ସଶକ୍ତ, ସମୃଦ୍ଧ ଓ ନବୀନ ଓଡ଼ିଶା

The Sakala Picture
Published On

ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟରେ ସଢ଼ୁଥିବା ଓଡ଼ିଶାକୁ ବିକଶିତ ଓଡ଼ିଶାରେ ପରିଣତ କରିବାର ସଂକଳ୍ପକୁ ସାର୍ଥକ କରିବା ପାଇଁ ରାତିଦିନ ସ୍ୱପ୍ନ ଦେଖୁଥିବା ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାର ଆଜି ଚତୁର୍ଥ ବର୍ଷ ପୂରଣ କରିବାକୁ ଯାଉଛି। ୨୦୦୦ ମସିହାରୁ ଓଡ଼ିଶାର ବିକାଶ ପାଇଁ ନବୀନ ବାବୁ ଯେଉଁ ପ୍ରତିଶ୍ରୁତିବଦ୍ଧତା ଏବଂ ପାରଦର୍ଶିତା ନେଇ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ୟା’ ଭିତରେ ଓଡ଼ିଶାର ରାଜନୈତିକ […]

ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟରେ ସଢ଼ୁଥିବା ଓଡ଼ିଶାକୁ ବିକଶିତ ଓଡ଼ିଶାରେ ପରିଣତ କରିବାର ସଂକଳ୍ପକୁ ସାର୍ଥକ କରିବା ପାଇଁ ରାତିଦିନ ସ୍ୱପ୍ନ ଦେଖୁଥିବା ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାର ଆଜି ଚତୁର୍ଥ ବର୍ଷ ପୂରଣ କରିବାକୁ ଯାଉଛି। ୨୦୦୦ ମସିହାରୁ ଓଡ଼ିଶାର ବିକାଶ ପାଇଁ ନବୀନ ବାବୁ ଯେଉଁ ପ୍ରତିଶ୍ରୁତିବଦ୍ଧତା ଏବଂ ପାରଦର୍ଶିତା ନେଇ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ୟା’ ଭିତରେ ଓଡ଼ିଶାର ରାଜନୈତିକ ସ୍ରୋତରେ ଅନେକ ପାଣି ବହିଛି, କିନ୍ତୁ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ସମର୍ପିତ ଭାବରେ ସେବା କରିବାର କୌଣସି ବି ସୁଯୋଗକୁ ହାତଛଡ଼ା କରିନାହାନ୍ତି ସେ। ନବୀନ ବାବୁ ଜଣେ ସରଳ, ସ୍ୱଚ୍ଛ, ସମୟାନୁବର୍ତ୍ତୀ, ସଫଳ ଏବଂ ସ୍ୱପ୍ନଦର୍ଶୀ ରାଜନେତା – ଏହା ଜନମାନସରେ ପ୍ରମାଣିତ ହୋଇସାରିଛି। ଆଜି ଭାରତୀୟ ରାଜନୀତିରେ ସମସ୍ତ ରାଜନୈତିକ ଦଳଙ୍କ ସହ ସୁସମ୍ପର୍କ ରଖି ପାରୁଥିବା ଅନନ୍ୟ ରାଜନୀତିଜ୍ଞ ଭାବରେ ସେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି।

୨୦୦୦ ମସିହା ପରେ ବ୍ୟାପକ ଆର୍ଥିକ ସଂସ୍କାର ଏବଂ ସରକାରରେ ସ୍ୱଚ୍ଛତା ଆଣିବା ସହିତ ରାଜ୍ୟ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ହେବା ଫଳରେ ଏହା ଆଜି୧୫ ଗୁଣ ବୃଦ୍ଧି ପାଇ ପାରିଛି, ଯାହା ଜାତୀୟ ଅଭିବୃଦ୍ଧି ହାରଠାରୁ ଅଧିକ। ରାଜ୍ୟରେ ଖଣିଜ ସମ୍ପଦର ସଦୁପଯୋଗ ଏବଂ ମୂଲ୍ୟଯୁକ୍ତ କରିବା ପାଇଁ ଏହି ସମୟରେ ପଦକ୍ଷେପ ନେବା ସହିତ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ‘ସିଙ୍ଗଲ ୱିଣ୍ଡୋ’ ବ୍ୟବସ୍ଥା ପ୍ରଚଳନ କରିବା ଫଳରେ ଓଡ଼ିଶା ଆଜି ଶିଳ୍ପ ଓ ଅର୍ଥନୀତି କ୍ଷେତ୍ରରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରି ପାରିଛି। ନିକଟରେ ‘କନଫେଡେରେସନ୍‌‌ ଅଫ୍‌‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ରିସର୍ଚ୍ଚ ଆଣ୍ଡ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି’ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଓଡ଼ିଶା ଏକବର୍ଷ ମଧ୍ୟରେ ୨୦ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ପାଇ ସମଗ୍ର ଭାରତବର୍ଷରେ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛି। ପୁଞ୍ଜି ନିବେଶ କ୍ଷେତ୍ରରେ ଜାତୀୟ ହାର ୨୨ ପ୍ରତିଶତ ଥିବା ବେଳେ ଓଡ଼ିଶାର ହାର ୪୫ ପ୍ରତିଶତରୁ ଊର୍ଦ୍ଧ୍ବ। ଏହି ସଫଳତାର ଶ୍ରେୟ ନିଶ୍ଚିତ ଭାବରେ ଓଡ଼ିଶା ସରକାରଙ୍କ ସୁସ୍ଥ ଶିଳ୍ପନୀତି, ସଫଳ ନିବେଶ ଯୋଜନା, ସ୍ଥାୟୀ ଏବଂ ସ୍ଥିର ସରକାରଙ୍କ ଭୂମିକାକୁ ଯିବ। ଓଡ଼ିଶା ସରକାର ଶିଳ୍ପ ପ୍ରତିଷ୍ଠାକୁ ସଫଳ କରିବା ପାଇଁ ‘ଶିଳ୍ପନୀତି ସଂକଳ୍ପ-୨୦୨୨’ ଏବଂ ‘ଓଡ଼ିଶା ପୋଷାକ ଏବଂ ବୈଷୟିକ ବୟନ ଶିଳ୍ପନୀତି-୨୦୨୨’ ଆଣିଛନ୍ତି। ଏହାଫଳରେ ଆଗାମୀ ଦିନରେ ୧୧ ଲକ୍ଷ ବେକାର ନିଯୁକ୍ତି ପାଇପାରିବେ। ଶିଳ୍ପ ବିକାଶ ପାଇଁ ଗୁରୁତ୍ୱ ଦେବା ଭଳି ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାର ବେକାର ଯୁବକଯୁବତୀମାନେ ମଧ୍ୟ ଅଗ୍ରାଧିକାର ପାଇବେ। ସେଥିପାଇଁ ରାଜ୍ୟ ସରକାର ଯତ୍ନବାନ ହେବା ସହିତ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ ପଦେକ୍ଷେପ ନେଉଛନ୍ତି। ଦ୍ରୁତ ଶିଳ୍ପାୟନ, ଶିକ୍ଷା, କ୍ରୀଡ଼ା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ଜଳସେଚନ, ପାନୀୟ ଜଳ, ମହିଳା ସଶକ୍ତୀକରଣ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ‘ନବୀନ ଓଡ଼ିଶା’ ଗଠନର ସଂକଳ୍ପ ନେଇ ଓଡ଼ିଶା ସରକାର ଆଜି ଚଳଚଞ୍ଚଳ। ‘୫-ଟି’ ଉପକ୍ରମ ଏବଂ ‘ମୋ ସରକାର’ ବ୍ୟବସ୍ଥାର ପ୍ରଚଳନ ରାଜ୍ୟ ସରକାରଙ୍କ ପାରଦର୍ଶିତାକୁ ବୃଦ୍ଧି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ପୂର୍ବରୁ ରାଜ୍ୟରେ ଏକମାତ୍ର ବିମାନ ବନ୍ଦର ଭୁବନେଶ୍ୱରଠାରେ ଥିବା ବେଳେ ଏବେ ଆହୁରି ୪ଟି ବିମାନ ବନ୍ଦର ଝାରସୁଗୁଡ଼ା, ରାଉରକେଲା, ଜୟପୁର ଏବଂ ରଙ୍ଗେଇଲୁଣ୍ଡାଠାରେ କାର୍ଯ୍ୟକ୍ଷମ ହୋଇଛି ଏବଂ ଆଗମୀ ଦିନରେ ପୁରୀଠାରେ ଆଉ ଏକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରକିୟା ଆରମ୍ଭ କରିଛନ୍ତି। ଭୁବନେଶ୍ୱରଠାରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗକକ୍‌‌କୁ ସିଧା ବିମାନ ଉଡ଼ାଣ ବ୍ୟବସ୍ଥା ଫଳରେ ଏହା ଓଡ଼ିଶା ପାଇଁ ଅଭିବୃଦ୍ଧିର ଦ୍ୱାର ଉନ୍ମୁକ୍ତ କରିଛି। ଚଳିତ ବର୍ଷ ସ୍ୱାସ୍ଥ୍ୟ ବଜେଟରେ ପୂର୍ବ ଅପେକ୍ଷା ୩୦ ଗୁଣ ବୃଦ୍ଧି ପାଇଛି। ୬ ବର୍ଷରେ ରାଜ୍ୟରେ ୮ଟି ମେଡିକାଲ କଲେଜ ଏବଂ ୨ଟି ପି.ଜି. ଅନୁଷ୍ଠାନ ପ୍ରତିଷ୍ଠା କରାଯାଇ ପାରିଛି। ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ୯୬.୫ ଲକ୍ଷ ପରିବାରର ୩ କୋଟି ୩୦ ଲକ୍ଷ ଲୋକ ସାମିଲ ହୋଇଛନ୍ତି। ୭୦୦ ଘରୋଇ ହସ୍ପିଟାଲରେ ପୁରୁଷମାନଙ୍କ କ୍ଷେତ୍ରରେ ୫ ଲକ୍ଷ ଏବଂ ମହିଳାମାନଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରୁଛି। ସରକାରୀ ଡାକ୍ତରଖାନାରେ ଚିକିତ୍ସା କ୍ଷେତ୍ରରେ ଆଜି ବ୍ୟାପକ ଉନ୍ନତି ହୋଇଛି। ସ୍ୱାସ୍ଥ୍ୟ ବିଭାଗର ନିରନ୍ତର ପ୍ରୟାସ ଫଳରେ ବର୍ତ୍ତମାନ ରାଜ୍ୟ ସମଗ୍ର ଦେଶରେ ଶିଶୁ ମୃତ୍ୟୁହାର ହ୍ରାସ, ମ୍ୟାଲେରିଆ ନିୟନ୍ତ୍ରଣ, ଟିକାକରଣ କ୍ଷେତ୍ରରେ ପ୍ରଥମ ସ୍ଥାନ ଏବଂ ମାତୃ ମୃତ୍ୟୁହାର ହ୍ରାସ, ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛି।

ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୬ ଲକ୍ଷ ଲୋକ ମାଗଣା ଖାଦ୍ୟ ଶସ୍ୟ ପାଉଥିବା ବେଳେ ରାଜ୍ୟ ସରକାର ଅତିରିକ୍ତ ୧୦ ଲକ୍ଷ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେଉଛନ୍ତି। ୧୯୯୯-୨୦୦୦ ମସିହା ସୁଦ୍ଧା ରାଜ୍ୟରେ ୫ ଲକ୍ଷ ଲୋକ ବିଭିନ୍ନ ଯୋଜନାରେ ଭତ୍ତା ପାଉଥିଲେ, ବର୍ତ୍ତମାନ ପ୍ରାୟ ୫୦ ଲକ୍ଷ ହିତାଧିକାରୀ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ଓଡ଼ିଶା ସରକାର ଜଳ ସଂରକ୍ଷଣ ଏବଂ ପରିଚାଳନା ପାଇଁ ‘ଜାତୀୟ ଜଳ ପୁରସ୍କାର-୨୦୨୨’ ପାଇବା ସହିତ ଅତିରିକ୍ତ ୩.୨ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେଉଛନ୍ତି। ଗ୍ରାମାଞ୍ଚଳକୁ ସଂଯୋଗ କ୍ଷେତ୍ରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଏବଂ ବିଜୁ ସେତୁ ଏକ ମାଇଲଖୁଣ୍ଟ ସାଜିଛି। ରାଜ୍ୟ ସରକାର ୩ ବର୍ଷରେ ୫୧୮୨ କୋଟି ଟଙ୍କା ବ୍ୟୟରେ ୯୪୬ଟି ସେତୁ ନିର୍ମାଣ କରିବା ସହିତ ୧୨୦୦୦ କୋଟି ଟଙ୍କା ବ୍ୟୟରେ ୧୫୦୦୦ କିଲୋମିଟର ସଡ଼କ ପଥ ନିର୍ମାଣ କରିଛନ୍ତି। ଗତ ଦୁଇ ଦଶନ୍ଧିରେ ପୂର୍ତ୍ତ ବିଭାଗର ରାସ୍ତା ୧୬,୦୪୧ କି.ମିରୁ ପ୍ରାୟ ଦୁଇଗୁଣ ବୃଦ୍ଧି ପାଇ ୩୧,୩୧୭ କି.ମି. ହୋଇଛି। ଏଥିସହିତ ୫୨୧ଟି ସେତୁ ନିର୍ମାଣ, ସ୍ୱାଭିମାନ ଅଞ୍ଚଳକୁ ସଂଯୋଗ, ମାଲକାନଗିରି ଠାରୁ ମୟୂରଭଞ୍ଜ ଏବଂ ମାଲକାନଗିରିଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି। ୨୦୧୯ ମସିହା ନିର୍ବାଚନରେ ୧୦୦୦ କି.ମି. ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଥିବା ବେଳେ ଏବେ ୪ ବର୍ଷ ମଧ୍ୟରେ ୧୮,୫୦୦ କୋଟି ଟଙ୍କା ବ୍ୟୟରେ ଏହାର ୭ଗୁଣ ଅର୍ଥାତ୍‌‌ ୬,୮୦୦ କି.ମି. ରାସ୍ତା ନିର୍ମାଣ ସମ୍ଭବ ହୋଇପାରିଛି।

‘କାଳିଆ’ ଯୋଜନାରେ ଆମ ରାଜ୍ୟର ୫୯ ଲକ୍ଷ କୃଷକ ପରିବାର ଉପକୃତ ହେଉଥିବା ବେଳେ ଆଗାମୀ ତିନି ବର୍ଷ ପାଇଁ ଚାଷୀଙ୍କ ଭାଗ ଫସଲ ବୀମା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଏବଂ ଚାଷୀଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। ବିଶ୍ୱକପ ହକିକୁ ସଫଳତା ପୂର୍ବକ କ୍ରମାଗତ ଦ୍ୱିତୀୟ ଥର ଆୟୋଜନ କରିବା ଫଳରେ ବିଶ୍ୱରେ ଓଡ଼ିଶାର ପରିଚୟ ବଢ଼଼ିଛି। ସୁନ୍ଦରଗଡ଼ଠାରେ ବିଶ୍ୱର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ ସହିତ ରାଜ୍ୟରେ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା କରାଯିବା ଫଳରେ ଓଡ଼ିଶା ଆଜି ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି। ରାଜ୍ୟରେ ୫୩୭ ବର୍ଗ କି.ମି. ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ସୃଷ୍ଟି କରି ରାଜ୍ୟ ଦେଶରେ ତୃତୀୟ ଏବଂ ୩୫୬ କି.ମି. ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ସୃଷ୍ଟି କରି ଦେଶରେ ଦ୍ୱିତୀୟ ରାଜ୍ୟ ହୋଇ ପାରିଛି। ବିଗତ ୪ ବର୍ଷରେ ରାଜ୍ୟରେ ୧୧ ଲକ୍ଷ ଗ୍ରାମୀଣ ହିତାଧିକାରୀ ପକ୍କା ଘର ପାଇ ପାରିଛନ୍ତି ଏବଂ ପ୍ରାୟ ୫୭୦୦ କୋଟି ଟଙ୍କା ବ୍ୟୟରେ ୨୦୬ଟି ବୃହତ୍‌‌ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସମ୍ଭବ ହୋଇପାରିଛି। ବର୍ତ୍ତମାନ ଗ୍ରାମାଞ୍ଚଳରେ ୬୧ ପ୍ରତିଶତ ପରିବାର ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପାଇପାରିବେ। ରାଜ୍ୟରେ ‘୫-ଟି’ ହାଇସ୍କୁଲ ରୂପାନ୍ତରୀକରଣ ଯୋଜନାରେ ୭,୮୦୦ ବିଦ୍ୟାଳୟକୁ ଆଧୁନିକୀକରଣ କରାଯାଇ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ଭତ୍ତିଭୂମି ପ୍ରଦାନ କରାଯାଇ ପାରିଛି। ଗ୍ରାମୀଣ ଗୃହନିର୍ମାଣ ଏବଂ ଦକ୍ଷତା ବିକାଶ ତାଲିମ କ୍ଷେତ୍ରରେ ରାଜ୍ୟ ସରକାର ପ୍ରଥମ ସ୍ଥାନ ଲାଭ କରିଛନ୍ତି ଏବଂ ଏହାର ମଡେଲକୁ ଅନ୍ୟ ରାଜ୍ୟମାନେ ଅନୁକରଣ କରୁଛନ୍ତି। ବିଗତ ଦିନରେ ରାଜ୍ୟର ୬ ଲକ୍ଷ ଯୁବକ ଯୁବତୀ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ପାଇଛନ୍ତି। ରାଜ୍ୟରେ ଶିକ୍ଷା ବଜେଟ ୬ ଗୁଣ ବୃଦ୍ଧି ପାଇଛି ଏବଂ ୬ରୁ ୧୬କୁ ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇଛି।

ରାଜ୍ୟ ନାରୀ ଶକ୍ତିକୁ ସଶକ୍ତ କରିବା ପାଇଁ ଆରମ୍ଭ କରାଯାଇଥିବା ‘ମିଶନ ଶକ୍ତି’ ବର୍ତ୍ତମାନ ଏକ ମହାଦ୍ରୁମରେ ପରିଣତ ହୋଇଛି ଏବଂ ୨୫୫୪ କୋଟି ଟଙ୍କା ଅନୁଦାନରେ ୨୧ଟି ବିଭାଗ ଜରିଆରେ ମହିଳାମାନଙ୍କୁ ରୋଜଗାରକ୍ଷମ କରାଯିବା ସହିତ ‘ମିଶନ ଶକ୍ତି’ ବଜାର ପ୍ରତିଷ୍ଠା ତଥା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ ବ୍ୟବସ୍ଥା ଜରିଆରେ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ ବ୍ୟବସ୍ଥା ଏକ ଶ୍ରେଷ୍ଠ ନିଦର୍ଶନ। ‘ଜାଗା ମିଶନ’ ଜରିଆରେ ରାଜ୍ୟର ୧ଲକ୍ଷ ୭୩ ହଜାର ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରାଯାଇଛି ଏବଂ ସବୁ ସହରାଞ୍ଚଳ ବାସିନ୍ଦାଙ୍କୁ ୨୪ ଘଣ୍ଟିଆ ପାଇପ ଯୋଗେ ଜଳ ଯୋଗାଇଦେବାର ବ୍ୟବସ୍ଥା ହୋଇଛି। ଆଗାମୀ ଦିନରେ ନୂତନ ମୋଟ୍ରୋ ରେଲ୍‌‌ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ଶିଳାନ୍ୟାସ କରିବେ, ଯାହା ରାଜ୍ୟର ପ୍ରତିଷ୍ଠାକୁ ଆହୁରି ବୃଦ୍ଧି କରିବ।

ରାଜ୍ୟରେ ମୁଣ୍ଡପିଛା ଆୟ ୧୯୯୯-୨୦୦୦ ମସିହାରେ ୧୩,୦୧୨ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୧,୨୮,୮୭୩ ଟଙ୍କା ହୋଇ ପାରିଛି। ରାଜ୍ୟ ସରକାରଙ୍କର ଋଣ ଏବଂ ଜିଏସଡିପି ହାର ୧୪.୭ ପ୍ରତିଶତ ଅଟେ, ଯାହା ୨୫ ପ୍ରତିଶତ ମଧ୍ୟରେ ରହିବା ଉଚିତ। ତେଣୁ ରାଜ୍ୟ ସରକାରଙ୍କ ଋଣ ଭାର ପୋଷଣୀୟ ଅଟେ। ୨୦୦୦-୦୧ ମସିହାରେ ବଜେଟର ପରିମାଣ ୧୮, ୯୩୯ କୋଟି ଟଙ୍କା ଥିବା ବେଳେ ଆଜି ଏହା ୨ ଲକ୍ଷ କୋଟି ଟଙ୍କାରୁ ଅଧିକ। ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ। ୨୦୨୦-୨୧ ମସିହାରେ କେନ୍ଦ୍ରର ଜିଡିପିରେ ଅଭିବୃଦ୍ଧି ହାର ୮.୮% ଥିବା ବେଳେ ରାଜ୍ୟର ଜିଡିପି ଅଭିବୃଦ୍ଧି ହାର ୧୦.୧% ଥିଲା। ୨୦୨୧-୨୨ରେ ଓଡ଼ିଶା ୧୫୬% ରପ୍ତାନି ଅଭିବୃଦ୍ଧି ହାସଲ କରିଛି, ଯାହା ଜାତୀୟ ହାରଠାରୁ ୪ ଗୁଣ ଅଧିକ। ତେଣୁ ରାଜ୍ୟ ବର୍ତ୍ତମାନ ‘ନବୀନ ଓଡ଼ିଶା’ ତଥା ସଶକ୍ତ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶାରେ ପରିଣତ ହେବାକୁ ଯାଉଛି। ଏହା ଏକ ଦୃଢ଼, ବଳିଷ୍ଠ, ନୀତିନିଷ୍ଠ ଏବଂ ସ୍ଥିର ସରକାରଙ୍କ ପାଇଁ ସମ୍ଭବ ହୋଇପାରିଛି।

ଡ.ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ
ପୂର୍ବତନ ମନ୍ତ୍ରୀ, ଓଡ଼ିଶା

29 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର