିପାର୍ଶ୍ବିକ ଅବସ୍ଥିତି ନୁହେଁ, ଖାଦ୍ୟପେୟ ଓ ବିଶ୍ରାମକୁ ବି ଭୁଲିଯାଉଛନ୍ତି। ଯାହାକି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଗୁରୁତର ପ୍ରଭାବ ପକାଉଛି। ଏହା ନିଃସନ୍ଦେହ ଯେ, ପିଲାମାନେ ଅନେକ ଶାରୀରିକ ମାନସିକ ରୋଗକୁ ଖୁବ୍‌‌ କମ ବୟସରୁ ଆମନ୍ତ୍ରଣ କରିଥା’ନ୍ତି। ମେଦବହୁଳତାକୁ ବି ଏହାର ଏକ କାରଣ କୁହାଯାଇପାରେ। ଅଧିକାଂଶ ପିଲା ଖେଳକୁଦ ନକରି ଗୋଟିଏ ସ୍ଥାନରେ ବସି ରହି ଘଣ୍ଟା ଘଣ୍ଟା ଧରି ଭିଡିଓ ଗେମ୍‌‌ ଓ ଇଣ୍ଟରନେଟ୍‌‌ରେ ବ୍ୟସ୍ତ ରହୁଥିବାରୁ ଯେତିକି ପରିମାଣରେ ସେମାନଙ୍କ ଶାରୀରିକ ବିକାଶ ସମ୍ଭବ ହୋଇନଥାଏ ସେତିକି ପରିମାଣରେ ସେମାନଙ୍କ ମାନସିକ ଓ ବୌଦ୍ଧିକ କ୍ଷେତ୍ର ବାଧାପ୍ରାପ୍ତ ହୋଇଥାଏ। ପିଲାମାନେ ଭୁଲିଯାଇଥା’ନ୍ତି ମୋବାଇଲ ଓ ଲ୍ୟାପ୍‌‌ଟପ୍‌‌ରୁ ନିର୍ଗତ ହେଉଥିବା ବିକିରଣ ସେମାନଙ୍କ ସ୍ନାୟୁବିକ ସମସ୍ୟାକୁ ଆକ୍ରାନ୍ତ କରିଥାଏ।

ତେବେ ସବୁଠାରୁ ବଡ଼କଥା ହେଉଛି ‘ଡିଜିଟାଲ ଇଣ୍ଡିଆ’ ସ୍ୱପ୍ନରେ ସମ୍ପ୍ରତି ସବୁମହଲ ସ୍ୱାଭାବିକ ଭାବେ ବ୍ୟସ୍ତ। ତେବେ ପିଲାମାନଙ୍କର ଏହି ଡିଜିଟାଲ ନିଶା ସେମାନଙ୍କର ମାନସିକ ଓ ଶାରୀରିକ ସମସ୍ୟାକୁ ଯନ୍ତ୍ରଣା ଜର୍ଜରିତ କରିବା ପୂର୍ବରୁ ବିଶେଷକରି ପିତାମାତାମାନେ କୌଣସି କ୍ଷେତ୍ରରେ ସେମାନଙ୍କର ମାନସିକ ଅବସାଦ ବା ବିଷାଦ ବା ଚିନ୍ତନର ଭିନ୍ନତାକୁ ଲକ୍ଷ୍ୟ କଲେ ତୁରନ୍ତ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ।

ପ୍ରଫେସର ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତିରାୟ
(ଫକୀରମୋହନ ମେଡିକାଲ କଲେଜ, ବାଲେଶ୍ୱର)
E-mail : [email protected]

31 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp